କ୍ଲସ୍ଟ୍ରିଡିଅମ ଡିଫିସିଲ
କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ | |
---|---|
ଇଂରାଜୀ ପ୍ରତିଶବ୍ଦ - pseudomembranous colitis, C. difficile associated diarrhea (CDAD), Clostridium difficile colitis | |
ବିଭାଗ | ସଂକ୍ରାମକ ରୋଗ |
ଆଇସିଡ଼ି-୧୦ | A04.7 |
ଆଇସିଡ଼ି-୯-ସିଏମ୍ | 008.45 |
ମେଡ଼ିସିନ-ପ୍ଲସ | 000259 |
ଇ-ମେଡ଼ିସିନ | med/1942 |
MeSH | D004761 |
କ୍ଲସ୍ଟ୍ରିଡିଅମ ଡିଫିସିଲ (ଇଂରାଜୀ ଭାଷାରେ Clostridium difficile infection ବା ସିଡିଆଇ/CDI) ଏକ ସଂକ୍ରମଣ ଯାହା କ୍ଲସ୍ଟ୍ରିଡିଅମ ଡିଫିସିଲ ନାମକ ଏକ ସ୍ପୋର ପ୍ରସ୍ତୁତକାରୀ ଜୀବାଣୁଦ୍ୱାରା ହୁଏ ।[୧] ଏହି ରୋଗର ଲକ୍ଷଣ ମଧ୍ୟରେ ପାଣିଆ ତରଳ ଝାଡ଼ା, ଜ୍ୱର, ଅଇ, ଉଦର ଯନ୍ତ୍ରଣା (abdominal pain) ଇତ୍ୟାଦି ହୁଏ । ଆଣ୍ଟିବାୟୋଟିକ ସମ୍ପର୍କୀୟ ତରଳ ଝାଡ଼ା (antibiotic-associated diarrhea) ମଧ୍ୟରୁ ୨୦% ଏହା ଯୋଗୁ ହୁଏ । ରୋଗ ଜଟିଳ ହେଲେ ସୁଡୋମେମ୍ବ୍ରେନସ କୋଲାଇଟିସ, ଟକ୍ସିକ ମେଗାକୋଲୋନ (toxic megacolon), କୋଲୋନ ଛିଦ୍ର (perforation of the colon) ଓ ସେପ୍ସିସ/ରକ୍ତ ପୂତିତା (sepsis) ହୋଇପାରେ । [୨]
ମଳରେ (feces) ଥିବା କ୍ଲସ୍ଟ୍ରିଡିଅମ ଡିଫିସିଲ ସ୍ପୋରଦ୍ୱାରା ଏହି ରୋଗ ବ୍ୟାପିଥାଏ । ପୃଷ୍ଠତଳ ଏହି ସ୍ପୋରଦ୍ୱାରା ପ୍ରଦୂଷିତ ହୁଏ ଓ ସ୍ୱାସ୍ଥ୍ୟସେବକଙ୍କ ହାତ ମାଧ୍ୟମରେ ବ୍ୟାପିଥାଏ । ରୋଗ ସଙ୍କଟ କାରକମାନଙ୍କର ନାମ: ସଂକ୍ରମଣ, ଆଣ୍ଟିବାୟୋଟିକ ବା ପ୍ରୋଟନ ପମ୍ପ ଇନହିବିଟର ବ୍ୟବହାର, ଡାକ୍ତରଖାନାରେ ଆଡମିଶନ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଓ ବୟସାଧିକ୍ୟ । ମଳ କଲଚର (stool culture), ଜୀବାଣୁର ଡିଏନଏ (DNA) ପରୀକ୍ଷା ବା ଟକ୍ସିନ (toxins) ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ପରୀକ୍ଷା ଯୁକ୍ତାତ୍ମକ ହୋଇ ଲକ୍ଷଣହୀନ ଥିଲେ ସଂକ୍ରମଣ ନ କହି ତାହାକୁ ସି ଡିଫିଲିଲ କଲୋନାଇଜେସନ (C. difficile colonization) କୁହାଯାଏ ।[୨]
ସୀମିତ ଆଣ୍ଟବାୟୋଟିକ ବ୍ୟବହାର, ହାତଧୁଆ (hand washing) ଓ ଡାକ୍ତରଖାନା ପରିଚ୍ଛନ୍ନତା (terminal room cleaning) ପ୍ରତି ଦୃଷ୍ଟି ପ୍ରଦାନ କଲେ ପ୍ରତିଷେଧ ହୋଇପାରିବ ।[୧] ପ୍ରାୟ ୨୦% କେଶରେ ଆଣ୍ଟିବାୟୋଟିକ ନେବା ବନ୍ଦ କରିଦେଲେ ୩ ଦିନ ମଧ୍ୟରେ ଉପଶମ ହୋଇଯାଏ । ଅନେକ ସମୟରେ ମେଟ୍ରୋନିଡାଜୋଲ, ଭାଙ୍କୋମାଇସିନ ବା ଫିଡାକ୍ସୋମାଇସିନ (fidaxomicin) ଭଳି ଆଣ୍ଟିବାୟୋଟିକ ପ୍ରୟୋଗ କଲେ ସଂକ୍ରମଣ ଆରୋଗ୍ୟ ହୁଏ । ଚିକିତ୍ସା ପରେ ଆଉଥରେ ଟେଷ୍ଟ ଦରକାର ହୁଏନି, କାରଣ ଲୋକର କଲୋନାଇଜ୍ଡ ହୋଇପାରିଥାଏ ।[୨] ପ୍ରାୟ ୨୫% ଲୋକଙ୍କର ରୋଗ ଲେଉଟେ ।[୩] ଫେକାଲ ମାଇକ୍ରୋବାୟୋଟା ଟ୍ରାନ୍ସପ୍ଲାଣ୍ଟେସନ (fecal microbiota transplantation) ଓ ପ୍ରୋବାୟୋଟିକ (probiotics) ମଧ୍ୟ ପୁନରାବୃତ୍ତି ସଙ୍କଟ କମେଇଦିଏ ।[୧]
ପୃଥିବୀର ସମସ୍ତ ସ୍ଥାନରେ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ହୁଏ ।[୪] ସନ ୨୦୧୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୪୫୩,୦୦୦ ରୋଗୀଙ୍କ ମଧ୍ୟରୁ ୨୯,୦୦୦ ମୃତ୍ୟୁ ବରଣ କରିଥିଲେ ।[୧][୫] ସନ ୨୦୦୧ରୁ ୨୦୧୬ ମଧ୍ୟରେ ଏହି ରୋଗ ହାର ପୃଥିବୀରେ ବଢ଼ିଚାଲିଛି ।[୧][୪] ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏ ରୋଗ ଅଧିକ ହୁଏ ।[୧] ଏହି ଜୀବାଣୁ ସନ ୧୯୩୫ରେ ଆବିଷ୍କୃତ ହୋଇଥିଲା ଓ ରୋଗ କରୁଥିବା କଥା ସନ ୧୯୭୮ରେ ଜଣାଗଲା ।[୪] ସ୍ୱାସ୍ଥ୍ୟସେବା ଜନିତ ସଂକ୍ରମଣ ଯୋଗୁ ଏହା ବାବଦ ଖର୍ଚ୍ଚ ବୃଦ୍ଧି ପାଇ ବାର୍ଷିକ ୧.୫ ଡଲାର ହୋଇଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ Butler, M; Olson, A; Drekonja, D; Shaukat, A; Schwehr, N; Shippee, N; Wilt, TJ (March 2016). "Early Diagnosis, Prevention, and Treatment of Clostridium difficile: Update". AHRQ Comparative Effectiveness Reviews.: vi,1. PMID 27148613.
- ↑ ୨.୦ ୨.୧ ୨.୨ "Frequently Asked Questions about Clostridium difficile for Healthcare Providers". CDC. March 6, 2012. Retrieved 5 September 2016.
- ↑ Long, Sarah S.; Pickering, Larry K.; Prober, Charles G. (2012). Principles and Practice of Pediatric Infectious Diseases (in ଇଂରାଜୀ) (4 ed.). Elsevier Health Sciences. p. 979. ISBN 1455739855.
- ↑ ୪.୦ ୪.୧ ୪.୨ Lessa, FC; Gould, CV; McDonald, LC (August 2012). "Current status of Clostridium difficile infection epidemiology". Clinical infectious diseases : an official publication of the Infectious Diseases Society of America. 55 Suppl 2: S65-70. PMID 22752867.
- ↑ Lessa, Fernanda C.; Mu, Yi; Bamberg, Wendy M.; Beldavs, Zintars G.; Dumyati, Ghinwa K.; Dunn, John R.; Farley, Monica M.; Holzbauer, Stacy M.; Meek, James I.; Phipps, Erin C.; Wilson, Lucy E.; Winston, Lisa G.; Cohen, Jessica A.; Limbago, Brandi M.; Fridkin, Scott K.; Gerding, Dale N.; McDonald, L. Clifford (26 February 2015). "Burden of Infection in the United States". New England Journal of Medicine. 372 (9): 825–834. doi:10.1056/NEJMoa1408913. PMID 25714160.
- ↑ Leffler, DA; Lamont, JT (16 April 2015). "Clostridium difficile infection". The New England journal of medicine. 372 (16): 1539–48. PMID 25875259.