Jump to content

ହେମୋରାଜିକ ଶକ

ଉଇକିପିଡ଼ିଆ‌ରୁ
Video explanation of shock
ବିଭାଗEmergency medicine
ଲକ୍ଷଣFast heart rate, narrowing pulse pressure, anxiety, cool arms and legs, decreased consciousness, low blood pressure[୧][୨]
କାରଣTrauma, gastrointestinal bleeding, childbirth, ectopic pregnancy, underlying blood vessel problems[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on examination and medical imaging[୨]
ସଠିକ ରୋଗ ନିର୍ଣ୍ଣୟOther types of circulatory shock[୧]
ଚିକିତ୍ସାDirect pressure, tourniquet use, tranexamic acid, blood products, temperature management, surgery[୧][୨]
PrognosisVariable[୨]
ପୁନଃପୌନିକRelatively common[୩]

ହେମୋରାଜିକ ଶକ ହେଉଛି ରକ୍ତସ୍ରାବ ଯୋଗୁ ହେଉଥିବା ଏକ ପ୍ରକାର ସ୍ୱଳ୍ପ ପରିମାଣ ଶକ[୪] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ଦ୍ରୁତ ହୃଦସ୍ପନ୍ଦନ ଏବଂ ନାଡ଼ିର ଚାପ ସଂକୀର୍ଣ୍ଣ ହୋଇପାରେ ।[୧] [୨] ଅଧିକ ରକ୍ତ ହ୍ରାସ ହେତୁ ଉଦ୍‌ବେଗ, ଥଣ୍ଡା ଅବୟବ, ଚେତନା ହ୍ରାସ, ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧] ଜଟିଳତା ମଧ୍ୟରେ ହାଇପୋଥର୍ମିଆ, ରକ୍ତ ଜମାଟ ବାନ୍ଧିବା ସମସ୍ୟା ଏବଂ ଏକାଧିକ ଅଙ୍ଗ ଅକ୍ଷମତା ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[୫]

ରକ୍ତ ହ୍ରାସର କାରଣ ମଧ୍ୟରେ ଆଘାତ, ପାକସ୍ଥଳୀରୁ ରକ୍ତସ୍ରାବ, ପ୍ରସବ, ଏକ୍ଟୋପିକ୍ ଗର୍ଭଧାରଣ ଏବଂ ରକ୍ତନଳୀ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୨] [୩] ରକ୍ତସ୍ରାବ ଶରୀର ଭିତରେ ବା ବାହାରେ ହୋଇପାରେ ।[୨] ପେଟ, ଛାତି ଏବଂ ପେରିଟୋନିସମ ପୃଷ୍ଠ ଭାଗରେ ରକ୍ତ କ୍ଷୟ ହୋଇପାରେ ।[୨] ଅନ୍ତର୍ନିହିତ ପ୍ରଣାଳୀରେ ଶରୀରର ତନ୍ତୁରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ପ୍ରବାହ ହୁଏ ନାହିଁ । [୧] ୧ ରୁ ଅଧିକ ଏକ ଶକ୍ ଇଣ୍ଡେକ୍ସ (ହୃଦସ୍ପନ୍ଦନ/ ସିଷ୍ଟୋଲିକ୍ ରକ୍ତଚାପ) ସୂଚାଇ ଦେଇପାରେ ଯେ ରକ୍ତଦାନର ଆବଶ୍ୟକତା ଅଛି କି ନାହିଁ ।[୧] ଜରୁରୀକାଳୀନ ବିଭାଗରେ ରକ୍ତ କ୍ଷୟ ସ୍ଥାନ ସ୍ଥିର କରିବାରେ ଅଲଟ୍ରାସାଉଣ୍ଡ ଉପଯୋଗୀ ହୋଇପାରେ ।[୨]

ପ୍ରାରମ୍ଭିକ ପରିଚାଳନା ଏଟିଏଲଏସ (ATLS) ଉପରେ ନିର୍ଭର କରେ ।[୧] ପ୍ରାଥମିକ ଚିକିତ୍ସା ହେଉଛି ରକ୍ତସ୍ରାବର ଉତ୍ସକୁ ବନ୍ଦ କରିବା ।[୨] ଏଥି ନିମନ୍ତେ ସିଧାସଳଖ ଚାପ କିମ୍ବା ଟୁର୍ନିକେଟ୍ ବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଟ୍ରାନେକ୍ସାମିକ ଏସିଡ, ରକ୍ତ ଉତ୍ପାଦ ଏବଂ ତାପମାତ୍ରା ପରିଚାଳନା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଯେଉଁମାନଙ୍କର ମୁଣ୍ଡରେ ଆଘାତ ନଥାଏ, ଅସ୍ତ୍ରୋପଚାର ନହେବା ପର୍ଯ୍ୟନ୍ତ ରକ୍ତଚାପ ଅପେକ୍ଷାକୃତ କମ୍ ରହିବାକୁ ଅନୁମତି ଦିଆଯାଇପାରେ ।[୨] ହେମୋରାଜିକ ଶକ ଅପେକ୍ଷାକୃତ ସାଧାରଣ ଅଟେ ।[୩] ଆଘାତ ହେତୁ ପ୍ରାୟ ଅଧା ଲୋକଙ୍କର ମୃତ୍ୟୁ ରକ୍ତସ୍ରାବ ହେତୁ ହୋଇଥାଏ ଏବଂ ରକ୍ତସ୍ରାବ ମୃତ୍ୟୁର ମୂଳ ପ୍ରତିରୋଧକ କାରଣ ହୋଇ ରହିଥାଏ ।[୨] [୧] ମୃତ୍ୟୁ କିମ୍ବା ଖରାପ ପରିଣାମର ଆଶଙ୍କା ଅଧିକ ଅଟେ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Pitotti, C; David, J (November 2020). "An evidence-based approach to nonoperative management of traumatic hemorrhagic shock in the emergency department". Emergency medicine practice. 22 (11): 1–24. PMID 33105073.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Hooper, N; Armstrong, TJ (January 2020). "Hemorrhagic Shock". PMID 29262047. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ Taghavi, S; Askari, R (January 2020). "Hypovolemic Shock". PMID 30020669. {{cite journal}}: Cite journal requires |journal= (help)
  4. Hooper, N; Armstrong, TJ (January 2020). "Hemorrhagic Shock". PMID 29262047. {{cite journal}}: Cite journal requires |journal= (help)
  5. "Hemorrhagic Shock". fpnotebook.com. Archived from the original on 1 December 2020. Retrieved 4 January 2021.