ବିଶ୍ୱମ୍ବର ପରିଡ଼ା

ଉଇକିପିଡ଼ିଆ ରୁ
Jump to navigation Jump to search
ବିଶ୍ୱମ୍ବର ପରିଡ଼ା
ଜନ୍ମ ଓ ଜନ୍ମସ୍ଥାନ
ବିଶ୍ୱମ୍ବର ପରିଡ଼ା

ଫେବୃଆରୀ ୨୧, ୧୯୨୧(1921-02-21)
ମୃତ୍ୟୁ୨୫ ନଭେମ୍ବର ୧୯୯୯ (୭୮ ବର୍ଷ)
ଜାତୀୟତା ଭାରତୀୟ
ଜୀବିକାସାମ୍ବାଦିକ

ବିଶ୍ୱମ୍ବର ପରିଡ଼ା (୮ ଫେବୃଆରୀ ୧୯୨୧ - ୨୫ ନଭେମ୍ବେ ୧୯୯୯) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ।[୧][୨] ସେ ଦେଶ ସ୍ୱାଧୀନ ପରେ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଓଡ଼ିଆ ଭାଷା ସାହିତ୍ୟରେ କିଛି କବିତା ରଚନା କରିଥିଲେ ।

ଜନ୍ମ[ସମ୍ପାଦନା]

ବିଶ୍ୱମ୍ବର ପରିଡ଼ା ୮ ଫେବୃଆରୀ ୧୯୨୧ ମସିହାରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ଅଳ୍ପ ବୟସରୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେ ମହାତ୍ମା ଗାନ୍ଧିଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଏବଂ ଦୁଇବର୍ଷ କାରାବରଣ କରିଥିଲେ । ସେ ବ୍ରହ୍ମ‌ପୁର ଜେଲରେ ଥିବାବେଳେ ଅନେକ ସାମାଜିକ, ସାହିତ୍ୟିକ ଏବଂ ସାଙ୍ଗଠନିକ ଅନ୍ଦୋଳନରେ ଲିପ୍ତ ରହିଥିଲେ ।[୩]

ସାମ୍ବାଦିକତା[ସମ୍ପାଦନା]

ସ୍ୱାଧୀନତା ପରେ ବିଶ୍ୱମ୍ବର ପରିଡ଼ା ସାମ୍ବାଦିକତାରେ ଯୋଗ ଦେଇଥିଲେ ।[୪] ସେ ଓଡ଼ିଶାର କିଛି ଅଗ୍ରଣୀ ସମ୍ବାଦପତ୍ର ସମାଜ, ପ୍ରଜାତନ୍ତ୍ର ଆଦିରେ ୪୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲେ । ପ୍ରଜାତନ୍ତ୍ର ଖବରକାଗଜରେ କାର୍ଯ୍ୟ କରୁଥିବାବେଳେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସ‌ହ ତାଙ୍କର ଉତ୍ତମ ସମ୍ପର୍କ ଥିଲା ।[୫] ମୃତ୍ୟୁ ପର୍ଯ୍ୟନ୍ତ ସେ ହରେକୃଷ୍ଣ ମହତାବଙ୍କଦ୍ୱାରା ପ୍ରତିଷ୍ଠିତ ଖବରକାଗଜ ପ୍ରଜାତନ୍ତ୍ରର ପାଞ୍ଚ ଜଣ ବୋର୍ଡ଼ ମେମ୍ବର ମଧ୍ୟରୁ ଜଣେ ସଦସ୍ୟ ଥିଲେ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ‌ହ ତାଙ୍କର ଭଲ ସମ୍ପର୍କ ମଧ୍ୟ ଥିଲା ।

ଓଡ଼ିଆ ସାହିତ୍ୟରେ ଅବଦାନ[ସମ୍ପାଦନା]

ସେ ଓଡ଼ିଆ ସାହିତ୍ୟ ଜଗତରେ କିଛିଟା ସକ୍ରିୟ ଥିଲେ । ତାଙ୍କର ରଚିତ କ୍ଷୁଦ୍ର କବିତାମାନଙ୍କୁ ନେଇ ଶତାବ୍ଦୀର ଧ୍ୱନି ଭାବରେ ପ୍ରକାଶ ପାଇଥିଲା । ଏହି ବ‌ହିଟି ଇଂରାଜୀରେ ମଧ୍ୟ ଅନୁବାଦ କରାଯାଇଥିଲା, ଯାହାର ଶୀର୍ଷକ "Voice of the Century" । ଏହି ବ‌ହିଟି ବ‌ହୁତ ଆଦୃତ ହୋଇଥିଲା ।

ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ରାଜ୍ୟ ସ୍ତରରେ ଏବଂ ଜାତୀୟ ସ୍ତରରେ ଅନେକ ସଙ୍ଗଠନର ନେତୃତ୍ୱ ନେଇଥିଲେ । ସେ ୧୫ ବର୍ଷ ଧରି ଅଖିଳ ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ସମିତିର ନେତୃତ୍ୱ ନେଇଥିଲେ ଏବଂ ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସମିତିର ଉପ-ସଭାପତି ଭାବରେ କାର୍ଯ୍ୟ କରିଥିଲେ ।

ଶେଷ ଜୀବନ ଓ ମୃତ୍ୟୁ[ସମ୍ପାଦନା]

ବିଶ୍ୱମର ତାଙ୍କର ଜୀବନର ଶେଷ ଅବସ୍ଥାରେ ମଧ୍ୟ କଟକ, ଭୁବନେଶ୍ୱର ସ‌ହର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସାମାଜିକ ଏବଂ ସାଂସ୍କୃତି ସଂଗଠନ ସ‌ହିତ ଜଡ଼ିତ ଥିଲେ । ସେ ୨୫ ନଭେମ୍ବର ୧୯୯୯ରେ କଟକଠାରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟ ଉପରାନ୍ତେ ତାଙ୍କୁ ଉତ୍କଳ ଜ୍ୟୋତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।


ଆଧାର[ସମ୍ପାଦନା]

  1. "QUIT INDIA MOVEMENT IN ORISSA" (PDF). Retrieved 14 August 2018.
  2. "Rumors and gossip about Biswambhar Parida's hair". hairlebrity.com. Retrieved 14 August 2018.
  3. Padhi, Subash Chandra; Satapathy, Chittaranjan (2006). Colonialism in Orissa, resisting colonialism: shifting paradigms (in ଇଂରାଜୀ). R.N. Bhattacharya. p. 244. Retrieved 16 August 2018.
  4. "Odisha History". www.odishahistory.com (in ଇଂରାଜୀ). Retrieved 14 August 2018.
  5. (India), Orissa (1963). The Orissa Gazette (in ଇଂରାଜୀ). Retrieved 16 August 2018.