ହିଞ୍ଜଳ
ହିଞ୍ଜଳ | |
---|---|
ହିଞ୍ଜଳ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Ericales |
କୁଳ: | Lecythidaceae |
ପ୍ରଜାତି: | Barringtonia |
ଜାତି: | B. acutangula |
ବାଇନୋମିଆଲ ନାମ | |
Barringtonia acutangula |
ହିଞ୍ଜଳ ପାଣି କୂଳରେ ଜନ୍ମିଥାଏ । ପତ୍ରଗୁଡ଼ିକ ଅଳ୍ପ ନାଲି ହୋଇଥାଏ । ଏହାର ଫଳ, ଡେମ୍ଫ, ଏପରିକି ଫୁଲ ମଧ୍ୟ ହାତେ ଦେଢହାତେ ଲମ୍ବର ହୋଇ ଓହଳିଥାଏ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ହିଞ୍ଜଳ |
ସଂସ୍କୃତ | ଇଜ୍ଜକ, ହିଞ୍ଜଳ, ନିଚୂଳ ଓ କ୍ଷତମାରୀ |
ହିନ୍ଦୀ | ସମୁଦର |
ତେଲୁଗୁ | ଇର୍ଜ୍ଜୁନାମ ଚେଟ୍ଟୁ |
ବଙ୍ଗଳା | ହିଜ୍ଜଲ |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]କଟୁଯୁକ୍ତ କଷାୟରସ, ମଳ ରୋଧକ, କଫପିତ୍ତକାରକ, ଶୀତବୀର୍ଯ୍ୟ, ସ୍ନିଗ୍ଧ, ଗୁରୁପାକ ଓ ରକ୍ତ ରୋଧକ ଅଟେ। ମାତ୍ରା ଅଧ ଭରିରୁ ଏକ ଭରି ।
ବ୍ୟବହାର
[ସମ୍ପାଦନା]ଏହାର ସର୍ବାଙ୍ଗ ଔଷଧୀୟ କାମରେ ଲାଗେ । ଏହା ବାୟୁ, ବ୍ରଣ, କ୍ଷତ, ଦନ୍ତରୋଗ, ଜିହ୍ୱାକ୍ଷତ ଆଦିରେ ଉପକାରୀ ସିଦ୍ଧ ହୋଇଥାଏ। ଏହାର ଛେଲିକୁ ପାଣିଲେ ସିଝାଇ ଉଷୁମ ଉଷୁମ କୁଳିକଲେ ଦନ୍ତକ୍ଷତ ନିବାରିତ ହୁଏ। ପତ୍ରକୁ ଗାଈଘିଅରେ ଭାଜି ସେକ ଦେଲେ ଅର୍ଶର ବିନ୍ଧା ଛିଟିକା ଭଲ ହୁଏ । ଏହାର ଛେଲିକୁ ଶୁଖାଇ ଚୂର୍ଣ୍ଣ କରି ତାକୁ ଯେ କୌଣସି ଘାଆରେ ପକାଇଲେ ତାହା ଶୀଘ୍ର ଶୁଖିଯାଏ । ଅତିସାର ଓ ରକ୍ତାତିସାରରେ ଏହାର ପତ୍ର ରସକୁ ମହୁ ସହିତ ପ୍ରୟୋଗ କରାଯାଏ । ଏହାର କୋମଳ ପତ୍ର ସହିତ ଗୋଲ ମରିଚ ବାଟି ଲେପଦେଲେ, ବଥ, ବାଗୀ, ବାଳମୂଳିଆ ଆଦି ଭଲ ହୁଏ । ପିରାମାନଙ୍କ କୃମିରେ ଏହାର ପତ୍ର ରସକୁ ମହୁ ସହିତ ପ୍ରୟୋଗ କରାଯାଏ। ଚର୍ମ ରୋଗପାଇଁ ଏହାର ମଞ୍ଜି ଓ ଯବଧାନର ଚୂର୍ଣ୍ଣକୁ ଗାଈଘିଅରେ ମନ୍ଥି ମଲମ ତିଆରି କରି ପ୍ରୟୋଗ କରାଯାଏ । ଏହାର ପତ୍ରର ରସ ସହିତ ହଳଦୀ ବାଟି ପ୍ରଲେପ ଦେଲେ, ମଶା, ଛାରପୋକ, ପିମ୍ପୁଡି କାମୁଡା ଜନିତ କୁଣ୍ଡିଆ ଓ ଚର୍ମରୋଗ ଦୂର ହୁଏ । ଏହାର ପତ୍ର ରସ ସହିତ ପିତା ନଳିତା ମଞ୍ଜି ଓ ବାସଙ୍ଗ ଛେଲିକୁ ବାଟି ଗୋରୁଙ୍କ ଦେହରେ ଲେପଦେଲେ, ସେମାନଙ୍କ ଦେହରୁ ସବୁପ୍ରକାର କୀଟ ଦୂର ହୋଇଥାନ୍ତି ।
ଚିତ୍ରାବଳୀ
[ସମ୍ପାଦନା]-
କଲିକତା, ପଶ୍ଚିମବଙ୍ଗରେ ହିଞ୍ଜଳ ବୃକ୍ଷ।
-
କଲିକତା, ପଶ୍ଚିମବଙ୍ଗରେ ହିଞ୍ଜଳ ଡାଳ ।
-
କଲିକତା, ପଶ୍ଚିମବଙ୍ଗରେ ହିଞ୍ଜଳ ଫଳ ।
-
କଲିକତା, ପଶ୍ଚିମବଙ୍ଗରେ ହିଞ୍ଜଳ କଢ଼ ।
-
ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶରେ ହିଞ୍ଜଳ ଗଛ ।
-
ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶରେ ହିଞ୍ଜଳ ଫୁଲ ।
-
ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶରେ ହିଞ୍ଜଳ ଫୁଲ ।
-
ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶରେ ହିଞ୍ଜଳ କଢ଼ ।
-
ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶରେ ହିଞ୍ଜଳ ଫୁଲ ।
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ