Jump to content

ସାନକ୍ରଏଡ

ଉଇକିପିଡ଼ିଆ‌ରୁ
(Chancroidରୁ ଲେଉଟି ଆସିଛି)
Chancroid
Soft chancre,[] Ulcus molle[]
A chancroid lesion on penis
ଉଚ୍ଚାରଣ
ବିଭାଗInfectious disease
ଲକ୍ଷଣGenital ulcers,d large lymph nodes in the groin[][]
ଆକ୍ରାନ୍ତ ସମୟ4 to 10 days after exposure[]
ଅବଧି2 weeks with treatment[]
କାରଣHaemophilus ducreyi spread by sex[]
ବିପଦ କାରକUncircumcised[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[]
ସଠିକ ରୋଗ ନିର୍ଣ୍ଣୟSyphilis, herpes, granuloma inguinale, lymphogranuloma venereum[]
ଚିକିତ୍ସାAntibiotics (azithromycin or ceftriaxone)[]
PrognosisGood[]
ପୁନଃପୌନିକRare[]

ସାନକ୍ରଏଡ (ଇଂରାଜୀ ଭାଷାରେ Chancroid) ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ମଧ୍ୟରୁ ଏକ ପ୍ରକାର ସଂକ୍ରମଣ ଯେଉଁଥିରେ ଲିଙ୍ଗରେ ଯନ୍ତ୍ରଣାଦାୟକ ଘାଆ ବା ଅଲସର ହୁଏ ଓ ଊରୁସନ୍ଧିରେ ଥିବା ଲସିକା ଗ୍ରନ୍ତି ବଢ଼ିଯାଏ ।[] [] ଅଲସର ସାଧାରଣତ ୧ରୁ ୨ ସେମି ଆକାରରେ ଥାଏ | [] ଲସିକା ଗ୍ରନ୍ତ୍ରିଗୁଡ଼ିକ ଅଧିକ ବଢ଼ିଗଲେ ଫାଟିଯାଏ | [] ସଂସ୍ପର୍ଶରେ ଆସିବାର ୪ରୁ ୧୦ ଦିନ ପରେ ରୋଗ ଆରମ୍ଭ ହୁଏ | [] [[

ହେମୋଫାଇଲସ ଡୁକ୍ରେ ନାମକ ଏକ ପ୍ରକାର ଜୀବାଣୁଦ୍ୱାରା ଏହି ରୋଗ ସୃଷ୍ଟ ଓ ସଞ୍ଚାରିତ ହୁଏ | [] ଯୌନ ସମ୍ପର୍କ ରଖୁଥିବା ଲୋକଙ୍କ ମଧ୍ୟରେ ଏହା ବ୍ୟାପିବାର ବିପଦ ପ୍ରାୟ ୩୫% ରହିଥାଏ । [] ସୁନତ୍ ନ ହୋଇଥିବା ଲୋକଙ୍କ ମଧ୍ୟରେ ଅଧିକ ବିସ୍ତାର ହୁଏ | [] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ବିଶେଷ ଧରଣର କଲଚର ବା ପିସିଆର କରି ରୋଗ ନିଶ୍ଚିତ କରାଯାଏ । []

ଆଜିଥ୍ରୋମାଇସିନ୍ କିମ୍ବା ସେଫଟ୍ରାଇଆକ୍ସୋନ ଭଳି ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ | [] ଚିକିତ୍ସା ଆରମ୍ଭ କରିବାର ୨ ସପ୍ତାହ ମଧ୍ୟରେ ଉନ୍ନତି ହୁଏ ।[] ତରଳ ପଦାର୍ଥ ଭରିଥିବା ଲସିକା ଗ୍ରନ୍ଥିଗୁଡ଼ିକୁ ଛେଦନ କରି ନିଷ୍କାସନ କରାଯାଏ ।[] ଯୌନ ସହଭାଗୀମାନଙ୍କୁ ମଧ୍ୟ ଚିକିତ୍ସା କରାଯିବା ଉଚିତ୍। [] ଚିକିତ୍ସା ବିନା ଅଲସର ସାଧାରଣତଃ ୧ରୁ ୩ ମାସ ମଧ୍ୟରେ ଭଲ ହୋଇଯାଏ। []

ସାନକ୍ରଏଡ ଏକ ବିରଳ ରୋଗ ଅଟେ | [] ଯୁକ୍ତରାଷ୍ଟ୍ରରେ ବର୍ଷକୁ ୨୦ରୁ କମ୍ ରୋଗ ନିର୍ଣ୍ଣୟ କରାଯାଏ। [] ୨୦ରୁ ୩୦ ବର୍ଷ ବୟସ୍କ ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [] ଯୌନ କର୍ମୀମାନଙ୍କ ମଧ୍ୟରେ ଏହା ଅଧିକ ହୁଏ | [] ପ୍ରାଚୀନ ଗ୍ରୀକ୍ ସମୟରୁ ଏହା ଭଳି ଲକ୍ଷଣ ଥିବା ଅନ୍ୟ ରୋଗର ବର୍ଣ୍ଣନା କରାଯାଇଥିଲା ଯାହା ୧୮୦୦ ଦଶକ ମଧ୍ୟ ଭାଗରେ ସିଫିଲିସ୍ ରୋଗ ବୋଲି ନିର୍ଣ୍ଣୟ କରାଗଲା ଓ ଏହା ଏକ ଭିନ୍ନ ରୋଗ ହୋଇଥିବା ଜଣାଗଲା । []

  1. James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 274. ISBN 978-0-7216-2921-6.
  2. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 978-1-4160-2999-1.
  3. ୩.୦ ୩.୧ ୩.୨ ୩.୩ ୩.୪ "Other Sexually Transmitted Diseases - 2018 Sexually Transmitted Diseases Surveillance". www.cdc.gov (in ଆମେରିକୀୟ ଇଂରାଜୀ). 2021-04-14. Retrieved 24 May 2021.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ ୪.୧୫ ୪.୧୬ ୪.୧୭ ୪.୧୮ ୪.୧୯ ୪.୨୦ ୪.୨୧ ୪.୨୨ ୪.୨୩ Irizarry, L; Velasquez, J; Wray, AA (January 2021). "Chancroid". PMID 30020703. {{cite journal}}: Cite journal requires |journal= (help)
  5. Sexually Transmitted Diseases in Women (in ଇଂରାଜୀ). Lippincott Williams & Wilkins. 2003. p. 79. ISBN 978-0-397-51303-1. Retrieved 24 May 2021.