ସେଫଟାଜିଡିମ/ଆଭିବାକ୍ଟମ

ଉଇକିପିଡ଼ିଆ‌ରୁ
ସେଫଟାଜିଡିମ/ଆଭିବାକ୍ଟମ
Combination of
CeftazidimeCephalosporin antibiotic
Avibactamβ-lactamase inhibitor
Clinical data
Trade namesAvycaz, Zavicefta, others[୧]
AHFS/Drugs.commonograph
MedlinePlusa615018
data
Pregnancy
category
  • US: B (No risk in non-human studies)
Routes of
administration
Intravenous infusion
Legal status
Legal status

ସେଫଟାଜିଡିମ/ଆଭିବାକ୍ଟମ ଏକ ଔଷଧ ମିଶ୍ରଣ ଯେଉଁଥିରେ ସେଫାଲୋସ୍ପୋରିନ ଆଣ୍ଟିବାୟୋଟିକ ଶ୍ରେଣୀର ସେଫଟାଜିଡିମ ଓ β-ଲାକ୍ଟାମେଜ ଇନହିବିଟର ଶ୍ରେଣୀର ଆଭିବାକ୍ଟାମ ଥାଏ ଓ ଏହାର ଏକ ବ୍ୟବସାୟୀକ ନାମ ଆଭିକାଜ (Avycaz) ଅଟେ ।[୨] ଜଟିଳ ଉଦର ସଂକ୍ରମଣ, ମୂତ୍ରନଳୀ ସଂକ୍ରମଣ ଏବଂ ନିମୋନିଆ ରୋଗର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ | [୩] [୪] ଯେତେବେଳେ ଅନ୍ୟ ବିକଳ୍ପଗୁଡ଼ିକ କାର୍ଯ୍ୟକାରୀ ହୁଏନି, ସେତେବେଳେ ଏହା ଦିଆଯାଏ | [୩] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ | [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଜ୍ୱର, ଯକୃତ ସମସ୍ୟା, ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା ଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ | [୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ବାତ ଏବଂ କ୍ଲସ୍ଟ୍ରିଡିଅମ ଡିଫିସିଲ ଜନିତ ତରଳ ଝାଡ଼ା ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହେଉଥିଲେ ମଧ୍ୟ ଏହି ଗୋଷ୍ଠୀରେ ଔଷଧ ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ | [୫] କିଡନୀ ଜନିତ ସମସ୍ୟାରେ ଥିବା ଡୋଜଗୁଡିକ ସଠିକ ଭାବରେ ଦେବା ଉଚିତ୍ | [୬] ଜୀବକୋଷ କାନ୍ଥର ତିଆରିରେ ସେଫଟାଜିଡିମ ବାଧା ଦିଏ ଓ ସେଫଟାଜିଡିମ ଭାଙ୍ଗିବାକୁ ଆଭିବାକ୍ଟମ ରୋକିବାରେ ସାହାଯ୍ୟ କରିଥାଏ | [୩]

୨୦୧୫ ମସିହାର ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଏହି ମିଶ୍ରଣକୁ ଚିକିତ୍ସାରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା | [୨] [୪] ଏହି ଔଷଧର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଲିକାର ଅଛି । [୭] ଯୁକ୍ତରାଷ୍ଟ୍ରରେ ୨୦୧୬ ମସିହାରୁ ଏହାର ମୂଲ୍ୟ ୭,୫୦୦ରୁ ୧୫୦୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ[୬] । ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ବାବଦ ୧୮୦୦-୩୬୦୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ [୮]

ଆଧାର[ସମ୍ପାଦନା]

  1. "Briefing package: ceftazidime-avibactam. Anti-infective drugs advisory committee meeting" (PDF). U.S. Food and Drug Administration (FDA). Archived from the original (PDF) on 30 June 2015. Retrieved 27 June 2015.
  2. ୨.୦ ୨.୧ ୨.୨ "Ceftazidime and Avibactam Sodium Monograph for Professionals". Drugs.com (in ଇଂରାଜୀ). Retrieved 25 October 2019.
  3. ୩.୦ ୩.୧ ୩.୨ ୩.୩ ୩.୪ "Ceftazidime and Avibactam Sodium Monograph for Professionals". Drugs.com (in ଇଂରାଜୀ). Retrieved 25 October 2019.
  4. ୪.୦ ୪.୧ "Application for inclusion of ceftazidime-avibactam" (PDF). WHO. Retrieved 25 October 2019.
  5. "Avibactam / ceftazidime (Avycaz) Use During Pregnancy". Drugs.com (in ଇଂରାଜୀ). Retrieved 25 October 2019.
  6. ୬.୦ ୬.୧ Mosley JF, 2nd; Smith, LL; Parke, CK; Brown, JA; Wilson, AL; Gibbs, LV (August 2016). "Ceftazidime-Avibactam (Avycaz): For the Treatment of Complicated Intra-Abdominal and Urinary Tract Infections". Pharmacy and Therapeutics. 41 (8): 479–83. PMC 4959616. PMID 27504064.{{cite journal}}: CS1 maint: numeric names: authors list (link)
  7. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  8. British national formulary : BNF 76 (76 ed.). Pharmaceutical Press. 2018. pp. X. ISBN 9780857113382.