Jump to content

ପାକସ୍ଥଳୀ ପ୍ରଦାହ

ଉଇକିପିଡ଼ିଆ‌ରୁ
(Gastritisରୁ ଲେଉଟି ଆସିଛି)

ପାକସ୍ଥଳୀ ପ୍ରଦାହ
ମାଓକ୍ରୋଗ୍ରାଫରେ ପାକସ୍ଥଳୀ ପ୍ରଦାହ । H&E stain.
ବିଭାଗGastroenterology
ଆଇସିଡ଼ି-୧୦K29.0-K29.7
ଆଇସିଡ଼ି-୯-ସିଏମ୍535.0-535.5
ରୋଗ ଡାଟାବେସ34500
ମେଡ଼ିସିନ-ପ୍ଲସ001150
ଇ-ମେଡ଼ିସିନemerg/820 med/852
MeSHD005756

ପାକସ୍ଥଳୀ ପ୍ରଦାହ (ଇଂରାଜୀରେ gastritis) ଏକ ରୋଗ ଯେଉଁଥିରେ ପାକସ୍ଥଳୀର ଭିତର ସ୍ତରରେ ପ୍ରଦାହ ହୁଏ । ଓଡ଼ିଆ ଭାଷାରେ ଏହି ରୋଗକୁ ଜଠର ଶୋଥ, ପାକାଶୟ ଶୋଥ ଓ ପାକସ୍ଥଳୀ ଘାଆ ମଧ୍ୟ କ‌ହ‌ନ୍ତି । ଏହି ରୋଗ ଅଳ୍ପ ଦିନ ହୁଏ ବା ବ‌ହୁତ ଦିନ ଧରି ହୁଏ । ଏହାର ସାଧାରଣ ଲକ୍ଷଣ ହେଲା ଉପର ପେଟ ଯନ୍ତ୍ରଣା[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଅଇ ଉଠିବା, ବାନ୍ତି ହେବା, ଅରୁଚି ହେବା ଓ ଛାତି ଜ୍ୱାଳା ବା ହାର୍ଟ ବର୍ଣ୍ଣ ହୁଏ । [][] କିଛି ଲକ୍ଷଣ ମଧ୍ୟ ନ ଥାଇପାରେ । ଏହି ରୋଗର ଜଟିଳତା ମଧ୍ୟରେ ପାକସ୍ଥଳୀରେ ରକ୍ତସ୍ରାବ, ପାକସ୍ଥଳୀ ଘାଆପାକସ୍ଥଳୀ ଅର୍ବୁଦ ଉଲ୍ଲେଖ‌ଯୋଗ୍ୟ । [] ଅଟୋଇମ୍ମ୍ୟୁନ ଅସୁବିଧା ଥିଲେ ପର୍ନିସିୟସ ଆନିମିଆ ହୁଏ ଓ ଯଥେଷ୍ଟ ଭିଟାମିନ ବି୧୨ ଅଭାବ ଯୋଗୁ କମ ଲୋହିତ ରକ୍ତ କଣିକା ହୁଏ । []

ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁ ଓ ଏନଏସଆଇଡିର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏହି ରୋଗ ହୁଏ । ଅସାଧାରଣ କାରଣମାନଙ୍କ ନାମ ଆଲକୋହୋଲ, ଧୁମ୍ରପାନକୋକେନ ସେବନ, ଗମ୍ଭୀର ବେମାରୀ, ଅଟୋଇମ୍ମ୍ୟୁନ ସମସ୍ୟା, ରାଡିଏସନ ଥେରାପି ଓ କ୍ରନ ରୋଗ ଇତ୍ୟାଦି । [][] ରକ୍ତ, ମଳ ପରୀକ୍ଷା ଓ ଏଣ୍ଡୋସ୍କୋପିଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ । [] ହୃଦ୍‌ଘାତ ରୋଗର ଲକ୍ଷଣ ଓ ପାକସ୍ଥଳୀ ପ୍ରଦାହ ରୋଗ ଲକ୍ଷଣ ଅନେକ ସମୟରେ ସମାନ ଥାଏ । ସମାନ ଲକ୍ଷଣ ଥିବା ଅନ୍ୟ ରୋଗ ନାମ: ଅଗ୍ନାଶୟ ପ୍ରଦାହ, ବିଲିଆରି କଲିକପେପଟିକ ଅଲସର ରୋଗ[]

ଏହି ରୋଗ ଜନ୍ମାଉଥିବା ଅବସ୍ଥାମାନଙ୍କୁ ଆଡ଼େଇ ଗଲେ ପ୍ରତିଷେଧ ହୋଇଯିବ । [] ଆଣ୍ଟାସିଡ, ଏଚ୨ ବ୍ଲକର ବା ପ୍ରୋଟୋନ ପମ୍ପ ଇନହିବିଟର ଇତ୍ୟାଦି ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । [] ଆକ୍ୟୁଟ ଆକ୍ରମଣ ସମୟରେ ବ‌ହଳିଆ ଲୋଡୋକେନ ପିଇଲେ ଉପକାର ମିଳେ । [] ଏନଏସଆଇଡି ଖାଇ ଏହି ରୋଗ ହେଉଥିଲେ ତୁରନ୍ତ ଔଷଧ ଖାଇବା ବନ୍ଦ କରିବା ଉଚିତ । ଏଚ ପାଇଲୋରି ଜୀବାଣୁଯୋଗୁ ରୋଗ ହେଉଥିଲେ ଯୁଗ୍ମ ଆଣ୍ଟିବାୟୋଟିକ ଯେପରିକି ଆମୋକ୍ସିସିଲିନକ୍ଲାରିଥ୍ରୋମାଇସିନ ଦିଆଯାଏ । [] ପରନିସିୟସ ଆନିମିଆ ରୋଗ ଥିଲେ ଅଧିକ ଭିଟାମିନ ବି ପାଟିବାଟେ ବା ଇଞ୍ଜେକସନ ଆକାରରେ ଦିଆଯାଏ । [] ରୋଗ ଜନ୍ମାଉଥିବା ଖାଦ୍ୟ ବର୍ଜନ କରିବା ଉଚିତ । []

ପାକସ୍ଥଳୀ ପ୍ରଦାହ ରୋଗ ପ୍ରାୟ ୫୦ % ଲୋକଙ୍କର ଥିବା ବିଶ୍ୱାସ କରାଯାଏ । [] ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ରୋଗ ସାଧାରଣତଃ ହୁଏ । [] ସନ ୨୦୧୩ରେ ଏହି ରୋଗ ସ‌ହିତ ଡୁଓଡେନାଇଟିସ ରୋଗ ମିଶି ୬୦,୦୦୦ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲେ । [] ବାରି ମାର୍ସାଲରବିକ ୱାରେନ ଦୁହେଁ ସନ ୧୯୮୧ରେ ଏଚ. ପାଇଲୋରି ଜୀବାଣୁ ଆବିଷ୍କାର କରିଥିଲେ । []

  1. 1 2 3 4 5 6 7 "Gastritis". www.niddk.nih.gov. November 27, 2013. Archived from the original on 6 March 2015. Retrieved 1 March 2015.
  2. 1 2 Rosen & Barkin's 5-Minute Emergency Medicine Consult (4 ed.). Lippincott Williams & Wilkins. 2012. p. 447. ISBN 9781451160970.
  3. 1 2 Varbanova, M.; Frauenschläger, K.; Malfertheiner, P. (Dec 2014). "Chronic gastritis - an update". Best Pract Res Clin Gastroenterol. 28 (6): 1031–42. doi:10.1016/j.bpg.2014.10.005. PMID 25439069.
  4. Stephen Hauser (2014). Mayo Clinic Gastroenterology and Hepatology Board Review. Oxford University Press. p. 49. ISBN 9780199373338.
  5. 1 2 3 Fred F. Ferri (2012). Ferri's Clinical Advisor 2013,5 Books in 1, Expert Consult - Online and Print,1: Ferri's Clinical Advisor 2013. Elsevier Health Sciences. p. 417. ISBN 9780323083737.
  6. James G. Adams (2012). "32". Emergency Medicine: Clinical Essentials. Elsevier Health Sciences. ISBN 9781455733941.
  7. Holdsworth, [edited by] Joan Gandy, Angela Madden, Michelle (2012). Oxford handbook of nutrition and dietetics (2nd ed.). Oxford: Oxford University Press, USA. p. 571. ISBN 9780199585823. {{cite book}}: |first1= has generic name (help)CS1 maint: multiple names: authors list (link)
  8. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  9. Wang, AY; Peura, DA (October 2011). "The prevalence and incidence of Helicobacter pylori-associated peptic ulcer disease and upper gastrointestinal bleeding throughout the world". Gastrointestinal endoscopy clinics of North America. 21 (4): 613–35. doi:10.1016/j.giec.2011.07.011. PMID 21944414.