ଲିମ୍ଫୋଗ୍ରାନୁଲୋମା ଭେନେରିଅମ
Lymphogranuloma venereum | |
---|---|
Climatic bubo,[୧] Durand–Nicolas–Favre disease,[୧] Poradenitis inguinale,[୧] Lymphogranuloma inguinale, Strumous bubo[୧] | |
ବିଭାଗ | Infectious disease |
ଲକ୍ଷଣ | Genital ulcer, large lymph nodes in the groin[୨] |
ଆକ୍ରାନ୍ତ ସମୟ | 3 to 12 days post exposure[୩] |
କାରଣ | Certain types of Chlamydia trachomatis[୨] |
ବିପଦ କାରକ | Men who have sex with men, HIV/AIDS[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Culture, PCR[୨] |
ସଠିକ ରୋଗ ନିର୍ଣ୍ଣୟ | Herpes, syphilis, chancroid, granuloma inguinale, HIV/AIDS[୩] |
ଚିକିତ୍ସା | Doxycycline, erythromycin[୨] |
Prognosis | Fair if treated[୩] |
ପୁନଃପୌନିକ | Uncommon[୩] |
ଲିମ୍ଫୋଗ୍ରାନୁଲୋମା ଭେନେରିଅମ (ଇଂରାଜୀ ଭାଷାରେ Lymphogranuloma venereum/ LGV ) ଏକ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହର ରୋଗ ଯାହା କେତେକ ପ୍ରକାର କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁଯୋଗୁ ସୃଷ୍ଟି ହେଉଥିବା ଏକ ସଂକ୍ରମଣ । ଲକ୍ଷଣ: ଏକ ଛୋଟ ଯନ୍ତ୍ରଣାହୀନ ଯୌନାଙ୍ଗ ଘାଆ ଓ ଗୋଟିଏ ପାଖର ଉଋସନ୍ଧିରେ ବଡ଼ ଲସିକା ଗ୍ରନ୍ଥି ଦେଖାଯାଏ । [୨] [୩] ମଳାଶୟ ଖୋଲିଲେ ଯନ୍ତ୍ରଣା ହୁଏ ଓ ସ୍ରାବ ଦେଖାଯାଇପାରେ | [୨] ସଂସ୍ପର୍ଶରେ ଆସିବାର ସାଧାରଣତ ୩ରୁ ୧୨ ଦିନ ପରେ ରୋଗ ଆରମ୍ଭ ହୁଏ | [୩] ରୋଗ ଜଟିଳ ହେଲେ ମଳଦ୍ୱାର ସଙ୍କୁଚିତ ହୋଇଯାଏ ବା ଆନାଲ ଫିସ୍ଚୁଲା ବା ଭଗନ୍ଦର ହୋଇପାରେ ।[୩]
କ୍ଲାମିଡିଆ ଟ୍ରାକୋମାଟିସର ଏଲ୧, ଏଲ୨ ଏବଂ ଏଲ୩ ସେରୋଟାଇପଦ୍ୱାରା ଏହି ରୋଗ ହୁଏ | [୨] ଏହା ଯେକୌଣସି ପ୍ରକାର ଯୌନ ସଙ୍ଗମରେ ବିସ୍ତାର ଲାଭ କରେ । [୩] ଏଚ୍.ଆଇ.ଭି. ସଂକ୍ରମିତ ପୁରୁଷ ସହିତ ଏନ୍ୟ ଏକ ପୁରୁଷର ସଙ୍ଗମରୁ ମଧ୍ୟ ରହି ରୋଗ ସଂକ୍ରମିତ ହୋଇଥାଏ ।[୩] ଲସିକା ପ୍ରଣାଳୀକୁ ଏହି ରୋଗ ସଂକ୍ରମିତ କରିଥାଏ ।[୩] ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ କଲଚର ତଥା ପିସିଆର ପରୀକ୍ଷା କରି ନିଶ୍ଚିତ କରାଯାଏ । [୨]
ଡକ୍ସିସାଇକ୍ଲିନ୍ ଔଷଧ ତିନି ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ ଓ ବିକଳ୍ପ ଭାବରେ ଏରିଥ୍ରୋମାଇସିନ ଦିଆଯାଇପାରେ ।[୨] ବଡ଼ ଲସିକା ଗ୍ରନ୍ଥିଗୁଡ଼ିକର ଛେଦନ ଓ ନିଷ୍କାସନ ଆବଶ୍ୟକ ହୋଇପାରେ ।[୨] ବିଗତ ୬୦ ଦିନ ମଧ୍ୟରେ ଯୌନ ସମ୍ପର୍କ ହୋଇଥିବା ଲୋକଙ୍କର ମଧ୍ୟ ପରୀକ୍ଷା କରାଯାଇ ଚିକିତ୍ସା କରାଯିବା ଉଚିତ୍ | [୨] ଚିକିତ୍ସା ଫଳାଫଳଗୁଡିକ ଭଲ ଅଟେ | [୩]
ଲିମ୍ଫୋଗ୍ରାନୁଲୋମା ଭେନେରିଅମ ଏକ ସାଧାରଣ ରୋଗ ନୁହେଁ କିନ୍ତୁ ଟ୍ରପିକାଲ୍ ଅଞ୍ଚଳରେ ଅଧିକ ଦେଖାଯାଏ ।[୩] ଏହା ସାଧାରଣତଃ ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ ଘଟିଥାଏ। [୩] ଯଦିଓ ଏହା ଉଭୟ ଲିଙ୍ଗରେ ସମାନ ଭାବରେ ଦେଖାଯାଏ ଓ ପୁରୁଷମାନଙ୍କର ଅଧିକ ରୋଗ ନିର୍ଣ୍ଣୟ ହୁଏ । [୩] ଏହା ବିକଶିତ ଦେଶର ୨୦୦୩ ମସିହା ପୂର୍ବରୁ ବିରଳ ଥିଲା ତଥାପି ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଅନେକ ଥର ବିସ୍ଫୋଟ ଘଟିଛି । [୪] ଏହି ରୋଗ ପ୍ରଥମେ ୧୮୩୩ ମସିହାରେ ୱାଲେସ ବର୍ଣ୍ଣନା କରିଥିଲେ ଓ ପୁନର୍ବାର ୧୯୧୩ ମସିହାରେ ଡୁରାଣ୍ଡ, ନିକୋଲାସ୍ ଏବଂ ଫାଭ୍ରେଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା। [୫] [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 978-1-4160-2999-1.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Lymphogranuloma Venereum (LGV) - 2015 STD Treatment Guidelines". www.cdc.gov (in ଆମେରିକୀୟ ଇଂରାଜୀ). 2019-01-11. Retrieved 24 May 2021.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Rawla, P; Thandra, KC; Limaiem, F (January 2021). "Lymphogranuloma Venereum". PMID 30726047.
{{cite journal}}
: Cite journal requires|journal=
(help) - ↑ Richardson D; Goldmeier D (January 2007). "Lymphogranuloma venereum: an emerging cause of proctitis in men who have sex with men". International Journal of STD & AIDS. 18 (1): 11–4, quiz 15. doi:10.1258/095646207779949916. PMID 17326855.
- ↑ Parish, Lawrence C.; Gschnait, Friedrich (2012-12-06). Sexually Transmitted Diseases: A Guide for Clinicians (in ଇଂରାଜୀ). Springer Science & Business Media. p. 90. ISBN 978-1-4612-3528-6.
- ↑ Durand N.J.; Nicolas J.; Favre M. (January 1913). "Lymphogranulomatose inguinale subaiguë d'origine génitale probable, peut-être vénérienne". Bulletin de la Société des Médecins des Hôpitaux de Paris. 35: 274–288.