ଡେସମୋପ୍ରେସିନ
| Clinical data | |
|---|---|
| Trade names | Ddavp, Minirin, other |
| AHFS/Drugs.com | monograph |
| Pregnancy category | |
| Routes of administration | IV, IM, SC, intranasal, by mouth, under the tongue |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | Variable; 0.08–0.16% (by mouth) |
| Protein binding | 50% |
| Elimination half-life | 1.5–2.5 hours |
| Excretion | Kidney |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEMBL | |
| ECHA InfoCard | 100.037.009 |
| Chemical and physical data | |
| Formula | C46H64N14O12S2 |
| Molar mass | 1069.22 g/mol |
| 3D model (JSmol) | |
| |
| |
| | |
ଡେସମୋପ୍ରେସିନ (ଇଂରାଜୀରେ Desmopressin, ବିକ୍ରୟ ନାମ DDAVP) ଏକ ଔଷଧ ଯାହା ଡାଏବେଟିସ ଇନସିପିଡସ (diabetes insipidus), ରାତ୍ରୀକାଳୀନ ବିଛଣା ପରିସ୍ରା (bedwetting), ହେମୋଫିଲିଆ ଏ (hemophilia A), ଭନ ଉଇଲବ୍ରାଣ୍ଡ ଡିଜିଜ (von Willebrand disease), ଓ ଯୁରିମିଆ (high blood urea levels) ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ । ସାମାନ୍ୟ ଓ ମଧ୍ୟମ ଧରଣର ହେମୋଫିଲିଆ ଏ ଓ ଭନ ଉଇଲବ୍ରାଣ୍ଡ ଡିଜିଜ ରୋଗରେ ଏହି ଔଷଧ ଦିଆଯାଏ । ଏହା ନାକ ଭିତରେ, ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ, ପାଟିରେ ଓ ଜିଭ ତଳେ ଦିଆଯାଏ । [୧]
ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବଥା, ତରଳ ଝାଡ଼ା, ଅଳ୍ପ ସୋଡ଼ିଅମ ରକ୍ତତା ଇତ୍ୟାଦି ଲକ୍ଷଣ ଦେଖାଯାଏ । ରକ୍ତରେ ଅଳ୍ପ ସୋଡ଼ିଅମ ଥିବା ଯୋଗୁ ବାତ (seizures) ମାରିପାରେ । ବୃକ୍କ ସମସ୍ୟା ବା ସ୍ୱଳ୍ପ ରକ୍ତ ସୋଡ଼ିଅମ ଥିଲେ ଏହି ଔଷଧ ଦିଆଯାଏନାହିଁ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ । ଏହା ଭାସୋପ୍ରେସିନ (vasopressin) ହରମୋନର (hormone) ଏକ କୃତ୍ରିମ (synthetic) ପ୍ରସ୍ତୁତି ଯାହା ମୂତ୍ର ତିଆରି କମେଇଦିଏ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଡେସମୋପ୍ରେସିନ ସ୍ୱୀକୃତିପ୍ରାପ୍ତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଗୋଟିଏ ମାସର ଖର୍ଚ୍ଚ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Desmopressin Acetate". The American Society of Health-System Pharmacists. Retrieved 2 December 2016.
- ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 233. ISBN 9781284057560.