ହେଲିକୋବ୍ୟାକ୍ଟର ପାଇଲୋରି

ଉଇକିପିଡ଼ିଆ ରୁ
Jump to navigation Jump to search
Helicobacter pylori
Campylobacter pylori
Immunohistochemical detection of Helicobacter (1) histopatholgy.jpg
Immunohistochemical staining of H. pylori from a gastric biopsy
ବିଭାଗInfectious disease, gastroenterology
ଲକ୍ଷଣNone, abdominal pain, nausea[୧][୨]
କାରଣHelicobacter pylori spread by fecal oral route[୩]
ରୋଗ ନିର୍ଣ୍ଣୟ ପଦ୍ଧତିUrea breath test, fecal antigen assay, tissue biopsy[୩]
ଔଷଧProton pump inhibitor, clarithromycin, amoxicillin, metronidazole[୩]
ପୌନଃପୁନିକ>୫୦%[୨]

ହେଲିକୋବ୍ୟାକ୍ଟର ପାଇଲୋରି (ଇଂରାଜୀ ଭାଷାରେ Helicobacter pylori, ପୂର୍ବତନ ନାମ କ୍ୟାମ୍ପିଲୋବ୍ୟାକ୍ଟର ପାଇଲୋରି/ Campylobacter pylori) ଏକ ଗ୍ରାମ ନେଗେଟିଭ (Gram-negative), ମାଇକ୍ରୋଏରୋଫିଲିକ (microaerophilic ଜୀବାଣୁ ଯାହା ପାକସ୍ଥଳୀ ଭିତରେ ଥାଏ । କ୍ରନିକ ଗ୍ୟାସ୍ଟ୍ରାଇଟିସ ଓ ପେପଟିକ ଅଲସର ରୋଗୀଙ୍କ ପାକସ୍ଥଳୀରେ ଏହି ଜୀବାଣୁ ଥିବା ବାରି ମାର୍ଶାଲ ଓ ରବିନ ୱାରେନ ନାମକ ଦୁଇ ଅଷ୍ଟ୍ରେଲିଆ ନିବାସୀ ଡାକ୍ତର ଦର୍ଶାଇଥିଲେ ଯାହା ଏଥି ପୂର୍ବରୁ ଅଣୁଜୀବ ଜନିତ ରୋଗ ବୋଲି ବିଶ୍ୱାସ କରାଯାଇ ନଥିଲା ।[୪][୫][୬] ଡୁଓଡେନାଲ ଅଲସର ଓ ସ୍ଟମାକ ଅଲସର ବିକାଶ ସ‌ହିତ ଏହାର ସଂମ୍ପର୍କ ଅଛି ।[୭] କିନ୍ତୁ ଏହି ଜୀବାଣୁ ସଂକ୍ରମିତ ଥିବା ୮୦%ରୁ ଅଧିକ ବ୍ୟକ୍ତି ଲକ୍ଷଣହୀନ ଅଟନ୍ତି ଓ ଏହାର ପ୍ରାକୃତିକ ପାକସ୍ଥଳୀ ପରିବେଶ ସ‌ହିତ କିଛି ଭୂମିକା ଥିବା ଜଣାଯାଏ । [୮]

ପୃଥିବୀର ଜନସଂଖ୍ୟାର ୫୦%ରୁ ଅଧିକ ଲୋକଙ୍କର ଉପର ପାକଅନ୍ତନଳୀରେ (gastrointestinal tract) ହେଲିକୋବ୍ୟାକ୍ଟର ପାଇଲୋରି‌ ଅଛି ।[୨] ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହି ସଂକ୍ରମଣ ଅଧିକ ହୁଏ ।[୩] ପାକସ୍ଥଳୀର ମ୍ୟୁକଏଡ ସ୍ତରକୁ ଭେଦ କରିବା ପାଇଁ ବୋଧହୁଏ ହେଲିକୋବ୍ୟାକ୍ଟର ପାଇଲୋରି‌ର ବିକାଶ ହୋଇ ହେଲିକାଲ ଗଠନ ହୋଇଛି । [୯][୧୦]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ହେଲିକୋବ୍ୟାକ୍ଟର ପାଇଲୋରି‌ ସଂକ୍ରମିତ ପ୍ରାୟ ୯୦% ଲୋକଙ୍କର କୌଣସି ଲକ୍ଷଣ ବା ଜଟିଳତା ଅନୁଭବ ହୁଏନି । [୧୧] ଆକ୍ୟୁଟ ସଂକ୍ରମଣ ହେଲେ ଗ୍ୟାସ୍ଟ୍ରାଇଟିସ (gastritis) ଯନ୍ତ୍ରଣା ଭଳି ଲାଗେ ଓ ଉଦର ଯନ୍ତ୍ରଣା (abdominal pain)‌ ସ‌ହିତ ଅଇ ହୁଏ । [୧] ଏହା କ୍ରନିକ ଗ୍ୟାସ୍ଟ୍ରାଇଟିସରେ ପରିଣତ ହୋଇଗଲେ ଉଦର ଯନ୍ତ୍ରଣା, ବଦ‌ହଜମୀ, ଅଇ, ପେଟଫମ୍ପା, ଓକାଳ ଓ ବେଳେବେଳେ ବାନ୍ତି ଓ କଳା ମଳ ହେବା ଦେଖାଯାଏ । [୧୨][୧୩]

ଏଚ.ପାଇଲୋରି ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨୦% ଲୋକଙ୍କର ଆଜୀବନ ପେପଟିକ ଅଲସର ସମ୍ଭାବନା ରହେ ଓ ୧-୨% ଲୋକଙ୍କର ପାକସ୍ଥଳୀ କର୍କଟ ହେବା ସମ୍ଭାବନା ରହେ । [୧୪][୧୫] ପାଇଲୋରିକ ଆଣ୍ଟ୍ରମ ପ୍ରଦାହ (pyloric antrum) ହେଲେ ଡୁଓଡେନମ ଅଲସର (duodenal) ହୋଇପାରେ ଓ ପାକସ୍ଥଳୀ ବଡିର ପ୍ରଦାହ ହେଲେ ଗ୍ୟାସ୍ଟ୍ରିକ ଅଲସର ବା ପାକସ୍ଥଳୀ କର୍କଟ ହୋଇପାରେ । [୧୬][୧୭] କ୍ରନିକ ପ୍ରଦାହ ହେବାରେ ଏଚ.ପାଇଲୋରିର ଭୂମିକା ରହିପାରେ କିନ୍ତୁ ତା'ପରେ କର୍କଟ ହେବାରେ କିଛି କାର୍ସିନୋଜେନେସିସ (carcinogenesis) ଭୂମିକା ନଥାଏ ।[୧୦] ସନ ୨୦୦୯ରେ ଏକ ମେଟାଆନାଲିସିସ କରି ଦେଖାଗଲା ଯେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କର ଏଚ.ପାଇଲୋରି ନିର୍ମୁଳ କରିଦେଲେ ପାକସ୍ଥଳୀ କର୍କଟ ସମ୍ଭାବନ କମିଯାଏ; ଯାହା ପାକସ୍ଥଳୀ କର୍କଟ ସୃଷ୍ଟି କରିବାରେ ନିରବଚ୍ଛିନ୍ନ ଏଚ.ପାଇଲୋରି ଉପସ୍ଥିତି ୬୫% ଆପେକ୍ଷିକ ରିସ୍କ ବା ସମ୍ଭାବନା ରଖେ ଓ ୧.୧ରୁ ୧.୭ ସମ୍ପୁର୍ଣ୍ଣ ରିସ୍କ ରହେ [୧୮]

କୋଲୋରେକ୍ଟାଲ ପଲିପ ଓ କୋଲୋରେକ୍ଟାଲ କର୍କଟ ସ‌ହିତ ହେଲିକୋବ୍ୟାକ୍ଟର ପାଇଲୋରି‌ ସ‌ହଭାଗୀ ହୋଇପାରେ । [୧୯] ଚକ୍ଷୁ ରୋଗ ହେବା ସ‌ହିତ ମଧ୍ୟ ଏହା ସଂଯୁକ୍ତ ଥାଇପାରେ । [୨୦]

ସ୍ୱାଭାବିକ ଭାବରେ ଦୁଇ ମିଲ ସମୟ ମଝିରେ ଓ ବଡ଼ି ଭୋରରେ ପାକସ୍ଥଳୀ ଖାଲି ରହି ଯନ୍ତ୍ରଣା ହୁଏ କିନ୍ତୁ ଅନ୍ୟ ଯେ କୌଣସି ସମୟରେ ମଧ୍ୟ ଯନ୍ତ୍ରଣା ହୋଇପାରେ । ଅନ୍ୟାନ୍ୟ ଅଳ୍ପ ଲକ୍ଷଣ ମଧ୍ୟରେ ଅଇ, ବାନ୍ତି ଓ ଅରୁଚି ହୋଇପାରେ । ରକ୍ତସ୍ରାବ ମଧ୍ୟ ହୋଇପାରେ; ଦୀର୍ଘକାଳୀନ ରକ୍ତସ୍ରାବ ହେଲେ ଆନିମିଆ ହୋଇ ଥକ୍କାଣ ଓ ଦୁର୍ବଳ ହୋଇପାରେ । ଅତ୍ୟଧିକ ରକ୍ତସ୍ରାବ ହେଲେ ହେମାଟେମେସିସ, ହେମାଟୋଚେଜିଆ ଓ ମେଲିନା ହୋଇପାରେ । [୨୧] }}

ଆଧାର[ସମ୍ପାଦନା]

  1. ୧.୦ ୧.୧ Butcher, Graham P. (2003). Gastroenterology: An Illustrated Colour Text. Elsevier Health Sciences. p. 25. ISBN 978-0-443-06215-5.
  2. ୨.୦ ୨.୧ ୨.୨ Hooi JKY, Lai WY, Ng WK, Suen MMY, Underwood FE, Tanyingoh D, Malfertheiner P, Graham DY, Wong VWS, Wu JCY, Chan FKL, Sung JJY, Kaplan GG, Ng SC (2017). "Global Prevalence of Helicobacter pylori Infection: Systematic Review and Meta-Analysis". Gastroenterology. 153 (2): 420–429. doi:10.1053/j.gastro.2017.04.022. PMID 28456631.CS1 maint: Multiple names: authors list (link)
  3. ୩.୦ ୩.୧ ୩.୨ ୩.୩ "Helicobacter pylori - Chapter 3 - 2016 Yellow Book | Travelers' Health | CDC". wwwnc.cdc.gov. 9 June 2015. Retrieved 25 April 2017.
  4. Marshall BJ, Warren JR (1983). "Unidentified curved bacilli on gastric epithelium in active chronic gastritis". The Lancet. 321 (8336): 1273–5. doi:10.1016/S0140-6736(83)92719-8. PMID 6134060.
  5. Marshall BJ, Warren JR (June 1984). "Unidentified curved bacilli in the stomach of patients with gastritis and peptic ulceration". The Lancet. 323 (8390): 1311–5. doi:10.1016/S0140-6736(84)91816-6. PMID 6145023.
  6. Sweet, Melissa (2 August 1997). "Smug as a bug". The Sydney Morning Herald. Retrieved 28 January 2007.
  7. Alfarouk, Khalid O.; Bashir, Adil H. H.; Aljarbou, Ahmed N.; Ramadan, AbdelRahman M.; Muddathir, Abdel Khalig; AlHoufie, Sari T. S.; Hifny, Abdelhamid; Elhassan, Gamal O.; Ibrahim, Muntaser E.; Alqahtani, Saad S.; AlSharari, Shakir D.; Supuran, Claudiu T.; Rauch, Cyril; Cardone, Rosa Angela; Reshkin, Stephan J.; Fais, Stefano; Harguindey, Salvador (22 February 2019). "The Possible Role of Helicobacter pylori in Gastric Cancer and Its Management". Frontiers in Oncology. 9: 75. doi:10.3389/fonc.2019.00075. PMC 6395443. PMID 30854333.
  8. Blaser MJ (2006). "Who are we? Indigenous microbes and the ecology of human diseases". EMBO Reports. 7 (10): 956–60. doi:10.1038/sj.embor.7400812. PMC 1618379. PMID 17016449.
  9. Yamaoka, Yoshio (2008). Helicobacter pylori: Molecular Genetics and Cellular Biology. Caister Academic Pr. ISBN 978-1-904455-31-8.
  10. ୧୦.୦ ୧୦.୧ Brown LM (2000). "Helicobacter pylori: epidemiology and routes of transmission". Epidemiol Rev. 22 (2): 283–97. doi:10.1093/oxfordjournals.epirev.a018040. PMID 11218379.
  11. Bytzer P, Dahlerup JF, Eriksen JR, Jarbøl DE, Rosenstock S, Wildt S (April 2011). "Diagnosis and treatment of Helicobacter pylori infection". Dan Med Bull. 58 (4): C4271. PMID 21466771. Archived from the original on 5 January 2014. Retrieved 7 August 2013. Unknown parameter |url-status= ignored (help)
  12. Butcher 2003, pp. 24–5
  13. Ryan, Kenneth (2010). Sherris Medical Microbiology. McGraw-Hill. pp. 573, 576. ISBN 978-0-07-160402-4.
  14. Chang, A. H.; Parsonnet, J. (2010). "Role of Bacteria in Oncogenesis". Clinical Microbiology Reviews. 23 (4): 837–857. doi:10.1128/CMR.00012-10. PMC 2952975. PMID 20930075.
  15. Kusters JG, van Vliet AH, Kuipers EJ (July 2006). "Pathogenesis of Helicobacter pylori Infection". Clin Microbiol Rev. 19 (3): 449–90. doi:10.1128/CMR.00054-05. PMC 1539101. PMID 16847081.
  16. Suerbaum S, Michetti P (October 2002). "Helicobacter pylori infection". N. Engl. J. Med. 347 (15): 1175–86. CiteSeerX 10.1.1.572.9262. doi:10.1056/NEJMra020542. PMID 12374879.
  17. Wagner, Anna Dorothea; Syn, Nicholas LX; Moehler, Markus; Grothe, Wilfried; Yong, Wei Peng; Tai, Bee-Choo; Ho, Jingshan; Unverzagt, Susanne (29 August 2017). "Chemotherapy for advanced gastric cancer". Cochrane Database of Systematic Reviews. 8: CD004064. doi:10.1002/14651858.cd004064.pub4. PMC 6483552. PMID 28850174.
  18. Fuccio L, Zagari RM, Eusebi LH, Laterza L, Cennamo V, Ceroni L, Grilli D, Bazzoli F (2009). "Meta-analysis: can Helicobacter pylori eradication treatment reduce the risk for gastric cancer?". Ann Intern Med. 151 (2): 121–8. CiteSeerX 10.1.1.689.4461. doi:10.7326/0003-4819-151-2-200907210-00009. PMID 19620164.
  19. Wu Q, Yang ZP, Xu P, Gao LC, Fan DM (2013). "Association between Helicobacter pylori infection and the risk of colorectal neoplasia: a systematic review and meta-analysis". Colorectal Dis. 15 (7): e352–64. doi:10.1111/codi.12284. PMID 23672575.
  20. Saccà, SC; Vagge, A; Pulliero, A; Izzotti, A (December 2014). "Helicobacter pylori infection and eye diseases: a systematic review". Medicine. 93 (28): e216. doi:10.1097/md.0000000000000216. PMC 4603085. PMID 25526440.
  21. "Helicobacter pylori" (PDF). cdc.gov. Center for Disease Control. Retrieved 7 October 2017.