ସେଫଟାଜିଡିମ
| Clinical data | |
|---|---|
| Pronunciation | /sɛfˈtæzɪdiːm/ |
| Trade names | Fortaz, Tazicef, others[୧] |
| AHFS/Drugs.com | monograph |
| MedlinePlus | a686007 |
| Pregnancy category | |
| Routes of administration | intravenous, intramuscular, inhalation (off-label only) |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 91% (IM) |
| Metabolism | negligible |
| Elimination half-life | 1.6–2 hours |
| Excretion | 90–96% kidney |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| ChEBI | |
| ChEMBL | |
| ECHA InfoCard | 100.069.720 |
| Chemical and physical data | |
| Formula | C22H22N6O7S2 |
| Molar mass | 546.58 g/mol |
| 3D model (JSmol) | |
| |
| |
| | |
ସେଫଟାଜିଡିମ (ଇଂରାଜୀ ଭାଷାରେ Ceftazidime, ବିକ୍ରୟ ନାମ ଫୋରଟାଜ/Fortaz) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଗଣ୍ଠି ସଂକ୍ରମଣ ( joint infection), ମେନିଞ୍ଜାଇଟିସ, ନିମୋନିଆ, ସେପ୍ସିସ, ମୂତ୍ରନଳୀ ସଂକ୍ରମଣ (urinary tract infections), ମାଲିଗନାଣ୍ଟ ଓଟାଇଟିସ ଏକ୍ସଟର୍ନା (malignant otitis externa), ସୁଡୋମୋନାସ ଏରୁଜିନୋସା ସଂକ୍ରମଣ (pseudomonas aeruginosa infection), ଓ ଭିବ୍ରିଓ ସଂକ୍ରମଣ (vibrio infection) ଏହା ଶିରାଭ୍ୟନ୍ତରରେ (injection into a vein) ବା ମାସପେଶୀରେ (muscle) ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଇଞ୍ଜେକସନ ନେବା ସ୍ତାନରେ ଯନ୍ତ୍ରଣା ହୁଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile diarrhea) ହୋଇପାରେ । ପେନିସିଲିନ ପ୍ରତି ଆନାଫାଇଲାକ୍ସିସ ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଏ ନାହିଁ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନରେ ଏହା ଅପେକ୍ଷାକୃତ ନିରାପଦ ଥାଏ ।[୨] ଏହା ତୃତୀୟ ପିଢ଼ି ସେଫାଲୋସ୍ପୋରିନ (third-generation cephalosporin) ପରିବାରର ଏକ ଔଷଧ ଯାହା ଜୀବାଣୁର ଆବରଣରେ (cell wall) ବାଧା ସୃଷ୍ଟି କରି କାର୍ଯ୍ୟକାରୀ ହୁଏ ।[୧]
ସନ ୧୯୭୮ରେ ସେଫଟାଜିଡିମ ପେଟେଣ୍ଟ ହେବାପରେ ସନ ୧୯୮୪ରେ ବ୍ୟବସାୟରେ ଲାଗିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସେଫଟାଜିଡିମ ଜେନେରିକ ଔଷଧ (generic medication) ନାମରେ ଉପଲବ୍ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ ଦିନର ହୋଲସେଲ ମୂଲ୍ୟ ପ୍ରାୟ ୨.୮୪ରି ୧୬.୭୬ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ କୋର୍ଷର ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Ceftazidime". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 87. ISBN 9781284057560.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 495. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Ceftazidime". International Drug Price Indicator Guide. Retrieved 8 December 2016.