ବୈଷ୍ଣବ ଚରଣ ମଲ୍ଲିକ

ଉଇକିପିଡ଼ିଆ‌ରୁ
(Baishnab Charan Mallickରୁ ଲେଉଟି ଆସିଛି)
ବୈଷ୍ଣବ ଚରଣ ମଲ୍ଲିକ
ସାଂସଦ: ୨ୟ ଲୋକ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୨
ପୂର୍ବ ଅଧିକାରୀବାଙ୍କ ବିହାରୀ ଦାସ
ପର ଅଧିକାରୀବୈଷ୍ଣବ ଚରଣ ମଲ୍ଲିକ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଚିତ୍ତରଞ୍ଜନ ନାଏକ
ପର ଅଧିକାରୀପବିତ୍ର ମୋହନ ଜେନା
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀପବିତ୍ର ମୋହନ ଜେନା
ପର ଅଧିକାରୀଶାନ୍ତନୁ କୁମାର ଦାସ
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-01-03)ଜାନୁଆରୀ ୩, ୧୯୨୮
ମୃତ୍ୟୁ୧୫ ଅଗଷ୍ଟ ୨୦୦୫(2005-08-15) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀସରସ୍ୱତୀ ଦେବୀ
ବାପା/ବୋଉନରହରୀ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ବୈଷ୍ଣବ ଚରଣ ମଲ୍ଲିକ (୩ ଜାନୁଆରୀ ୧୯୨୮ - ୧୫ ଅଗଷ୍ଟ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବୈଷ୍ଣବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ଭାରତୀୟ ସାଧାରଣ ନିର୍ବାଚନରେ ବୈଷ୍ଣବ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୬୭ ଓ ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ [[୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବୈଷ୍ଣବ ଚରଣ ମଲ୍ଲିକ ୧୯୨୮ ମସିହାର ଜାନୁଆରୀ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନରହରୀ ମଲ୍ଲିକ ଏବଂ ପତ୍ନୀଙ୍କ ନାମ ସରସ୍ୱତୀ ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବୈଷ୍ଣବ ଚରଣ ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]


ମୃତ୍ୟୁ[ସମ୍ପାଦନା]

ବୈଷ୍ଣବ ଚରଣ ମଲ୍ଲିକ ୨୦୦୫ ମସିହାର ଅଗଷ୍ଟ ମାସ ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Baishnab Charan Mallick". odishaassembly.nic.in. Odisha Assembly. Retrieved 20 December 2019.