ବିଟା ବ୍ଲକର

ଉଇକିପିଡ଼ିଆ‌ରୁ
(Beta blockersରୁ ଲେଉଟି ଆସିଛି)
Beta blockers
Drug class
Propranolol
Skeletal formula of propranolol, the first beta blocker
Class identifiers
SynonymsBeta-blocker, β-blockers, beta-adrenergic blocking agents, beta antagonists, beta-adrenergic antagonists, beta-adrenoreceptor antagonists, beta adrenergic receptor antagonists, BB
UseAbnormal heart rhythms, ischemic heart disease, heart failure, hypertension[୧]
Biological targetBeta receptors
Clinical data
Drugs.comDrug Classes
WebMDMedicineNet  RxList
In Wikidata

ବିଟା ବ୍ଲକର ( β- ବ୍ଲକର୍ସ ) ଏକ ଔଷଧ ଶ୍ରେଣୀ ଯାହା ମୁଖ୍ୟତଃ ଅନିୟମିତ ହୃତ୍ ସ୍ପନ୍ଦନ, ଇସକେମିକ ହୃ‌ତ୍‌ପିଣ୍ଡ ରୋଗ ଏବଂ ହୃଦଘାତକୁ ପରିଚାଳନା କରିବା ପାଇଁ ବ୍ୟବହୃତ ହୁଏ ।[୧] ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ସେଗୁଡିକ ମଧ୍ୟ ବ୍ୟବହୃତ ହୁଏ, ଯଦିଓ ଅଧିକାଂଶ ଲୋକଙ୍କ ପ୍ରାରମ୍ଭିକ ଚିକିତ୍ସା ପାଇଁ ଆଉ ପ୍ରଥମ ପସନ୍ଦ ନୁହେଁ । [୧] [୨] ଅନ୍ୟାନ୍ୟ ବ୍ୟବହାରରେ ଅତ୍ୟଧିକ ସଷ୍କ୍ରିୟ ଥାଇରଏଡ୍, ଏସେନସିଅଲ କମ୍ପନ, ଗ୍ଲୁକୋମା ଏବଂ ଅଧକପାଳି ଅନ୍ତର୍ଭୁକ୍ତ ହୋଇପାରେ | [୩] ଏହି ଶ୍ରେଣୀର ସାଧାରଣ ଔଷଧମାନଙ୍କର ନାମ ଆଟେନୋଲଲ୍, ବିସୋପ୍ରୋଲ୍, କାର୍ଭେଡିଲୋଲ୍ ଏବଂ ମେଟୋପ୍ରୋଲଲ୍ ଅନ୍ତର୍ଭୁକ୍ତ ଅଟନ୍ତି । [୧] [୪] ସେଗୁଡିକ ପାଟିରେ ଦିଆଯାଇପାରେ, ଶିରାଭ୍ୟନ୍ତରେ ଦିଆଯାଇପାରେ କିମ୍ବା ଆଖି ବୁନ୍ଦା ଭାବରେ ବ୍ୟବହାର କରାଯାଇପାରେ । [୩]

ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା, ବାନ୍ତି, ଏବଂ ଯୌନ ସମସ୍ୟା ହୋଇପାରେ । [୧] ସେମାନେ ଆଜ୍‌ମା, ନିମ୍ନ ରକ୍ତଚାପ ଏବଂ ହୃତ୍‌ପିଣ୍ଡ ଅବରୋଧ ଆଦି ଜଟିଳତା ସୃଷ୍ଟି କରିପାରନ୍ତି। [୧] ଯକୃତ ଜନିତ ସମସ୍ୟା ଏବଂ ହୃଦଘାତ ଥିଲେ ଅଳ୍ପ ଔଷଧ ମାତ୍ରା ଆବଶ୍ୟକ ହୋଇପାରେ । [୧] ସେମାନେ କେତେକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ ସହିତ ମଧ୍ୟ ପାରସ୍ପରିକ ସମ୍ପର୍କ କରିପାରନ୍ତି । [୧] ବିଟା ବ୍ଲକରର ବିଷାକ୍ତତା ଫଳାଫଳର ଅଧିକ ବିପଦ ସହିତ ଜଡିତ ଥାଏ । [୫]

ବିଟା ବ୍ଲକର‌ଗୁଡିକ ଏପିନେଫ୍ରିନ (ଆଡ୍ରେନାଲିନ୍) ଏବଂ ନରଏପିନିଫ୍ରିନ (ନୋରାଡ୍ରେନାଲିନ୍) ସ‌ହିତ ସକ୍ରିୟ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଅନ୍ତି, ଏବଂ ସିମ୍ପାଥେଟିକ ସ୍ନାୟୁ ମଣ୍ଡଳୀ କ୍ରିୟା ହ୍ରାସ କରନ୍ତି । [୬] କେତେକ ସମସ୍ତ ଆଡ୍ରେନେଜିକ୍ ରିସେପ୍ଟରଗୁଡ଼ିକର ସକ୍ରିୟତାକୁ ଅବରୋଧ କରୁଥିବାବେଳେ ଅନ୍ୟମାନେ β <sub id="mwRg">1</sub> - ରିସେପ୍ଟର ଚୟନ କରନ୍ତି । [୬] β - ରିସେପ୍ଟରଗୁଡ଼ିକ ମୁଖ୍ୟତଃ ହୃତ୍‌ପିଣ୍ଡ ଏବଂ ବୃକ୍‌କରେ ଅବସ୍ଥିତ । [୩] [୭] β<sub id="mwTw">୨-</sub> ରିସେପ୍ଟରଗୁଡ଼ିକ ରକ୍ତନଳୀରେ ଏବଂ ବାୟୁପଥରେ ଥିବା ଥିବା ସ୍ମୁଥ ମାଂସପେଶୀରେ ଅବସ୍ଥିତ ଥାଆନ୍ତି | [୬] β <sub id="mwVQ">3</sub> - ରିସେପ୍ଟରଗୁଡ଼ିକ ଚର୍ବି କୋଷରେ ଅବସ୍ଥିତ । [୩]

ପ୍ରଥମ ମେଡିକାଲ୍ ଉପଯୋଗୀ ବିଟା ବ୍ଲକର୍ ପ୍ରୋପ୍ରାନୋଲଲ୍ ୧୯୬୪ ମସିହାରେ ଜେମ୍ସ ବ୍ଲାକ‌ଦ୍ୱାରା ନିର୍ମିତ ହୋଇଥିଲା । [୮] ବିଂଶ ଶତାବ୍ଦୀର ଫାର୍ମାକୋଲୋଜିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଭାବରେ ବିବେଚନା କରାଯାଏ । [୯] ବହୁଳ ବ୍ୟବହୃତ ଔଷଧ ମଧ୍ୟରେ ବିଟା ବ୍ଲକର୍ ନାମ ଅଛି । [୧] କେତେକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ । [୧] ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିଦ୍ୱାରା କେତେକ ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ସେମାନଙ୍କର ବ୍ୟବହାର ନିଷେଧ କରାଯାଇଛି । [୧୦] [୧୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 90–91. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
  2. James PA, Oparil S, Carter BL, Cushman WC, Dennison-Himmelfarb C, Handler J, Lackland DT, LeFevre ML, MacKenzie TD, Ogedegbe O, Smith SC, Svetkey LP, Taler SJ, Townsend RR, Wright JT, Narva AS, Ortiz E (February 2014). "2014 evidence-based guideline for the management of high blood pressure in adults: report from the panel members appointed to the Eighth Joint National Committee (JNC 8)". JAMA. 311 (5): 507–20. doi:10.1001/jama.2013.284427. PMID 24352797.
  3. ୩.୦ ୩.୧ ୩.୨ ୩.୩ Farzam, K; Jan, A (January 2021). "Beta Blockers". PMID 30422501. {{cite journal}}: Cite journal requires |journal= (help)
  4. "Beta blockers". nhs.uk (in ଇଂରାଜୀ). 17 October 2017. Archived from the original on 12 March 2021. Retrieved 12 March 2021.
  5. Marx, John A. Marx (2014). "Cardiovascular Drugs". Rosen's emergency medicine: concepts and clinical practice (8th ed.). Philadelphia, PA: Elsevier/Saunders. pp. Chapter 152. ISBN 1455706051.
  6. ୬.୦ ୬.୧ ୬.୨ "List of Beta-adrenergic blocking agents (beta blockers) - Generics Only". Drugs.com (in ଇଂରାଜୀ). Archived from the original on 17 April 2021. Retrieved 11 March 2021.
  7. Arcangelo VP, Peterson AM (2006). Pharmacotherapeutics for advanced practice: a practical approach. Lippincott Williams & Wilkins. p. 205. ISBN 978-0-7817-5784-3. Archived from the original on 2021-08-28. Retrieved 2010-09-07.
  8. Cruikshank, J. M. (2013). "4. History of beta blockers". In Chopra, H. K.; Nanda, Navin C. (eds.). Textbook of Cardiology: A Clinical and Historical Perspective (in ଇଂରାଜୀ). Jaypee Brothers Medical Publishers Pvt. Ltd. p. 15. ISBN 978-93-5090-081-9. Archived from the original on 2021-08-28. Retrieved 2021-03-11.
  9. Stapleton MP (1997). "Sir James Black and propranolol. The role of the basic sciences in the history of cardiovascular pharmacology". Texas Heart Institute Journal. 24 (4): 336–42. PMC 325477. PMID 9456487.
  10. World Anti-Doping Agency (September 19, 2005). "The World Anti-Doping Code: The 2006 Prohibited List International Standard" (PDF). World Anti-Doping Agency. Archived from the original (PDF) on February 11, 2017. Retrieved 2017-02-10.
  11. Heuberger, JAAC; Cohen, AF (April 2019). "Review of WADA Prohibited Substances: Limited Evidence for Performance-Enhancing Effects". Sports medicine (Auckland, N.Z.). 49 (4): 525–539. doi:10.1007/s40279-018-1014-1. PMID 30411235.