ବେଦ ପ୍ରକାଶ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ବେଦ ପ୍ରକାଶ ଅଗ୍ରୱାଲ
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀଭାଗବତ ପ୍ରସାଦ ମହାନ୍ତି
ପର ଅଧିକାରୀଇନ୍ଦ୍ରମଣି ରାଉତ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଭାଗବତ ପ୍ରସାଦ ମହାନ୍ତି
ପର ଅଧିକାରୀଭାଗବତ ପ୍ରସାଦ ମହାନ୍ତି
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଭାଗବତ ପ୍ରସାଦ ମହାନ୍ତି
ପର ଅଧିକାରୀଉତ୍କଳ କେଶରୀ ପରିଡ଼ା
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଅତନୁ ସବ୍ୟସାଚୀ ନାୟକ
ନିର୍ବାଚନ ମଣ୍ଡଳୀପାଟକୁରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-01-16)୧୬ ଜାନୁଆରୀ ୧୯୩୭
ମୃତ୍ୟୁ୨୦ ଅପ୍ରେଲ ୨୦୧୯(2019-04-20) (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଜନତା ଦଳ, ଜନତା ପାର୍ଟି
ଜୀବନ ସାଥୀସାବିତ୍ରୀ ଅଗ୍ରୱାଲ
ସନ୍ତାନ୧ ପୁଅ, ୨ ଝିଅ
ବାପା/ବୋଉରମାନନ୍ଦ ଲାଲ (ବାପା)
ବୃତ୍ତିରାଜନୀତିଜ୍ଞ

ବେଦ ପ୍ରକାଶ ଅଗ୍ରୱାଲ (୧୬ ଜାନୁଆରୀ ୧୯୩୭ - ୨୦ ଅପ୍ରେଲ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ, ଉତ୍କଳ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଜନତା ଦଳ, ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ବିଭିନ୍ନ ସରକାରରେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨] ୧୯୭୪, ୧୯୭୭, ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ, ୧୦ମ, ୧୨ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ୨୦୧୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନ ପାଇଁ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିବାପାଇଁ ପ୍ରାର୍ଥୀ ହୋଇଥିଲେ, ମାତ୍ର ନିର୍ବାଚନ ପୂର୍ବରୁ ୨୦ ଅପ୍ରେଲ ୨୦୧୯ରେ ତାଙ୍କର ମୃତ୍ୟୁ ହୋଇଥିଲା ।[୪]


ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ବେଦ ପ୍ରକାଶ ୧୯୩୭ ମସିହାର ଜାନୁଆରୀ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପା ଥିଲେ ରମାନନ୍ଦ ଲାଲ । ବେଦ ପ୍ରକାଶଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ସାବିତ୍ରୀ ଅଗ୍ରୱାଲଙ୍କୁ ବିବାହ କରିଥିଲେ ।[୬] ଏହି ଦମ୍ପତ୍ତିଙ୍କର ଜଣେ ପୁଅ ଏବଂ ଦୁଇଜଣ ଝିଅ ଅଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ବେଦ ପ୍ରକାଶ ଅଗ୍ରୱାଲ ମାତ୍ର ୨୦ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ ।[୭] ସେ ପ୍ରଥମେ କେନ୍ଦ୍ରାପଡ଼ା ପୌର ପରିଷଦର କାଉନ୍‌ସିଲର୍ ଭାବେ ନିର୍ବାଚିତ ହୋଇଥିଲେ ।[୭] ତା'ପରେ ୩୩ ବର୍ଷ ବୟସରେ ସେ କେନ୍ଦ୍ରାପଡ଼ା ପୌର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ ।[୭]

ବେଦପ୍ରକାଶ ପ୍ରଥମେ ୧୯୭୪ ମସିହାରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ ।[୭] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୭ ମସିହାରେ ଜନତା ପାର୍ଟିର ପ୍ରତିନିଧି ଭାବରେ, ୧୯୯୦ ମସିହାରେ ଜନତା ଦଳର ପ୍ରତିନିଧି ଭାବରେ ଏବଂ ୨୦୦୦ ମସିହାରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଯଥାକ୍ରମେ ୭ମ, ୧୦ମ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭]

ସେ ୨୦୦୯ ଏବଂ ୨୦୧୪ ମସିହାର ବିଜୁ ଜନତା ଦଳର ପ୍ରତିନିଧି ଭାବରେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏଥି ସହିତ ସେ ବିଭିନ୍ନ ସମୟରେ ଅର୍ଥ, ଖାଦ୍ୟ ଯୋଗାଣ ଏବଂ ଖାଉଟି ବ୍ୟାପାର, ବାଣିଜ୍ୟ ଓ ପରିବହନ, ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ଓ ପରିବହନ ଆଦି ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୭]

ମୃତ୍ୟୁ[ସମ୍ପାଦନା]

ବେଦ ପ୍ରକାଶ ୨୦୧୯ ମସିହାର ଅପ୍ରେଲ ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୮] ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବେଦ ପ୍ରକାଶ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦଖଲ କରିଥିଲେ, ମାତ୍ର ଏହି ନିର୍ବାଚ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ।[୭]

ଆଧାର[ସମ୍ପାଦନା]

  1. "MLA Bed Prakash Agarawalla Profile | PATKURA Constituency". naveenpatnaik.com. Archived from the original on 2019-01-13. Retrieved 2019-04-20.
  2. "ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଦାମ କହିଲେ ଏମିତି କିଛି କଥା…2019-04-20". Prameya News7 (in ଆମେରିକୀୟ ଇଂରାଜୀ). Archived from the original on 2019-04-20. Retrieved 2019-04-20.
  3. "Late Bed Prakash Agarawalla". odishaassembly.nic.in. Odisha Assembly. Retrieved 20 April 2019.
  4. "ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ2019-04-20". Kanak News (in ଆମେରିକୀୟ ଇଂରାଜୀ). Archived from the original on 2019-04-20. Retrieved 2019-04-20.
  5. "MLA Bed Prakash Agarawalla Profile | PATKURA Constituency". odishahelpline.com. Retrieved 2019-04-20.
  6. "ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲ ଅସୁସ୍ଥ2019-03-31". Sambad (in ଆମେରିକୀୟ ଇଂରାଜୀ). Archived from the original on 2019-04-20. Retrieved 2019-04-20.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ ୭.୬ "କେନ୍ଦ୍ରାପଡ଼ାରେ ପହଂଚିଲା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପାର୍ଥିବ ଶରୀର2019-04-20". Sambad (in ଆମେରିକୀୟ ଇଂରାଜୀ). Archived from the original on 2019-04-20. Retrieved 2019-04-20.
  8. Bureau, Samajalive (2019-04-20). "ଆରପାରିରେ ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ". Samaja Live (in ଆମେରିକୀୟ ଇଂରାଜୀ). Archived from the original on 2019-04-20. Retrieved 2019-04-20.