ମାଇଟ୍ରାଲ ଭଲ୍ଭ ପ୍ରୋଲାପ୍ସ

ଉଇକିପିଡ଼ିଆ‌ରୁ
(Mitral valve prolapseରୁ ଲେଉଟି ଆସିଛି)
Mitral valve prolapse
Floppy mitral valve syndrome, systolic click murmur syndrome, billowing mitral leaflet[୧]
Drawing of the leaflets of the mitral valve prolapsing back into the left atrium.
ବିଭାଗCardiology
ଲକ୍ଷଣNone, chest pain, shortness of breath, palpitations[୧]
ଆକ୍ରାନ୍ତ ସମୟOften present at birth[୨]
ଅବଧିLifelong
କାରଣUnknown[୨]
ବିପଦ କାରକEhlers-Danlos syndrome, Marfan syndrome, osteogenesis imperfecta[୧]
ରୋଗ ନିର୍ଣ୍ଣୟ ପଦ୍ଧତିEchocardiogram, auscultation[୧]
ଚିକିତ୍ସାWatchful waiting, mitral valve repair or replacement[୩]
ପୁନଃପୌନିକ2-3%[୪]

ମାଇଟ୍ରାଲ ଭଲ୍ଭ ପ୍ରୋଲାପ୍ସ (ଇଂରାଜୀ ଭାଷାରେ MVP) ହେଉଛି ଏକ କପାଟିକା ହୃଦ୍ ରୋଗ ଯେଉଁଥିରେ ହୃତ୍‌ପିଣ୍ଡର ନିଳୟ ସଙ୍କୋଚନ ହେଲେ ବେଳେ ଭଲ୍ଭ କପାଟିକା ଅଳିନ୍ଦ ଭିତରକୁ ପ୍ରବେଶ କରେ ।[୧] ଏହାର ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, ଅଣନିଶ୍ୱାସ, ଦୃତ ହୃଦ୍‌ଗତି ଏବଂ ଉଦ୍‌ବେଗ ହୋଇ ପାରେ ।[୧] [୩] ରୋଗ ଜଟିଳ ହେଲେ ଅଣପର୍ଯ୍ୟାପ୍ତ ମାଇଟ୍ରାଲ, ଆଟ୍ରିଆଲ୍ ଫିବ୍ରିଲେସନ୍, ସଂକ୍ରମଣକାରୀ ଏଣ୍ଡୋକାର୍ଡାଇଟିସ୍, ଷ୍ଟ୍ରୋକ ଏବଂ ହୃଦ୍‌ରୋଧ ହୋଇପାରେ । [୧]

ଏହାର କାରଣ ଜଣା ପଡିନାହିଁ ।[୨] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଭଲ୍ଭର ମିକ୍ସୋମାଟସ ଡିଜେନେରେସନ କିମ୍ବା ଏହଲର୍ସ-ଡାନଲର୍ସ ସିଣ୍ଡ୍ରୋମ୍, ମାର୍ଫାନ୍ ସିଣ୍ଡ୍ରୋମ ଏବଂ ଗ୍ରେଭସ୍ ରୋଗ ଭଳି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ ।[୧] ଏହା ପେକ୍ଟସ୍ ଏକ୍ସାଭେଟମ୍, ସ୍କୋଲିଓସିସ୍ ଏବଂ ପାରିବାରିକ ଇତିହାସ ସହିତ ମଧ୍ୟ ଜଡିତ ହୋଇପାରେ ।[୩] ଏକ ମିଡ- ସିଷ୍ଟୋଲିକ୍ କ୍ଲିକ୍ ଶୁଣିବା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ପରେ ହୃତ୍‌ପିଣ୍ଡ ମରମର ଏବଂ ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ କରାଯାଇଥାଏ ।[୧] [୩] ଏହି ରୋଗର ଦୁଇଟି ପ୍ରକାର ଅଛି: କପାଟିକା ମୋଟା ଥିବା ସହିତ କ୍ଲାସିକ୍; ଏବଂ କପାଟିକା ମୋଟା ନ ଥିବା ଅଣ-କ୍ଲାସିକ୍ ।[୩]

ଅଧିକାଂଶ ଲୋକ କୌଣସି ଚିକିତ୍ସା ଆବଶ୍ୟକ କରନ୍ତି ନାହିଁ ଏବଂ ଦୀର୍ଘକାଳୀନ ଅନୁସରଣ ସମୟ ପରେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି ହୁଏ ନାହିଁ ।[୨] [୩] ଲକ୍ଷଣ ଏବଂ ଗୁରୁତର ମାଇଟ୍ରାଲ ରିଗର୍ଜିଟେସନ ଥିଲେ ମାଇଟ୍ରାଲ ଭଲ୍ଭ ମରାମତ ବା ପ୍ରତିସ୍ଥାପନ ଏକ ବିକଳ୍ପ ହୋଇପାରେ ।[୩] ଲକ୍ଷଣ ନ ଥିଲେ, ଇଜେକସନ ଭଗ୍ନାଂଶ ୬୦%ରୁ କମ୍, ବାମ ନିଳୟର ଏଣ୍ଡ-ସିଷ୍ଟୋଲିକ୍ ଡାଇମେନ୍ସନ୍ (LVESD) ୪ କିମ୍ବା ୪.୫ ସେମିରୁ ଅଧିକ, ଫୁସଫୁସ ଧମନୀ ଚାପ ୫୦ ମିମି ପାରଦରୁ ଅଧିକ କିମ୍ବା ଆଟ୍ରିଆଲ୍ ଫାଇବ୍ରିଲେସନ୍ ଉପସ୍ଥିତି ଥିଲେ ଅସ୍ତ୍ରୋପଚାର କରାଯାଏ ।[୩]

ମାଇଟ୍ରାଲ ଭଲ୍ଭ ପ୍ରୋଲାପ୍ସ ଜନସଂଖ୍ୟାର୨-୩% ଲୋକଙ୍କୁ ପ୍ରଭାବିତ କରିଥାଏ ।[୪] ୧୯୬୬ ମସିହାରେ ଜନ୍ ବ୍ରେରେଟନ୍ ବାର୍ଲୋ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ଓ ଜେ ମାଇକେଲ କ୍ରିଲେ ଏହାର ନାମ କରଣ କରିଥିଲେ । [୫] [୬] [୭] ୧୮୮୭ ମସିହାରୁ ସିଷ୍ଟୋଲିକ ମରମର ପରେ ମିଡ-ସିଷ୍ଟୋଲିକ୍ କ୍ଲିକ୍ ହେଉଥିବା ଏମ କଫର ଏବଂ ଏମ ବାର୍ବିଲୋନ ଲକ୍ଷ କରିଥିଲେ ।[୮] [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Shah, SN; Gangwani, MK; Oliver, TI (January 2022). "Mitral Valve Prolapse". PMID 29262039. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ "Mitral Valve Prolapse | NHLBI, NIH". www.nhlbi.nih.gov. Archived from the original on 2021-11-11. Retrieved 2021-11-11.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Althunayyan, Aeshah; Petersen, Steffen E; Lloyd, Guy; Bhattacharyya, Sanjeev (2 January 2019). "Mitral valve prolapse". Expert Review of Cardiovascular Therapy. 17 (1): 43–51. doi:10.1080/14779072.2019.1553619.
  4. ୪.୦ ୪.୧ Basso, C; Iliceto, S; Thiene, G; Perazzolo Marra, M (10 September 2019). "Mitral Valve Prolapse, Ventricular Arrhythmias, and Sudden Death". Circulation. 140 (11): 952–964. doi:10.1161/CIRCULATIONAHA.118.034075. PMID 31498700.
  5. Orsinelli, David A. (17 April 2015). Color Atlas and Synopsis of Echocardiography (in ଇଂରାଜୀ). McGraw Hill Professional. p. 68. ISBN 978-0-07-182954-0. Archived from the original on 30 July 2022. Retrieved 29 July 2022.
  6. Barlow JB, Bosman CK (February 1966). "Aneurysmal protrusion of the posterior leaflet of the mitral valve. An auscultatory-electrocardiographic syndrome". American Heart Journal. 71 (2): 166–178. doi:10.1016/0002-8703(66)90179-7. PMID 4159172.
  7. Criley JM, Lewis KB, Humphries JO, Ross RS (July 1966). "Prolapse of the mitral valve: clinical and cine-angiocardiographic findings". British Heart Journal. 28 (4): 488–496. doi:10.1136/hrt.28.4.488. PMC 459076. PMID 5942469.
  8. Grau JB, Pirelli L, Yu PJ, Galloway AC, Ostrer H (October 2007). "The genetics of mitral valve prolapse". Clinical Genetics. 72 (4): 288–295. doi:10.1111/j.1399-0004.2007.00865.x. PMID 17850623.
  9. Anyanwu AC, Adams DH (2007). "Etiologic classification of degenerative mitral valve disease: Barlow's disease and fibroelastic deficiency". Seminars in Thoracic and Cardiovascular Surgery. 19 (2): 90–96. doi:10.1053/j.semtcvs.2007.04.002. PMID 17870001.