ଛାତି

ଉଇକିପିଡ଼ିଆ ରୁ
Jump to navigation Jump to search
Thorax
Chest
Chest.jpg
X-ray image of the chest showing the internal anatomy of the rib cage, lungs and heart as well as the inferior thoracic border–made up of the diaphragm.
Surface projections of the organs of the trunk.png
Surface projections of the organs of the trunk, with the thorax or chest region seen stretching down to approximately the end of the oblique lung fissure anteriorly, but more deeply it its lower limit rather corresponds to the upper border of the liver.
ଲାଟିନ ଭାଷାରେ thorax

ଛାତି (ଇଂରାଜୀ ଭାଷାରେ ଥୋରାକ୍ସ/ thorax ବା ଚେଷ୍ଟ/ chest) ମାନବ ଶରୀର ଗଠନର (anatomy) ଏକ ଅଂଶ ଯାହା ବେକ (neck) ଓ ଉଦର (abdomen) ମଧ୍ୟରେ ସ୍ଥାନ ପାଇଥାଏ, ଏହା ଅନ୍ୟାନ୍ୟ ବିଭିନ୍ନ ପ୍ରାଣୀଙ୍କର ମଧ୍ୟ ଥାଏ । [୧] ଛାତି ମଧ୍ୟରେ ଛାତି କୋଟର (thoracic cavity), ହୃତ୍‌ପିଣ୍ଡ, ଫୁସଫୁସ, ଥାଇମସ (thymus) ଗ୍ରନ୍ଥି, ମାଂସପେଶୀ ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ସଂରଚନା ଥାଏ । ଛାତିରେ ଅନେକ ପ୍ରକାରର ରୋଗ ହୋଇପାରେ କିନ୍ତୁ ସବୁଠାରୁ ସାଧାରଣ ଛାତି ଯନ୍ତ୍ରଣା (chest pain) ହେବା ଦେଖାଯାଏ । ଇଂରାଜୀରେ ବ୍ୟବ‌ହୃତ ଥୋରାକ୍ସ ଶବ୍ଦ ପୁରାତନ ଗ୍ରୀକ ଶବ୍ଦ (Greek θώραξ thorax "breastplate, cuirass, corslet"[୨] ଭଳି ଶବ୍ଦମାନଙ୍କ ଭାୟା ଲାଟିନ: thorax ଶବ୍ଦରୁ ଆସିଛି ।

ଗଠନ[ସମ୍ପାଦନା]

ମାନବ ଓ ଅନ୍ୟାନ୍ୟ ହୋମିନିଡ ପ୍ରାଣୀଙ୍କର (hominid) ବେକ ଓ ଉଦର ମଧ୍ୟରେ ଛାତି ଥାଏ ଓ ଏହା ମଧ୍ୟରେ ଆଭ୍ୟନ୍ତରୀଣ ଅଙ୍ଗ (organs) ସବୁ ରହିଥାଏ । ଏହି ଅଙ୍ଗମାନ ପଞ୍ଜରା ଅସ୍ଥିମାନଙ୍କଦ୍ୱାରା ପ୍ରସ୍ତୁତ ପଞ୍ଜୁରୀରେ ସୁରକ୍ଷିତ ହୋଇ ରହନ୍ତି । ଏହି ସୁରକ୍ଷା ବଳୟରେ ପଞ୍ଜରା, ମେରୁଅସ୍ଥି ସ୍ତମ୍ଭ (spine) ଓ କାନ୍ଧ ପଟି (shoulder girdle) ଅଛନ୍ତି ।

ସାମଗ୍ରୀ[ସମ୍ପାଦନା]

An X-ray of a human chest area, with some structures labeled

ଛାତିରେ ହୃତ୍‌ପିଣ୍ଡ, ଫୁସଫୁସ, ଥାଇମସ (thymus) ଗ୍ରନ୍ଥି, ଅଭ୍ୟନ୍ତରରେ ଗ୍ରାସନଳୀ , ଟ୍ରାକିଆ () ବା ଶ୍ୱାସନଳୀ, ଛାତି ମଧ୍ୟଚ୍ଛଦା ପେଶୀ; ଛାତି କାନ୍ଥରେ ପେକ୍ଟୋରାଲିସ ମେଜର (major), ପେକ୍ଟୋରାଲିସ ମାଇନର (minor) ମାଂସପେଶୀ, ଟ୍ରାପିଜିଅସ ଓ ଅନ୍ୟାନ୍ୟ ବେକ ମାଂସପେଶୀଗଣ ଥାଏ । ଧମନୀ ଓ ଶିରା ମଧ୍ୟରେ ଆଓର୍ଟା (aorta), ସୁପିରିଅର ଭେନା କାଭା (superior vena cava), ଇନଫିରିଅର ଭେନା କାଭା (inferior vena cava) ଓ ପଲମୋନାରୀ ଧମନୀ (pulmonary artery); ଅସ୍ଥି ମଧ୍ୟରେ ସ୍କାପୁଲା (scapula), କାନ୍ଧ ଗଣ୍ଠିର ସକେଟ ମଧ୍ୟରେ ହ୍ୟୁମରସର (humerus) ଉପର ଅଂଶ, ସ୍ଟରନମ, ଛାତି ମେରୁଅସ୍ଥିଗଣ (thoracic portion of the spine), କଲାର ଅସ୍ଥି (collarbone), ପଞ୍ଜରା ପଞ୍ଜୁରୀ ଓ ଭାସମାନ ପଞ୍ଜରା (floating rib), ଓ ସ୍ଟରନମ (sternum) ଓ ତାହାର ଏକ ଅଂଶ ଜିଫି ସ୍ଟରନମ (xiphoid process)) ଅସ୍ଥି ଇତ୍ୟାଦି ଥାଏ ।
ବହିର୍ଭାଗରେ ଚର୍ମ ଓ ସ୍ତନାଗ୍ର ଥାଏ ।

ଛାତି ଗଠନ[ସମ୍ପାଦନା]

ମାନବ ଶରୀର ସମ୍ମୁଖଭାଗରେ ବେକ ଓ ମଧ୍ୟଚ୍ଛଦା ମଧ୍ୟରେ ଥିବା ଭାଗକୁ ଛାତି (ଇଂରାଜୀ ଭାଷାରେ) ଥୋରାକ୍ସ (Thorax) କୁହାଯାଏ । ପ୍ରାଣୀମାନଙ୍କର ଏହି ଅଂଶକୁ ମଧ୍ୟ ଛାତି ନାମ ଦିଆଯାଏ ।

ହୃତ୍‌ପିଣ୍ଡଫୁସଫୁସକୁ ଘୋଡ଼େଇ ରଖୁଥିବା କଙ୍କାଳ ସାଥିରେ ଛାତିର ଆକାରର କୌଣସି ସାମଞ୍ଜସ୍ୟ ନଥାଏ । କାନ୍ଧର ଚଉଡ଼ା କାନ୍ଧ ଗାର୍ଡ଼ଲ ଯୋଗୁ ହୁଏ ଓ ତା ମଧ୍ୟରେ ଆକ୍ସିଲା (axillae) ଓ ହ୍ୟୁମରସ (humeri) ମୁଣ୍ଡ ଥାଏ । ସମ୍ମୁଖ ମଧ୍ୟ ଭାଗର ଉପର ପାଖରେ ସୁପ୍ରାସ୍ଟର୍ଣ୍ଣାଲ ନ‌ଚ ଥାଏ ଓ ତା'ର ପ୍ରାୟ ତିନି ଆଙ୍ଗୁଠି ତଳକୁ ଏକ ହିଡ଼ ଭଳି ହାତକୁ ଲାଗେ ଯାହାକୁ ସ୍ଟର୍ଣ୍ଣାଲ ଆଙ୍ଗଲ (sternal angle) କୁହାଯାଏ; ଏହା ମାନୁମ୍ବ୍ରିଅମ ଓ ସ୍ଟରନମ (sternum) ଦେହର ମିଳନ ସ୍ଥାନ ହୋଇଥାଏ । ଏହି ସ୍ତରଠାରୁ ଦ୍ୱିତୀୟ ପଞ୍ଜରା ହାତରେ ଅନୁଭବ କରିହୁଏ ଓ ସେହିଠାରୁ ଶେଷ ପଞ୍ଜରା ପର୍ଯ୍ୟନ୍ତ ଗଣିହୁଏ । ସ୍ଟର୍ଣ୍ଣମର ଶେଷ ଅଂଶଠାରେ ସପ୍ତମ ଓ ଶେଷ ପଞ୍ଜରା ସଂଯୁକ୍ତ ହୋଇଥାଏ ଓ ଏନସିଫର୍ମ କାର୍ଟିଲେଜ ଆରମ୍ଭ ହୁଏ । ଠିକ୍ ଏହା ଉପରକୁ ଗୋଟିଏ ଛୋଟ ଗାତ ଥାଏ ଯାହାକୁ ପାକସ୍ଥଳୀ ଗର୍ତ୍ତ କୁହାଯାଏ ।

ଅସ୍ଥି[ସମ୍ପାଦନା]

ଛାତିରେ ଥିବା ଅସ୍ଥି ମାନଙ୍କୁ ଛାତି କଙ୍କାଳ କୁହାଯାଏ । ଏହା ଆଲମ୍ବ କଙ୍କାଳର ଏକ ଅଂଶ (axial skeleton) ।

ଏହି କଙ୍କାଳରେ ପଞ୍ଜରା (ribs), ସ୍ଟରନମ (sternum) ବା ବକ୍ଷାସ୍ଥି ଥାଏ । ପଞ୍ଜରା ହାଡ଼ ନାମକରଣ ଉପରୁ ତଳକୁ ୧ରୁ ୧୨ ପର୍ଯ୍ୟନ୍ତ ସଂଖ୍ୟା ନାମ ଦିଆଯାଇଥାଏ ଯେମିତି ୧ମ ପଞ୍ଜରା, ୨ୟ ପଞ୍ଜରା ଇତ୍ୟାଦି, ଶେଷ ଦୁଇଟିକୁ ଭାସମାନ ପଞ୍ଜରା କୁହାଯାଏ କାରଣ ସେଇ ଦୁଇଟି ବକ୍ଷାସ୍ଥି ସ‌ହ ସଂଯୁକ୍ତ ହୋଇନଥାଏ । ୧-୭ ପର୍ଯ୍ୟନ୍ତ ପଞ୍ଜରା ବକ୍ଷାସ୍ଥି ‌ସ‌ହିତ ଉପାସ୍ଥି ମାଧ୍ୟମରେ ସଂଯୁକ୍ତ ଥାଏ, ୮-୧୦ ପଞ୍ଜରା ଏକତ୍ର ଉପାସ୍ଥି ମାଧ୍ୟମରେ ବକ୍ଷାସ୍ଥି ସ‌ହ ସଂଯୁକ୍ତ ହୋଇଥିବା ଯୋଗୁ ତାଙ୍କୁ ଫଲ୍‌ସ ପଞ୍ଜରା କୁହାଯାଏ ।

ଶରୀର ଗଠନର ବାହ୍ୟଚିହ୍ନ[ସମ୍ପାଦନା]

ଶରୀରର ବାହ୍ୟଚିହ୍ନ (anatomical landmark) ଅନୁସାରେ ଅଭ୍ୟନ୍ତରର ଗଠନ ଜାଣିହୁଏ । ପୁରୁଷମାନଙ୍କର ଚତୁର୍ଥ ପଞ୍ଜରା ସାମନାରେ ବା ସାମାନ୍ୟ ତଳେ ସ୍ତନାଗ୍ର (nipple) ଥାଏ, ଆଲମ୍ବରେ ଏହା କ୍ଲାଭିକ୍ସର ମଧ୍ୟ ଭାଗରୁ ଟଣା ଯାଇଥିବା ଗାରର ସାମାନ୍ୟ ବାହାରକୁ ଥାଏ । ମହିଳାଙ୍କର ଏହାର ନିର୍ଦ୍ଦିଷ୍ଟ ସ୍ଥାନ ନଥାଏ । ଏହି ସ୍ଥାନ ତଳକୁ ପେକ୍ଟୋରାଲିସ ମେଜର ମାଂସପେଶୀ ଥାଏ ଯାହା ବାହାର ଓ ଉପର ଦିଗକୁ ଆକଜିଲା ବା ବାହୁକୋଟର ପର୍ଯ୍ୟନ୍ତ ବିସ୍ତୃତ ହୋଇଥାଏ । ମହିଳାଙ୍କର ଏହା ସ୍ତନ ପୃଷ୍ଠ ଭାଗରେ ଲୁକ୍କାୟିତ ରହେ । ଲମ୍ବ ଭାବରେ ଦ୍ୱିତୀୟରୁ ଷଷ୍ଠ ପଞ୍ଜରା ପର୍ଯ୍ୟନ୍ତ ଓ ସ୍ଟରନମ ବା ବକ୍ଷାସ୍ଥିଠାରୁ ବାହୁକୋଟର ପର୍ଯ୍ୟନ୍ତ ସ୍ତନର ଅବସ୍ଥିତି ଥାଏ । ସ୍ରନାଗ୍ର ଚାରି ପାଖରେ ହାଲୁକା ରଙ୍ଗର ଏକ ଗୋଲାକାର ସ୍ଥାନ ଥାଏ ଯାହାକୁ ଏରିଓଲା (areola) କୁହାଯାଏ । ଛାତିର ମଧ୍ୟ ରେଖାର ୩.୫" ଦୂରରେ ଓ ବାମ ପାର୍ଶ୍ୱ ଛାତିର ପଞ୍ଚମ ଆନ୍ତ‌ଃପଞ୍ଜରା ସ୍ଥାନରେ ହୃତ୍‌ପିଣ୍ଡର ଅଗ୍ରଭାଗ ଥାଏ ।

ଆଧାର[ସମ୍ପାଦନା]

  1. "thorax" at Dorland's Medical Dictionary
  2. θώραξ, Henry George Liddell, Robert Scott, A Greek-English Lexicon, on Perseus Digital Library