ପ୍ରୋପ୍ରାନୋଲୋଲ୍

ଉଇକିପିଡ଼ିଆ ରୁ
(Propranolol ରୁ ଲେଉଟି ଆସିଛି)
Jump to navigation Jump to search

ପ୍ରୋପ୍ରାନୋଲୋଲ୍
Propranolol.svg
Propranolol ball-and-stick model.png
Clinical data
Trade namesInderal
AHFS/Drugs.commonograph
data
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth, rectal, IV
ATC code
Legal status
Legal status
Pharmacokinetic data
Bioavailability26%
MetabolismLiver (extensive) 1A2, 2D6; minor: 2C19, 3A4
Elimination half-life4–5 hours
ExcretionKidney (<1%)
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.007.618 Edit this at Wikidata
Chemical and physical data
FormulaC16H21NO2
Molar mass259.34 g/mol
3D model (JSmol)
Chirality1 : 1 mixture (racemate)
  (verify)

ପ୍ରୋପ୍ରାନୋଲୋଲ୍ ଏକ ବିଟା ବ୍ଲକର ଶ୍ରେଣୀର ଔଷଧ ।[୧]ଉଚ୍ଚ ରକ୍ତଚାପ, ଅନେକ ପ୍ରକାରର ଅନିୟମିତ ହୃତ୍‌ସ୍ପନ୍ଦନ, ଥାଇରୋଟକ୍ସିକୋସିସ୍, କାପିଲାରି ହେମାଞ୍ଜିଓମା, ପରଫରମାନ୍ସ ଆଙ୍ଗଜାଇଟିଏସେନସିଆଲ ଟ୍ରେମର ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । [୧][୨][୩] ନିରୋଧକ ଭାବରେ ଏହା ଅଧକପାଳୀ, ହୃତ୍‌ପିଣ୍ଡ ସମସ୍ୟା ଥିବା ଆଞ୍ଜାଇନା ବା ପୂର୍ବରୁ ଥିବା ହୃଦ୍‌ଘାତ ଇତ୍ୟାଦି ରୋଗରେ ଦିଆଯାଏ ।[୧] ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ । ପାଟିରେ ଦିଆଯାଉଥିବା ଔଷଧ ଦୁଇ ପ୍ରକାର ଥାଏ; ସ୍ୱଳ୍ପ କାଳୀନ ଓ ଦୀର୍ଘକାଳୀନ ।। ପାଟିରେ ଦେଲେ ଏହାର ସର୍ବାଧିକ ପ୍ରଭାବ ୯୦ ମିନିଟରେ ଅନୁଭୂତ ହୁଏ । [୧]

ଅଇ, ପେଟ ଯନ୍ତ୍ରଣାକୋଷ୍ଠକାଠିନ୍ୟ ଆଦି ପାର୍ଶ୍ୱ ପ୍ରତିକ୍ରିୟା ଏହି ଔଷଧରେ ଦେଖାଯାଏ । ଧୀର ହୃତ୍‌ପିଣ୍ଡ ଗତି ଓ ଅଧିକାଂଶ ହୃଦ୍‌ଘାତ ରୋଗୀଙ୍କୁ ଏହା ଦିଆଯାଏ ନାହିଁ । କରୋନାରୀ ଧମନୀ ରୋଗରେ ଦିଆଯାଉଥିବା ଏହି ଔଷଧ ହଠାତ୍ ବନ୍ଦ କରିଦେଲେ ସମସ୍ୟା ସୃଷ୍ଟି ହୁଏ । ଏହା ଯୋଗୁ ଆଜ୍‌ମା ରୋଗ ଲକ୍ଷଣ ବଢ଼ିଯାଏ । ଯକୃତ ଓ ବୃକ୍‌କ ସମସ୍ୟା ଥିଲେ ଅଧିକ ଯତ୍ନରେ ଏହି ଔଷଧ ଦିଆଯାଏ ।[୧] ଗର୍ଭାବସ୍ଥାରେ ପ୍ରୋପ୍ରାନୋଲୋଲ୍ ଦେଲେ ଶିଶୁପ୍ରତି ବିପଦ ଜନ‌କ ପ୍ରଭାବ ପଡ଼େ ।[୪] ସ୍ତନ୍ୟପାନ ସମୟରେ ଏହା ଦେଲେ ସମସ୍ୟା ଜଣାଯାଉ ନ ଥିଲେ ମଧ୍ୟ ଶିଶୁର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ, ତେଣୁ ସତର୍କ ପର୍ଯ୍ୟଲୋଚନା ଆବଶ୍ୟକ ।[୫] ଏହା ଏକ ନନ୍ ସିଲେକ୍ଟିଭ ବିଟା ବ୍ଲକର ଯାହା β-ଆଡ୍ରେନର୍ଜିକ ରିସେପ୍ଟରମାନଙ୍କୁ ଅବରୋଧ କରେ ।[୧]

ସନ ୧୯୬୪ରେ ପ୍ରୋପ୍ରାନୋଲୋଲ୍ ଆବିଷ୍କୃତ ହୋଇଥିଲା ।[୬][୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ଏକ ମାସରେ ଏହି ଔଷଧ ପିଛା ୦.୨୪ରୁ ୨.୧୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଏହି ଔଷଧ ଖର୍ଚ୍ଚ ପ୍ରାୟ ୧୫ ଡଲାର ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Propranolol hydrochloride". Monograph. The American Society of Health-System Pharmacists. Retrieved 1 January 2015.
  2. Davidson, JR (2006). "Pharmacotherapy of social anxiety disorder: what does the evidence tell us?". The Journal of clinical psychiatry. 67 Suppl 12: 20–6. PMID 17092192.
  3. Chinnadurai, S; Fonnesbeck, C; Snyder, KM; Sathe, NA; Morad, A; Likis, FE; McPheeters, ML (February 2016). "Pharmacologic Interventions for Infantile Hemangioma: A Meta-analysis". Pediatrics. 137 (2). PMID 26772662.
  4. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  5. Yaffe, Gerald G. Briggs, Roger K. Freeman, Sumner J. (2011). Drugs in pregnancy and lactation : a reference guide to fetal and neonatal risk (9th ed.). Philadelphia: Wolters Kluwer Health/Lippincott Williams & Wilkins. p. 1226. ISBN 9781608317080.
  6. Russell, RM (January 2004). "The enigma of beta-carotene in carcinogenesis: what can be learned from animal studies". The Journal of nutrition. 134 (1): 262S–268S. PMID 14704331.
  7. Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 331. ISBN 9783527326693.
  8. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  9. "Name". International Drug Price Indicator Guide. Retrieved January 2016. Check date values in: |accessdate= (help)