Jump to content

ଗୁରୁବଚନ ସିଂହ ସଲାରିଆ

ଉଇକିପିଡ଼ିଆ‌ରୁ
(Gurbachan Singh Salariaରୁ ଲେଉଟି ଆସିଛି)

ଗୁରୁବଚନ ସିଂହ ସଲାରିଆ

ଜନ୍ମ(1935-11-29)୨୯ ନଭେମ୍ବର ୧୯୩୫
ଶାକରଗଡ, ପଞ୍ଜାବ, ବ୍ରିଟିଶ ଭାରତ
ମୃତ୍ୟୁ୫ ଡିସେମ୍ବର ୧୯୬୧(1961-12-05) (ବୟସ ୨୬)
କାଟଙ୍ଗା ପ୍ରଦେଶ
ନିଯୁକ୍ତିଦାତା ଭାରତ
ସେବା/ବିଭାଗ ଭାରତୀୟ ସେନା
କାର୍ଯ୍ୟକାଳ୧୯୫୭–୧୯୬୧
ପଦବୀ କ୍ୟାପଟେନ
ସେବା ସଂଖ୍ୟାIC-8497[]
ସେନା ବିଭାଗ୩/୧ ଗୋର୍ଖା ରାଇଫଲ୍ସ
ସଂଘର୍ଷ/ଯୁଦ୍ଧକଙ୍ଗୋ ସଙ୍କଟ
ପୁରସ୍କାର ପରମ ବୀର ଚକ୍ର

କ୍ୟାପଟେନ୍ ଗୁରୁବଚନ ସିଂହ ସଲାରିଆ ପିଭିସି (୨୯ ନଭେମ୍ବର ୧୯୩୫ - ୫ ଡିସେମ୍ବର ୧୯୬୧) ଜଣେ ଭାରତୀୟ ସେନା ଅଧିକାରୀ ତଥା ମିଳିତ ଜାତିସଂଘର ଶାନ୍ତି ରକ୍ଷା ମିଶନର ସଦସ୍ୟ ଥିଲେ । ସେ ହେଉଛନ୍ତି ଏକମାତ୍ର ଜାତିସଂଘର ଶାନ୍ତି ରକ୍ଷାକାରୀ ଯିଏ ପରମ ବୀର ଚକ୍ର ଗ୍ରହଣ କରିଛନ୍ତି ।[] ସେ କିଙ୍ଗ ଜର୍ଜଙ୍କ ରୟାଲ ମିଲିଟାରୀ କଲେଜ ଏବଂ ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୂର୍ବତନ ଛାତ୍ର ଥିଲେ । ୧୯୬୨ ମସିହାରେ ସେ ଏହି ସମ୍ମାନ ଗ୍ରହଣ କରିଥିଲେ ।[]

ଡିସେମ୍ବର ୧୯୬୧ ମସିହାରେ କଙ୍ଗୋରେ ମିଳିତ ଜାତିସଂଘ ଅପରେସନର ଏକ ଅଂଶ ଭାବରେ କଙ୍ଗୋ ରିପବ୍ଲିକରେ ନିୟୋଜିତ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ସଲାରିଆ ମଧ୍ୟ ଜଡ଼ିତ ଥିଲେ । ୫ ଡିସେମ୍ବରରେ ସଲାରିଆଙ୍କୁ କାଟଙ୍ଗାର ୧୫୦ ସଶସ୍ତ୍ର ବିଚ୍ଛିନ୍ନତାବାଦୀଙ୍କଦ୍ୱାରା ଏଲିଜାବେବିଲେ ବିମାନ ବନ୍ଦରକୁ ଯିବାପାଇଁ ହେଉଥିବା ଅବରୋଧକୁ ହଟାଇବାର ଦାୟିତ୍ୱ ଦିଆଯାଇଥିଲା । ତାଙ୍କର ରକେଟ ଲଞ୍ଚର ଦଳ କାଟଙ୍ଗା ବାହୁବଳୀ କାର ଉପରେ ଆକ୍ରମଣ କରି ଧ୍ୱଂସ କରିଦେଇଥିଲେ । ଏହି ଅପ୍ରତ୍ୟାଶିତ ପଦକ୍ଷେପ ସଶସ୍ତ୍ର ବିଚ୍ଛିନ୍ନତାବାଦୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା ଏବଂ ସଲାରିଆ ଅନୁଭବ କଲେ ଯେ ସେମାନେ ପୁନଃ ସଂଗଠିତ ହେବା ପୂର୍ବରୁ ସେମାନଙ୍କ ଉପରେ ଆକ୍ରମଣ କରିବା ଭଲ ହେବ । ଯଦିଓ ତାଙ୍କ ସୈନ୍ୟବାହିନୀର ଅବସ୍ଥା ଭଲ ନଥିଲା, ତଥାପି ସେ ବିଚ୍ଛିନ୍ନତାବାଦୀଙ୍କ ଉପରେ ଆକ୍ରମଣ କରି ୪୦ ଜଣଙ୍କୁ ହତ୍ୟା କରିଥିଲେ । ଆକ୍ରମଣ ସମୟରେ ସଲାରିଆଙ୍କ ବେକରେ ଦୁଇଥର ଗୁଳି ବାଜିବା ପରେ ସେ ଆହତ ହୋଇଯାଇଥିଲେ। ଅବଶିଷ୍ଟ ବିଚ୍ଛିନ୍ନତାବାଦୀମାନେ ସେମାନଙ୍କର ଆହତ ତଥା ମୃତ ସାଥୀମାନଙ୍କୁ ଛାଡି ପଳାଇ ଯାଇଥିଲେ । ଯୁଦ୍ଧ ସମୟରେ ତାଙ୍କର ସାହସିକତା ଏବଂ କର୍ତ୍ତବ୍ୟ ପ୍ରତି ଭକ୍ତିଭାବ ପାଇଁ, ସଲାରିଆଙ୍କୁ ୧୯୬୨ ମସିହାରେ ଭାରତ ସରକାରଙ୍କଦ୍ୱାରା ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଗୁରୁବଚନ ସିଂହ ସଲାରିଆ ୨୯ ନଭେମ୍ବର ୧୯୩୫ ମସିହାରେ ପଞ୍ଜାବର ଶକଗରଗଢ଼ ନିକଟସ୍ଥ ଜନବାଲରେ ଜନ୍ମଗ୍ରହଣ କରିଥିଲେ । ସେ ମୁଂଶୀ ରାମ ଏବଂ ଧନ ଦେବୀଙ୍କ ପାଞ୍ଚ ସନ୍ତାନଙ୍କ ମଧ୍ୟରୁ ଦ୍ୱିତୀୟ ଥିଲେ ।[] ସେ ଏକ ହିନ୍ଦୁ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ[] ଏବଂ ସେ ସାଇନି ଜାତିର ସଦସ୍ୟ ଥିଲେ ।[] ତାଙ୍କ ପିତା ବ୍ରିଟିଶ ଭାରତ ସେନାଦଳରେ ନିଯୁକ୍ତ ଥିଲେ ।[] ତାଙ୍କ ପିତା ଏବଂ ତାଙ୍କ ସେନାଦଳମାନଙ୍କ କାହାଣୀ ଶୁଣି ସଲାରିଆଙ୍କୁ ଖୁବ କମ ବୟସରେ ସେନାରେ ଯୋଗଦେବାକୁ ପ୍ରେରଣା ମିଳିଥିଲା ।[]

ଭାରତର ବିଭାଜନ ହେତୁ ସଲାରିଆଙ୍କ ପରିବାର ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଜଙ୍ଗଲ ଗ୍ରାମରେ ବସବାସ କଲେ । ସଲାରିଆ ସ୍ଥାନୀୟ ଗ୍ରାମ ବିଦ୍ୟାଳୟରେ ପଢ଼ିଥିଲେ[] । ସେ ତାଙ୍କ ଅଧ୍ୟୟନ ପ୍ରତି ଅଧିକ ଧ୍ୟାନ ଦେଇନଥିଲେ, ତାଙ୍କର ଅଧିକାଂଶ ସମୟ କବାଡି ଖେଳିବାରେ ବିତାଇଥିଲେ । ପରେ ୧୯୪୬ ମସିହାରେ ବାଙ୍ଗାଲୋରର କିଙ୍ଗ ଜର୍ଜଙ୍କ ରୟାଲ ମିଲିଟାରୀ କଲେଜ (KGRMC)ରେ ଭର୍ତ୍ତି ହୋଇଥିଲେ । ଅଗଷ୍ଟ ୧୯୪୭ ମସିହାରେ ତାଙ୍କୁ ଜଳନ୍ଧରର KGRMCକୁ ସ୍ଥାନାନ୍ତର କରାଯାଇଥିଲା । KGRMC ଛାଡିବା ପରେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA)ର ମିଳିତ ସେବା ୱିଙ୍ଗରେ ଯୋଗ ଦେଇଥିଲେ । ୧୯୫୬ ମସିହାରେ NDAରୁ ସ୍ନାତକ ହାସଲ କରି ସେ ୯ ଜୁନ ୧୯୫୭ ମସିହାରେ ଭାରତୀୟ ମିଲିଟାରୀ ଏକାଡେମୀରେ ଅଧ୍ୟୟନ ସମାପ୍ତ କରିଥିଲେ ।[][] ସଲାରିଆଙ୍କୁ ପ୍ରଥମେ ୨ୟ ଗୋର୍ଖା ରାଇଫଲ୍ସର ୨ୟ ବାହିନୀରେ ନିଯୁକ୍ତ କରାଯାଇଥିଲା, କିନ୍ତୁ ପରେ ମାର୍ଚ୍ଚ ୧୯୬୦ ମସିହାରେ ପ୍ରଥମ ଗୋର୍ଖା ରାଇଫଲ୍ସର ତୃତୀୟ ବାହିନୀକୁ ସ୍ଥାନାନ୍ତର କରାଯାଇଥିଲା ।[]

କଙ୍ଗୋ ସଙ୍କଟ

[ସମ୍ପାଦନା]

୧୯୬୦ ମସିହାରେ କଙ୍ଗୋ ଗଣରାଜ୍ୟ ବେଲଜିୟମରୁ ସ୍ୱାଧୀନ ହୋଇଥିଲା କିନ୍ତୁ ଜୁଲାଇ ମାସର ପ୍ରଥମ ସପ୍ତାହରେ କଙ୍ଗୋ ସୈନ୍ୟବାହିନୀରେ ବିଦ୍ରୋହ ହୋଇଥିଲା ଏବଂ କଳା ଓ ଗୋରା ସାଧାରଣ ନାଗରିକଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ଦେଶର ଦୁଇ ଭାଗ କାଟଙ୍ଗା ଏବଂ ଦକ୍ଷିଣ କାସାଇକୁ ପଳାଇବା ପାଇଁ ବେଲଜିୟମ ସୈନ୍ୟ ପଠାଇଥିଲା ଯାହା ପରେ ବେଲଜିୟମର ସହଯୋଗରେ ଅଲଗା ହୋଇଗଲା । କଙ୍ଗୋ ସରକାର ମିଳିତ ଜାତିସଂଘକୁ ସାହାଯ୍ୟ ମାଗିଥିଲେ ଏବଂ ୧୪ ଜୁଲାଇ ୧୯୬୦ ମସିହାରେ କଙ୍ଗୋରେ ମିଳିତ ଜାତିସଂଘ ଅପରେସନ କରି ଏକ ବହୁରାଷ୍ଟ୍ରୀୟ ଶାନ୍ତି ରକ୍ଷାକାରୀ ଶକ୍ତି ଏବଂ ସହାୟତା ମିଶନ ରୂପେ ଏହାର ଜବାବ ଦେଇଥିଲା। ମାର୍ଚ୍ଚ-ଜୁନ ୧୯୬୧ ମଧ୍ୟରେ ବ୍ରିଗେଡିୟର୍ କେ.ଏ.ଏସ ରାଜାଙ୍କ ଅଧୀନରେ ପ୍ରାୟ ୩୦୦୦ ସୈନିକଙ୍କ ୯୯ତମ ଶିଶୁ ବ୍ରିଗେଡଦ୍ୱାରା ଜାତିସଂଘ ବାହିନୀରେ ଭାରତ ସହଯୋଗ କରିଥିଲା ।[୧୦]

ସମ୍ମାନ

[ସମ୍ପାଦନା]

ଯୁଦ୍ଧ ସମୟରେ ତାଙ୍କର ସାହସିକତା ଏବଂ କର୍ତ୍ତବ୍ୟ ପ୍ରତି ଭକ୍ତିଭାବ ପାଇଁ, ସଲାରିଆଙ୍କୁ ୧୯୬୨ ମସିହାରେ ଭାରତ ସରକାରଙ୍କଦ୍ୱାରା ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା ।[୧୧]

  1. Chakravorty 1995, p. 69.
  2. "अफ्रीकी देश में शांति के लिए शहीद हो गए थे गुरबचन सिंह". aajtak.intoday.in (in ହିନ୍ଦୀ). २९ अक्टूबर २०१७. Archived from the original on 5 अप्रैल 2018. Retrieved ४ अप्रैल २०१८. {{cite web}}: Check date values in: |accessdate=, |date=, and |archive-date= (help)
  3. "संग्रहीत प्रति". Archived from the original on 1 अप्रैल 2018. Retrieved 1 अप्रैल 2018. {{cite web}}: Check date values in: |access-date= and |archive-date= (help)
  4. Rawat 2014, p. 70.
  5. "अफ्रीकी देश में शांति के लिए शहीद हो गए थे गुरबचन सिंह". आज तक (in ହିନ୍ଦୀ). 2017-10-29. Retrieved 2022-08-16.
  6. Mehta, Raj (15 April 2018). "When the will became a weapon". The Tribune. Retrieved 13 September 2020.
  7. ୭.୦ ୭.୧ ୭.୨ Cardozo 2003, p. 187.
  8. ୮.୦ ୮.୧ Cardozo 2003, p. 188.
  9. "Param Vir Chakra Winners Since 1950". The Times of India. Bennett, Coleman & Co. Ltd. 25 ଜାନୁଆରୀ 2008. Archived from the original on 15 ନଭେମ୍ବର 2017. Retrieved 9 ନଭେମ୍ବର 2017.
  10. Cardozo 2003, p. 182.
  11. Cardozo 2003, p. 185.