ମେଘନା ମିଶ୍ର

ଉଇକିପିଡ଼ିଆ‌ରୁ
(Meghna Mishraରୁ ଲେଉଟି ଆସିଛି)
ମେଘ୍ନା ମିଶ୍ର
୨୦୧୪ ମସିହାରେ ମେଘନା
ଜନ୍ମ
ମେଘ୍ନା ମିଶ୍ର

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ

ମେଘ୍ନା ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ।[୧] ସେ ଓଡ଼ିଆ କଥାଚିତ୍ର କୁଳ ନନ୍ଦନ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ସ‌ହ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥରେ ସେ ମାଆ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଭିନୟ ଜୀବନ[ସମ୍ପାଦନା]

ମେଘ୍ନା ମିଶ୍ର ଓଡ଼ିଆ କଥାଚିତ୍ର କୁଳନନ୍ଦନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ନାରୀ ଆଖିରେ ନିଆଁ, ପ୍ରଥମ ପ୍ରେମ, ପ୍ରିୟା ମୋ ଆସିବ ଫେରି[୨], କାଳୀଶଙ୍କର, ସମୟ ହାତରେ ଡୋରି, ୱାନ୍ ୱେ ଟ୍ରାଫିକ୍[୩] ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଯୋଉଠି ଥିଲେ ବି ତୁ ମୋର ଚଳଚ୍ଚିତ୍ରରେ ମେଘନା ମିଶ୍ର ଅଭିନେତା ବବି ମିଶ୍ରଙ୍କ ସ‌ହ ଅଭିନୟ କରୁଛନ୍ତି । ଏହି କଥାଚିତ୍ରଟି ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଯାଉଛି ।[୪][୫][୬]

ଓଡ଼ିଆ କଥାଚିତ୍ର ବ୍ୟତୀତ ମେଘ୍ନା ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଶ୍ରୀ ଜଗନ୍ନାଥରେ ମାଆ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଅନ୍ୟ ଏକ ଧାରାବାହିକ ତେଜସ୍ୱିନୀରେ ରାଜକୁମାରୀ ତେଜସ୍ୱିନୀର ମାଆ ମହାରାଣୀ ଭୂମିକାରେ ଅଭିନୟ କରିଥିଲେ ।[୭]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା
୨୦୦୩ ନାରୀ ଆଖିରେ ନିଆଁ
୨୦୦୫ କୁଳ ନନ୍ଦନ ଚନ୍ଦ୍ରିକା
୨୦୦୫ ପ୍ରଥମ ପ୍ରେମ ସୀମା
୨୦୦୬ ପ୍ରିୟା ମୋ ଆସିବ ଫେରି ପାର୍ବତୀ ପଣ୍ଡା/ପାରା
୨୦୦୭ କାଳୀଶଙ୍କର ଝିଲୀ
୨୦୦୭ ସମୟ ହାତରେ ଡୋରି ପ୍ରୀତି
୨୦୧୪ ୱାନ୍ ୱେ ଟ୍ରାଫିକ୍ ସୋନିଆ


ଅଭିନୀତ ଧାରାବାହିକ[ସମ୍ପାଦନା]

ଧାରାବାହିକ ଚେନାଲ ଭୂମିକା
ଶ୍ରୀ ଜଗନ୍ନାଥ ତରଙ୍ଗ ଟିଭି ମାଆ ଲକ୍ଷ୍ମୀ
ତେଜସ୍ୱିନୀ ତରଙ୍ଗ ଟିଭି ମହାରାଣୀ

ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ - ତେଜସ୍ୱିନୀ (ଧାରାବାହିକ, ତରଙ୍ଗ ଟିଭି) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୭]

ଆଧାର[ସମ୍ପାଦନା]

  1. "୩୦୦ ଦୃଷ୍ଟିହୀନଙ୍କୁ ଧଳା ବାଡ଼ି ଓ ଟୋପି". ସର୍ବସାଧାରଣ. 15 October 2015. Retrieved 24 June 2018.[permanent dead link]
  2. "Priya Mo Asiba Pheri oriya film Video, Songs, Review, Wallpapers". Oriya Film Database. 10 March 2013. Retrieved 2 September 2018.
  3. "ନିଶା ବିରୋଧୀ ଫିଲ୍ମ 'ୱାନ ୱେ ଟ୍ରାଫିକ୍‌'". ଓଡ଼ିଆ ସ୍ପଟ୍ ନ୍ୟୁଜ୍. 20 September 2014. Retrieved 24 June 2018.[permanent dead link]
  4. "ରଜକୁ ଆସିବା ନୂଆ ଓଡ଼ିଆ ଫିଲ୍ମ 'ଯେଉଁଠି ଥିଲେ ବି ତୁ ମୋର'". Odisha24.com. 3 February 2018. Retrieved 15 February 2018.[permanent dead link]
  5. "ଓଲିଉଡରେ ପୁଣି ଏକ ନୂଆ ଯୋଡି". sambad.in. 5 February 2018. Retrieved 15 February 2018.
  6. "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.
  7. ୭.୦ ୭.୧ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018.

ବାହାର ଆଧାର[ସମ୍ପାଦନା]