ଅଣପର୍ଯ୍ୟାପ୍ତ ମାଇଟ୍ରାଲ

ଉଇକିପିଡ଼ିଆ‌ରୁ
Mitral insufficiency
Mitral incompetence, mitral regurgitation, mitral valve insufficiency
During contraction of the left ventricle there is backflow (arrow) into the left atrium. (1) Mitral valve (2) Left ventricle (3) Left atrium (4) Aorta
ବିଭାଗCardiology
ଲକ୍ଷଣSudden onset: Severe shortness of breath, low blood pressure[୧]
Gradual onset: Few symptoms initially, may develop shortness of breath, palpitations, chest pain, leg swelling[୨]
କାରଣSudden onset: Infectious endocarditis, rupture of the papillary muscle
Gradual onset: Degenerative changes with mitral valve prolapse, rheumatic heart disease, infectious endocarditis, cardiomyopathy, heart failure, atrial fibrillation[୨]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on a systolic murmur, confirmed by echocardiography[୨]
ସଠିକ ରୋଗ ନିର୍ଣ୍ଣୟAcute coronary syndrome, aortic stenosis, tricuspid regurgitation, pulmonic stenosis, ventricular septal defect[୨]
ଚିକିତ୍ସାWatchful waiting, surgery[୨]
PrognosisVariable[୨]
ପୁନଃପୌନିକ175 million[୨]

ଅଣପର୍ଯ୍ୟାପ୍ତ ମାଇଟ୍ରାଲ (ଇଂରାଜୀ ଭାଷାରେ Mitral insufficiency, mitral regurgitation (MR) ଭାବରେ ଜଣା) ଏକ ପ୍ରକାରର କପାଟିକା ହୃଦ୍‌ରୋଗ ଯେଉଁଥିରେ ମାଇଟ୍ରାଲ କପାଟିକା ତୃଟି ଯୋଗୁ ହୃତ୍‌ପିଣ୍ଡ ସଙ୍କୋଚନ ସମୟରେ ବାମ ନିଳୟରୁ ରକ୍ତ ପଛକୁ ପ୍ରବାହିତ ହୋଇ ବାମ ଅଳିନ୍ଦରେ ପ୍ରବେଶ କରେ । [୨] ଏହା ହଠାତ୍ କିମ୍ବା ଧୀରେ ଧୀରେ ଆରମ୍ଭ ହୋଇପାରେ | [୨] ହଠାତ୍ ଆରମ୍ଭ ହେଲେଅଣନିଶ୍ୱାସ ଏବଂ ନିମ୍ନ ରକ୍ତଚାପ ହୋଇପାରେ | [୨] [୧] ଧୀରେ ଧୀରେ ଆରମ୍ଭ ହେଉଥିବା ରୋଗରେ କିଛି ଲକ୍ଷଣ ଥାଇପାରେ, ଯଦିଓ ଅଣନିଶ୍ୱାସ, ଦୃତ ହୃଦ୍‌ଗତି ବା ପାଲପିଟେସନ, ଛାତି ଯନ୍ତ୍ରଣା କିମ୍ବା ଗୋଡ ଫୁଲା ହୋଇପାରେ | [୨] ରୋଗ ଜଟିଳ ହେଲେ ହୃଦ୍‌ପାତ ହୋଇପାରେ । [୨]

ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ୍ କିମ୍ବା ହୃଦ୍‌ଘାତ ଯୋଗୁ ପାପିଲାରି ମାଂସପେଶୀ ଫାଟିବା ହେତୁ, ଆଘାତ କିମ୍ବା ମାର୍ଫାନ୍ ସିଣ୍ଡ୍ରୋମ ଯୋଗୁଁ ହଠାତ୍ ଏହି ରୋଗ ଆରମ୍ଭ ହୋଇପାରେ | [୨] ଡିଜେନେରେଟିଭ ପରିବର୍ତ୍ତନ, ମାଇଟ୍ରାଲ ଭଲ୍‌ଭ ପ୍ରୋଲାପ୍ସ, ରିଉମାଟିକ ହୃଦ୍‌ରୋଗ, ସଂକ୍ରାମକ ଏଣ୍ଡୋକାର୍ଡ଼ାଇଟିସ, କାର୍ଡ଼ିଓପାୟୋପାଥି, ହୃଦ୍‌ପାତ, କିମ୍ବା ଆଟ୍ରିଆଲ ଫିବ୍ରିଲେସନ ଯୋଗୁ ଏହି ରୋଗ ଧୀରେ ଧୀରେ ଆରମ୍ଭ ହୁଏ । [୨] ସିଷ୍ଟୋଲିକ ମରମର ଶୁଣି ରୋଗ ସନ୍ଦେହ କରାଯାଇପାରେ ଓ ଇକୋକାର୍ଡ଼ିଓଗ୍ରାଫି କରି ନିଶ୍ଚିତ କରାଯାଇପାରେ। [୨]

ହଠାତ୍ ଆରମ୍ଭ ହେଉଥିବା ରୋଗର ଜରୁରୀ ଅସ୍ତ୍ରୋପଚାର ଆବଶ୍ୟକ ହୁଏ | [୨] ଅସ୍ତ୍ରୋପଚାର ପୂର୍ବରୁ ସେମାନଙ୍କୁ ସ୍ଥିର କରିବା ପାଇଁ କେତେକଙ୍କୁ ଭାସୋପ୍ରେସର, ଇଣ୍ଟ୍ରାଆଓର୍ଟିକ ବେଲୁନ ପମ୍ପ ଓ ଯାନ୍ତ୍ରିକ ଭେଣ୍ଟିଲେସନ ସାହାଯ୍ୟ ନିଆଯାଏ ।[୨] ଧୀରେ ଧୀରେ ଆରମ୍ଭ ହେବା କ୍ଷେତ୍ରରେ, ଯଦି ଏହା ଗୁରୁତର ହୋଇଯାଏ ତେବେ ଅସ୍ତ୍ରୋପଚାର ସମ୍ଭବତଃ ସୁପାରିଶ କରାଯାଏ | [୨] ମାଇଟ୍ରାଲ ଭଲ୍‌ଭ ରିପ୍ଲେସମେଣ୍ଟ କିମ୍ବା ମରାମତି ଅସ୍ତ୍ରୋପଚାରର କରାଯାଇପାରେ । [୨] ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ | [୨]

ବିଶ୍ୱରେ ପ୍ରାୟ ୧୭୫ ନିୟୁତ ଲୋକ ଏହି ରୋଗ‌ଗ୍ରସ୍ତ ହେଉଛନ୍ତି | [୨] ଏହା ୪୫ ବର୍ଷରୁ କମ୍ ଲୋକଙ୍କ ମଧ୍ୟରୁ ୧% ଏବଂ ୭୫ ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରୁ ୧୧% ଲୋକଙ୍କୁ ପ୍ରଭାବିତ କରିଥାଏ | [୨] ତୀବ୍ର ରୋଗ ଅପେକ୍ଷା କ୍ରନିକ ରୋଗ ଅଧିକ ହୁଏ | [୩] ଭାଲଭୁଲାର ହୃଦରୋଗର ଏହା ଏକ ସାଧାରଣ ରୂପ | [୪] ଅଣପର୍ଯ୍ୟାପ୍ତ ମାଇଟ୍ରାଲ ରୋଗ ପ୍ରଥମେ ୧୮୧୮ ମସିହାରେ ରେନେଟି ଲେନେକ୍ଦ୍ୱାରା ବର୍ଣ୍ଣନା କରାଯାଇଥିଲା | [୫] ୧୯୫୦ ଦଶକର ଶେଷ ଭାଗ ଓ ୧୯୬୦ ଦଶକର ପୂର୍ବ ଭାଗରେ ମାଇଟ୍ରାଲ ଭଲ୍‌ଭ ଅସ୍ତ୍ରୋପଚା ଉପଲବ୍ଧ ହେଲା | [୬]  

ଆଧାର[ସମ୍ପାଦନା]

  1. ୧.୦ ୧.୧ Watanabe, Nozomi (May 2019). "Acute mitral regurgitation". Heart. 105 (9): 671–677. doi:10.1136/heartjnl-2018-313373.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ Chaudhari, SS; Chokkalingam Mani, B (January 2020). "Mitral Valve Insufficiency". PMID 32491821. {{cite journal}}: Cite journal requires |journal= (help)
  3. FCCM, Joseph E. Parrillo, MD; MS, R. Phillip Dellinger, MD (2013). Critical Care Medicine: Principles of Diagnosis and Management in the Adult (in ଇଂରାଜୀ). Elsevier Health Sciences. p. 562. ISBN 978-0-323-08929-6.{{cite book}}: CS1 maint: multiple names: authors list (link)
  4. Otto, Catherine M.; Bonow, Robert O. (2009). Valvular Heart Disease: A Companion to Braunwald's Heart Disease E-Book (in ଇଂରାଜୀ). Elsevier Health Sciences. p. 357. ISBN 978-1-4377-2147-8.
  5. Hajar, R (July 2016). "Rheumatic Fever and Rheumatic Heart Disease a Historical Perspective". Heart views : the official journal of the Gulf Heart Association. 17 (3): 120–126. doi:10.4103/1995-705X.192572. PMID 27867464.{{cite journal}}: CS1 maint: unflagged free DOI (link)
  6. Savage, Edward Bruce; Bolling, Steven F.; Bolling, Steven (2006). Atlas of Mitral Valve Repair (in ଇଂରାଜୀ). Lippincott Williams & Wilkins. p. 2. ISBN 978-0-7817-4692-2.