Jump to content

ବେଦ ପ୍ରକାଶ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
(Bed Prakash Agarawallaରୁ ଲେଉଟି ଆସିଛି)
ବେଦ ପ୍ରକାଶ ଅଗ୍ରୱାଲ
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀଭାଗବତ ପ୍ରସାଦ ମହାନ୍ତି
ପର ଅଧିକାରୀଇନ୍ଦ୍ରମଣି ରାଉତ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଭାଗବତ ପ୍ରସାଦ ମହାନ୍ତି
ପର ଅଧିକାରୀଭାଗବତ ପ୍ରସାଦ ମହାନ୍ତି
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଭାଗବତ ପ୍ରସାଦ ମହାନ୍ତି
ପର ଅଧିକାରୀଉତ୍କଳ କେଶରୀ ପରିଡ଼ା
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଅତନୁ ସବ୍ୟସାଚୀ ନାୟକ
ନିର୍ବାଚନ ମଣ୍ଡଳୀପାଟକୁରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-01-16)୧୬ ଜାନୁଆରୀ ୧୯୩୭
ମୃତ୍ୟୁ୨୦ ଅପ୍ରେଲ ୨୦୧୯(2019-04-20) (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଜନତା ଦଳ, ଜନତା ପାର୍ଟି
ଜୀବନ ସାଥୀସାବିତ୍ରୀ ଅଗ୍ରୱାଲ
ସନ୍ତାନ୧ ପୁଅ, ୨ ଝିଅ
ବାପା/ବୋଉରମାନନ୍ଦ ଲାଲ (ବାପା)
ବୃତ୍ତିରାଜନୀତିଜ୍ଞ

ବେଦ ପ୍ରକାଶ ଅଗ୍ରୱାଲ (୧୬ ଜାନୁଆରୀ ୧୯୩୭ - ୨୦ ଅପ୍ରେଲ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ, ଉତ୍କଳ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଜନତା ଦଳ, ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ବିଭିନ୍ନ ସରକାରରେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨] ୧୯୭୪, ୧୯୭୭, ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ, ୧୦ମ, ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ୨୦୧୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନ ପାଇଁ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିବାପାଇଁ ପ୍ରାର୍ଥୀ ହୋଇଥିଲେ, ମାତ୍ର ନିର୍ବାଚନ ପୂର୍ବରୁ ୨୦ ଅପ୍ରେଲ ୨୦୧୯ରେ ତାଙ୍କର ମୃତ୍ୟୁ ହୋଇଥିଲା ।[୪]


ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ବେଦ ପ୍ରକାଶ ୧୯୩୭ ମସିହାର ଜାନୁଆରୀ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପା ଥିଲେ ରମାନନ୍ଦ ଲାଲ । ବେଦ ପ୍ରକାଶଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ସାବିତ୍ରୀ ଅଗ୍ରୱାଲଙ୍କୁ ବିବାହ କରିଥିଲେ ।[୬] ଏହି ଦମ୍ପତ୍ତିଙ୍କର ଜଣେ ପୁଅ ଏବଂ ଦୁଇଜଣ ଝିଅ ଅଛନ୍ତି ।

ରାଜନୈତିକ ଜୀବନ

[ସମ୍ପାଦନା]

ବେଦ ପ୍ରକାଶ ଅଗ୍ରୱାଲ ମାତ୍ର ୨୦ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ ।[୭] ସେ ପ୍ରଥମେ କେନ୍ଦ୍ରାପଡ଼ା ପୌର ପରିଷଦର କାଉନ୍‌ସିଲର୍ ଭାବେ ନିର୍ବାଚିତ ହୋଇଥିଲେ ।[୭] ତା'ପରେ ୩୩ ବର୍ଷ ବୟସରେ ସେ କେନ୍ଦ୍ରାପଡ଼ା ପୌର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ ।[୭]

ବେଦପ୍ରକାଶ ପ୍ରଥମେ ୧୯୭୪ ମସିହାରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ ।[୭] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୭ ମସିହାରେ ଜନତା ପାର୍ଟିର ପ୍ରତିନିଧି ଭାବରେ, ୧୯୯୦ ମସିହାରେ ଜନତା ଦଳର ପ୍ରତିନିଧି ଭାବରେ ଏବଂ ୨୦୦୦ ମସିହାରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଯଥାକ୍ରମେ ୭ମ, ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭]

ସେ ୨୦୦୯ ଏବଂ ୨୦୧୪ ମସିହାର ବିଜୁ ଜନତା ଦଳର ପ୍ରତିନିଧି ଭାବରେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏଥି ସହିତ ସେ ବିଭିନ୍ନ ସମୟରେ ଅର୍ଥ, ଖାଦ୍ୟ ଯୋଗାଣ ଏବଂ ଖାଉଟି ବ୍ୟାପାର, ବାଣିଜ୍ୟ ଓ ପରିବହନ, ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ଓ ପରିବହନ ଆଦି ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୭]

ମୃତ୍ୟୁ

[ସମ୍ପାଦନା]

ବେଦ ପ୍ରକାଶ ୨୦୧୯ ମସିହାର ଅପ୍ରେଲ ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୮] ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବେଦ ପ୍ରକାଶ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦଖଲ କରିଥିଲେ, ମାତ୍ର ଏହି ନିର୍ବାଚ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ।[୭]

  1. ↑ "MLA Bed Prakash Agarawalla Profile | PATKURA Constituency". naveenpatnaik.com. Archived from the original on 2019-01-13. Retrieved 2019-04-20.
  2. ↑ "ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଦାମ କହିଲେ ଏମିତି କିଛି କଥା…2019-04-20". Prameya News7 (in ଆମେରିକୀୟ ଇଂରାଜୀ). Archived from the original on 2019-04-20. Retrieved 2019-04-20.
  3. ↑ "Late Bed Prakash Agarawalla". odishaassembly.nic.in. Odisha Assembly. Retrieved 20 April 2019.
  4. ↑ "ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ2019-04-20". Kanak News (in ଆମେରିକୀୟ ଇଂରାଜୀ). Archived from the original on 2019-04-20. Retrieved 2019-04-20.
  5. ↑ "MLA Bed Prakash Agarawalla Profile | PATKURA Constituency". odishahelpline.com. Retrieved 2019-04-20.
  6. ↑ "ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲ ଅସୁସ୍ଥ2019-03-31". Sambad (in ଆମେରିକୀୟ ଇଂରାଜୀ). Archived from the original on 2019-04-20. Retrieved 2019-04-20.
  7. 1 2 3 4 5 6 7 "କେନ୍ଦ୍ରାପଡ଼ାରେ ପହଂଚିଲା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପାର୍ଥିବ ଶରୀର2019-04-20". Sambad (in ଆମେରିକୀୟ ଇଂରାଜୀ). Archived from the original on 2019-04-20. Retrieved 2019-04-20.
  8. ↑ Bureau, Samajalive (2019-04-20). "ଆରପାରିରେ ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ". Samaja Live (in ଆମେରିକୀୟ ଇଂରାଜୀ). Archived from the original on 2019-04-20. Retrieved 2019-04-20.