ଶକ୍ (ରକ୍ତ ସଞ୍ଚାଳନ)
ଶକ୍ (Shock) | |
---|---|
ଶକ୍ ରକ୍ତ ସଞ୍ଚାଳନ (Circulatory shock) | |
ବିଭାଗ | Critical care medicine |
ଲକ୍ଷଣ | ପ୍ରାରମ୍ଭ: ଦୁର୍ବଳତା, ଦୃତ ହୃତ୍ପିଣ୍ଡ ଗତି ହାର, ଦୃତ ଶ୍ୱାସକ୍ରିୟା, ସ୍ୱେଦ, ଉତ୍କଣ୍ଠା, ଅଧିକ ଶୋଷ [୧] ପରେ: ଦ୍ୱନ୍ଦ୍ୱ,ଚେତାଶୁନ୍ୟ (unconsciousness), ହୃଦ୍ପାତ [୧] |
କାରଣ | ଅଳ୍ପ ଆୟତନ: ରକ୍ତସ୍ରାବ, ବାନ୍ତି, ଅଗ୍ନାଶୟ ପ୍ରଦାହ[୧] କାର୍ଡ଼ିଓଜେନିକ: ହୃଦ୍ଘାତ (heart attack), କାର୍ଡ଼ିଆକ କଣ୍ଟ୍ୟୁଜନ (cardiac contusion)[୧] ଅବସ୍ଟ୍ରକ୍ଟିଭ: କାର୍ଡ଼ିଆକ ଟାମ୍ପୋନେଡ (Cardiac tamponade), ଟେନସନ ନିମୋଥୋରାକ୍ସ (tension pneumothorax)[୧] Distributed: ସେପ୍ସିସ, ମେରୁଦଣ୍ଡ ଆଘାତ (spinal cord injury), ମାତ୍ରାଧିକ ଔଷଧ [୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ, ଶାରୀରିକ ପରୀକ୍ଷା (physical exam) ଓ ଲାବୋରେଟରୀ ପରୀକ୍ଷା [୨] |
ଔଷଧ | ଶିରାଭ୍ୟନ୍ତର ତରଲ ପଦାର୍ଥ (Intravenous fluid), ଭାସୋପ୍ରେସର (vasopressors)[୨] |
ଚିକିତ୍ସା | କାରଣ ଅନୁସାରେ [୨] |
Prognosis | ମୃତ୍ୟୁ ସଙ୍କଟ ୨୦ରୁ ୫୦%[୩] |
ପୁନଃପୌନିକ | ବାର୍ଷିକ ୧.୨ ନିୟୁତ (USA)[୩] |
ଶକ୍ କହିଲେ ଶରୀରର ତନ୍ତୁମାନଙ୍କୁ ସ୍ୱଳ୍ପ ପରିମାଣର ରକ୍ତ ସଞ୍ଚାଳନ ଅବସ୍ଥାକୁ ବୁଝାଏ ଯାହା କେତେକ ସଞ୍ଚାଳନ (circulatory system) ସମସ୍ୟା ଯୋଗୁ ଉପୁଜିଥାଏ ।[୧][୨] ପ୍ରଥମ ଅବସ୍ଥାରେ ଦୁର୍ବଳତା, ଦୃତ ହୃତ୍ପିଣ୍ଡ ଗତି ହାର (fast heart rate), ଦୃତ ଶ୍ୱାସକ୍ରିୟା (fast breathing), ଅଧିକ ଝାଳ ବୋହିବା, ଉତ୍କଣ୍ଠା, ଉତ୍କଣ୍ଠା ଓ ଅଧିକ ଶୋଷ ହୁଏ ।[୧] ଏହା ପରେ ଦ୍ୱନ୍ଦ୍ୱ, ଚେତାଶୁନ୍ୟ (unconsciousness), ହୃଦ୍ପାତ ହୋଇପାରେ ।[୧]
ଚାରି ପ୍ରକାର ଶକ୍ ଦେଖାଯାଏ ଯଥା:- ହାଇପୋଭୋଲେମିଆ (Low volume), କାର୍ଡ଼ିଓଜେନିକ ଶକ୍ (cardiogenic), ଅବସ୍ଟ୍ରକ୍ଟିଭ ଶକ୍ (obstructive), ଡିସ୍ଟ୍ରିବ୍ୟୁଟିଭ ଶକ୍ (distributive) ।[୨] ରକ୍ତସ୍ରାବ, ବାନ୍ତି, ଅଗ୍ନାଶୟ ପ୍ରଦାହ ଥିଲେ ସ୍ୱଳ୍ପ ଆୟତନ ଶକ୍ ହୁଏ ।[୧] ହୃଦ୍ଘାତ (heart attack), କାର୍ଡ଼ିଆକ କଣ୍ଟ୍ୟୁଜନ (cardiac contusion) ଥିଲେ କାର୍ଡ଼ିଓଜେନିକ ଶକ୍ ହୁଏ ।[୧] କାର୍ଡ଼ିଆକ ଟାମ୍ପୋନେଡ (Cardiac tamponade) ବା ଟେନସନ ନିମୋଥୋରାକ୍ସ (tension pneumothorax) ଥିଲେ ଅବସ୍ଟ୍ରକ୍ଟିଭ ଶକ୍ ହୁଏ ।[୧] ସେପ୍ସିସ, ମେରୁଦଣ୍ଡ ଆଘାତ (spinal cord injury), ମାତ୍ରାଧିକ ଔଷଧ ଯୋଗୁ ଡିସ୍ଟ୍ରିବ୍ୟୁଟେଡ ଶକ୍ ହୁଏ ।[୧]
ଲକ୍ଷଣ, ଶାରୀରିକ ପରୀକ୍ଷା (physical exam) ଓ ଲାବୋରେଟରୀ ପରୀକ୍ଷା ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୨] ପଲ୍ସ ପ୍ରେସର (pulse pressure) (ସିସ୍ଟଲିକ ଚାପ pulse pressure ବିଯୁକ୍ତ ଡାଏସ୍ଟୋଲିକ ଚାପ systolic blood pressure) କମିଗଲେ ବା ହୃଦ୍ ଗତି ହାର ଅଧିକ ହୋଇଗଲେ ଚିନ୍ତାଜନକ ହୋଇଯାଏ ।[୧] ଶକ୍ ଇଣ୍ଡେକ୍ସ (ହୃଦ୍ଗତି ହାର/ ସିସ୍ଟୋଲିକ ରକ୍ତଚାପ) ୦.୮ରୁ ଅଧିକ ହେଲେ ଏହି ରୋଗ ନିର୍ଣ୍ଣୟ ଅଧିକ ଶକ୍ତ ହୋଇଯାଏ ଯାହା ସ୍ୱଳ୍ପ ରକ୍ତଚାପ ଓ ଦୃତ ହୃଦ୍ଗତିଠାରୁ ଅଧିକ ନିର୍ଣ୍ଣୟାତ୍ମକ ।[୪][୫]
ଏହି ରୋଗର ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ।[୨] ଖୋଲା ଶ୍ୱାସପଥ ଓ ଯଥେଷ୍ଟ ଶ୍ୱାସକ୍ରିୟା ନିମନ୍ତେ ଚେଷ୍ଟିତ ହେବା ଆବଶ୍ୟକ ।[୨] ରକ୍ତସ୍ରାବ ହେଉଥିଲେ ଅପରେଶନ ବା ଇମ୍ବୋଲାଇଜେସନ (embolization) କରି ବନ୍ଦ କରାଯାଏ ।[୨] ଅଧିକାଂଶ ସମୟରେ ରିଙ୍ଗର ଲାକ୍ଟେଟ (Ringer's lactate) ବା ପ୍ୟାକ୍ଡ ଲୌହିତ ରକ୍ତ କଣିକା ଶିରାଭ୍ୟନ୍ତରରେ (Intravenous fluid) ଦିଆଯାଏ ।[୨] ସାଧାରଣ ଦେହ ଉତ୍ତାପ (body temperature) ରଖିବାକୁ ଚେଷ୍ଟା କରାଯାଏ ।[୨] କେତେକ କେଶ୍ରେ ଭାସୋପ୍ରେସର (Vasopressors) ଦେଲେ ଉପକାର ହୁଏ ।[୨] ଶକ୍ ଏକ ସାଧାରଣ ଅବସ୍ଥା ଓ ଏହାର ମୃତ୍ୟୁ ସଙ୍କଟ ବହୁତ ଅଧିକ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧.୨ ନିୟୁତ ଲୋକ ଆଶୁ ଚିକିତ୍ସା ନିମନ୍ତେ ଆସନ୍ତି ଓ ୨୦ରୁ ୫୦% ମୃତ୍ୟୁ ବରଣ କରନ୍ତି ।[୩]
ଇତିହାସ
[ସମ୍ପାଦନା]ସନ ୧୯୭୨ରେ ହିନସ ଓ କକ୍ସ ଦୁହେଁ ଏହି ରୋଗର ବର୍ଗୀକରଣ ବା କ୍ଲାସିଫେକେସନ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ଚାଲୁରହିଛି ।[୬]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ International Trauma Life Support for Emergency Care Providers (8 ed.). Pearson Education Limited. 2018. pp. 172–173. ISBN 978-1292-17084-8.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;ATLS2018
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୩.୦ ୩.୧ ୩.୨ ୩.୩ Tabas, Jeffrey; Reynolds, Teri (2010). High Risk Emergencies, An Issue of Emergency Medicine Clinics - E-Book (in ଇଂରାଜୀ). Elsevier Health Sciences. p. 58. ISBN 978-1455700257.
- ↑ Olaussen A, Blackburn T, Mitra B, Fitzgerald M (2014). "Review article: shock index for prediction of critical bleeding post-trauma: a systematic review". Emergency Medicine Australasia. 26 (3): 223–8. doi:10.1111/1742-6723.12232. PMID 24712642.
- ↑ Guyton, Arthur; Hall, John (2006). "Chapter 24: Circulatory Shock and Physiology of Its Treatment". In Gruliow, Rebecca (ed.). Textbook of Medical Physiology (11th ed.). Philadelphia, Pennsylvania: Elsevier Inc. pp. 278–288. ISBN 978-0-7216-0240-0.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;IrwinRippe
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |