ଦୂରଦୂରାନ୍ତର

ଉଇକିପିଡ଼ିଆ‌ରୁ
(Duradurantaraରୁ ଲେଉଟି ଆସିଛି)
ଦୂର-ଦୂରାନ୍ତର  
ଲେଖକମନୋଜ ଦାସ
ଦେଶଭାରତ
ଭାଷାଓଡ଼ିଆ
ବିଭାଗଭ୍ରମଣ କାହାଣୀ
ପ୍ରକାଶକଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ-୨
ପ୍ରକାଶ ତାରିଖ୧୯୭୭, ୧୯୭୮, ୧୯୭୯,
୧୯୮୧, ୧୯୮୭, ୧୯୯୦,
୧୯୯୬, ୨୦୦୨, ୨୦୦୮
ପୃଷ୍ଠା୧୩୩ (ନବମ ସଂସ୍କରଣ-୨୦୦୮)
ISBN୮୧-୭୪୦୩ ୦୧୩-୧

ଦୂର-ଦୂରାନ୍ତର ମନୋଜ ଦାସଙ୍କଦ୍ୱାରା ରଚିତ ଏକ ଭ୍ରମଣ କାହାଣୀ ।[୧][୨] କଣ୍ଡୁରୀ ଚରଣ ଦାସବିଭୂତି ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ମନୋଜ ଦାସ ଏହି ଲେଖାର ଆରମ୍ଭ କରିଥିଲେ । ଏଥିରେ ଲେଖକଙ୍କର ବିଦେଶ ଭ୍ରମଣ ଅନୁଭୂତି ସହ ପ୍ରାଚ୍ୟ-ପାଶ୍ଚାତ୍ୟ ସଭ୍ୟତାର ଏକ ତୁଳନାତ୍ମକ ଚିତ୍ର ଦିଆଯାଇଛି । ଲେଖକ ଯେତେବେଳେ ଶ୍ରୀମା-ଶ୍ରୀ ଅରବିନ୍ଦଙ୍କ ଉପରେ ଗବେଷଣା ପାଇଁ ଇଂଲଣ୍ଡ ଯାଇଥିଲେ, ସେତେବେଳେ ସେଠାର ଚଳଣିରେ ହୋଇଥବା ପରିବର୍ତ୍ତନ ଓ ଇଂଲଣ୍ଡର କିଛି ଅଭିଶପ୍ତ ଇତିହାସର ବି ସମ୍ୟକ ବର୍ଣ୍ଣନା ରହିଛି । ଏହାସହ ଆୟରଲ୍ୟାଣ୍ଡ, ଜର୍ମାନୀ, ପ୍ୟାରିସ, ରୋମକାଇରୋରେ ଲେଖକଙ୍କ ଅନୁଭୂତି ଓ ସେଠାକାର ସାଧାରଣ ଲୋକଙ୍କର ଚଳଣି ସମ୍ପର୍କରେ ଲେଖାଯାଇଛି ।

'ଦୂରଦୂରାନ୍ତର' ଜାନୁୟାରୀ ୧୯୭୩ରୁ ଡିସେମ୍ବର ୧୯୭୪ ଯାଏ ଧାରାବାହିକ ମାସିକ ନବରବିରେ ପ୍ରକାଶ ପାଇଥିଲା । ଏହା ଇଂରାଜୀରେ Far and Beyond ନାମରେ ଅନୁବାଦିତ ହୋଇ ୧୯୭୬ ମସିହାରେ ପ୍ରକାଶିତ ହୋଇଥିଲା ।[୩]

ଆଧାର[ସମ୍ପାଦନା]

  1. Bishan Narain Tandon (2003). Sarasvatī Sammāna. K.K. Birla Foundation. pp. 618–. ISBN 978-81-8143-019-9.
  2. "ସାଧନାକୁ ସ୍ୱୀକୃତି : ସରସ୍ୱତୀଙ୍କ ବରପୁତ୍ର ମନୋଜ ଦାସ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 27 Jan 2020. Retrieved 16 July 2021. {{cite web}}: |archive-date= / |archive-url= timestamp mismatch; 16 ଜୁଲାଇ 2021 suggested (help)
  3. Encyclopaedia of Indian Literature: Sasay to Zorgot. Sahitya Akademi. 1987. ISBN 978-0-8364-2283-2.

ବାହାର ଆଧାର[ସମ୍ପାଦନା]

  • ଦୂର-ଦୁରାନ୍ତର, ମନୋଜ ଦାସ, ନବମ ସଂସ୍କରଣ-୨୦୦୯, "ସ୍ୱୀକୃତି ଭାଗ"