ଆକାଥିସିଆ

ଉଇକିପିଡ଼ିଆ‌ରୁ
(Akathisiaରୁ ଲେଉଟି ଆସିଛି)
ଆକାଥିସିଆ (Akathisia)
Acathisia
ଆକାଥିସିଆ ରୋଗର ଲକ୍ଷଣ-ଅଭିବ୍ୟକ୍ତି
ବିଭାଗସ୍ନାୟୁ ରୋଗ ବିଜ୍ଞାନ (Neurology), ମନୋବିଜ୍ଞାନ (psychiatry))
ଲକ୍ଷଣଅଧିର (Restlessness) [୧][୨]
ଅବଧିସ୍ୱଳ୍ପ ବା ଦୀର୍ଘକାଳୀନ[୨]
କାରଣଆଣ୍ଟିସାଇକୋଟିକ (Antipsychotics), ସିଲେକ୍ଟିଭ ସେରୋଟୋନିନ ଇନ‌ହିବିଟର (selective serotonin reuptake inhibitors), ମେଟୋକ୍ଲୋପ୍ରାମାଇଡ (metoclopramide), ରିସର୍ପିନ (reserpine), ପାର୍କିନ୍‌ସନ୍ ରୋଗ, ଅଣଚିକିତ୍ସିତ ସିଜୋଫ୍ରେନିଆ [୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୨]
ସଠିକ ରୋଗ ନିର୍ଣ୍ଣୟଉଦ୍‌ବେଗ (Anxiety), ଟୁରେଟ ସିଣ୍ଡ୍ରୋମ (Tourette syndrome), ଟାର୍ଡ଼ିଭ ଡିସକାଇନେସିଆ (tardive dyskinesia, ଡିସଟୋନିଆ (dystonia), ପାର୍କିନସୋନିଜ୍ମ (parkinsonism)[୨]
ଔଷଧଡାଇଫେନହାଇଡ୍ରାମିନ, ଟ୍ରାଜୋଡନ (trazodone), ବେଞ୍ଜଟ୍ରୋପିନ (benztropine), ମିର୍ତଜାପିନ (mirtazapine), ବିଟା ବ୍ଲକର (beta blockers)[୩][୨]
ଚିକିତ୍ସାଆଣ୍ଟିସାଇକୋଟିକ ଔଷଧ ପରିବର୍ତ୍ତନ ଓ ଲୌହ ଅଭାବର ପୂର୍ତ୍ତି (iron deficiency)[୨]
ପୁନଃପୌନିକଅପେକ୍ଷାକୃତ ସାଧାରଣ[୩]

ଆକାଥିସିଆ (ଇଂରାଜୀ ଭାଷାରେ Akathisia) ଏକ ଚଳନ ବେମାରୀ ଯେଉଁଥିରେ ଆଭ୍ୟନ୍ତରୀଣ ଅସ୍ଥିରତା (Restlessness) ହୁଏ ଓ ଚୁପଚାପ ରହିବାର ଶକ୍ତି ରହେନି । [୧][୩] ଏଥିରେ ଗୋଡ଼ ଅଧିକ ପ୍ରଭାବିତ ହୁଏ ।[୨] ସ୍ଥିର ହୋଇ ରହିନପାରିବା ହେତୁ ଏପାଖ ସେପାଖ, ଆଗପଛ ହୋଇ ଚାଲନ୍ତି ।[୪] କେତେକ ରୋଗୀ କେବଳ ଅଶାନ୍ତ ରହନ୍ତି ।[୨] ରୋଗ ଜଟିଳ ହେଲେ ଆତ୍ମହତ୍ୟା କରନ୍ତି । [୨]

ଆଣ୍ଟିସାଇକୋଟିକ (Antipsychotics) ଔଷଧ, ବିଶେଷତଃ ପ୍ରଥମ ଜେନେରେସନର ଔଷଧ ଏହି ରୋଗ ହେବାର ଏକ ମୁଖ୍ୟ କାରଣ ରୂପେ ବିବେଚନା କରାଯାଏ ।[୪][୩] ଅନ୍ୟାନ୍ୟ କାରଣ ମଧ୍ୟରେ , ସିଲେକ୍ଟିଭ ସେରୋଟୋନିନ ଇନ‌ହିବିଟର (selective serotonin reuptake inhibitors), ମେଟୋକ୍ଲୋପ୍ରାମାଇଡ (metoclopramide), ରିସର୍ପିନ (reserpine), ପାର୍କିନ୍‌ସନ୍ ରୋଗ, ଅଣଚିକିତ୍ସିତ ସିଜୋଫ୍ରେନିଆ ରୋଗମାନଙ୍କ ନାମ ଉଲ୍ଲେଖନୀୟ । [୨] ଆଣ୍ଟିସାଇକୋଟିକ ଔଷଧ ଚିକିତ୍ସା ବନ୍ଦ କରିବା ପରେ ମଧ୍ୟ ଏହି ରୋଗ ହୋଇପାରେ ।[୨] ଏହାର କାର୍ଯ୍ୟବିଧରେ ଡୋପାମିନର dopamine ଭୂମିକା ଥିବା ବିଶ୍ୱାସ କରାଯାଏ ।[୨] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରିହୁଏ ।[୨] ରେସ୍ଟଲେସ ଲେଗ ସିଣ୍ଡ୍ରୋମ (restless leg syndrome) ଭଳି ନିଦ୍ରା ସାଥିରେ ଏହାର ସମ୍ପର୍କ ନଥାଏ ।[୨]

ସ୍ୱଳ୍ପ ସଙ୍କଟ କାରକ ଆଣ୍ଟିସାଇକୋଟିକ ଔଷଧ ବଦଳେଇ ଦିଆଯାଇପାରେ ।[୨] ଡାଇଫେନହାଇଡ୍ରାମିନ, ଟ୍ରାଜୋଡନ (trazodone), ବେଞ୍ଜଟ୍ରୋପିନ (benztropine), ମିର୍ତଜାପିନ (mirtazapine), ବିଟା ବ୍ଲକର (beta blockers) ଭଳି ଔଷଧ ଗୁଡ଼ିକ ଉପକାରୀ ହେବାର ପ୍ରମାଣ ମିଳୁଛି ।[୩][୨] ଜୀବସାର ବି୬ (Vitamin B6) ବା ଲୌହ ଅଂଶର ଅଭାବର ଚିକିତ୍ସା କଲେ ଉପକାର ମିଳେ ।[୩][୨] ଆଣ୍ଟିସାଇକୋଟିକ (Antipsychotics) ଔଷଧ ବ୍ୟବ‌ହାର କରୁଥିବା ଲୋକଙ୍କ ମଧ୍ୟରୁ ଅଧା ଲୋକଙ୍କର ଏହି ରୋଗ ହୁଏ ।[୫] ଲାଡିସ୍ଲାଭ ହାସ୍କୋଭେକ (Ladislav Haškovec) ସନ ୧୯୦୧ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ Forcen, FE; Matsoukas, K; Alici, Y (February 2016). "Antipsychotic-induced akathisia in delirium: A systematic review". Palliative & supportive care. 14 (1): 77–84. doi:10.1017/S1478951515000784. PMC 5516628. PMID 26087817.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Lohr, JB; Eidt, CA; Abdulrazzaq Alfaraj, A; Soliman, MA (December 2015). "The clinical challenges of akathisia". CNS spectrums. 20 Suppl 1: 1–14, quiz 15–6. doi:10.1017/S1092852915000838. PMID 26683525.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Laoutidis, ZG; Luckhaus, C (May 2014). "5-HT2A receptor antagonists for the treatment of neuroleptic-induced akathisia: a systematic review and meta-analysis". The international journal of neuropsychopharmacology. 17 (5): 823–32. doi:10.1017/S1461145713001417. PMID 24286228.
  4. ୪.୦ ୪.୧ Thomas, JE; Caballero, J; Harrington, CA (2015). "The Incidence of Akathisia in the Treatment of Schizophrenia with Aripiprazole, Asenapine and Lurasidone: A Meta-Analysis". Current neuropharmacology. 13 (5): 681–91. doi:10.2174/1570159x13666150115220221. PMC 4761637. PMID 26467415.
  5. Encyclopedia of Movement Disorders (in ଇଂରାଜୀ). Academic Press. 2010. p. 17. ISBN 9780123741059.
  6. Mohr, P; Volavka, J (December 2002). "Ladislav Haskovec and akathisia: 100th anniversary". The British Journal of Psychiatry. 181: 537. doi:10.1192/bjp.181.6.537-a. PMID 12456534.