ସ୍କୋଲିଓସିସ

ଉଇକିପିଡ଼ିଆ‌ରୁ
ସ୍କୋଲିଓସିସ
ସ୍କୋଲିଓସିସ ରୋଗର ଚିତ୍ର
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌsklɪˈsɪs/[୧]
ସ୍ପେଶାଲିଟିଅସ୍ଥିଶଲ୍ୟ ବିଭାଗ (Orthopedics)
ଆଇସିଡ଼ି-୧୦M41.
ଆଇସିଡ଼ି-୯-ସିଏମ୍737
ରୋଗ ଡାଟାବେସ26545
ମେଡ଼ିସିନ-ପ୍ଲସ001241

ସ୍କୋଲିଓସିସ ବା ପାର୍ଶ୍ୱକୁବ୍‌ଜତା (ଇଂରାଜୀ ଭାଷାରେ Scoliosis) ରୋଗରେ ମଣିଷର ମେରୁଦଣ୍ଡ (spine) ସିଧା ନ ରହି ଏକ ପାର୍ଶ୍ୱକୁ ବଙ୍କା ହୋଇଯାଏ ।[୨] ଏହି ବକ୍ରତା ଇଂରାଜୀ ଭାଷାର "S" ବା "C" ଆକୃତି ଭଳି ଦେଖାଯାଏ ।[୨] ବକ୍ରତା କେତେକ ସ୍ଥଳରେ ସ୍ଥିର ରହେ ଓ ଅନ୍ୟ କେତେକ ସ୍ଥଳରେ ବଢିବାକୁ ଲାଗେ । ସାମାନ୍ୟ ସ୍କୋଲିଓସିସ ସମସ୍ୟା ସୃଷ୍ଟି କରେ ନାହିଁ, କିନ୍ତୁ ସାଂଘାତିକ କେଶ୍‌ଗୁଡ଼ିକରେ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୁଏ ।[୩][୪] ଅଧିକାଂଶ ସମୟରେ ଏ ରୋଗରେ ଯନ୍ତ୍ରଣା ହୁଏନାହିଁ ।[୫]

ଅଧିକାଂଶ କେଶ୍‌ରେ ଏହି ରୋଗର କାରଣ ଅଜ୍ଞାତ ଥିଲେ ମଧ୍ୟ ଜେନେଟିକ (genetic) ଓ ପରିବେଶ (environmental factors) କାରକମାନଙ୍କର ଭୂମିକା ଥିବା ବିଶ୍ୱାସ କରାଯାଏ ।[୩] ଅନ୍ୟାନ୍ୟ ପରିବାର ସଦସ୍ୟମାନେ ଏହି କାରକମାନଙ୍କଦ୍ୱାରା ରୋଗକ୍ରାନ୍ତ ହୁଅନ୍ତି । ସ୍କୋଲିଓସିସ ହେଉଥିବା ଅନ୍ୟ କେତେକ ରୋଗମାନଙ୍କର ନାମ: ମାଂସପେଶୀ ସଂକୋଚନାଧିକ୍ୟ (muscles spasms), ସେରେବ୍ରାଲ ପାଲ୍‌ସି (cerebral palsy), ମାର୍ଫାନ ସିଣ୍ଡ୍ରୋମ (en:Marfan syndrome), ଓ ନିଉରୋଫାଇବ୍ରୋମା (neurofibromatosis) ଭଳି ଅର୍ବୁଦ । ସାଧାରଣ ଏକ୍ସ‌-ରେ (plain X-rays) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଦୁଇ ପ୍ରକାର ସ୍କୋଲିଓସିସ ଦେଖାଯାଏ: ଗଠନମୂଳକ (structural), ଯେଉଁଥିରେ ସୀମାବଦ୍ଧ ଥାଏ ଓ କାର୍ଯ୍ୟକାରୀ (functional), ଯେଉଁଥିରେ ମେରୁଦଣ୍ଡ ସାଧାରଣ ଥାଏ ।[୨]

ମେରୁଦଣ୍ଡ ବକ୍ରତାର ସ୍ଥାନ, ପରିମାଣ ଓ କାରଣ ଅନୁସାରେ ଚିକିତ୍ସା ସ୍ଥିର କରାଯାଏ । ସାମାନ୍ୟ ବକ୍ରତା ଥିଲେ କିଛି ନ କରି ମଝିରେ ମଝିରେ ତାର ଅଗ୍ରଗତି ଦେଖିବାକୁ ହୁଏ । ଏହି ରୋଗରେ ବ୍ରେସ/ ବନ୍ଧନୀ ବ୍ୟବ‌ହାର କରାଯାଏ ବା ଅପରେଶନ କରାଯାଏ । ବକ୍ରତାର ଅଗ୍ରଗତି ହେଉଥିଲେ ତାହା ବନ୍ଦ ହେବା ପର୍ଯ୍ୟନ୍ତ ବନ୍ଧନୀ ପିନ୍ଧିବାକୁ ହୁଏ । ଅନ୍ୟ କେତେକ ଚିକିତ୍ସା ଯେପରିକି ଖାଦ୍ୟ ପରିପୂରକ, ବ୍ୟାୟାମ ଓ ଚିରୋପ୍ରାକ୍ଟିକ ମାନିପୁଲେସନ (chiropractic manipulation) ଇତ୍ୟାଦି ଉପଲବ୍‌ଧ ଥିଲେ ମଧ୍ୟ ରୋଗର ଅଗ୍ରଗତି ରୋକିବାରେ ସେମାନଙ୍କ ଉପକାରୀତା ପ୍ରମାଣିତ ହୋଇନାହିଁ ।[୨]

ପ୍ରାୟ ୩% ଲୋକଙ୍କର ସ୍କୋଲିଓସିସ ରୋଗ ହୁଏ ।[୬] ୧୦ରୁ ୨୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ ।[୨] ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨][୩] ସ୍କୋଲିଓସିସ ନାମଟି ପ୍ରାଚୀନ ଗ୍ରୀକ: σκολίωσις skoliosis ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ବକ୍ରତା ।[୭]

ଆଧାର[ସମ୍ପାଦନା]

  1. "scoliosis". Merriam Webster. Retrieved 12 August 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Questions and Answers about Scoliosis in Children and Adolescents". NIAMS. December 2015. Retrieved 12 August 2016.
  3. ୩.୦ ୩.୧ ୩.୨ "adolescent idiopathic scoliosis". Genetics Home Reference. September 2013. Retrieved 12 August 2016.
  4. Yang, S; Andras, LM; Redding, GJ; Skaggs, DL (January 2016). "Early-Onset Scoliosis: A Review of History, Current Treatment, and Future Directions". Pediatrics. 137 (1). PMID 26644484.
  5. Agabegi, SS; Kazemi, N; Sturm, PF; Mehlman, CT (December 2015). "Natural History of Adolescent Idiopathic Scoliosis in Skeletally Mature Patients: A Critical Review". The Journal of the American Academy of Orthopaedic Surgeons. 23 (12): 714–23. PMID 26510624.
  6. Shakil, H; Iqbal, ZA; Al-Ghadir, AH (2014). "Scoliosis: review of types of curves, etiological theories and conservative treatment". Journal of back and musculoskeletal rehabilitation. 27 (2): 111–5. PMID 24284269.
  7. "scoliosis". Dictionary.com. Retrieved 12 August 2016.