ଅଶ୍ୱିନୀ କୁମାର ଘୋଷ

ଉଇକିପିଡ଼ିଆ‌ରୁ
(Ashwini Kumar Ghoshରୁ ଲେଉଟି ଆସିଛି)
ଅଶ୍ୱିନୀ କୁମାର ଘୋଷ
Born୧୮୯୨
Died୧୯୬୨
Alma materରେଭେନ୍ସା ମହାବିଦ୍ୟାଳୟ
Occupationଶିକ୍ଷକ
Known forନାଟ୍ୟକାର
Spouseକିରଣବାଳା ରାୟ
Relativesଗୌରୀଶଙ୍କର ରାୟ (ଅଜା)
କାର୍ତ୍ତିକ କୁମାର ଘୋଷ (ସାନ ଭାଇ)

ଅଶ୍ୱିନୀ କୁମାର ଘୋଷ (୧୮୯୨-୧୯୬୨)[୧] ଜଣେ ଭାରତୀୟ ଓଡ଼ିଆ-ଭାଷୀ ନାଟ୍ୟକାର, ଗୀତିକାର ଓ ଔପନ୍ୟାସିକ ଥିଲେ । ସେ ପ୍ରାୟ ଏକଚାଳିଶଟି ଓଡ଼ିଆ ନାଟକ ରଚନା କରିଥିଲେ । ଏଥିମଧ୍ୟରୁ ପାଞ୍ଚଟି ପୌରାଣିକ ଓ କିମ୍ବଦନ୍ତୀଭିଭିକ । ସେ ଉଭୟ ଓଡ଼ିଆ ଉପନ୍ୟାସ ଓ ନାଟ୍ୟ ରଚନା କ୍ଷେତ୍ରରେ ନୂତନ ଶୈଳୀର ପ୍ରୟୋଗ ପାଇଁ ସେ ଜଣାଶୁଣା । ତାଙ୍କ ରଚିତ ଲୋକପ୍ରିୟ ମଞ୍ଚନାଟକ ମଧ୍ୟରେ ରଘୁ ଅରକ୍ଷିତ, ବନ୍ଧୁ ମହାନ୍ତି, ଚଣ୍ଡାଳୁଣୀ, ଶ୍ରୀଲୋକନାଥଚଷାଝିଅ ଆଦି ଅନ୍ୟତମ । ସେ ରଚନା କରିଥିବା ଚଳଚ୍ଚିତ୍ର କାହାଣୀ ମଧ୍ୟରେ ସେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ (୧୯୫୦) ଓ ଶ୍ରୀ ଲୋକନାଥ ( ୧୯୬୦) ଅନ୍ୟତମ । ସେ ଶ୍ରୀ ଜଗନ୍ନାଥର ଗୀତ ମଧ୍ୟ ରଚନା କରିଥିଲେ ଯାହା ତାଙ୍କ ଏକମାତ୍ର ଗୀତି ରଚନା । ରାମଶଙ୍କର ରାୟ ତାଙ୍କର ବଡ଼ଭାଇ, କାର୍ତ୍ତିକ କୁମାର ଘୋଷ ସାନଭାଇ ଓ ଗୌରୀଶଙ୍କର ରାୟ ତାଙ୍କର ଅଜା ଥିଲେ ।

୧୯୬୨ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜୀବନୀ ଓ ଶିକ୍ଷା[ସମ୍ପାଦନା]

ଅଶ୍ୱିନୀ କୁମାର ଘୋଷ ୧୮୯୨ ମସିହାରେ ଅକ୍ଷୟ କୁମାର ଘୋଷ ଓ ସୁନ୍ଦରମଣିଦେବୀଙ୍କ ଜ୍ୟେଷ୍ଠ ପୁତ୍ର ଭାବେ କଟକରେ ଜନ୍ମଗ୍ରହଣ କରିଥିଲେ ।[୨] ରାମଶଙ୍କର ରାୟ ତାଙ୍କର ବଡ଼ଭାଇ, କାର୍ତ୍ତିକ କୁମାର ଘୋଷ ତାଙ୍କର ସାନ ଭାଇ ଆଉ ଗୌରୀଶଙ୍କର ରାୟ ତାଙ୍କର ଅଜା । ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ. ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ କଲିକତାର ବିଦ୍ୟାସାଗର ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ ।[୩]

ସାହିତ୍ୟ ରଚନା[ସମ୍ପାଦନା]

ମଞ୍ଚନାଟକ[ସମ୍ପାଦନା]

ଘୋଷ ପ୍ରାୟ ଏକଚାଳିଶଟି ନାଟକ ରଚନା କରିଛନ୍ତି । ପାଞ୍ଚଟି ପୌରାଣିକ ଓ କିମ୍ବଦନ୍ତୀଭିଭିକ ନାଟକ । ୧୯୧୫ ମସିହାରେ ଘୋଷ ତାଙ୍କର ପ୍ରଥମ ନାଟକ ପୁରାଣ ଆଧାରିତ ତାଙ୍କର ପ୍ରଥମ ନାଟକ ଭୀଷ୍ମ ରଚନା କରିଥିଲେ । ଶେଓଜୀ ଥିଲା ତାଙ୍କର ଦ୍ୱିତୀୟ ଏବଂ ଏକ ଐତିହାସିକ ନାଟକ । ୧୯୧୮ ମସିହାରେ ଏହି ନାଟକ ପରିବେଷଣ ଅବସରରେ ପୁରୀ ଜିଲ୍ଲା ବଳଙ୍ଗା ଗ୍ରାମର ଜମିଦାର ବନମାଳି ପତିଙ୍କ ସହ ତାଙ୍କେ ସାକ୍ଷାତ ହୋଇଥିଲା । ପତି ତାଙ୍କର ରାଧାକୃଷ୍ଣ ଥିଏଟର୍ ନିମନ୍ତେ ନିୟମିତ ନାଟକ ଲେଖିବା ପାଇଁ ଅଶ୍ୱିନୀଙ୍କୁ ଅନୁରୋଧ କରିଥିଲେ ଯାହା ଫଳସ୍ୱରୂପ ସେ ଅନେକ ନାଟକ ରଚନା କଲେ ।[୩] ଏହି ଥିଏଟରରେ ତାଙ୍କ ରଚିତ ୧୯୨୨ରେ କଳାପାହାଡ଼ ଏବଂ ୧୯୨୭ରେ କୋଣାର୍କ ଦୀର୍ଘଦିନ ଧରି ପ୍ରର୍ଦଶିତ ହୋଇଥିଲା । ବନମାଳୀ ପତିଙ୍କ ବିୟୋଗ ପରେ ସେ ନିଜ ଘର ବନ୍ଧା ପକାଇ ଥିଏଟରଟିକୁ କିଣିନେଇଥିଲେ ଏବଂ ପତିଙ୍କ ନାମାନୁସାରେ ଏହାର ନାମ ବନମାଳୀ ଆର୍ଟ ଥିଏଟର ରଖିଥିଲେ । ତେବେ ସେ ତାହା ବେଶୀଦିନ ଚଳାଇ ପାରିନଥିଲେ । ଥିଏଟରଟି ବନ୍ଦ ହୋଇଯିବା ପରେ ସେ ନୂଆକରି ଗଢ଼ାଯାଇଥିବା ଅନ୍ନପୂର୍ଣ୍ଣା ଥିଏଟର ପାଇଁ ନାଟକ ଲେଖିଲେ । ସେଠାରେ ତାଙ୍କର ରଘୁ ଅରକ୍ଷିତ, ବନ୍ଧୁ ମହାନ୍ତି, ଚଣ୍ଡାଳୁଣୀ, ଶ୍ରୀଲୋକନାଥଚଷାଝିଅ ଆଦି ଅନେକ ନାଟକ ଅଭିନୀତ ହୋଇ ବହୁ ଲୋକପ୍ରିୟ ହୋଇଥିଲା ।

ଚଳଚ୍ଚିତ୍ର[ସମ୍ପାଦନା]

ସେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ (୧୯୫୦) କାହାଣୀକାର ଓ ଗୀତିକାର ଥିଲେ । ସେ ଶ୍ରୀ ଲୋକନାଥ ( ୧୯୬୦) ଚଳଚ୍ଚିତ୍ରର କାହାଣୀକାର ଥିଲେ । ତାଙ୍କ ଗୀତରେ ଓଡ଼ିଆ ଲୋକରୀତି ଓ କାବ୍ୟରୀତି ଆଦି ବିଭାବରେ ପରିବର୍ତ୍ତିତ ହୋଇଥିଲା । ସେ ଚଳଚ୍ଚିତ୍ର ଗୀତ ରଚନାରେ ସଞ୍ଚାରଣଶୀଳ ଧ୍ୱନି ଓ ଯମଜ ଶବ୍ଦ ପ୍ରୟୋଗକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଉଦାହରଣସ୍ୱରୂପ ଶ୍ରୀ ଜଗନ୍ନାଥର ଏକ ଗୀତର ଉଦ୍ଧୃତି "ଅଭିଯାନ ପଯୋଥ ଯହିଁ ଘଟେ ପରମାଦ, ଜାଣିବୁ ରହିଛି ତହିଁ ପରମ ସମ୍ପଦ, ଦେଖରେ ପରଖି ବାରେ ଲଗାଇ ଲୟ, ନାହିଁ ଭୟ, ହବ ଜୟ"ରେ ସଞ୍ଚାରଣଶୀଳ ଧ୍ୱନି ଓ ଶବ୍ଦ ଚାତୁର୍ଯ୍ୟ ରହିଛି । ଏହି ଗୀତ ବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆଉ କୌଣସି ଗୀତ ରଚନା କରିନାହାନ୍ତି ।

ଆଧାର[ସମ୍ପାଦନା]

  1. K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 308–. ISBN 978-81-7201-324-0.
  2. Hemanta Kumāra Dāsa (1 January 1998). Aswini Kumar Ghose. Sahitya Akademi. pp. 17–. ISBN 978-81-260-0491-1.
  3. ୩.୦ ୩.୧ "ଅଶ୍ୱିନୀ କୁମାର ଘୋଷ". ova.gov.in. Retrieved 2023-11-23.