ପିରୁ ସିଂହ

ଉଇକିପିଡ଼ିଆ‌ରୁ

ପିରୁ ସିଂହ ଶେଖାବତ

ଜନ୍ମ(1918-05-20)୨୦ ମଇ ୧୯୧୮
ରାମପୁରା ବେରୀ, ରାଜପୁତାନା, ବ୍ରିଟିଶ ଭାରତ (ଆଜିର ଦିନରେ) ଝୁନଝୁନ ଜିଲ୍ଲା, ରାଜସ୍ଥାନ, ଭାରତ
ମୃତ୍ୟୁ୧୮ ଜୁଲାଇ ୧୯୪୮(1948-07-18) (ବୟସ ୩୦)
ତିଥୱାଲ, ଜାମ୍ମୁ କାଶ୍ମୀରର ଅଞ୍ଚଳ, ଭାରତ
ନିଯୁକ୍ତିଦାତା British India
India ଭାରତ
ସେବା/ବିଭାଗ British Indian Army
 Indian Army
କାର୍ଯ୍ୟକାଳ୧୯୩୬–୧୯୪୮
ପଦବୀ କମ୍ପାନୀ ହାଭିଲଦାର ମେଜର
ସେବା ସଂଖ୍ୟା2831592
ସେନା ବିଭାଗ ଷଷ୍ଠ ବାଟାଲିୟନ, ରାଜପୁତନା ରାଇଫଲ୍ସ
ସଂଘର୍ଷ/ଯୁଦ୍ଧ୧୯୪୭ ମସିହାର ଭାରତ-ପାକିସ୍ତାନୀ ଯୁଦ୍ଧ
ପୁରସ୍କାର ପରମ ବୀର ଚକ୍ର

କମ୍ପାନୀ ହାଭିଲଦାର ମେଜର ପିରୁ ସିଂହ (ଶ୍ରୀ ପିରୁ ସିଂ ଶେଖାବତ) (୨୦ ମଇ ୧୯୧୮ - ୧୮ ଜୁଲାଇ ୧୯୪୮) ଜଣେ ଭାରତୀୟ ସୈନିକ ଥିଲେ। । ସେ ୧୯୪୭ ମସିହାର ଇଣ୍ଡୋ-ପାକ୍ ଯୁଦ୍ଧରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ ୧୯୫୨ ମସିହାରେ ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା ।[୧]

ପ୍ରାରମ୍ଭ ଜୀବନ[ସମ୍ପାଦନା]

ଶ୍ରୀ ପିରୁ ସିଂହ ୨୦ ମଇ ୧୯୧୮ ମସିହାରେ ରାଜସ୍ଥାନର ବେରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଲାଲ ସିଂହଙ୍କ ପୁତ୍ର ଥିଲେ ।[୨] ତାଙ୍କ ପରିବାରରେ ସାତୋଟି ପିଲା; ଅର୍ଥାତ ତିନି ଭାଇ ଏବଂ ଚାରି ଭଉଣୀ ରହିଥିଲେ, ସେମାନଙ୍କ ମଧ୍ୟରୁ ଶ୍ରୀ ସିଂହ ସାନ ଥିଲେ । ଯୁବକ ଅବସ୍ଥାରେ ଶ୍ରୀ ସିଂହ ସବୁବେଳେ ବିଦ୍ୟାଳୟକୁ ଘୃଣା କରୁଥିଲେ କାରଣ ସେ ସୀମିତ ପରିବେଶକୁ ପସନ୍ଦ କରୁନଥିଲେ । ଥରେ ସହପାଠୀଙ୍କ ସହ ଝଗଡା କରିବା ପାଇଁ ଶିକ୍ଷକ ତାଙ୍କୁ ଗାଳି ଦେବାପରେ ସେ ସ୍କୁଲରୁ ପଳାଇ ଆସିଥିଲେ କିନ୍ତୁ ଆଉ ବିଦ୍ୟାଳୟକୁ ଗଲେ ନାହିଁ । ଏହା ପରେ ଶ୍ରୀ ସିଂହ ତାଙ୍କ ପିତାମାତାଙ୍କୁ ସେମାନଙ୍କ ଚାଷ ଜମିରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ । ଶ୍ରୀ ସିଂ ପିଲାଦିନରୁ ସେନାରେ ଯୋଗଦେବାକୁ ଚାହୁଁଥିଲେ । ତାଙ୍କୁ ୧୮ ବର୍ଷ ବୟସ ହୋଇନଥିବାରୁ ତାଙ୍କୁ ଦୁଇଥର ବହିଷ୍କାର କରାଯାଇଥିଲା,[୩] କିନ୍ତୁ ପରେ ସେ ସେନାରେ ଯୋଗ ଦେଇଥିଲେ ।

ସୈନ୍ୟ ଜୀବନ[ସମ୍ପାଦନା]

ଶ୍ରୀ ପିରୁ ସିଂ ଶେଖାବତ ୨୦ ମଇ ୧୯୩୬ ମସିହାରେ ଜେଲମ‌ଠାରେ ପ୍ରଥମ ପଞ୍ଜାବ ସେନାଦଳର ଦଶମ ବାହିନୀରେ ନାମ ଲେଖାଇଥିଲେ । ତାଲିମ ସମାପ୍ତ ହେବା ପରେ, ୧ ମଇ ୧୯୩୭ ମସିହାରେ, ଶ୍ରୀ ସିଂହଙ୍କୁ ସମାନ ସେନାଦଳର ୫ତମ ବାହିନୀରେ ପୋଷ୍ଟ କରାଯାଇଥିଲା । ବିଦ୍ୟାଳୟ ପ୍ରତି ତାଙ୍କର ଘୃଣା ସତ୍ତ୍ୱେ ଶ୍ରୀ ସିଂହ ଶିକ୍ଷାକୁ ଗୁରୁତର ସହ ନେଇଥିଲେ ଏବଂ ସେନାରେ ଶିକ୍ଷା ପ୍ରମାଣପତ୍ର ପାଇଥିଲେ । ଅନ୍ୟ କେତେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ୭ ଅଗଷ୍ଟ ୧୯୪୦ ମସିହାରେ ଲାନ୍ସ ନାୟକ ପଦବୀକୁ ଉନ୍ନୀତ କରାଯାଇଥିଲା । ପ୍ରଥମ ପଞ୍ଜାବର ୫ତମ ବାହିନୀ ସହିତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଉତ୍ତର-ପଶ୍ଚିମ ସୀମାନ୍ତରେ କାର୍ଯ୍ୟକାରୀ କରିଥିଲେ ।

ମାର୍ଚ୍ଚ ୧୯୪୧ ମସିହାରେ ତାଙ୍କୁ ନାୟକ ପଦକୁ ପଦୋନ୍ନତି ଦିଆଯାଇଥିଲା ଏବଂ ସେପ୍ଟେମ୍ବରରେ ଜେଲମସ୍ଥିତ ପଞ୍ଜାବ ରେଜିମେଣ୍ଟାଲ ସେଣ୍ଟରରେ ପ୍ରଶିକ୍ଷକ ଭାବରେ ପୋଷ୍ଟ କରାଯାଇଥିଲା । ପରେ ଫେବୃଆରୀ ୧୯୪୨ ମସିହାରେ ହାଭିଲଦାରକୁ ପଦୋନ୍ନତି ଦିଆଯାଇଥିଲା । ଶ୍ରୀ ସିଂହ ଜଣେ ଉତ୍କୃଷ୍ଟ କ୍ରୀଡ଼ାବିତ ଥିଲେ, ସେ ଇଣ୍ଟର ରେଜିମେଣ୍ଟାଲ ଏବଂ ଜାତୀୟ ସ୍ତରୀୟ ଚାମ୍ପିୟନଶିପରେ ଚାଲୁଥିବା ହକି, ବାସ୍କେଟବଲ୍ ଏବଂ ଫ୍ରାନ୍ସ ଦେଶରେ ଦୌଡ଼ ପ୍ରତିଯୋଗିତାରେ ତାଙ୍କର ସେନାଦଳକୁ ପ୍ରତିନିଧିତ୍ୱ କରିଥିଲେ । ସେ ମଇ ୧୯୪୫ ମସିହାରେ କମ୍ପାନୀ ହାଭିଲଦାର ମେଜର ଭାବରେ ପଦୋନ୍ନତି ପାଇଥିଲେ । ଅକ୍ଟୋବର ୧୯୪୫ ମସିହା ପର୍ଯ୍ୟନ୍ତ ସେ ଜଣେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ତାଙ୍କୁ ରାଜପୁତାନା ରାଇଫଲ୍ସର ଷଷ୍ଠ ବାହିନୀକୁ ସ୍ଥାନାନ୍ତର କରାଯାଇଥିଲା ।

ଭାରତ-ପାକିସ୍ଥାନ ଯୁଦ୍ଧ ୧୯୪୭[ସମ୍ପାଦନା]

୧୮ ଜୁଲାଇ ୧୯୪୮ ମସିହାରେ, ୬ଜଣ ରାଜପୁତାନା ରାଇଫଲର CHM ପିରୁ ସିଂହଙ୍କୁ ତିଥୱାଲ, ଜାମ୍ମୁ କାଶ୍ମୀରରେ ଶତ୍ରୁଦ୍ୱାରା ଅଧିକୃତ ପାହାଡ ଉପରେ ଆକ୍ରମଣ କରିବାର ଦାୟିତ୍ୱ ଦିଆଯାଇଥିଲା ।[୪][୫] ଏହି ଆକ୍ରମଣ ସମୟରେ ସେମାନେ ଏମ.ଏମ.ଜିରୁ ପ୍ରବଳ ଗୁଳି ଚଳାଇ ବିସ୍ଫୋରକ ଗୋଳା ଫିଙ୍ଗିଥିଲେ । ତାଙ୍କ ସୈନ୍ୟବାହିନୀର ଅଧାରୁ ଅଧିକ ସୈନିକ ନିହତ ଏବଂ କିଛି ଜଣ ଆହତ ହୋଇଥିଲେ । CHM ପିରୁ ସିଂହ ତାଙ୍କର ଅବଶିଷ୍ଟ ଲୋକଙ୍କୁ ଯୁଦ୍ଧ ଜାରି ରଖିବାକୁ ପ୍ରେରଣା ଦେଇଥିଲେ ଏବଂ ଆହତ ହୋଇଥିଲେ ମଧ୍ୟ ଶତ୍ରୁ MMG ଧାରଣ କରିଥିବା ଦୁଇଟି ବଙ୍କରକୁ ନଷ୍ଟ କରିଦେଇଥିଲେ । ଯେତେବେଳେ ଶତ୍ରୁମାନେ ତାଙ୍କ ଉପରେ ଆଉ ଏକ ବିସ୍ଫୋରକ ହାତ-ଗୋଳା ଫିଙ୍ଗିଥିଲେ, ସେତେବେଳେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶେଷ ନିଶ୍ୱାସ ନେବା ପୂର୍ବରୁ ଶତ୍ରୁମାନଙ୍କ ସ୍ଥିତିକୁ ନଷ୍ଟ କରିଦେଇଥିଲେ ।

ଉଲ୍ଲେଖନୀୟ ସାହସିକତା ଏବଂ ଅଦମ୍ୟ ସାହସିକତାର ପ୍ରଦର୍ଶନ ଏବଂ ସର୍ବୋଚ୍ଚ ବଳିଦାନ ଦେଇଥିବାରୁ କମ୍ପାନୀ ହାଭିଲଦାର ମେଜର ପିରୁ ସିଂହଙ୍କୁ ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା ।

ପ୍ରଦତ୍ତ ସମ୍ପତ୍ତି[ସମ୍ପାଦନା]

ଝୁନଝୁନରେ "ସହିଦ ପିରୁ ସିଂହ ଶେଖାବତ ସର୍କଲ" ନାମକ ଏକ ସଡ଼କ ଛକକୁ ରାଜସ୍ଥାନ ସରକାର ତାଙ୍କ ନାମରେ ନାମିତ କରିଥିଲେ ।[୬] ହିମାଚଳ ପ୍ରଦେଶର ୟୋଲରେ "ପିରୁ ସିଂହ ଛକ" ନାମକ ଏକ ଛକ ତାଙ୍କ ନାମରେ ନାମିତ ହୋଇଛି ।[୭]

ଆଧାର[ସମ୍ପାଦନା]

  1. "The Param Vir Chakra Winners (PVC)" [ପରମ ବୀର ଚକ୍ର ବିଜେତା] (in अंग्रेज़ी). Archived from the original on 12 जनवरी 2015. Retrieved २४ फ़रवरी २०१५. {{cite web}}: Check date values in: |accessdate= and |archive-date= (help)CS1 maint: unrecognized language (link)
  2. Reddy 2007, p. 30.
  3. Cardozo 2003, p. 41.
  4. Chakravorty 1995, pp. 65–66.
  5. "Param Vir Chakra winners since 1950". The Times of India. Retrieved 26 October 2016.
  6. "Peeru Singh Circle". Google Maps. Retrieved 26 October 2016.
  7. "Piru Singh Chowk". Google Maps. Retrieved 6 July 2017.