ମେଘନା ମିଶ୍ର

ଉଇକିପିଡ଼ିଆ‌ରୁ
ମେଘ୍ନା ମିଶ୍ର
Meghna Mishra.jpg
୨୦୧୪ ମସିହାରେ ମେଘନା
ଜନ୍ମ ଓ ଜନ୍ମସ୍ଥାନ
ମେଘ୍ନା ମିଶ୍ର

ଜୀବିକା(ଓଡ଼ିଆ) ଅଭିନେତ୍ରୀ

ମେଘ୍ନା ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ।[୧] ସେ ଓଡ଼ିଆ କଥାଚିତ୍ର କୁଳ ନନ୍ଦନ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ସ‌ହ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥରେ ସେ ମାଆ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଭିନୟ ଜୀବନ[ସମ୍ପାଦନା]

ମେଘ୍ନା ମିଶ୍ର ଓଡ଼ିଆ କଥାଚିତ୍ର କୁଳନନ୍ଦନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ନାରୀ ଆଖିରେ ନିଆଁ, ପ୍ରଥମ ପ୍ରେମ, ପ୍ରିୟା ମୋ ଆସିବ ଫେରି[୨], କାଳୀଶଙ୍କର, ସମୟ ହାତରେ ଡୋରି, ୱାନ୍ ୱେ ଟ୍ରାଫିକ୍[୩] ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଯୋଉଠି ଥିଲେ ବି ତୁ ମୋର ଚଳଚ୍ଚିତ୍ରରେ ମେଘନା ମିଶ୍ର ଅଭିନେତା ବବି ମିଶ୍ରଙ୍କ ସ‌ହ ଅଭିନୟ କରୁଛନ୍ତି । ଏହି କଥାଚିତ୍ରଟି ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଯାଉଛି ।[୪][୫][୬]

ଓଡ଼ିଆ କଥାଚିତ୍ର ବ୍ୟତୀତ ମେଘ୍ନା ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଶ୍ରୀ ଜଗନ୍ନାଥରେ ମାଆ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଅନ୍ୟ ଏକ ଧାରାବାହିକ ତେଜସ୍ୱିନୀରେ ରାଜକୁମାରୀ ତେଜସ୍ୱିନୀର ମାଆ ମହାରାଣୀ ଭୂମିକାରେ ଅଭିନୟ କରିଥିଲେ ।[୭]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା
୨୦୦୩ ନାରୀ ଆଖିରେ ନିଆଁ
୨୦୦୫ କୁଳ ନନ୍ଦନ ଚନ୍ଦ୍ରିକା
୨୦୦୫ ପ୍ରଥମ ପ୍ରେମ ସୀମା
୨୦୦୬ ପ୍ରିୟା ମୋ ଆସିବ ଫେରି ପାର୍ବତୀ ପଣ୍ଡା/ପାରା
୨୦୦୭ କାଳୀଶଙ୍କର ଝିଲୀ
୨୦୦୭ ସମୟ ହାତରେ ଡୋରି ପ୍ରୀତି
୨୦୧୪ ୱାନ୍ ୱେ ଟ୍ରାଫିକ୍ ସୋନିଆ


ଅଭିନୀତ ଧାରାବାହିକ[ସମ୍ପାଦନା]

ଧାରାବାହିକ ଚେନାଲ ଭୂମିକା
ଶ୍ରୀ ଜଗନ୍ନାଥ ତରଙ୍ଗ ଟିଭି ମାଆ ଲକ୍ଷ୍ମୀ
ତେଜସ୍ୱିନୀ ତରଙ୍ଗ ଟିଭି ମହାରାଣୀ

ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ - ତେଜସ୍ୱିନୀ (ଧାରାବାହିକ, ତରଙ୍ଗ ଟିଭି) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୭]

ଆଧାର[ସମ୍ପାଦନା]

  1. "୩୦୦ ଦୃଷ୍ଟିହୀନଙ୍କୁ ଧଳା ବାଡ଼ି ଓ ଟୋପି". ସର୍ବସାଧାରଣ. 15 October 2015. Retrieved 24 June 2018.
  2. "Priya Mo Asiba Pheri oriya film Video, Songs, Review, Wallpapers". Oriya Film Database. 10 March 2013. Retrieved 2 September 2018.
  3. "ନିଶା ବିରୋଧୀ ଫିଲ୍ମ 'ୱାନ ୱେ ଟ୍ରାଫିକ୍‌'". ଓଡ଼ିଆ ସ୍ପଟ୍ ନ୍ୟୁଜ୍. 20 September 2014. Retrieved 24 June 2018.
  4. "ରଜକୁ ଆସିବା ନୂଆ ଓଡ଼ିଆ ଫିଲ୍ମ 'ଯେଉଁଠି ଥିଲେ ବି ତୁ ମୋର'". Odisha24.com. 3 February 2018. Retrieved 15 February 2018.
  5. "ଓଲିଉଡରେ ପୁଣି ଏକ ନୂଆ ଯୋଡି". sambad.in. 5 February 2018. Retrieved 15 February 2018.
  6. "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.
  7. ୭.୦ ୭.୧ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 24 June 2018. Retrieved 24 June 2018.

ବାହାର ଆଧାର[ସମ୍ପାଦନା]