ଯୋଗେନ୍ଦ୍ର ସିଂହ ଯାଦବ

ଉଇକିପିଡ଼ିଆ‌ରୁ

ଯୋଗେନ୍ଦ୍ର ସିଂହ ଯାଦବ

ସୁବେଦାର ଯାଦବ, ନିଜ ପରମବୀର ଚକ୍ର ମେଡା଼ଲ ପିନ୍ଧି(ବାମ ପଟକୁ).
ଜନ୍ମ (1980-05-10) ୧୦ ମଇ ୧୯୮୦ (ବୟସ ୪୩)[୧]
ବୁଲନ୍ଦ ସହର, ଉତ୍ତର ପ୍ରଦେଶ. ଭାରତ
ନିଯୁକ୍ତିଦାତା India
ସେବା/ବିଭାଗ Indian Army
କାର୍ଯ୍ୟକାଳ୧୯୯୬-୨୦୨୧
ପଦବୀ ସୁବେଦାର ମେଜର
କ୍ୟାପଟେନ
ସେନା ବିଭାଗ 18th Grenadiers
ସଂଘର୍ଷ/ଯୁଦ୍ଧକାରଗିଲ ଯୁଦ୍ଧ
ପୁରସ୍କାର ପରମ ବୀର ଚକ୍ର
ଯଶ ଭାରତୀ
ଶିକ୍ଷାନୁଷ୍ଠାନସରକାରୀ ଉଚ୍ଚ ବିଦ୍ୟାଳୟ, ଔରଙ୍ଗାବାଦ ଅହିର, ବୁଲନ୍ଦସହର

ସୁବେଦାର ମେଜର,[୨] ଏବଂ କ୍ୟାପଟେନ ଯୋଗେନ୍ଦ୍ର ସିଂହ ଯାଦବ ଜଣେ ପରମ ବୀର ଚକ୍ର ସମ୍ମାନପ୍ରାପ୍ତ ସେବାନିବୃତ ଭାରତୀୟ ସ୍ଥଳସେନା ଅଧିକାରୀ । କାରଗିଲ ଯୁଦ୍ଧରେ ତାଙ୍କ ସାହସିକତାପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହି ପୁରସ୍କାର ପାଇବାରେ ସେ ସର୍ବକନିଷ୍ଟ ସେନା ଅଧିକାରୀ । ମାତ୍ର ୧୯ ବର୍ଷ ବୟସରେ ସେ ଏହି ସମ୍ମାନ ଲାଭ କରିଥିଲେ ।[୩][୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୁବେଦାର ଯାଦବ ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲା ଅନ୍ତର୍ଗତ ଔରଙ୍ଗାବାଦ ଅହିରଠାରେ ୧୯୮୦ ମସିହା ମେ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩][୫] ତାଙ୍କ ପିତା କରନ ସିଂହ ଯାଦବ ମଧ୍ୟ ଭାରତୀୟ ସେନାବାହିନୀରେ କାର୍ଯ୍ୟ କରିଥିଲେ । ସେ କୁମାୟୁନ ରେଜିମେଣ୍ଟରେ ଥାଇ ୧୯୬୫ ଓ ୧୯୭୧ ମସିହାର ଭାରତ-ପାକିସ୍ଥାନ ଯୁଦ୍ଧ ଲଢ଼ିଥିଲେ ।[୩] ଯୋଗେଦ୍ର ୧୬ ବର୍ଷ ଓ ୫ ମାସ ବୟସରେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ ।[୬]

ଯୋଗେନ୍ଦ୍ର ଯାଦବ ୨୦୧୮ ମସିହାରେ କାରଗିଲ ବିଜୟ ଦିବସ ପାଳନ ଅବସରରେ ଇଣ୍ଡିଆ ଗେଟ ପାଖରେ

ଭାରତୀୟ ସେନାବାହିନୀରେ ଅବଦାନ[ସମ୍ପାଦନା]

କାରଗିଲ ଯୁଦ୍ଧ[ସମ୍ପାଦନା]

୧୯୯୯ ମସିହା ଜୁଲାଇ ମାସ ୪ ତାରିଖ ଭୋର ସମୟରେ ଯୋଗେନ୍ଦ୍ର ଓ ୧୮ ଜଣ ଗ୍ରେନେଡି଼ୟରଙ୍କୁ ନେଇ ଗଠିତ ଘାତକ ଫୋର୍ସକୁ ଟାଇଗର ହିଲରେ ତିନିଟି ମୁଖ୍ୟ ବଙ୍କରକୁ ନିଜ ଅଧିକାରକୁ ନେବାପାଇଁ ଆଦେଶ ଦିଆଯାଇଥିଲା । ବଙ୍କର ଗୁଡ଼ିକ ବରଫାଚ୍ଛନ୍ନ ତିଖ ପର୍ବତର ଉପରେ ଥିଲା । ଯାଦବ ପର୍ବତ ତିଖକୁ ଚଢ଼ି ସେଠାରୁ ତଳକୁ ଦଉଡ଼ି ପକେଇବା ପାଇଁ ଅଣ୍ଟା ଭିଡ଼ିଥିଲେ । ଅଧା ବାଟ ଚଢ଼ିଥିବା ସମୟରେ ଶତ୍ରୁପକ୍ଷରୁ ମେସିନ ଗନ ଓ ରକେଟଦ୍ୱାରା ତାଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା । ଏହି ଗୁଳିବର୍ଷଣଦ୍ୱାରା ଘାତକ ଭାରତ ପକ୍ଷର ପ୍ଲାଟୁନ କମାଣ୍ଡର ଓ ଅନ୍ୟ ଦୁଇଜଣ ନିହତ ହୋଇଥିଲେ । ଯାଦବଙ୍କ କାନ୍ଧ ଓ ଜଂଘରେ ମଧ୍ୟ ଗୁଳି ମାଡ଼ ହୋଇଥିଲା । ଏହା ସତ୍ତ୍ୱେ ଯାଦବ ବାକିଥିବା ୬୦ଫୁଟ ଉଚ୍ଚତା ଚଢ଼ିଥିଲେ । ଗୁରୁତ୍ୱର ଆହାତ ହେବା ସତ୍ତ୍ୱେ ସେ ଘୁଷୁରି ଘୁଷୁରି ଯାଇ ପ୍ରଥମ ବଙ୍କର ଉପରେ ଗ୍ରେନେଡ଼ ମାଡ଼ କରି ପାକିସ୍ଥାନର ୪ ଜଣ ସିପାହିଙ୍କୁ ମାରିଥିଲେ । ଏହାଦ୍ୱାରା ପାକିସ୍ଥାନ ପକ୍ଷରୁ ଚାଲିଥିବା ଗୁଳିବର୍ଷଣ ମଧ୍ୟ ବନ୍ଦ ହୋଇଥିଲା । ଗୁଳିବର୍ଷଣ ବନ୍ଦହେବାରୁ ଭାରତର ଅନ୍ୟମାନଙ୍କୁ ପାହାଡ଼ ଚଢ଼ି ଉପରକୁ ଯିବାକୁ ସୁଯୋଗ ମିଳିଗଲା ।[୭] ଏହାପରେ ଭାରତୀୟ ସୌନ୍ୟମାନଙ୍କର ପାକିସ୍ଥାନ ସୈନ୍ୟମାନଙ୍କ ସହ ହାତାହାତି ଯୁଦ୍ଧ ହୋଇଥିଲା ଓ ସେମାନେ ବାକି ୪ ଜଣ ପାକିସ୍ଥାନୀ ସୈନଙ୍କୁ ମାରିପକେଇଥିଲେ । ଏହାପରେ ଭାରତୀୟ ସେନା ଟାଇଗର ହିଲରେ ବିଜୟ ହାସଲ କରିଥିଲେ । ଯୋଗେନ୍ଦ୍ରଙ୍କ ଦେହରେ ୧୨ଟି ଗୁଳି ବାଜିବା ସତ୍ତ୍ୱେ ସେ ସାହସର ସହିତ ଲଢ଼ି ଟାଇଗର ହିଲ ଜିତିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । [୮]

ମରଣୋପରାନ୍ତ ଭାବରେ ଯୋଗେନ୍ଦ୍ର ଯାଦବଙ୍କ ନାମ ପରମବୀର ଚକ୍ର ସମ୍ମାନ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ, ଯୋଗେନ୍ଦ୍ର ବଞ୍ଚିଛନ୍ତି ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସମନାମରେ ଅନ୍ୟଜଣେ ଯୁଦ୍ଧରେ ସହିଦ ହୋଇଥିଲେ ।[୯]

ଯୁଦ୍ଧ ପରର ଜୀବନ[ସମ୍ପାଦନା]

ଯୋଗେନ୍ଦ୍ର ଲେଫ୍ଟନାଣ୍ଟ ରାଜୀବ ସିରୋହୀଙ୍କଠାରୁ ୨୦୨୧ ମସିହାରେ ସମ୍ମାନଜନକ କ୍ୟାପଟେନ ପଦ ଗ୍ରହଣ କରୁଥିବା ସମୟରେ

୨୦୨୧ ମସିହା ସ୍ୱାଧିନତା ଦିବସରେ ଯୋଗେନ୍ଦ୍ର ଯାଦବଙ୍କୁ ସମ୍ମାନଜନକ କ୍ୟାପଟେନ ପଦବୀ ପ୍ରଦାନ କରାଯିବା ପାଇଁ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଘୋଷଣା କରାଯାଇଥିଲା । ଲେଫ୍ଟନାଣ୍ଟ ରାଜୀବ ସିରୋହୀଙ୍କଠାରୁ ସେ ଏହି ପଦବୀ ଲାଭ କରିଥିଲେ । ସମ୍ମାନଜନକ କ୍ୟାପଟେନ ପଦବୀରୁ ଯୋଗେନ୍ଦ୍ର ୨୦୨୧ ମସିହା ଡିସେମ୍ବର ୩୧ତାରିଖରେ ଅବସର ଗ୍ରହଣ କରିଥିଲେ ।[୧୦]

ଯୋଗେନ୍ଦ୍ର ଭାରତୀୟ ସେନାରୁ ଅବସର ଗ୍ରହଣ କରିବା ପରେ ଉଡ଼ଚଲୋ ନାମକ ଏକ ସଂସ୍ଥାରେ ପରାମର୍ଶଦାତା ଭାବରେ ଯୋଗ ଦେଇଥିଲେ । [୧୧]

ସମ୍ମାନ[ସମ୍ପାଦନା]

  • ଯଶ ଭାରତୀ (ଉତ୍ତର ପ୍ରଦେଶ ସରକାର ପ୍ରଦତ୍ତ) - ୨୦୧୫[୧୨]
  • ଯୋଗେନ୍ଦ୍ରଙ୍କ କାରଗିଲ ଯୁଦ୍ଧର କାହାଣୀ ଉପରେ ହିନ୍ଦୀ ଚଳଚ୍ଚିତ୍ର ଲକ୍ଷ(୨୦୦୪)[୧୩]ଏଲଓସି କାରଗିଲ ପର୍ଯ୍ୟବେସିତ ଥିଲା ।
  • ୨୦୨୦ ମସିହାରେ ସେ କୌନ ବନେଗା କରୋଡ଼ପତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ଜିତିଥିବା ସମସ୍ତ ରାଶି ଆର୍ମୀ ୱେଲଫେୟାର ଫଣ୍ଡକୁ ଦାନ କରିଥିଲେ ।
ଯୋଗେନ୍ଦ୍ର ଯାଦବଙ୍କ ପ୍ରତିମୂର୍ତ୍ତୀ ନୂଆଦିଲ୍ଲୀର ପରମ ଯୋଦ୍ଧା ସ୍ଥଳରେ ସ୍ଥାନିତ


ଆଧାର[ସମ୍ପାଦନା]

  1. "Grenadier Yogendra Singh Yadav, PVC". twdi.in. Archived from the original on 27 March 2019. Retrieved 29 August 2014.
  2. "Yogendra Singh Yadav is shown to be a Subedar Major". YouTube. 2017. Archived from the original on 2023-09-15. Retrieved 2023-09-15.
  3. ୩.୦ ୩.୧ ୩.୨ Major General Ian Cardozo (2003). Param Vir: Our Heroes in Battle. Roli Books Private Limited. pp. The Last Ghatak. ISBN 9789351940296.
  4. "YOGENDER SINGH YADAV | Gallantry Awards". gallantryawards.gov.in. Archived from the original on 16 December 2017. Retrieved 15 December 2017.
  5. S. D. S. Yadava (1 January 2006). Followers of Krishna: Yadavas of India (Google eBook). Lancer Publishers. p. 47. ISBN 9788170622161.
  6. Cardozo, Major General Ian (2003). Param Vir: Our Heroes in Battle. Roli Books Private Limited. p. The Last Ghatak. ISBN 9789351940296.
  7. "Profile on Yadav on the Indian Army website". Archived from the original on 13 August 2006. Retrieved 18 August 2006.
  8. Rachana Bhatt (2006). The Brave: Param Vir Chakra Stories. Penguin Books. pp. YSY. ISBN 9789351188056. {{cite book}}: |work= ignored (help)
  9. "Army orders inquiry into PVC blunder". Rediff.com. 17 August 1999. Archived from the original on 3 December 2013. Retrieved 30 November 2013.
  10. Mishra, Utkarsh. "Param Vir Chakra awardee Kargil hero Yogendra Singh Yadav retires". Rediff (in ଇଂରାଜୀ). Retrieved 2022-01-04.
  11. "Param Vir Chakra awardee joins udChalo advisory board". The Hindu. 18 January 2022.
  12. "यश भारती सम्मान से 56 हस्तियां अलंकृत 12063610" (in ହିନ୍ଦୀ). jagran.com.
  13. "10 Army Heroes and Their Extra Ordinary Tales of Bravery". TBI Team. thebetterindia.com. The Better India. 15 January 2016. Archived from the original on 27 September 2016. Retrieved 9 March 2016.

ବାହାର ଆଧାର[ସମ୍ପାଦନା]