ବିଶ୍ୱମ୍ବର ପରିଡ଼ା
ବିଶ୍ୱମ୍ବର ପରିଡ଼ା | |
---|---|
ଜନ୍ମ | ବିଶ୍ୱମ୍ବର ପରିଡ଼ା ଫେବୃଆରୀ ୨୧, ୧୯୨୧ |
ମୃତ୍ୟୁ | ୨୫ ନଭେମ୍ବର ୧୯୯୯ | (ବୟସ ୭୮)
ଜାତୀୟତା | ଭାରତୀୟ |
ବୃତ୍ତି | ସାମ୍ବାଦିକ |
ବିଶ୍ୱମ୍ବର ପରିଡ଼ା (୮ ଫେବୃଆରୀ ୧୯୨୧ - ୨୫ ନଭେମ୍ବେ ୧୯୯୯) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ।[୧][୨] ସେ ଦେଶ ସ୍ୱାଧୀନ ପରେ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଓଡ଼ିଆ ଭାଷା ସାହିତ୍ୟରେ କିଛି କବିତା ରଚନା କରିଥିଲେ ।
ଜନ୍ମ
[ସମ୍ପାଦନା]ବିଶ୍ୱମ୍ବର ପରିଡ଼ା ୮ ଫେବୃଆରୀ ୧୯୨୧ ମସିହାରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
[ସମ୍ପାଦନା]ଅଳ୍ପ ବୟସରୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେ ମହାତ୍ମା ଗାନ୍ଧିଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଏବଂ ଦୁଇବର୍ଷ କାରାବରଣ କରିଥିଲେ । ସେ ବ୍ରହ୍ମପୁର ଜେଲରେ ଥିବାବେଳେ ଅନେକ ସାମାଜିକ, ସାହିତ୍ୟିକ ଏବଂ ସାଙ୍ଗଠନିକ ଅନ୍ଦୋଳନରେ ଲିପ୍ତ ରହିଥିଲେ ।[୩]
ସାମ୍ବାଦିକତା
[ସମ୍ପାଦନା]ସ୍ୱାଧୀନତା ପରେ ବିଶ୍ୱମ୍ବର ପରିଡ଼ା ସାମ୍ବାଦିକତାରେ ଯୋଗ ଦେଇଥିଲେ ।[୪] ସେ ଓଡ଼ିଶାର କିଛି ଅଗ୍ରଣୀ ସମ୍ବାଦପତ୍ର ସମାଜ, ପ୍ରଜାତନ୍ତ୍ର ଆଦିରେ ୪୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲେ । ପ୍ରଜାତନ୍ତ୍ର ଖବରକାଗଜରେ କାର୍ଯ୍ୟ କରୁଥିବାବେଳେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ଥିଲା ।[୫] ମୃତ୍ୟୁ ପର୍ଯ୍ୟନ୍ତ ସେ ହରେକୃଷ୍ଣ ମହତାବଙ୍କଦ୍ୱାରା ପ୍ରତିଷ୍ଠିତ ଖବରକାଗଜ ପ୍ରଜାତନ୍ତ୍ରର ପାଞ୍ଚ ଜଣ ବୋର୍ଡ଼ ମେମ୍ବର ମଧ୍ୟରୁ ଜଣେ ସଦସ୍ୟ ଥିଲେ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ଥିଲା ।
ଓଡ଼ିଆ ସାହିତ୍ୟରେ ଅବଦାନ
[ସମ୍ପାଦନା]ସେ ଓଡ଼ିଆ ସାହିତ୍ୟ ଜଗତରେ କିଛିଟା ସକ୍ରିୟ ଥିଲେ । ତାଙ୍କର ରଚିତ କ୍ଷୁଦ୍ର କବିତାମାନଙ୍କୁ ନେଇ ଶତାବ୍ଦୀର ଧ୍ୱନି ଭାବରେ ପ୍ରକାଶ ପାଇଥିଲା । ଏହି ବହିଟି ଇଂରାଜୀରେ ମଧ୍ୟ ଅନୁବାଦ କରାଯାଇଥିଲା, ଯାହାର ଶୀର୍ଷକ "Voice of the Century" । ଏହି ବହିଟି ବହୁତ ଆଦୃତ ହୋଇଥିଲା ।
ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ରାଜ୍ୟ ସ୍ତରରେ ଏବଂ ଜାତୀୟ ସ୍ତରରେ ଅନେକ ସଙ୍ଗଠନର ନେତୃତ୍ୱ ନେଇଥିଲେ । ସେ ୧୫ ବର୍ଷ ଧରି ଅଖିଳ ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ସମିତିର ନେତୃତ୍ୱ ନେଇଥିଲେ ଏବଂ ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସମିତିର ଉପ-ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ଶେଷ ଜୀବନ ଓ ମୃତ୍ୟୁ
[ସମ୍ପାଦନା]ବିଶ୍ୱମର ତାଙ୍କର ଜୀବନର ଶେଷ ଅବସ୍ଥାରେ ମଧ୍ୟ କଟକ, ଭୁବନେଶ୍ୱର ସହର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସାମାଜିକ ଏବଂ ସାଂସ୍କୃତି ସଂଗଠନ ସହିତ ଜଡ଼ିତ ଥିଲେ । ସେ ୨୫ ନଭେମ୍ବର ୧୯୯୯ରେ କଟକଠାରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟ ଉପରାନ୍ତେ ତାଙ୍କୁ ଉତ୍କଳ ଜ୍ୟୋତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଆଧାର
[ସମ୍ପାଦନା]- ↑ "QUIT INDIA MOVEMENT IN ORISSA" (PDF). Retrieved 14 August 2018.
{{cite journal}}
: Cite journal requires|journal=
(help) - ↑ "Rumors and gossip about Biswambhar Parida's hair". hairlebrity.com. Retrieved 14 August 2018.
- ↑ Padhi, Subash Chandra; Satapathy, Chittaranjan (2006). Colonialism in Orissa, resisting colonialism: shifting paradigms (in ଇଂରାଜୀ). R.N. Bhattacharya. p. 244. Retrieved 16 August 2018.
- ↑ "Odisha History". www.odishahistory.com (in ବ୍ରିଟିଶ୍ ଇଂରାଜୀ). Archived from the original on 17 August 2018. Retrieved 14 August 2018.
- ↑ (India), Orissa (1963). The Orissa Gazette (in ଇଂରାଜୀ). Retrieved 16 August 2018.