ଟ୍ରାନେକ୍ସାମିକ ଏସିଡ

ଉଇକିପିଡ଼ିଆ‌ରୁ
(Tranexamic acidରୁ ଲେଉଟି ଆସିଛି)
ଟ୍ରାନେକ୍ସାମିକ ଏସିଡ
Clinical data
Pronunciation\ˌtran-eks-ˌam-ik-\
Trade namesCyklokapron, others
AHFS/Drugs.comFDA Professional Drug Information
Pregnancy
category
  • B
Routes of
administration
by mouth, injection
ATC code
Legal status
Legal status
Pharmacokinetic data
Bioavailability34%
Elimination half-life3.1 h
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.013.471 Edit this at Wikidata
Chemical and physical data
FormulaC8H15NO2
Molar mass157.21 g/mol
3D model (JSmol)
  • NC[C@@H]1CC[C@H](CC1)C(O)=O
  • InChI=1S/C8H15NO2/c9-5-6-1-3-7(4-2-6)8(10)11/h6-7H,1-5,9H2,(H,10,11)/t6-,7- checkY
  • Key:GYDJEQRTZSCIOI-LJGSYFOKSA-N checkY
  (verify)

ଟ୍ରାନେକ୍ସାମିକ ଏସିଡ (ଇଂରାଜୀ ଭାଷାରେ Tranexamic acid ବା TXA) ଏକ ଔଷଧ ଯାହା ରକ୍ତସ୍ରାବର (blood loss) ଚିକିତ୍ସା ଓ ପ୍ରତିଷେଧ ଭାବରେ ବିଭିନ୍ନ ଅବସ୍ଥା ଯେପରିକି ବଡ଼ ଆଘାତ (major trauma), ଅପରେଶନ, ଦାନ୍ତ ବାହାର କରିବା (tooth removal) ସମୟରେ, ନାକରୁ ରକ୍ତସ୍ରାବ ଓ ମେନୋରେଜିଆ (heavy menstruation) ବା ଅତ୍ୟଧିକ ପରିମାଣର ଊତୁସ୍ରାବ ଇତ୍ୟାଦି ହେଲେ ଦିଆଯାଏ ।[୧] ଆଉ ମଧ୍ୟ ଏହା ହେରେଡିଟାରି ଅଞ୍ଜିଓଇଡିମା (hereditary angioedema) ରୋଗରେ ଦିଆଯାଏ ।[୧][୨] ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[୧]

ଏହି ଔଷଧର କ୍ୱଚିତ କୌଣସି ପ୍ରତିକ୍ରିୟା ଦେଖାଯାଏ ।[୨] ଅଳ୍ପ କେତେକ କ୍ଷେତ୍ରରେ ବର୍ଣ୍ଣ ଦୃଷ୍ଟି (color vision) ପରିବର୍ତ୍ତନ, ରକ୍ତ ଜମାଟ (blood clots) ଓ ଆଲର୍ଜି ପ୍ରତିକ୍ରିୟା (allergic reaction) ହୋଇପାରେ ।[୨] ବୃକ୍‌କ ରୋଗ ଥିଲେ ଏହି ଔଷଧ ଦେବାବେଳେ ସତର୍କ ରହିବାକୁ ସୁପାରିସ କରାଯାଏ ।[୩] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦେବା ନିରାପଦ ଜଣାଯାଏ ।[୨][୪] ଆଣ୍ଟିଫିବ୍ରିନୋଲାଇଟିକ (antifibrinolytic) ଶ୍ରେଣୀର ଟ୍ରାନେକ୍ସାମିକ ଏସିଡ ଏକ ଔଷଧ ।[୩]

ସନ ୧୯୬୨ରେ ଉଟାକୋ ଓକୋମାଟା (Utako Okamoto) ପ୍ରଥମେ ଟ୍ରାନେକ୍ସାମିକ ଏସିଡ ଆବିଷ୍କାର କରିଥିଲେ ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୭] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷର କ୍ରୟ ମୂଲ୍ୟ ୪.୩୮ରୁ ୪.୮୯ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ହୋଲସେଲ ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ British national formulary : BNF 69 (69 ed.). British Medical Association. 2015. p. 170. ISBN 9780857111562.
  2. ୨.୦ ୨.୧ ୨.୨ ୨.୩ "Cyklokapron Tablets - Summary of Product Characteristics (SPC) - (eMC)". www.medicines.org.uk. September 2016. Retrieved 14 December 2016.
  3. ୩.୦ ୩.୧ "Tranexamic Acid Injection - FDA prescribing information, side effects and uses". www.drugs.com. Retrieved 14 December 2016.
  4. "Tranexamic acid Use During Pregnancy | Drugs.com". www.drugs.com. Retrieved 14 December 2016.
  5. Geoff Watts (2016). "Obituary Utako Okamoto". The Lancet. 387 (10035): 2286. doi:10.1016/S0140-6736(16)30697-3.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. ୭.୦ ୭.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. X. ISBN 9781284057560.
  8. "Tranexamic Acid". International Drug Price Indicator Guide. Retrieved 8 December 2016.[permanent dead link]