ଜେନିଟାଲ ହର୍ପିସ
Anogenital herpesviral infection, herpes genitalis | |
ବିଭାଗ | ସଂକ୍ରମକ ରୋଗ (Infectious disease) |
---|---|
ଲକ୍ଷଣ | ନଥାଇପାରେ, ଛୋଟ ଫୋଟକା (small blisters) ଯାହା ଫାଟିଯାଇ କଷ୍ଟଦାୟକ ଘାଆ ହୁଏ, ଇନ୍ଫ୍ଲୁଏଞ୍ଜା ଭଳି ଲକ୍ଷଣ [୧][୨] |
ଆକ୍ରାନ୍ତ ସମୟ | ସଂସ୍ପର୍ଶରେ ଆସିବାର ୨-୧୨ ଦିନ ପରେ । [୧] |
ଅବଧି | ୪ ସପ୍ତାହ ପର୍ଯ୍ୟନ୍ତ [୧] |
କାରଣ | ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ (Herpes simplex virus) (HSV-1, HSV-2)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ରୋଗୀ ପରୀକ୍ଷା, ରକ୍ତ ପରୀକ୍ଷା (blood tests)[୧] |
ସଠିକ ରୋଗ ନିର୍ଣ୍ଣୟ | ସିଫିଲିସ୍, ସାଙ୍କ୍ରଏଡ (chancroid), ମୋଲୁସ୍କମ କୋଣ୍ଟାଜିଓସମ, ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା [୩] |
ପ୍ରତିକାର | ଯୌନ ସମ୍ପର୍କ ନରଖିବା, କଣ୍ଡୋମ ବ୍ୟବହାର, ସଂକ୍ରମିତ ନହୋଇଥିବା ବ୍ୟକ୍ତି ସହ ଯୌନ ସମ୍ପର୍କ ରଖିବା [୨] |
ଚିକିତ୍ସା | ଆଣ୍ଟିଭାଇରାଲ ଔଷଧ (Antiviral medication)[୧] |
ପୁନଃପୌନିକ | ୮୪୬ ନିୟୁତ (୨୦୧୫)[୪] |
ଜେନିଟାଲ ହର୍ପିସ (ଇଂରାଜୀ ଭାଷା)ରେ Genital herpes) ରୋଗ ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ (Herpes simplex virus) (HSV-1, HSV-2) ଯୋଗୁ ସୃଷ୍ଟି ହେଉଥିବା ଏକ ଯୌନ (genital) ସଂକ୍ରାମକ ରୋଗ ।[୧] ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକ ଲକ୍ଷଣ ନଥିବାରୁ ବା ସ୍ୱଳ୍ପ ଲକ୍ଷଣ ଥିବାରୁ ରୋଗ ଥିବା ଜାଣିପାରନ୍ତିନି ।[୧] ପ୍ରଥମେ ଛୋଟ ଫୋଟକା (small blisters) ହୋଇ ବାହାରେ ଯାହା ଫାଟିଯାଇ କଷ୍ଟଦାୟକ ଅଲସର (ulcers) ବା ଘାଆ ହୁଏ ।[୧] ଇନ୍ଫ୍ଲୁଏଞ୍ଜା (Flu-like symptoms) ଯେପରି ଜ୍ୱର, ବେଦନା ହୁଏ ବା ଲସିକା ଗ୍ରନ୍ଥି ଫୁଲିଯାଏ ।[୨] ରୋଗୀ ସଂସ୍ପର୍ଶରେ ଆସିବାର ୪ ଦିନ ବେଳକୁ ରୋଗ ଆରମ୍ଭ ହୁଏ ଓ ପ୍ରାୟ ୪ ସପ୍ତାହ ପର୍ଯ୍ୟନ୍ତ ରହେ ।[୧] ଥରେ ରୋଗ ହେବାପରେ ଆଉଥରେ ରୋଗ ହୋଇପାରେ କିନ୍ତୁ ତାହା ସାମାନ୍ୟ ଧରଣର ହୁଏ ।[୧]
ରୋଗ ଥିବା ସ୍ଥାନ ସହିତ ଯୌନ ବା ସ୍ରାବ ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପିଥାଏ ।[୧] ପ୍ରାକୃତିକ ବା ଅପ୍ରାକୃତିକ ଯୌନ ସମ୍ଭୋଗ କଲେ ଏହି ରୋଗ ସଂକ୍ରମଣ ହୁଏ ।[୧] ଏକ ବର୍ଷ ମଧ୍ୟରେ ପତିପତ୍ନୀ ମଧ୍ୟରେ ସଂକ୍ରମଣ ସଙ୍କଟ ପ୍ରାୟ ୭.୫% ଥାଏ ।[୫] ଏହି ରୋଗର ବର୍ଗୀକରଣ ଏଚଏସଭି ୧ ଓ ଏଚଏସଭି ୨ ନାମରେ ଦୁଇ ପ୍ରକାର କରାଯାଏ ।[୧] ଐତିହାସିକ ସ୍ଥରରେ ସାଧାରଣତଃ ଏଚଏସଭି ୨ ହୁଏ କିନ୍ତୁ ଅଧୁନା ବିକଶିତ ଦେଶମାନଙ୍କରେ (developed world) ଏଚଏସଭି ୧ ଅଧିକ ହେବା ଦେଖାଯାଉଛି ।[୧][୬] ରୋଗ ସ୍ଥାନର ପଲିମରେଜ ଚେନ ରିଆକସନ (PCR) ବା ଭୁତାଣୁ କଲଚର (viral culture) ବା ରକ୍ତ ପରୀକ୍ଷା (blood tests) କରି ନିର୍ଣ୍ଣୟ କରାଯାଏ ।[୧]
ଯୌନ ସମ୍ପର୍କ ନରଖି, କଣ୍ଡୋମ (condoms) ବ୍ୟବହାର କରି ଓ ସଂକ୍ରମିତ ନହୋଇଥିବା ବ୍ୟକ୍ତି ସହ ଯୌନ ସମ୍ପର୍କ ରଖି ଏହି ରୋଗକୁ ପ୍ରତିରୋଧ କରିହୁଏ ।[୨] ଥରେ ସଂକ୍ରମିତ ହେଲେ ଆରୋଗ୍ୟ ହୁଏ ନାହିଁ । [୨] ମଡ଼କ ହେଲେ ଆଣ୍ଟିଭାଇରାଲ ଔଷଧ (Antiviral medications) ଦେବାଦ୍ୱାରା ବ୍ୟାପିବା କମିଯାଏ ଓ ପ୍ରତିରୋଧ ମଧ୍ୟ ହୋଇଯାଏ । [୧] ଦୀର୍ଘକାଳୀନ ଔଷଧ ପ୍ରୟୋଗ କଲେ ଅଧିକ ବ୍ୟାପିବାରୁ ରକ୍ଷା ମିଳିଯାଏ ।[୧]
ସନ ୨୦୧୫ରେ ୮୪୬ ନିୟୁତ ଲୋକଙ୍କର (୧୨%) ଜେନିଟାଲ ହର୍ପିସ ହୋଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ୬ ଜଣଙ୍କ ମଧ୍ୟରୁ ଜଣେ ଲୋକର ଏଚଏସଭି ୨ ରୋଗ ଅଛି ।[୭] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] ସନ ୧୯୯୦ରୁ ୨୦୧୦ ମଧ୍ୟରେ ଏଚଏସଭି ୨ ରୋଗ ହାର କମିଯାଇଛି ।[୧] କ୍ୱଚିତ ରୋଗ ଜଟିଳ ହୋଇ ଅସେପ୍ଟିକ ମେନିଞ୍ଜାଇଟିସ (aseptic meningitis) ହୁଏ, ଅଧିକ ଏଚଆଇଭି/ଏଡସ ସଙ୍କଟ ସୃଷ୍ଟି ହୁଏ ଓ ପ୍ରସବ ସମୟରେ ଶିଶୁ ସଂକ୍ରମିତ ହୋଇ ନିଓନାଟାଲ ହର୍ପିସ (neonatal herpes) ସୃଷ୍ଟି ହୁଏ । [୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ "Genital Herpes – CDC Fact Sheet". 9 February 2017. Retrieved 20 December 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ "STD Facts – Genital Herpes". Retrieved 2017-12-20.
- ↑ Ferri, Fred F. (2010). Ferri's Differential Diagnosis: A Practical Guide to the Differential Diagnosis of Symptoms, Signs, and Clinical Disorders (in ଇଂରାଜୀ). Elsevier Health Sciences. p. 230. ISBN 0323076998.
- ↑ ୪.୦ ୪.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ pmhdev (December 12, 2012). "Genital herpes: How can you prevent the spread of herpes in sexual relationships?". PubMed Health (in ଇଂରାଜୀ).
- ↑ Beigi, Richard H., ed. (2012-03-27). Sexually transmitted diseases. Chichester, West Sussex: John Wiley & Sons, Ltd. p. 139. ISBN 9781118314975.
- ↑ "STD Facts - Genital Herpes". www.cdc.gov (in ଆମେରିକୀୟ ଇଂରାଜୀ). December 11, 2017. Retrieved September 22, 2018.
Genital herpes is common in the United States. More than one out of every six people aged 14 to 49 years have genital herpes.
{{cite web}}
: Cite has empty unknown parameter:|dead-url=
(help)