ଇନ୍ଦ୍ରମଣି ରାଉତ
Jump to navigation
Jump to search
ଇନ୍ଦ୍ରମଣି ରାଉତ | |
---|---|
![]() | |
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
ଅଫିସରେ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ବେଦ ପ୍ରକାଶ ଅଗ୍ରୱାଲା |
ପର ଅଧିକାରୀ | ଭାଗବତ ପ୍ରସାଦ ମହାନ୍ତି |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅପ୍ରେଲ ୨୯, ୧୯୩୭ |
ମୃତ୍ୟୁ | ଫେବୃଆରୀ ୮, ୨୦୦୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପ୍ରମିଳା ରାଉତ |
ବାପା/ମା' | ବ୍ରହ୍ମାନନ୍ଦ ରାଉତ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଧର୍ମ | ହିନ୍ଦୁ |
ଇନ୍ଦ୍ରମଣି ରାଉତ (୨୯ ଅପ୍ରେଲ ୧୯୩୭ - ୮ ଫେବୃଆରୀ ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଇନ୍ଦ୍ରମଣି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପରିବାର ଓ ଶିକ୍ଷା[ସମ୍ପାଦନା]
ଇନ୍ଦ୍ରମଣି ରାଉତ ୧୯୩୭ ମସିହାର ଅପ୍ରେଲ ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରହ୍ମାନନ୍ଦ ରାଉତ ଏବଂ ପତ୍ନୀଙ୍କ ନାମ ପ୍ରମିଳା ରାଉତ ।[୧] ଇନ୍ଦ୍ରମଣିଙ୍କର ଶିକ୍ଷାଗ ଯୋଗ୍ୟତା କଳାରେ ସ୍ନାତକ ଥିଲା ।[୧]
ରାଜନୈତିକ ଜୀବନ[ସମ୍ପାଦନା]
ଇନ୍ଦ୍ରମଣି ରାଉତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]