ବିଜୟଲକ୍ଷ୍ମୀ ସାହୁ

ଉଇକିପିଡ଼ିଆ‌ରୁ
(Bijayalaxmi Sahooରୁ ଲେଉଟି ଆସିଛି)
ବିଜୟଲକ୍ଷ୍ମୀ ସାହୁ
ବିଧାୟିକା: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀରାଜେନ୍ଦ୍ର ସିଂହ
ପର ଅଧିକାରୀନିବେଦିତା ପ୍ରଧାନ
ନିର୍ବାଚନ ମଣ୍ଡଳୀକଟକ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1948-11-09) ୯ ନଭେମ୍ବର ୧୯୪୮ (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରବିନ୍ଦ୍ର କୁମାର ସାହୁ
ସନ୍ତାନ୧ ପୁଅ ଓ ୧ ଝିଅ
ବାପା/ବୋଉଧ୍ରୁବ ଚରଣ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ବିଜୟଲକ୍ଷ୍ମୀ ସାହୁ (ଜନ୍ମ: ୯ ନଭେମ୍ବର ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ ।[୧] ସେ ଭାରତୀୟ ଜାତୀୟ କଂଗ୍ରେସ ରାଜନୈତିକ ଦଳର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୨] ବିଜୟଲକ୍ଷ୍ମୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ଥରେ ନିର୍ବାଚିତ ହୋଇଥିଲେ । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ଗିରିଧର ଗମାଙ୍ଗହେମାନନ୍ଦ ବିଶ୍ୱାଳଙ୍କର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ୧୯୬୪ ମସିହାରେ ଓଡ଼ିଶାରେ ବିଜୁ-ବିରେନ ସରକାରକଙ୍କ ଦୁର୍ନିତି ଉପରେ ହୋଇଥିବା ନିଖିଳ ଉତ୍କଳ ଛାତ୍ର ଆନ୍ଦୋଳନରେ ଭାଗନେଇଥିଲେ ।[୪]


ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ବିଜୟଲକ୍ଷ୍ମୀ ସାହୁ ୧୯୪୮ ମସିହାରୁ ନଭେମ୍ବର ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମ ଥିଲା ଧ୍ରୁବ ଚରଣ ସାହୁ । ସେ ଇତିହାସରେ ସ୍ନାତକୋତ୍ତର କରିଥିଲେ ।[୩] ବିଜୟଲକ୍ଷ୍ମୀ ରବିନ୍ଦ୍ର କୁମାର ସାହୁଙ୍କୁ ବିବାହ କରିଥିଲେ ।[୫] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି ।[୪]

ବିଜୟଲକ୍ଷ୍ମୀଙ୍କୁ ୧୯୮୮ ମସିହାରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ମଧ୍ଯରେ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ବିଜୟଲକ୍ଷ୍ମୀ ସାହୁ ୧୯୬୯ - ୭୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।[୩] ୧୯୬୪ ମସିହାରେ ବିଜୁ-ବିରେନଙ୍କର ଦୁର୍ନିତିଗ୍ରସ୍ତ ସରକାରଙ୍କ ବିରୁଦ୍ଧରେ ହୋଇଥିବା ଛାତ୍ର ଆନ୍ଦୋଳନରେ ସେ ଭାଗନେଇଥିଲେ ।[୪] ୧୯୬୮ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।[୪]


ବିଜୟଲକ୍ଷ୍ମୀ ୧୯୯୫ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ କଟର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ଏହି ନିର୍ବାଚନରେ ସମୁଦାୟ ୭ ଜଣ ମହିଳା ନିର୍ବାଚିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ବିଜୟଲକ୍ଷ୍ମୀ ଜଣେ ଥିଲେ ।[୭] ଏହି ବିଧାନ ସଭାରେ ସେ ୧୯୯୫ ମସିହାରୁ ୨୦୦୦ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ । ବିଜୟଲକ୍ଷ୍ମୀ ଏହି ବିଧାନ ସଭାରେ ପ୍ରଥମେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୧ ମାର୍ଚ୍ଚ ୧୯୯୫ରୁ ୧୭ ଫେବୃଆରୀ ୧୯୯୯ରେ ଜାନକୀ ପଟ୍ଟନାୟକଙ୍କର ସରକାର ଭଙ୍ଗ ହେବାଯାଏଁ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୮] ଏହାପରେ ସେ ଗିରିଧର ଗମାଙ୍ଗଙ୍କର ମନ୍ତ୍ରୀମଣ୍ଡଳରେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ଭାବରେ ୨୨ ଫେବୃଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ଯାଏଁ[୫] ଓ ହେମାନନ୍ଦ ବିଶ୍ୱାଳଙ୍କର ମନ୍ତ୍ରୀମଣ୍ଡଳରେ ସେହି ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ଭାବରେ ୧୦ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ଯାଏଁ କାର୍ଯ୍ୟ କରିଥିଲେ ।[୩]


ଆଧାର[ସମ୍ପାଦନା]

  1. "ସାଲେପୁର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିଲେ ବିଜୟଲକ୍ଷ୍ମୀ ସାହୁ". Prameya News7 (in ଆମେରିକୀୟ ଇଂରାଜୀ). 2018-04-30. Retrieved 2019-03-11.
  2. Bureau, Samajalive. "ପିପିଲି ପୀଡ଼ିତାଙ୍କ ମାଆଙ୍କୁ ଭେଟିଲେ ମହିଳା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-11.
  3. ୩.୦ ୩.୧ ୩.୨ ୩.୩ ୩.୪ "Smt. Bijayalaxmi Sahoo". odishaassembly.nic.in. Odisha Assembly. Retrieved 11 March 2019.
  4. ୪.୦ ୪.୧ ୪.୨ ୪.୩ "MLA Bijayalaxmi Sahoo Profile | CUTTACK SADAR Constituency". www.odishahelpline.com. Retrieved 2019-03-11.
  5. ୫.୦ ୫.୧ ୫.୨ ୫.୩ "MLA Bijayalaxmi Sahoo Profile | CUTTACK SADAR Constituency". naveenpatnaik.com. Archived from the original on 2017-10-28. Retrieved 2019-03-11.
  6. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୭୧. Retrieved 10 March 2019.
  7. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୬୯. Retrieved 10 March 2019.
  8. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୭୬. Retrieved 10 March 2019.