ଲକ୍ଷ୍ମୀ ସହଗଲ

ଉଇକିପିଡ଼ିଆ ରୁ
(Lakshmi Sahgal ରୁ ଲେଉଟି ଆସିଛି)
Jump to navigation Jump to search
ଲକ୍ଷ୍ମୀ ସହଗଲ (ସେହଗଲ)
Lakshmi Sahgal.jpg
କ୍ୟାପଟେନ ଲକ୍ଷ୍ମୀ ସହଗଲ
ଜନ୍ମ ଓ ଜନ୍ମସ୍ଥାନ୨୪ ଅକ୍ଟୋବର ୧୯୧୪(1914-10-24)
ମୃତ୍ୟୁ୨୩ ଜୁଲାଇ ୨୦୧୨ (୯୭ ବର୍ଷ)
ମୃତ୍ୟୁର କାରଣହୃଦଘାତ[୧]
ଅଲଗା ନାଆଁକ୍ୟାପଟେନ ଲକ୍ଷ୍ମୀ ସେହଗଲ
ପ୍ରସିଦ୍ଧିକ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ
ଜୀବନସାଥିପି.କେ.ଏନ. ରାଓ ( - 1940)
ପ୍ରେମ କୁମାର ସହଗଲ (1947–1992) (his death)
ସନ୍ତାନଶୁଭାସିନୀ ଅଲ୍ଲୀ,ଅନିସା ପୁରି

ଲକ୍ଷ୍ମୀ ସହଗଲ (୨୪ ଅକ୍ଟୋବର ୧୯୧୪ - ୨୩ ଜୁଲାଇ ୨୦୧୨) ଜଣେ ଭାରତୀୟ ନାରୀ ସ୍ୱାଧୀନତା ସଂଗ୍ରାମୀ । ୧୯୧୪ ମସିହା ଅକ୍ଟୋବର ମାସ ୨୪ ତାରିଖରେ ତତ୍କାଳୀନ ବିଟ୍ରିଶ ଶାସନାଧୀନ ଭାରତର ମାଡ୍ରାସଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ମାତା ଏ.ଭି.ଅମୁକୁଟ୍ଟୀ ଥିଲେ ଜଣେ ସ୍ୱାଧୀନତାସଂଗ୍ରାମୀ ତଥା ସମାଜସେବୀ ଏବଂ ପିତା ଏସ. ସ୍ୱାମୀନାଥନ ଥିଲେ ମାଡ୍ରାସ ହାଇକୋର୍ଟର ଜଣେ ଓକିଲ । ପିଲାଦିନରୁ ଜାତି ପ୍ରଥାକୁ ବିରୋଧ କରି ସର୍ବପ୍ରଥମେ ସାମାଜିକ କୁପ୍ରଥା ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ । ସେ ଡ଼ାକ୍ତରୀ ଛାତ୍ରୀ ଥିଲାବେଳେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଉଦ୍ୱୋଧ ହୋଇ ତାଙ୍କ ମାଆ ଓ ନିଜରଦାମୀ ଗହଣା ଓ ଲୁଗାପଟା ପୋଡ଼ି ଦେଇଥିଲେ, ଯାହାକି ତାଙ୍କ ପ୍ରତି ଏକ ପ୍ରେରଣା ସଦୃଶ ଥିଲା । ଲକ୍ଷ୍ମୀଙ୍କର ଉଦ୍ଦେଶ୍ୟ ଥିଲା ଜଣେ ଡ଼ାକ୍ତର ହୋଇ ଗରୀବ ଓ ନିରାଶ୍ରୟମାନଙ୍କୁ ସେବା କରିବା । ତେଣୁ ୧୯୩୮ ମସିହାରେ ମାଡ୍ରାସ କଲେଜରୁ ସେ ଏମ୍.ବି.ବି.ଏସ୍ ଡ଼ିଗ୍ରୀ ହାସଲ କରିଥିଲେ । ବର୍ଷକ ପରେ ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପରେ ଅଧ୍ୟୟନ କରି ଡ଼ିପ୍ଲୋମା ହାସଲ କରିଥିଲେ ।[୨] ୧୯୪୦ରେ ଅଧିକ ପଢ଼ିବା ପାଇଁ ସିଙ୍ଗାପୁର ଯାଇଥିଲେ । ପରେ ସେଠାରେ ଏକ କ୍ଲିନିକ ପ୍ରତିଷ୍ଠାକରି ଭାରତୀୟ ଶ୍ରମିକଙ୍କ ସେବା କରୁଥିଲେ । ସେଠାରେ ରହି ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣକରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଭୂମିକା[ସମ୍ପାଦନା]

୧୯୪୨ରେ ବ୍ରିଟିଶ ସେନା ସିଙ୍ଗାପୁରକୁ ଜାପାନ ନିକଟରେ ଆତ୍ମସମର୍ପଣ କରାଇବା ପରେ ଯୁଦ୍ଧରେ ଆହତ ବହୁ ସୈନ୍ୟଙ୍କର ସେ ଚିକିତ୍ସା କରିଥିଲେ । [୩]୧୯୪୩ ଜୁଲାଇ ୨ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସିଙ୍ଗାପୁରରେ ପହଞ୍ଚିଥିଲେ । ସେଠାରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ଏକ ମହଳିା ରେଜିମେଣ୍ଟ ଗଠନ କରଥିଲେ । ଲକ୍ଷ୍ମୀ ସହଗଲ ଉକ୍ତ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଏହି ମହିଳା ରେଜିମେଣ୍ଟର ନାମ ରହିଥିଲା ଝାନ୍ସୀ ରାଣୀ ରେଜିମେଣ୍ଟ । ଏସିଆ ମହାଦେଶରେ ଥିଲା ଏହା ପ୍ରଥମ ମହିଳା ରେହିମେଣ୍ଟ । ବ୍ରିଟିଶ ସେନା ବିରୋଧରେ ଏହି ବାହିନୀ ସଂଗ୍ରାମ କରିଥିଲା । ନେତାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲକ୍ଷ୍ମୀ ସେହଗଲ ଏହିରେଜିମେଣ୍ଟରେ ରହି କାମ କରୁଥିଲେ ।[୩] ତାଙ୍କୁ କର୍ଣ୍ଣେଲ ଉପାଧୀ ମିଳିଥିଲା ଏବଂ ସେ ରେଜିମେଣ୍ଟର ଦାୟିତ୍ୱ ନେଇଥିଲେ । ନେତାଜୀ ସୁଭାଷ ବୋଷ ତାଙ୍କ ଧୀଶକ୍ତି, ସାହସିକ ନେତୃତ୍ୱ ଓ କର୍ତ୍ତବ୍ୟନିଷ୍ଠା ଗୁଣକୁ ଦେଖି ତାଙ୍କୁ ଅଗ୍ନିକନ୍ୟା ଭାବରେ ଅଭିହିତ କରିଥିଲେ । ମାତ୍ର ୨୬ ବର୍ଷ ବୟସରେ ସିଙ୍ଗାପୁର ଯାତ୍ରା କଲାପରେ ୧୯୪୪ ମସିହା ଡିସେମ୍ବର ମାସରେ ବର୍ମାକୁ ଯାତ୍ରା କରିଥିଲେ ଓ ୧୯୪୫ରୁ ୧୯୪୬ ପର୍ଯ୍ୟନ୍ତ ବ୍ରିଟିଶ ସେନା ବର୍ମାର ଅନ୍ଧକାରପୂର୍ଣ୍ଣ ଜଙ୍ଗଲରେ ଗୃହବନ୍ଦୀ କରି ରଖିଥିଲେ। ୧୯୪୬ରେ ବର୍ମା ବ୍ରିଟିଶ ସେନା ହାତରେ ସେ ଧରାପଡ଼ିଥିଲେ । ବ୍ରିଟିଶ ଫୌଜତାଙ୍କୁ ଗିରଫ କରି ନେଇଥିଲେ ଏବଂ ତାଙ୍କ ସଂଘର୍ଷ ସେହିଠାରେ ବନ୍ଦ ହୋଇଯାଇଥିଲା । ପରେ ତାଙ୍କୁ ଭାରତ ଅଣାଯାଇଥିଲା ।

ଭାରତ ସ୍ୱାଧୀନତା ପାଇବା ବର୍ଷ ୧୯୪୭ ମାର୍ଚ୍ଚ ମାସରେ ନେତାଜୀଙ୍କର ଅନ୍ୟତମ ବିଶିଷ୍ଟ ସହଯୋଗୀ ଯୋଦ୍ଧା କର୍ଣ୍ଣେଲ ପ୍ରେମକୁମାରଙ୍କ ସହିତ ପାଣି ଗ୍ରହଣ କରିଥିଲେ । ବିବାହ ପରେ ପତି-ପତ୍ନୀ କାନପୁରରେ ରହିଥିଲେ । ତାଙ୍କର ଦୁଇ କନ୍ୟା ମଧ୍ୟରୁ ପ୍ରଥମ ସଭାଶିନୀ ଆଲି ଓ ଅନିଶାପୁରୀ । ତା' ପରେ ଦେଶ ସ୍ୱାଧୀନ ହେଲା କିନ୍ତୁ ସେତିକରେ ସେ ସନ୍ତୁଷ୍ଟ ହୋଇ ରହିଯାଇ ନଥିଲେ । ସେ ସାମାଜକି ପରିବର୍ତ୍ତନ ଚାହୁ ଥିଲେ । କାନପରୁଠାରେ ରହି ଡାକ୍ତରୀ ଚିକିତ୍ସା କଲାବେଳେ ଦରିଦ୍ର, ଅସହାୟ ଲୋକଙ୍କ ଚିକିତ୍ସାରେ ସେ ମଗ୍ନ ଥିଲେ । ଦେଶ ବିଭାଜନ ପରେ ପାକିସ୍ତାନରୁ ଆସୁଥିବା ଶରଣାର୍ଥୀଙ୍କ ମଧ୍ୟରୁ ବେଶ କିଛି ଲୋକ କାନପୁରକୁ ମଧ୍ୟ ଆସିଥିଲେ । ସେ ସେମାନଙ୍କ ଦାୟିତ୍ୱ ବୁଝିବାସହିତ ସ୍ଥାନୀୟ ହିନ୍ଦୁମୁସଲମାନଙ୍କ ମଧ୍ୟରେ ସଦ୍ଭାବ ରକ୍ଷା କରିବା ପାଇଁ ପ୍ରଯତ୍ନ କରିଥିଲେ । ତାଙ୍କ ଜୀବନରେ ମାର୍କିନ ଲେଖକ ଏଡ଼ଗାର ସ୍ନୋଙ୍କ ଲିଖିତ ପୁସ୍ତକ ରେଡ଼ଷ୍ଟାର ଓଭର ଚାଇନା ତାଙ୍କୁ କମ୍ୟୁନିଷ୍ଟ ଆଦର୍ଶ ଆଡ଼କୁ ଆକୃଷ୍ଟ କରିଥିଲା ।୧୯୭୧ରେ ସେ ସିପିଆଇ (ଏମ୍)ରେ ଯୋଗ ଦେଇ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ବାଂଲାଦେଶ ଯଦ୍ଧୁ ବେଳେ ସେ କଲିକତାଠାରେ ଏକ ରିଲିଫ ଓ ମେଡ଼ିକାଲ କ୍ୟାମ୍ପ ପ୍ରତିଷ୍ଠା କରିଥିଲେ । ବାଂଲାଦେଶ ଯୁଦ୍ଧ ଭୟରେ ଭାରତକୁ ପଳାଇ ଆସୁଥିବା ବ୍ୟକ୍ତିଙ୍କ ସହାୟତା ଦିଗରେ ଏହି ଶିବିର କାମ କରୁଥିଲା । ଏହା ପରେ ସେ ସିପିଏମରେ ସଦସ୍ୟ ହୋଇ ରାଜନୈତିକ କାର୍ଯ୍ୟକ୍ରମରେ ସଂପୃକ୍ତ ହୋଇଥିଲେ । ମହିଳାମାନଙ୍କ ଅଧୀକାର ପାଇଁ ସେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସଂଗଠନ ସ୍ଥାପନରେ ବିଶେଷ ଭୂମିକା ଗ୍ରହଣକରିଥିଲେ । ସାଂପ୍ରଦାୟିକ ସଦ୍ଭାବ ନଷ୍ଟ କରିବା ପାଇଁ ଉଦ୍ୟମ ତାଙ୍କୁ ବହୁତ ବିଚଳିତ କରିଥିଲା । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଶିଖ ବିରୋଧୀ ଦଙ୍ଗା ବ୍ୟାପିଥିବା ବେଳେ ତାଙ୍କର ସାହସିକ ପଦକ୍ଷେପ ଯୋଗୁଁ କାନପୁରରେ ଜଣେ ମଧ୍ୟ ଶିଖମାନଙ୍କ ଉପରେ ଆକ୍ରମଣ ହୋଇନଥିଲା । ଭୋପାଳ ଗ୍ୟାସ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କାର୍ଯ୍ୟରେ ସେ ସାମିଲ ହୋଇଥିଲେ ।

ଶେଷ ଜୀବନ[ସମ୍ପାଦନା]

ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବାଲ୍ୟ ବିବାହ ଉଚ୍ଛେଦ, ଯୌତୁକ ବ୍ୟାଧି ବିପକ୍ଷ ଓ ଦଳିତଙ୍କୁ ମନ୍ଦିର ପ୍ରବେଶ ପାଇଁ ସେ ନିଜ ସଂଗ୍ରାମ ଜାରି ରଖିଥିଲେ । ଦେଶର ସକରାତ୍ମକ ପରିବର୍ତ୍ତନ ପାଇଁ ସେ ମହିଳା, ଶ୍ରମିକ, ଖଟିଖିଆ ଦିନ ମଜୁରିଆ ତଥା ଗରିବ ଚାଷୀଙ୍କ ପାଇଁ ସବୁବେଳେ ସ୍ୱର ଉତ୍ତୋଳନକରିଥିଲେ । ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ସେ ପ୍ରତିଷ୍ଠାତା ସଦସ୍ୟା ଥିଲେ । ୨୦୦୨ ମସିହାରେ ସେ ବାମଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ । ମାତ୍ର ନିର୍ବାଚନରେ ଏ ପି ଜେ ଅବଦୁଲ କାଲାମଙ୍କଠାରୁ ପରାଜିତ ହେଲେ।[୪] ଲକ୍ଷ୍ମୀ ସେହଗଲଙ୍କ ପେଶା ଡ଼ାକ୍ତରୀବିଦ୍ୟା ଥିଲେ ମଧ୍ୟ ପିଲାଦିନୁ ଦେଶ ପାଇଁ କାର୍ଯ୍ୟ କରିବା ତାଙ୍କ ମନରେ ଜାଗ୍ରତ ହୋଇଥିଲା । ଆଜାଦ ହିନ୍ଦ ଫୌଜର ଝାନସୀ ରାଣୀ ରେଜିମେଣ୍ଟର ନେତୃତ୍ୱ ନେଇଥିବା କାରଣରୁ ତାଙ୍କୁ ବିପ୍ଳବନି ବହ୍ନୀକନ୍ୟା ଭାବେ ଏ ଦେଶରେ ସେ ପରିଚିତ । ଲକ୍ଷ୍ମୀ ସେହଗଲଙ୍କ ୨୩ ଜୁଲାଇ ୨୦୧୨ ତାରିଖ ସୋମବାର ଦିନ ପୂର୍ବାହ୍ନ ୧୧ ଟା ୨୦ ମିନିଟ ସମୟରେ ହୃଦଘାତରେ ୯୭ ବର୍ଷ ବୟସରେ ପରଲୋକ ଗମନ ହୋଇଥିଲା ।[୫][୬]

ସମ୍ମାନ[ସମ୍ପାଦନା]

୧୯୯୮ ମସିହାରେ ଭାରତର ରାଷ୍ଟ୍ରପତି କେ. ଆର. ନାରାୟଣନଙ୍କଦ୍ୱାରା ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. PTI (2012-07-23). "Exemplary life: Capt Lakshmi Sehgal met patients till the end". The Hindu. Retrieved 2014-03-31.
  2. "Capt Lakshmi Sehgal, chief of INA women's regiment, passes away at 97". The Telegraph. Calcutta, India. 23 July 2012. Retrieved 23 July 2012.
  3. ୩.୦ ୩.୧ Menon, Parvathi (23 July 2012). "Captain Lakshmi Sahgal (1914 - 2012) - A life of struggle". The Hindu. Chennai, India. Retrieved 23 July 2012.
  4. "Freedom fighter Captain Lakshmi Sehgal dead". Deccan Chronicle. 23 July 2012. Retrieved 23 July 2012.
  5. "End of an era: Captain Lakshmi Sehgal passes away".
  6. "Captain Lakshmi Sahgal passes away". The Times Of India. 23 July 2012.

ବାହାର ତଥ୍ୟ[ସମ୍ପାଦନା]