ନନ୍ଦଲାଲ ମହାପାତ୍ର
ଦେଖଣା
(Nandalal Mahapatraରୁ ଲେଉଟି ଆସିଛି)
ନନ୍ଦଲାଲ ମହାପାତ୍ର | |
---|---|
ଜନ୍ମ | ନନ୍ଦଲାଲ ମହାପାତ୍ର ୧୬ ଜୁନ ୧୯୪୭ |
ମୃତ୍ୟୁ | ୨୦ ନଭେମ୍ବର ୨୦୨୨ | (ବୟସ ୭୫)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର ଓ ସଂଳାପ ଲେଖକ |
ନନ୍ଦଲାଲ ମହାପାତ୍ର (୧୬ ଜୁନ ୧୯୪୭ - ୨୦ ନଭେମ୍ବର ୨୦୨୨) ଜଣେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଓ କାହାଣୀ ଲେଖକ ଥିଲେ ।[୧] ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ମଧ୍ୟ କରିଥିଲେ । ସେ ଜଗତସିଂହପୁର ଜିଲ୍ଲାର ଚାଟରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ମୁଖ୍ୟ ସହଯୋଗୀ ଭାବରେ ଅନେକ ବର୍ଷ କାମ କରିଥିଲେ ।
ଚଳଚ୍ଚିତ୍ର ଓ ଧାରାବାହିକରେ ଅବଦାନ
[ସମ୍ପାଦନା]ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ସହ ବିଭିନ୍ନ ଭୂମିକାରେ ଜଡ଼ିତ ଥିଲେ ।
କଥାଚିତ୍ର | ବର୍ଷ | ଭୂମିକା | ପୁରସ୍କାର |
---|---|---|---|
ଭିନ୍ନ ସମୟ | ୧୯୯୨ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ଅଗ୍ନି ବୀଣା | ୧୯୯୦ | ସଂଳାପ ରଚନା | |
ଅନ୍ଧ ଦିଗନ୍ତ | ୧୯୯୦ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ତଥାପି | ୧୯୮୯ | ସଂଳାପ ରଚନା | |
କିଛି ସ୍ମୃତି କିଛି ଅନୁଭୂତି | ୧୯୮୮ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ନିଶିଥ ସ୍ୱପ୍ନ | ୧୯୮୮ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ମଝି ପାହାଚ | ୧୯୮୭ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ସବୁ ମାୟାରେ ବାୟା | ୧୯୮୭ | ସଂଳାପ ରଚନା | |
କୁହୁଡ଼ି | ୧୯୮୬ | ସଂଳାପ ରଚନା | |
ତ୍ରିସନ୍ଧ୍ୟା | ୧୯୮୬ | ସଂଳାପ ରଚନା | |
କ୍ଳାନ୍ତ ଅପରାହ୍ଣ | ୧୯୮୫ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ନୀରବ ଝଡ଼ | ୧୯୮୪ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ଶୀତ ରାତି | ୧୯୮୧ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ସବୁ ମାୟାରେ ବାୟା | ୧୯୮୧ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ଗାଁର ନାଁ ଗାଲୁଆପୁର | ୨୦୨୧ | କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା | |
ଭିଜା ମାଟିର ସ୍ୱର୍ଗ | ୨୦୨୨ | କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା | ଶ୍ରେଷ୍ଠ ସଂଳାପ ଲେଖକ |
ସମାନ୍ତର | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା | |
ଖୋଳପା | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା | |
ସୀମାରେଖା | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା | |
ସମ୍ପର୍କ | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା | |
ଗୁରୁବାରୀ | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା | |
ଦୁଃସମୟ | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା |
ମୃତ୍ୟୁ
[ସମ୍ପାଦନା]ହୃଦ୍ରୋଗରେ ପିଡ଼ିତ ହୋଇ ତାଙ୍କର ୨୦୨୨ ମସିହା ନଭେମ୍ବର ୨୦ ତାରିଖରେ ୭୫ ବର୍ଷ ବୟସରେ ପରଲୋକ ଘଟିଥିଲା ।[୪]
ଆଧାର
[ସମ୍ପାଦନା]- ↑ "ଶ୍ରଦ୍ଧାଞ୍ଜଳୀ ନନ୍ଦଲାଲ ମହାପାତ୍ର". No. ରବିବାର ସମ୍ବାଦ ୨୭/୧୧/୨୦୨୨. ଇଷ୍ଟର୍ଣ୍ଣ ମିଡ଼ିଆ. pp. ୧୧. Archived from the original on 29 November 2022. Retrieved 29 November 2022.
- ↑ "୩୦ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ" (PDF). www.odishaculture.gov.in. www.odishaculture.gov.in. Archived from the original (PDF) on 10 October 2022. Retrieved 21 November 2022.
- ↑ "ପରଲୋକରେ ବିଶିଷ୍ଟ ସଂଳାପ ଲେଖକ ନନ୍ଦଲାଲ ମହାପାତ୍ର". www.dharitri.com. dharitri. Archived from the original on 21 November 2022. Retrieved 21 November 2022.
- ↑ "ଚଳଚ୍ଚିତ୍ର ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କର ପରଲୋକ". No. ସମ୍ବାଦ ୨୧/୧୧/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 November 2022. Retrieved 21 November 2022.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନନ୍ଦଲାଲ ମହାପାତ୍ର