ନନ୍ଦଲାଲ ମହାପାତ୍ର
ଦେଖଣା
ନନ୍ଦଲାଲ ମହାପାତ୍ର | |
|---|---|
| ଜନ୍ମ | ନନ୍ଦଲାଲ ମହାପାତ୍ର ୧୬ ଜୁନ ୧୯୪୭ |
| ମୃତ୍ୟୁ | ୨୦ ନଭେମ୍ବର ୨୦୨୨ (ବୟସ ୭୫) |
| ଜାତୀୟତା | ଭାରତୀୟ |
| ପ୍ରସିଦ୍ଧି | ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର ଓ ସଂଳାପ ଲେଖକ |
ନନ୍ଦଲାଲ ମହାପାତ୍ର (୧୬ ଜୁନ ୧୯୪୭ - ୨୦ ନଭେମ୍ବର ୨୦୨୨) ଜଣେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଓ କାହାଣୀ ଲେଖକ ଥିଲେ ।[୧] ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ମଧ୍ୟ କରିଥିଲେ । ସେ ଜଗତସିଂହପୁର ଜିଲ୍ଲାର ଚାଟରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ମୁଖ୍ୟ ସହଯୋଗୀ ଭାବରେ ଅନେକ ବର୍ଷ କାମ କରିଥିଲେ ।
ଚଳଚ୍ଚିତ୍ର ଓ ଧାରାବାହିକରେ ଅବଦାନ
[ସମ୍ପାଦନା]ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ସହ ବିଭିନ୍ନ ଭୂମିକାରେ ଜଡ଼ିତ ଥିଲେ ।
| କଥାଚିତ୍ର | ବର୍ଷ | ଭୂମିକା | ପୁରସ୍କାର |
|---|---|---|---|
| ଭିନ୍ନ ସମୟ | ୧୯୯୨ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
| ଅଗ୍ନି ବୀଣା | ୧୯୯୦ | ସଂଳାପ ରଚନା | |
| ଅନ୍ଧ ଦିଗନ୍ତ | ୧୯୯୦ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
| ତଥାପି | ୧୯୮୯ | ସଂଳାପ ରଚନା | |
| କିଛି ସ୍ମୃତି କିଛି ଅନୁଭୂତି | ୧୯୮୮ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
| ନିଶିଥ ସ୍ୱପ୍ନ | ୧୯୮୮ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
| ମଝି ପାହାଚ | ୧୯୮୭ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
| ସବୁ ମାୟାରେ ବାୟା | ୧୯୮୭ | ସଂଳାପ ରଚନା | |
| କୁହୁଡ଼ି | ୧୯୮୬ | ସଂଳାପ ରଚନା | |
| ତ୍ରିସନ୍ଧ୍ୟା | ୧୯୮୬ | ସଂଳାପ ରଚନା | |
| କ୍ଳାନ୍ତ ଅପରାହ୍ଣ | ୧୯୮୫ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
| ନୀରବ ଝଡ଼ | ୧୯୮୪ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
| ଶୀତ ରାତି | ୧୯୮୧ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
| ସବୁ ମାୟାରେ ବାୟା | ୧୯୮୧ | ସଂଳାପ ରଚନା | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
| ଗାଁର ନାଁ ଗାଲୁଆପୁର | ୨୦୨୧ | କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା | |
| ଭିଜା ମାଟିର ସ୍ୱର୍ଗ | ୨୦୨୨ | କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା | ଶ୍ରେଷ୍ଠ ସଂଳାପ ଲେଖକ |
| ସମାନ୍ତର | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା | |
| ଖୋଳପା | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା | |
| ସୀମାରେଖା | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା | |
| ସମ୍ପର୍କ | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା | |
| ଗୁରୁବାରୀ | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା | |
| ଦୁଃସମୟ | ଟେଲିଭିଜନ ଧାରାବାହିକ | କାହାଣୀ ଓ ନିର୍ଦ୍ଦେଶନା |
ମୃତ୍ୟୁ
[ସମ୍ପାଦନା]ହୃଦ୍ରୋଗରେ ପିଡ଼ିତ ହୋଇ ତାଙ୍କର ୨୦୨୨ ମସିହା ନଭେମ୍ବର ୨୦ ତାରିଖରେ ୭୫ ବର୍ଷ ବୟସରେ ପରଲୋକ ଘଟିଥିଲା ।[୪]
ଆଧାର
[ସମ୍ପାଦନା]- ↑ "ଶ୍ରଦ୍ଧାଞ୍ଜଳୀ ନନ୍ଦଲାଲ ମହାପାତ୍ର". No. ରବିବାର ସମ୍ବାଦ ୨୭/୧୧/୨୦୨୨. ଇଷ୍ଟର୍ଣ୍ଣ ମିଡ଼ିଆ. pp. ୧୧. Archived from the original on 29 November 2022. Retrieved 29 November 2022.
- ↑ "୩୦ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ" (PDF). www.odishaculture.gov.in. www.odishaculture.gov.in. Archived from the original (PDF) on 10 October 2022. Retrieved 21 November 2022.
- ↑ "ପରଲୋକରେ ବିଶିଷ୍ଟ ସଂଳାପ ଲେଖକ ନନ୍ଦଲାଲ ମହାପାତ୍ର". www.dharitri.com. dharitri. Archived from the original on 21 November 2022. Retrieved 21 November 2022.
- ↑ "ଚଳଚ୍ଚିତ୍ର ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କର ପରଲୋକ". No. ସମ୍ବାଦ ୨୧/୧୧/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 November 2022. Retrieved 21 November 2022.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନନ୍ଦଲାଲ ମହାପାତ୍ର