ହାଇପରଆଲଡୋଷ୍ଟେରୋନିଜ୍ମ

ଉଇକିପିଡ଼ିଆ‌ରୁ
Hyperaldosteronism
Aldosteronism[୧]
ବିଭାଗEndocrinology
ଲକ୍ଷଣNone, headaches, tiredness, muscle weakness, muscle cramps[୨]
କାରଣPrimary: Bilateral adrenal hyperplasia, adrenal adenoma[୨]
Secondary: Renin-producing tumor, renal artery stenosis, heart failure, pregnancy, cirrhosis[୨]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on blood tests, confirmed by urine aldosterone[୨]
ସଠିକ ରୋଗ ନିର୍ଣ୍ଣୟEssential hypertension, Liddle syndrome, syndrome of apparent mineralocorticoid excess[୨]
ଔଷଧSpironolactone, eplerenone, ACE inhibitors[୨]
ଚିକିତ୍ସାLifestyle changes, medications, surgery[୨]
ପୁନଃପୌନିକ10% of people with high blood pressure[୨]

ହାଇପରଆଲଡୋଷ୍ଟେରୋନିଜ୍ମ ରୋଗ ହେଲେ ଶରୀରରେ ଅତ୍ୟଧିକ ଆଲଡୋଷ୍ଟେରନ ଉତ୍ପାଦନ ହୁଏ ।[୨] ଏହାର ଲକ୍ଷଣଗୁଡ଼ିକ ଭିନ୍ନ ହୋଇପାରେ ଯେପରିକି ଉଚ୍ଚ ରକ୍ତଚାପ ଏବଂ କମ୍ ପୋଟାସିଅମ[୨] ଏହି ଅବସ୍ଥା ଥଲେ ରକ୍ତଚାପ ଚିକିତ୍ସା କରିବା କଷ୍ଟକର ହୁଏ ଏବଂ ଥକାପଣ, ମୁଣ୍ଡବିନ୍ଧା ଏବଂ ପରିସ୍ରା ପରିମାଣ ବୃଦ୍ଧି ପାଇପାରେ ।[୨] କମ୍ ପୋଟାସିଅମ ହେବା ଫଳରେ ମାଂସପେଶୀ

ଦୁର୍ବଳତା, ମାଂସପେଶୀ କ୍ରାମ୍ପ, କାଲୁଆ, ଏବଂ ଅନିୟମିତ ହୃତ୍‌ ସ୍ପନ୍ଦନ ହୋଇପାରେ ।[୨] ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡ ରୋଗମାନ ହୋଇପାରେ ।[୨]

ଏହାକୁ ଦୁଇ ପ୍ରକାର ବିଭକ୍ତ କରାଯାଇଛି, ଯଥା:- ପ୍ରାଥମିକ ଏବଂ ଦ୍ୱିତୀୟକ ।[୨] ପ୍ରାଥମିକ ରୋଗରେ ଆଡ୍ରେନାଲ ଗ୍ରନ୍ଥିରୁ ଅତ୍ୟଧିକ ହରମୋନ ଉତ୍ପାଦନ ହୁଏ ବିଶେଷତଃ ଦ୍ୱିପାକ୍ଷିକ ଆଡ୍ରେନାଲ୍ ହାଇପରପ୍ଲାସିଆ କିମ୍ବା ଆଡ୍ରେନାଲ୍ ଆଡେନୋମା (କନ୍ ସିଣ୍ଡ୍ରୋମ) ସମସ୍ୟା ଯୋଗୁ ଘଟିଥାଏ ।[୨] ରେନିନ-ଆଞ୍ଜିଓଟେନସିନ୍-ଆଲଡୋଷ୍ଟେରନ୍ ସିଷ୍ଟମର (RAAS) ଅତ୍ୟଧିକ ସକ୍ରିୟତା ହେତୁ ଦ୍ୱିତୀୟକ ମାମଲା ଘଟିଥାଏ ଯେପରିକି ରେନିନ ଉତ୍ପାଦନକାରୀ ଅର୍ବୁଦ, ବୃକ୍‌କ ଧମନୀ ଷ୍ଟେନୋସିସ୍, ହୃଦ୍‌ପାତ, ଗର୍ଭଧାରଣ କିମ୍ବା ସିରୋସିସ ହୋଇପାରେ[୨] ଉଚ୍ଚ ଆଲଡୋଷ୍ଟେରନ ସ୍ତର ଯୋଗୁ ବୃକ୍‌କଦ୍ୱାରା ସୋଡିଅମ ପୁନଃ ଅବଶୋଷଣ ହୋଇଥାଏ ।[୨] ରକ୍ତ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ପରିସ୍ରାର ଆଲଡୋଷ୍ଟେରନ୍ ପରୀକ୍ଷା କରି ନିଶ୍ଚିତ କରାଯାଇଥିଲା। ।[୨]

ଗୋଟିଏ ଆଡ୍ରେନାଲ୍ ଗ୍ରନ୍ଥିରୁ ସୃଷ୍ଟି ହୋଇଥିବା ପ୍ରାଥମିକ ରୋଗରେ ସର୍ଜିକାଲ୍ ଅପସାରଣ ହେଉଛି ପସନ୍ଦର ଚିକିତ୍ସା ।[୨] ପ୍ରାଥମିକ ରୋଗରେ ଉଭୟ ଆଡ୍ରେନାଲ୍ ଗ୍ରନ୍ଥି ଜଡିତ ଥିଲେ ସ୍ପାଇରୋନୋଲାକ୍ଟୋନ୍ କିମ୍ବା ଏପ୍ଲେରେନୋନ ଔଷଧ ସହିତ ଏବଂ ଜୀବନ ପ୍ରଣାଳୀରେ ପରିବର୍ତ୍ତନ ସହିତ କମ୍ ଲୁଣିଆ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଏ ।[୨] ଦ୍ୱିତୀୟକ ରୋଗର ଚିକିତ୍ସା ନିମନ୍ତେ ମୂଳ କାରଣ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି।[୨] ଉଚ୍ଚ ରକ୍ତଚାପର ଚିକିତ୍ସା ଏବଂ ବୃକ୍‌କର ସୁରକ୍ଷା ପାଇଁ ଏସିଇ ଇନହିବିଟର ପ୍ରାୟ ବ୍ୟବହୃତ ହୁଏ ।[୨]

ଉଚ୍ଚ ରକ୍ତଚାପ ଉପସ୍ଥାପିତ ରୋଗ ମଧ୍ୟରୁ ପ୍ରାୟ ୧୦% କ୍ଷେତ୍ରରେ ପ୍ରାଥମିକ ହାଇପରଆଲଡୋଷ୍ଟେରୋନିଜ୍ମ ଉପସ୍ଥିତ ଥିବାବେଳେ ଦ୍ୱିତୀୟକ କାରଣ ଅପେକ୍ଷାକୃତ କମ୍ ଦେଖାଯାଏ। [୨] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। [୨] ହାଇପରଆଲଡୋଷ୍ଟେରୋନିଜ୍ମ ପ୍ରଥମେ ୧୯୫୫ ମସିହାରେ ଆମେରିକାର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଜେରୋମ ଡବ୍ଲୁ କନଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା। [୩]

ଆଧାର[ସମ୍ପାଦନା]

  1. "aldosteronism" at Dorland's Medical Dictionary
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ ୨.୨୩ Dominguez, A; Muppidi, V; Gupta, S (January 2020). "Hyperaldosteronism". PMID 29763159. {{cite journal}}: Cite journal requires |journal= (help)
  3. Clinic, Cleveland (2010). Current Clinical Medicine E-Book: Expert Consult - Online (in ଇଂରାଜୀ). Elsevier Health Sciences. p. 341. ISBN 978-1-4377-3571-0. Archived from the original on 2021-08-28. Retrieved 2021-02-16.