କବାଡି

ଉଇକିପିଡ଼ିଆ‌ରୁ
କବାଡି ଖେଳ

କବାଡି ଭାରତର ବିଭିନ୍ନ ଅଞ୍ଚଳରେ ଖେଳା ଯାଉଥିବା ଏକ ଲୋକପ୍ରିୟ ଖେଳ । ଏହା ସର୍ବପ୍ରଥମେ ଭାରତରୁ ଆରମ୍ଭ ହୋଇଥିବାର ନଜିର ରହିଛି । ଭାରତରେ ବିଭିନ୍ନ ପର୍ବ ପାଳନ ଅବସରରେ ତଥା ଅନ୍ୟ ସମୟରେ ଆମୋଦ ପାଇଁ ମଧ୍ୟ ଖେଳା ଯାଇଥାଏ । ଭାରତ ଛଡା ବିଭିନ୍ନ ସ୍ଥାନରେ ଏହି ଖେଳକୁ ଭିନ୍ନ ଭିନ୍ନ ଆଞ୍ଚଳିକ ନାମରେ ଲୋକମାନେ ଜାଣନ୍ତି । ବଙ୍ଗଳାଦେଶରେ ଏହି ଖେଳକୁ ହୁହୁଡୁ , ମାଳଦ୍ୱୀପରେ ଏହାକୁ ବାନାଟି , ଆନ୍ଧ୍ରପ୍ରଦେଶରେ ଏହାକୁ ଚୀଡୁଗୁଡୁ , ତାମିଲନାଡୁରେ ସାଡୁଗୁଡୁ ଆଦି ନାମରେ ଜଣାଯାଇଥାଏ । [୧][୨] ଏହି ଖେଳଟି ବଙ୍ଗଳାଦେଶରେ ଜାତୀୟ ଖେଳ ଭାବରେ ଆଦୃତ ହୋଇଛି । ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏବେ ଭାରତରେ ଜାତୀୟ ସ୍ତରରେ ପ୍ରୋ କବାଡି ଲିଗ(Pro Kabaddi League) ଆୟୋଜନ କରାଯାଉଛି । [୩] ଯଦିଓ ଏହାର ନାମର ଉତ୍ପତ୍ତିକୁ ନେଇ ସେପରି କିଛି ନିର୍ଦ୍ଧିଷ୍ଟ ପ୍ରମାଣ ଆଜିଯାଏଁ ମିଳି ପାରିନାହିଁ , ତଥାପି ଉତ୍ତର ଭାରତରୁ ଏହାର ଉତ୍ପତ୍ତି ବିଷୟରେ ସୂଚନା ମିଳେ ।[୪] ତାମିଲ ଶବ୍ଦ "କାଭିଡି"(ତାମିଲ ଅର୍ଥ ଅଧା ନଇଁ କରି ଖେଳିବାକୁ ବୁଝାଏ) କିମ୍ବା "କାଇ-ପିଡି"(ହାତକୁ ହାତ ଧରିକରି ଖେଳିବାକୁ ବୁଝାଏ )ରୁ "କବାଡି'" ଶବ୍ଦ ଆସିଥିବା ଅନୁମାନ କରାଯାଏ । [୫][୬]

ଇତିହାସ[ସମ୍ପାଦନା]

ମହିଳାମାନେ କବାଡି ଖେଳୁଥିବାର ଏକ ଦୃଶ୍ୟ

କବାଡି ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ଖେଳାଯାଇଥାଏ । ତେଣୁକରି ଭାରତର ଅନେକ ରାଜ୍ୟ କବାଡି ଖେଳ ନିଜ ରାଜ୍ୟରୁ ଆରମ୍ଭ ହୋଇଥିବା ଦାବି କରନ୍ତି । ଏହାର କେତେକ ପ୍ରକାର ତାମିଲ ନାଡୁରେ ଆଗ କାଳରେ ହେଉଥିବା ଶିକାର ଓ ଗ୍ରାମର ସୁରକ୍ଷା ପଦ୍ଧତ୍ତିରୁ ଆସିଥିବା ଅନୁମାନ କରାଯାଏ । [୭][୮][୯] ଅନ୍ୟ କେତେକ ପ୍ରକାର ଉତ୍ତର ଭାରତରୁ ମଧ୍ୟ ଆରମ୍ଭ ହୋଇଥିବା ନଜିର ରହିଛି । [୧୦][୧୧][୧୨] ଯଦିଓ ଦକ୍ଷିଣ ଏସିଆର ବିଭିନ୍ନ ପ୍ରାନ୍ତରେ କବାଡି ଏକ ପାରମ୍ପରିକ ଖେଳ ଭାବେ ଆଦୃତ , ତଥାପି ବର୍ତ୍ତମାନ ମହାରାଷ୍ଟ୍ରରେ କବାଡିର ଆଦୃତିକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ଏଠାରେ ୧୯୧୫ରୁ ୧୯୨୦ ମଧ୍ୟରେ କବାଡି ଖେଳକୁ ଅଧିକ ଉନ୍ନତ କରିବା ପାଇଁ ଖେଳର ନୀତି ନିୟମରେ ଅନେକ ପରିବର୍ତ୍ତନ କରାଯାଇଥିଲା , କିନ୍ତୁ ଏହାର ଉଦ୍ଦେଶ୍ୟ ସମାନ ରହିଥିଲା । [୧୩][୧୪][୧୫][୧୬]ଲୋକମାନେ ଶାରୀରିକ ପରିଶ୍ରମ ପାଇଁ ତଥା ଆମୋଦ ଲାଭ କରିବାକୁ କବାଡି ଖେଳୁଥିଲେ । [୧୭] ବର୍ତ୍ତମାନ ଖେଳାଯାଉଥିବା କବାଡିକୁ ସେହି ପୁରୁଣା କାଳର କବାଡିର ଏକ ପ୍ରକାର ଭାବରେ ଜଣାଯାଏ । [୧୮] ୧୯୩୬ରେ ବର୍ଲିନ ଅଲମ୍ପିକ ଚାଲିଥିବା ସମୟରେ , କବାଡିକୁ ଭାରତୀୟମାନେ ଆନ୍ତର୍ଜାତୀୟ ସ୍ତରରେ ଲୋକଲୋଚନକୁ ଆଣିପାରିଥିଲେ । ୧୯୩୮ରେ ଏହି ଖେଳକୁ କଲିକତାଠାରେ ଅନୁଷ୍ଠିତ ଇଣ୍ଡିଆନ ନ୍ୟାସନାଲ ଗେମ(Indian National Game)ରେ ସାମିଲ କରାଯାଇଥିଲା । ଏହାର ଉନ୍ନତି ତଥା ଲୋକପ୍ରିୟତା ବୃଦ୍ଧି କରିବାକୁ 1950ରେ ଅଲ ଇଣ୍ଡିଆ କବାଡି ଫେଡେରେସନ (All India Kabaddi Federation (AIKF)) ଗଠନ କରାଯାଇଥିଲା । ୧୯୭୨ରେ AIKF ପକ୍ଷରୁ ଚେନ୍ନାଇଠାରେ ପୁରୁଷମାନଙ୍କ ପାଇଁ ପ୍ରଥମେ ଏକ କବାଡି ଟୁର୍ଣାମେଣ୍ଟ ଆୟୋଜନ କରାଯାଇଥିଲା ।[୧୯] ୧୯୭୯ରେ AIKF ତରଫରୁ ଭାରତର "ସୁନ୍ଦର ରାମ"ଙ୍କଦ୍ୱାରା , କବାଡି ଖେଳକୁ ଜାପାନରେ ଆରମ୍ଭ କରାଯାଇଥିଲା । ସେତେବେଳେ ଏହି ଖେଳ ଜାପାନରେ ୨ ମାସ ଧରି ଚାଲିଥିଲା । [୨୦] ଏହି ଖେଳର ଆରମ୍ଭ ପୁରାତନ ଭରତ ବର୍ଷରୁ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି । ଏପରିକି ପ୍ରସିଦ୍ଧ ମହାଭାରତରେ ମଧ୍ୟ ଏହାର ବର୍ଣ୍ଣନା ରହିଛି । ଆଗ କାଳରେ ଗୁରୁକୁଳ ମାନଙ୍କରେ ଶିଷ୍ୟମାନଙ୍କୁ ଶିକ୍ଷାଦାନ ସହିତ ଖେଳକୁଦର ମଧ୍ୟ ଅଭ୍ୟାସ କରାଯାଉଥିଲା ଓ କବାଡି ସେଥି ମଧ୍ୟରୁ ଅନ୍ୟତମ ଥିଲା । ନନ୍ଦ ପୁରାଣରେ ମଧ୍ୟ କୃଷ୍ଣ ଛୋଟ ଥିବା ବେଳେ ସାଙ୍ଗ ମାନଙ୍କ ସହିତ କବାଡି ଖେଳୁଥିବାର ବର୍ଣ୍ଣନା ରହିଛି ।

ପ୍ରକାର ଭେଦ[ସମ୍ପାଦନା]

ଆନ୍ତର୍ଜାତୀୟ[ସମ୍ପାଦନା]

ଏକ କବାଡି ମଇଦାନ

ଆନ୍ତର୍ଜାତୀୟ ସ୍ତରରେ ଖେଳଯାଉଥିବା କବାଡିରେ ,ଗୋଟିଏ ଖେଳ ମଇଦାନରେ ଗୋଟିଏ ରେଖାର ୨ଟି ପାର୍ଶ୍ୱରେ, ୨ଟି ଦଳରେ ୭ ଜଣ ଲେଖାଏଁ ଖେଳାଳି ରହିଥାନ୍ତି । ମଇଦାନର ଆକାର ମହିଳା(୮ ମିଟର×୧୨ ମିଟର) ଓ ପୁରୁଷ(୧୦ ମିଟର ×୧୩ ମିଟର) ଉଭୟଙ୍କ ପାଇଁ ଅଲଗା ଅଲଗା ହୋଇଥାଏ । [୨୧] ଉଭୟ ପକ୍ଷରେ କୌଣସି ଦରକାରୀ ସମୟରେ ଖେଳିବା ପାଇଁ ୩ ଜଣ ଲେଖାଏଁ ଖେଳାଳି ଅଧିକା ରଖାଯାଇଥାନ୍ତି । ଖେଳ ୨୦ - ୨୦ ମିନିଟ ସମୟ ବ୍ୟବଧାନ ରଖି ଖେଳାଯାଏ ଓ ଏକ ୫ ମିନିଟର ବିରତି ସମୟ ରଖାଯାଇଥାଏ । ଏହି ସମୟ ସୀମା ମଧ୍ୟରେ ଉଭୟ ଦଳର ଖେଳାଳି ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି । ଖେଳର ନିୟମ ଅନୁସାରେ , ଗୋଟିଏ ଦଳରୁ ଜଣେ ଖେଳାଳି ରେଖାଟି ପାର ହୋଇ ଅନ୍ୟ ପଟକୁ ଯାନ୍ତି । ଏକ ରାହାରେ ଏକ ନିଶ୍ୱାସରେ ଅନ୍ୟ ପାର୍ଶ୍ୱରେ ଥିବା ଦଳର ଖେଳାଳି ମାନଙ୍କୁ ଛୁଇଁବା ପାଇଁ ଚେଷ୍ଟା କରନ୍ତି । ଯଦି ସେପରି ହୁଏ , ତେବେ ପ୍ରତିପକ୍ଷ ଦଳର ସେହି ଖେଳାଳିଙ୍କୁ ଖେଳ ଛାଡି ମଇଦାନରୁ ବାହାରକୁ ଯିବାକୁ ହୁଏ ଓ ଅନ୍ୟ ସାଥି ଖେଳାଳିମାନେ ଖେଳ ଜାରି ରଖନ୍ତି । କିନ୍ତୁ ଯଦି ପ୍ରଥମ ଦଳର ଖେଳାଳିଟି ସେପରି କରିବାରେ ଅସଫଳ ହୁଏ କିମ୍ବା ନିଶ୍ୱାସ ଛାଡିଦିଏ କିମ୍ବା ରେଖାର ନିଜ ଦଳ ପଟକୁ ଫେରିବା ଆଗରୁ ପ୍ରତିପକ୍ଷ ଦଳର ଖେଳାଳିଙ୍କ ହାତରେ ଧରାପଡେ , ତେବେ ସେହି ଖେଳାଳିକୁ ମଇଦାନରୁ ବାହାରକୁ ଯିବାକୁ ହୁଏ ଓ ଅନ୍ୟ ସାଥି ଖେଳାଳିମାନେ ଖେଳ ଜାରି ରଖନ୍ତି ।

ଭାରତୀୟ ଶୈଳୀ[ସମ୍ପାଦନା]

କବାଡି ମଇଦାନର ଗୋଲେଇ

ଭାରତରେ ମୁଖ୍ୟତଃ ୪ ପ୍ରକାରର କବାଡି ଖେଳ ଦେଖିବାକୁ ମିଳିଥାଏ । AIKFଦ୍ୱାରା ଏହାର ବିଭାଗୀକରଣ କରାଯାଇଥାଏ । "ସଞ୍ଜିବନୀ କବାଡି"ରେ ଉଭୟ ଦଳର ଖେଳାଳି ମାନଙ୍କ ମଧ୍ୟରେ ଜଣେ ଜଣେ କରି ମୁକାବିଲା ହୋଇଥାଏ । "ଜେମିନି" ଢଙ୍ଗରେ ଖେଳା ଯାଉଥିବା କବାଡିରେ ଗୋଟିଏ ଦଳର ଜଣେ ଖେଳାଳିଙ୍କୁ ଅନ୍ୟ ଦଳର ୭ ଜଣ ଖେଳାଳିଙ୍କ ସହିତ ମୁକାବିଲା କରିବାକୁ ପଡିଥାଏ । "ଅମର" ଢଙ୍ଗରେ ଖେଳା ଯାଉଥିବା କବାଡିର ନିୟମ "ସଞ୍ଜିବନୀ କବାଡି" ସହିତ ଅନେକ ମେଲ ଖାଇଥାଏ ,କିନ୍ତୁ ଏଥିରେ ଯେଉଁ ଖେଳାଳି ପରାସ୍ତ ହୁଏ ସେ ମଇଦାନ ଛାଡି ଯାଏ ନାହିଁ । ଖେଳ ସରିବା ଯାଏଁ ମଇଦାନରେ ରହିଥାଏ । "ପଞ୍ଜାବୀ କବାଡି"ର ବିଶେଷତ୍ୱ ହେଉଛି ଏହା ଏକ ୧୨ ମିଟର ବ୍ୟାସ ବିଶିଷ୍ଟ ଗୋଲାକାର ମଇଦାନ ଭିତରେ ଖେଳା ଯାଇଥାଏ । [୨୨]

କେତେକ ପ୍ରତିଯୋଗିତା[ସମ୍ପାଦନା]

ପ୍ରତିଯୋଗିତାରେ କବାଡିର ସଂକେତ

ଏସୀୟ କ୍ରୀଡ଼ା[ସମ୍ପାଦନା]

୧୯୯୦ ମସିହାରୁ କବାଡିକୁ ଏସୀୟ କ୍ରୀଡାରେ ସାମିଲ କରାଯାଇଛି । ଏଥିରେ ଭାରତୀୟ କବାଡି ଦଳ ସଫଳତମ ଦଳ ଭାବରେ ଉଭା ହୋଇଥିବା ବେଳେ ଭାରତ ପଛକୁ ବଙ୍ଗଳାଦେଶ ଦ୍ୱିତୀୟ ସ୍ଥାନରେ ରହିଛି ।

ଏସିଆ କବାଡି କପ[ସମ୍ପାଦନା]

ବିଶେଷ ଭାବରେ କବାଡି ପାଇଁ ପ୍ରତି ବର୍ଷ ଏସିଆ କବାଡି କପ ଆୟୋଜନ କରାଯାଇଥାଏ । ୨୦୧୧ରେ ଏହା ଇରାନରେ ଓ ୨୦୧୨ରେ ଲାହୋରଠାରେ ଆୟୋଜିତ ହୋଇଥିଲା ।

କବାଡି ବିଶ୍ୱ କପ[ସମ୍ପାଦନା]

କବାଡି ବିଶ୍ୱ କପ ପ୍ରଥମେ ୨୦୦୪ ମସିହାରେ ଆରମ୍ଭ କରାଯାଇଥିଲା । ତା ପରେ ଏହା ୨୦୦୭ ,୨୦୧୦ରେ ଆୟୋଜିତ ହୋଇଥିଲା । ୨୦୧୦ ମସିହା ପରଠାରୁ ଏହି କବାଡି ବିଶ୍ୱ କପ ସବୁ ବର୍ଷ ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ହେଉଛି । [୨୩][୨୪]ବର୍ତ୍ତମାନ ଯାଏଁ ଏହି ବିଶ୍ୱ କପର ପ୍ରତ୍ୟେକ ସଂସ୍କରଣରେ ଭାରତର କବାଡି ଦଳ ବିଜୟୀ ହୋଇଆସୁଛି ।

କବାଡି ବିଶ୍ୱ କପ ୨୦୧୬[ସମ୍ପାଦନା]

୨୦୧୬ ସଂସ୍କରଣ ବିଶ୍ୱ କପ ଭାରତର ଅହମଦାବାଦ ସହରରେ ଅନୁଷ୍ଠିତ ହେଇଥିଲା । ଏଥିରେ ବିଶ୍ୱର ୧୨ ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମେଚରେ ଭରତ ଇରାନକୁ ପରାସ୍ତ କରି ଚମ୍ପିୟାନ ହେଇଥିଲା । http://indianexpress.com/article/sports/sport-others/live-kabaddi-score-india-vs-iran-final-world-cup-2016-streaming-video-highlights-ahmedabad-3096922

ମହିଳା ବିଶ୍ୱ କପ[ସମ୍ପାଦନା]

ପ୍ରଥମ କବାଡି ମହିଳା ବିଶ୍ୱ କପ ୧୦୧୨ ମସିହାରେ ଭାରତର ପାଟନାଠାରେ ଆୟୋଜିତ କରାଯାଇଥିଲା । ଏଠାରେ ଅନ୍ତିମ ବାଜିରେ ଭାରତୀୟ ମହିଳା କବାଡି ଦଳ ଇରାନକୁ ହରାଇ ବିଜୟୀ ହୋଇଥିଲେ ।[୨୫] ୧୦୧୩ ମସିହାରେ ପୁଣି ଥରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଭାରତୀୟ ମହିଳା କବାଡି ଦଳ ବିଜୟୀ ହୋଇଥିଲେ ।

ପ୍ରୋ କବାଡି ଲିଗ[ସମ୍ପାଦନା]

ଭାରତରେ କ୍ରିକେଟ ଖେଳର ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ଲୋକପ୍ରିୟତାକୁ ନଜରରେ ରଖି ୨୦୧୪ ମସିହାରେ ପ୍ରଥମ ଥର ପାଇଁ ପ୍ରୋ କବାଡି ଲିଗ ଆରମ୍ଭ କରାଯାଇଥିଲା ।[୨୬] ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଭାରତର ପ୍ରମୁଖ ୮ଟି ସହରର ନାମରେ ୮ଟି ଦଳ ଗଠନ କରି ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ସେଗୁଡିକୁ :

ଆଦି ସହର ଗୁଡିକର ନାମରେ ୮ଟି ଦଳରେ ବିଭକ୍ତ କରାଯାଇଥିଲା ।

ୟୁ.କେ କବାଡି କପ[ସମ୍ପାଦନା]

ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୩ ମସିହାରେ ୟୁ.କେ କବାଡି କପ ଆୟୋଜିତ ହେବା ପରେ ପ୍ରଥମ ଥର ପାଇଁ କବାଡି ସେଠାରେ ଜନସମୂହକୁ ଆସିଥିଲା ଏବଂ ଲୋକପ୍ରିୟତା ହାସଲ କରିଥିଲା । ଏହି କବାଡି କପରେ ପ୍ରମୁଖ ଦଳ ଭାବରେ ଭାରତ , ଇଂଲଣ୍ଡ , ପାକିସ୍ତାନ , ଆମେରିକାକାନାଡା ଆଦି ଦେଶର କବାଡି ଦଳଗୁଡ଼ିକ ଅଂଶଗ୍ରହଣ କରିଥିଲେ ।

ବିଶ୍ୱ କବାଡି ଲିଗ[ସମ୍ପାଦନା]

ବିଶ୍ୱ କବାଡି ଲିଗ ପ୍ରଥମ ଥର ପାଇଁ ୨୦୧୪ ମସିହାରେ ଆରମ୍ଭ କରାଯାଇଥିଲା ।[୨୭] ପ୍ରଥମ ସଂସ୍କରଣରେ କାନାଡା , ପାକିସ୍ତାନ , ଆମେରିକା ଓ ଇଂଲଣ୍ଡ ସହିତ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଖେଳର ପ୍ରକାର ପଞ୍ଜାବୀ କବାଡି ରଖାଯାଇଥିଲା ।[୨୮] ଭାରତର କେତେକ ଲୋକପ୍ରିୟ ବ୍ୟକ୍ତିତ୍ୱ ଏହି ସବୁ ଦଳର ମାଲିକାନାରେ ଭାଗୀଦାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ବଲିଉଡ ଅଭିନେତା ଅକ୍ଷୟ କୁମାର , ଅଭିନେତ୍ରୀ ସୋନାକ୍ଷୀ ସିହ୍ନା , ରଜତ ବେଦୀ ଆଦି ଅନ୍ୟତମ ଥିଲେ ।[୨୯] [୩୦][୩୧]

ଲୋକପ୍ରିୟତା[ସମ୍ପାଦନା]

କବାଡି ଦକ୍ଷିଣ ଏସିଆର ଏକ ଲୋକପ୍ରିୟ ଖେଳ ଭାବରେ ପ୍ରସିଦ୍ଧି ଲାଭ କରିଛି । ଭାରତରେ ପ୍ରଥମ କରି ୧୯୫୦ ମସିହାରେ କବାଡି ଫେଡେରେସନ ଅଫ ଇଣ୍ଡିଆ ଗଠନ କରାଯାଇଥିଲା ଓ ଏହି ଖେଳର ସମସ୍ତ ନୀତି ନିୟମ ଜାତୀୟ ସ୍ତରରେ ନିର୍ଦ୍ଧାରିତ କରାଯାଇଥିଲା । କାଳକ୍ରମେ ଏହାର ଲୋକପ୍ରିୟତାକୁ ଦେଖି ଅନ୍ୟ ଦେଶମାନେ ଏହି ଖେଳକୁ ଆପଣେଇନେଇଥିଲେ । ସେଗୁଡିକ ମଧ୍ୟରୁ ପାକିସ୍ତାନ , ବଙ୍ଗଳାଦେଶଇରାନ ଆଦି ଅନ୍ୟତମ । ଏହା ନେପାଳରେ ମଧ୍ୟ ଏକ ଜାତୀୟ ଖେଳର ମାନ୍ୟତା ପାଇଛି । ଏପରିକି ବ୍ରିଟିଶ ସେନା ଓ ଭାରତୀୟ ସେନାର ସୈନିକ ମାନଙ୍କ ମଧ୍ୟରେ କବାଡି ଖେଳ ବେଶ ଲୋକପ୍ରିୟ ହୋଇପାରିଛି ।

ଆଧାରିତ ଚଳଚ୍ଚିତ୍ର[ସମ୍ପାଦନା]

ଏହାର ଲୋକପ୍ରିୟତାକୁ ନଜରରେ ରଖି ବିଭିନ୍ନ ସମୟରେ ବିଭିନ୍ନ ଭାଷାରେ କବାଡି ଆଧାରିତ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି । ସେଗୁଡିକ ମଧ୍ୟରୁ କିଛି ପ୍ରମୁଖ ଚଳଚ୍ଚିତ୍ର ହେଲେ :

  • ଲିଟିଲ ବୁଦ୍ଧ (୧୯୯୩)
  • ପରଦେଶ (୧୯୯୭)
  • ହୁ ତୁ ତୁ (୧୯୯୯)
  • କବାଡି କବାଡି (୨୦୦୩)
  • ଅକଡୁ (୨୦୦୩)
  • ଗିଲ୍ଲୀ (୨୦୦୪)
  • ଅଜୟ (୨୦୦୬)
  • କବାଡି (୨୦୦୯)
  • ଚାଲ ଧର ଫକଡ (୨୦୧୦)
  • କବାଡି ୱାନ୍ସ ଏଗେନ (୨୦୧୨)
  • ବଦଲାପୁର ବୟେଜ (୨୦୧୪)
  • ତେୱର (୨୦୧୫)

ଆଧାର[ସମ୍ପାଦନା]

  1. Kissa Kabaddi da. Sarwan Singh Sangam Publications. ISBN 93-83654-65-1.
  2. "Kabaddi Federation". Kabaddicircle.com. Retrieved 17 March 2015.
  3. Faroqi, Gofran (2012). "Kabadi". In Islam, Sirajul; Jamal, Ahmed A. (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
  4. Handbook of Maharashtra State. Directorate of Publicity, Maharashtra. 1960.
  5. "kabaddi, etymology". memidex.com. Retrieved 13 July 2015.
  6. "Kabaddi, definition". wordreference.com. Retrieved 13 July 2015.
  7. "Pro Kabaddi league returns". Live Mint. Retrieved 2 August 2015.
  8. "Kabaddi doping hits world". The Telegraph. London. Retrieved 2 August 2015.
  9. "Sporting events add fun to festivities". indiannewslink. Retrieved 2 August 2015.
  10. India: A Travel Survival Kit. Lonely Planet Publications. 2005.
  11. Hasan, Amir (1978). The folklore of Buxar. Academic Press.
  12. Anjaria, Ulka Shapiro (2007). Novel forms: literary realism and imaginations of modernity in India, 1930-1940. Stanford University.
  13. Mills, James H. (2005). Subaltern Sports: Politics and Sport in South Asia. Anthem Press. pp. 50–. ISBN 978-1-84331-167-6.
  14. Dyck, Noel (2000). Games, Sports and Cultures. Bloomsbury Academic. ISBN 978-1-85973-312-7.
  15. Williams, Victoria (2015). Weird Sports and Wacky Games around the World: From Buzkashi to Zorbing. ABC-CLIO. pp. 151–. ISBN 978-1-61069-640-1.
  16. Chakraborty, Subhas Ranjan; Chakrabarti, Shantanu; Chatterjee, Kingshuk (2013). The Politics of Sport in South Asia. Routledge. pp. 19–. ISBN 978-1-317-99837-2.
  17. "kabaddi | sport". Encyclopedia Britannica. 22 September 2014. Retrieved 17 March 2015.
  18. "Welcome to International Kabaddi Federation". Kabaddiikf.com. 30 April 2010. Archived from the original on 5 August 2015. Retrieved 17 March 2015.
  19. "History of Kabaddi". Amateur Kabaddi Federation of India. Archived from the original on 20 February 2020. Retrieved 31 July 2015.
  20. "Kot Kalan". Shaheed Bhagat Singh Memorial Sports Club. 11 April 2010. Retrieved 20 May 2015.
  21. "Rules of Kabaddi". International Kabaddi Federation (IKF). Archived from the original on 4 March 2016. Retrieved 26 August 2014.
  22. "Kabaddi In India: Origins, success and current pitiable state". Sportskeeda.com. 7 March 2014. Retrieved 17 March 2015.
  23. "Not so easy way forward for kabaddi". Tribune India. 22 December 2014. Retrieved 17 March 2015.
  24. Praveen. "Indian Men & Women Won Kabaddi World Cup 2014". Affairscloud.com. Retrieved 17 March 2015.
  25. "India win first women's Kabaddi World Cup". Hindustan Times. 4 March 2012. Archived from the original on 30 March 2012. Retrieved 4 April 2012.
  26. Ripley, Dan (6 August 2014). "Kabaddi was once a Trans World Sport favourite but now it's heading for the 02 Arena as WKL forms". Daily Mail. Retrieved 16 August 2014.
  27. Ripley, Dan (6 August 2014). "Kabaddi was once a Trans World Sport favourite but now it's heading for the 02 Arena as WKL forms". Daily Mail. Retrieved 16 August 2014.
  28. "World Kabaddi League announces team franchise names and logos". IBNLive. 24 July 2014. Archived from the original on 26 July 2014. Retrieved 17 March 2013.
  29. "Home - The official website of World Kabaddi League". Worldkabaddileague.net. 9 August 2014. Retrieved 16 August 2014.
  30. "United Singhs crowned World Kabaddi League champions". IBNLive. 22 November 2014. Archived from the original on 22 November 2014. Retrieved 17 March 2013.
  31. "Honey Singh's kabaddi team Yo Yo Tigers suspended". Hindustan Times. 15 November 2014. Archived from the original on 16 November 2014. Retrieved 17 March 2013.