Jump to content

କଣ୍ଡୋମ

ଉଇକିପିଡ଼ିଆ‌ରୁ
(Condomରୁ ଲେଉଟି ଆସିଛି)
କଣ୍ଡୋମ
A rolled-up condom
Background
Pronunciation/ˈkɒndəm/ or UK: /ˈkɒndɒm/
TypeBarrier
First useAncient[]
Rubber: 1855[]
Latex: 1920s[]
Polyurethane: 1994
Polyisoprene: 2008
Pregnancy rates (first year, latex)
Perfect use2%[]
Typical use18%[]
Usage
User remindersLatex condoms damaged by oil-based lubricants[]
Advantages and disadvantages
STI protectionYes[]
BenefitsNo health care visits required[]

କଣ୍ଡୋମ (ଇଂରାଜୀ ଭାଷାରେ condom) ଏକ ମୁଣି ଆକାରର ଏକ ପ୍ରତିବନ୍ଧ ଉପକରଣ (barrier device) ଯାହା ଯୌନ ସମ୍ଭୋଗ (sexual intercourse) ସମୟରେ ଗର୍ଭାଧାନ ସମ୍ଭାବନା ଓ ଯୌନସଞ୍ଚାରିତ ସଂକ୍ରମଣ (sexually transmitted infection ବା STIs) ରୋକିବା ନିମନ୍ତେ ବ୍ୟବ‌ହାର କରାଯାଏ ।[] ଏଥି ନିମନ୍ତେ ଉଭୟ ପୁରୁଷ ଓ ମହିଳା କଣ୍ଡୋମ (female condom) ମିଳେ ।[] ସଠିକ ଭାବରେ ପ୍ରତ୍ୟେକ ନାରୀ-ପୁରୁଷ ସମ୍ଭୋଗ ସମୟରେ ପୁରୁଷ ସାଥୀ କଣ୍ଡୋମ ବ୍ୟବ‌ହାର କଲେ ମାତ୍ର ୨% ଗର୍ଭାଧାନ ହାର ହୁଏ ।[] କିନ୍ତୁ ସାଧାରଣ ବ୍ୟବ‌ହାରରେ ଏହି ହାର ପ୍ରାୟ ବାର୍ଷିକ ୧୮% ହୁଏ ।[] କଣ୍ଡୋମ ବ୍ୟବ‌ହାର କଲେ ଗନରିଆ, କ୍ଲାମିଡିଆ (chlamydia), ଟ୍ରାଇକୋମୋନିଆସିସ୍, ହେପାଟାଇଟିସ ବିଏଚଆଇଭି/ଏଡସ ଇତ୍ୟାଦି ରୋଗ ସଙ୍କଟ ଅନେକ ପରିମାଣରେ କମିଯାଏ । କିଛି ପରିମାଣରେ ସୁରକ୍ଷା ମିଳୁଥିବା ଅନ୍ୟ କେତେକ ରୋଗମାନଙ୍କ ନାମ ଜେନିଟାଲ ହର୍ପିସ (genital herpes), ହ୍ୟୁମାନ ପାପିଲୋମା ଭୁତାଣୁ (human papillomavirus ବା HPV) ଓ ସିଫିଲିସ୍[]

ସମ୍ଭୋଗ ପୂର୍ବରୁ ଉତ୍ଥିଥ ପୁରୁଷାଙ୍ଗ (erect penis) ଉପରେ ପୁରୁଷ କଣ୍ଡୋମ ଗୁଡ଼େଇ ଦେବାଫଳରେ ମହିଳା ଯୌନାଙ୍ଗରେ ବୀର୍ଯ୍ୟ ପ୍ରବେଶକୁ ଅବରୋଧ କରେ । [][] ପୁରୁଷ କଣ୍ଡୋମ ଲେଟେକ୍ସରୁ (latex) ଓ ସ୍ୱଳ୍ପ ମାତ୍ରାରେ ପଲିୟୁରିଥେନ (polyurethane) ବା ମେଣ୍ଢାଛୁଆ ଅନ୍ତନଳୀରୁ ତିଆରି ହୁଏ । ପୁରୁଷ କଣ୍ଡୋମ ସ‌ହଜରେ ମିଳେ, ବ୍ୟବ‌ହାର ବିଧି ସ‌ହଜ ଓ ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଏ । ଲେଟେକ୍ସ ଆଲର୍ଜି (latex allergy) ଥିଲେ ପଲିୟୁରିଥେନ ବା ଅନ୍ୟ କୃତ୍ରିମ ସଂସ୍କରଣ ବ୍ୟବ‌ହାର କରାଯାଏ ।[] ମହିଳା କଣ୍ଡୋମ ପଲିୟୁରିଥେନରୁ ପ୍ରସ୍ତୁତ କରାଯାଇଥାଏ ଓ ଏକାଧିକ ଥର ବ୍ୟବ‌ହାର କରାଯାଇପାରେ ।[]

ସନ ୧୫୬୪ରୁ ଯୌନ ସଞ୍ଚାରିତ ରୋଗ ପ୍ରତିଷେଧ ନିମନ୍ତେ କଣ୍ଡୋମ ବ୍ୟବ‌ହାର କରାଯାଉଛି ।[] ରବର କଣ୍ଡୋମ ସନ ୧୮୫୫ରୁ ଓ ଲେଟେକ୍ସ କଣ୍ଡୋମ ସନ ୧୯୨୦ରୁ ବ୍ୟବ‌ହୃତ ହେଉଥିଲା । [][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଗୋଟିକର କ୍ରୟ ମୂଲ୍ୟ ପ୍ରାୟ ୦.୦୩ରୁ ୦.୦୮ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୁଲ୍ୟ ଏକ ଆମେରିକୀୟ ଡଲାରରୁ କମ୍ । [୧୦] ପୃଥିବୀର ୧୦%ରୁ କମ୍ ଲୋକ ଜନ୍ମ ନିରୋଧ ନିମନ୍ତେ କଣ୍ଡୋମ ବ୍ୟବ‌ହାର କରୁଛନ୍ତି ।[୧୧] ବିକଶିତ ଦେଶମାନଙ୍କରେ (developed world) ଅଧିକ କଣ୍ଡୋମ ବ୍ୟବ‌ହାର ହୁଏ ।[୧୧] ଜନ୍ମ ନିରୋଧ ଉପାୟ ନିମନ୍ତେ କଣ୍ଡୋମ ସଂଯୁକ୍ତ ରାଷ୍ଟ୍ରରେ ୨ୟ ସ୍ଥାନ (୨୨%) ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୩ୟ ସ୍ଥାନ (୧୫%) ଅଧିକାର କରିଛି ।[୧୨][୧୩] ବାର୍ଷିକ ପ୍ରାୟ ଛଅରୁ ନଅ ବିଲିଅନ କଣ୍ଡୋମ ପୃଥିବୀରେ ବିକ୍ରୟ ହୁଏ ।[୧୪]

  1. 1 2 3 4 5 6 7 8 9 10 Hatcher, Robert Anthony; M.D, Anita L. Nelson (2007). Contraceptive Technology (in ଇଂରାଜୀ). Ardent Media. pp. 297–311. ISBN 9781597080019.
  2. 1 2 Allen, Michael J. (2011). The Anthem Anthology of Victorian Sonnets (in ଇଂରାଜୀ). Anthem Press. p. 51. ISBN 9781843318484.
  3. 1 2 McKibbin, Ross (2000). Classes and Cultures: England 1918-1951 (in ଇଂରାଜୀ). Oxford University Press. p. 305. ISBN 9780198208556.
  4. 1 2 Trussell, James (2011). "Contraceptive efficacy". In Hatcher, Robert A.; Trussell, James; Nelson, Anita L.; Cates, Willard Jr.; Kowal, Deborah; Policar, Michael S. (eds.) (eds.). Contraceptive technology (PDF) (20th revised ed.). New York: Ardent Media. pp. 779–863. ISBN 978-1-59708-004-0. ISSN 0091-9721. OCLC 781956734. Archived from the original (PDF) on 2017-02-15. Retrieved 2017-08-09. {{cite book}}: |editor6-first= has generic name (help)
  5. WHO Model Formulary 2008 (PDF). World Health Organization. 2009. p. 372. ISBN 9789241547659. Retrieved 8 January 2017.
  6. Trussell, J (2007). "Contraceptive efficacy" (PDF). Ardent Media. Archived from the original (PDF) on 2017-02-15. Retrieved 2011-03-13.
  7. 1 2 Speroff, Leon; Darney, Philip D. (2011). A Clinical Guide for Contraception (in ଇଂରାଜୀ). Lippincott Williams & Wilkins. pp. 305–307. ISBN 9781608316106.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  9. "Condoms (Lubricated)". International Drug Price Indicator Guide. Retrieved 8 December 2016.[permanent dead link]
  10. Shoupe, Donna (2011). Contraception (in ଇଂରାଜୀ). John Wiley & Sons. p. 15. ISBN 9781444342635.
  11. 1 2 Chen, Lincoln C.; Amor, Jaime Sepulveda; Segal, Sheldon J. (2012). AIDS and Women’s Reproductive Health (in ଇଂରାଜୀ). Springer Science & Business Media. p. 6. ISBN 9781461533542.
  12. Herring, Jonathan (2014). Medical Law and Ethics (in ଇଂରାଜୀ). Oxford University Press. p. 271. ISBN 9780198702269.
  13. Daniels, K; Daugherty, J; Jones, J; Mosher, W (10 November 2015). "Current Contraceptive Use and Variation by Selected Characteristics Among Women Aged 15-44: United States, 2011-2013". National health statistics reports (86): 1–14. PMID 26556545.
  14. Hermann, Henry R. (2016). Dominance and Aggression in Humans and Other Animals: The Great Game of Life (in ଇଂରାଜୀ). Academic Press. ISBN 9780128092958.