ସୁଧା ଚନ୍ଦ୍ରନ୍

ଉଇକିପିଡ଼ିଆ‌ରୁ

ସୁଧା ଚନ୍ଦ୍ରନ୍
ରବୀନ୍ଦ୍ରନାଥ ଟାଗୋର୍ଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ସୁଧା ଚନ୍ଦ୍ରନ୍
Born
ସୁଧା ଚନ୍ଦ୍ରନ୍

(1964-09-21) ୨୧ ସେପ୍ଟେମ୍ବର ୧୯୬୪ (ବୟସ ୫୯)
Spouseରବି ଡାଙ୍ଗ୍(ବିବାହ-୧୯୮୬)

ସୁଧା ଚନ୍ଦ୍ରନ୍ ଜଣେ ନିପୁଣ ଭରତନାଟ୍ୟମ୍ ନୃତ୍ୟାଙ୍ଗନା ଏବଂ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ର କଳାକାର। ୧୯୮୧ ମସିହା ଜୁନ୍ ମାସରେ ନିଜ ପିତା-ମାତାଙ୍କ ସ‌ହ ଚେନ୍ନାଇରୁ କାର୍ରେ ଫେରୁଥିବା ସମୟରେ ତାମିଲନାଡ଼ୁର ତିରୁଚିନାପଲ୍ଲୀ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ନିଜର ଗୋଟିଏ ଗୋଡ଼ ହରାଇ ଥିଲେ। ସୁସ୍ଥ ହେବା ପରେ ସେ ଅଭିନୟ ପ୍ରତି ମନ ବଳାଇ ଥିଲେ। ସେ ମୁଖ୍ୟତଃ ନିଜଦ୍ୱାରା ଅଭିନୀତ କ‌ହିଁ କିସି ରୋଜ୍ରେ ରାମୋଲା ସିକନ୍ଦ୍ର ଚରିତ୍ର, ନାଗିନ୍ରେ ୟାମିନୀର ଚରିତ୍ର ଏବଂ ହମ୍ ପାଞ୍ଚ୍ (ଦ୍ୱିତୀୟ ଅଧ୍ୟାୟ)ରେ ଆନନ୍ଦର ପ୍ରଥମ ପତ୍ନୀର ଚରିତ୍ର ପାଇଁ ପରିଚିତ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ସୁଧା ଚନ୍ଦ୍ରନ୍

ସୁଧା ୧୯୬୪ ମସିହା ସେପ୍ଟେମ୍ବର ମାସ ୨୧ ତାରିଖରେ କେରଳଠାରେ ଜନ୍ମ ଗ୍ରହଣ କରିଥିଲେ।[୧] ତାଙ୍କ ପିତା କେ.ଡି. ଚନ୍ଦ୍ରନ୍ ଇରିଞ୍ଜଳକୁଦା ଏବଂ ମାତା ଥଙ୍କମ୍ ପଲକ୍କଡ଼୍ ଠାରେ ଥିବା କୁଝାଲ୍‌ମନ୍ନମ୍ର ବାସିନ୍ଦା ଥିଲେ। ସେ ମୁମ୍ବାଇଠାରେ ଥିବା ମିଠିବାଇ କଲେଜ୍ରୁ ନିଜର ବି.ଏ. ପଢ଼ା ଶେଷ କରି ଅର୍ଥନୀତିରେ ଏମ୍.ଏ. କରିଥିଲେ। ୧୯୮୧ ମସିହା ଜୁନ ମାସରେ ତାମିଲ୍‌ନାଡ଼ୁରେ ଯାତ୍ରା କରୁଥିବା ସମୟରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ଗୋଡ଼ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଥିଲା। ଏକ ସ୍ଥାନୀୟ ଡାକ୍ତରଖାନାରେ ତାଙ୍କର ଜରୁରୀକାଳୀନ ଆଶୁ ଚିକିତ୍ସା କରାଯାଇ ଥିଲା ଏବଂ ପରେ ତାଙ୍କୁ ମାଡ୍ରାସ୍ଠାରେ ଥିବା ବିଜୟ ହସ୍‌ପାତାଳ (Vijaya Hospital)ରେ ଭର୍ତ୍ତି କରାଯାଇ ଥିଲା। କିନ୍ତୁ ତାଙ୍କ ଡାହାଣ ଗୋଡ଼ରେ ରକ୍ତ ସଞ୍ଚାଳନ ଅଭାବରୁ କ୍ଷତ ସ୍ଥାନଟି ପଚିବାକୁ ଲାଗିଲା (Gangrene formation)। ତେଣୁ ତାଙ୍କ ଡାହାଣ ଗୋଡ଼ଟିକୁ କାଟିବାକୁ ପଡ଼ିଲା।[୨] ସୁଧା କୁହନ୍ତି ଯେ ଏହି ସମୟଟି ତାଙ୍କ ଜୀବନର ସବୁଠାରୁ କଠିନ ସମୟ ଥିଲା। ତେବେ ସେ ଜୟପୁରର କୃତ୍ରିମ ଅଙ୍ଗ (Jaipur foot) ସାହାଯ୍ୟରେ ଏହି କଠିନ ସମୟକୁ ଅତିକ୍ରାନ୍ତ କରି ପାରିଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଉପମହାଦେଶର ଜଣେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଭାବେ ପରିଚିତ ହୋଇପାରିଥିଲେ।[୩] ଦୁଇ ବର୍ଷର ବିଶ୍ରାମ ପରେ ତାଙ୍କର ପୁନର୍ବାର ନୃତ୍ୟ କରିବାର ନିର୍ଣ୍ଣୟକୁ ବିଶାଳ କରତାଳିଦ୍ୱାରା ସ୍ୱାଗତ କରାଯାଇ ଥିଲା। ବିଶ୍ୱର କୋଣ ଅନୁକୋଣରୁ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇ ଥିଲା। ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଥିଲା। ସେ ଇଉରୋପ, କାନାଡ଼ା ଏବଂ ମଧ୍ୟ-ପୂର୍ବୀୟ ଦେଶ ମାନ‌ଙ୍କରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିଥିଲେ। ଖୁବ୍ ଶୀଘ୍ର ସେ ବିଶ୍ୱ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ମଧ୍ୟ ସୁନାମ ଅର୍ଜନ କରିଥିଲେ। ଏକ ବଡ଼ ଧରଣର ଦୁର୍ଘଟଣାରେ ନିଜ ଗୋଡ଼ ହରାଇଲା ପରେ ସେ ନିଜର ଚେଷ୍ଟା ଏବଂ ସାହସ ବଳରେ ଖ୍ୟାତି ଏବଂ ସୁନାମ ଅର୍ଜନ କରି ପାରିଥିଲେ। ବର୍ତ୍ତମାନ ସେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ।[୪]

ବୃତ୍ତି[ସମ୍ପାଦନା]

ସୁଧା ଚନ୍ଦ୍ରନ୍ ବିଭିନ୍ନ ଭାଷାର ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ସୁଧାଙ୍କଦ୍ୱାରା ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ମୟୂରୀ ତାଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବସିତ। ୧୯୮୬ରେ ମୁକ୍ତିଲାଭ କରିଥିବା ନାଚେ ମୟୂରୀ ଚଳଚ୍ଚିତ୍ରଟି ଉପରୋକ୍ତ ତେଲୁଗୁ ଚଳଚ୍ଚିତ୍ରଟିର ଅନୁବାଦ ଥିଲା। ଏଥିରେ ଉତ୍ତର ଭାରତର ଛାପ ଆଣିବା ପାଇଁ ସୁଧାଙ୍କ ଚରିତ୍ରକୁ ଛାଡ଼ି ଅନ୍ୟ ଚରିତ୍ର ମାନ‌ଙ୍କୁ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ମୟୂରୀରେ ନିଜର ଅଭିନୟ ପାଇଁ ସେ ୧୯୮୬ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ (National Film Awards)ରେ Special Jury Award ପାଇଥିଲେ।

ସେ ଟେଲିଭିଜନ ଧାରାବାହିକ କ‌ହିଁ କିସି ରୋଜ୍ରେ ମଧ୍ୟ ଅଭିନୟ କରିଛନ୍ତି। ଏଥିରେ ତାଙ୍କଦ୍ୱାରା ଅଭିନୀତ ଚରିତ୍ରଟି "ଗଭୀର ଇଚ୍ଛା ଶକ୍ତି"ର ପ୍ରତୀକ। ସେ ମଧ୍ୟ Amrita TVରେ ଦେଉଥିବା reality show Super Dancer Junior Series ର ବିଚାରକ ମାନ‌ଙ୍କ ମଧ୍ୟରୁ ଅନ୍ୟତମ। ସେ reality dance show Maanada Mayilada ର ଷଷ୍ଠ ଭାଗ ରେ ମଧ୍ୟ ବିଚାରକ ଅଟନ୍ତି। ବର୍ତ୍ତମାନ ସେ ତାମିଲ୍ ଧାରାବାହିକ ଥେଣ୍ଡ୍ରାଲ୍ରେ ଐଶ୍ୱର୍ଯ୍ୟାଙ୍କ ବଦଳରେ ଭୁବନା ଚରିତ୍ରରେ ଅଭିନୟ କରୁଛନ୍ତି।

ପରିବାର[ସମ୍ପାଦନା]

୧୯୮୬ ମସିହାରେ ତାଙ୍କ ବିବାହ ରବି ଡାଙ୍ଗ୍ଙ୍କ ସ‌ହ ହୋଇଥିଲା। ଏହି ଦମ୍ପତିଙ୍କର କେହି ସନ୍ତାନ ସନ୍ତ‌ତି ନାହାନ୍ତି।[୪]

ଟେଲିଭିଜନ[ସମ୍ପାଦନା]

ଧାରାବାହିକର ନାମ ଚରିତ୍ର ଚ୍ୟାନେଲ୍
ନାଗିନ୍ (୨୦୧୫ ଟେଲିଭିଜନ ଧାରାବାହିକ) ୟାମିନୀ ଅଙ୍କୁଶ ରହେଜା
Colors TV
ଶାସ୍ତ୍ରୀ ସିଷ୍ଟର୍ସ୍ ବୁଆଜୀ Colors TV
କୈସା ୟେ ଈଶ୍କ ହେ... ଅଜବ ସା ରିସ୍କ୍ ହେ ଲୋହାରୀ Life OK
ସୌନ୍ଦ୍ରାବଲ୍ଲୀ ଅକିଳନ୍ଦେଶ୍ୱରୀ Jaya TV
ଅନ୍ତରାଲ୍ - DD National
ଆରସି 'ମଦୁରାଇ' ତିଳକବତୀ Sun TV
ବ‌ହୁରାନୀୟାଁ -
DD Metro
ଚନ୍ଦ୍ରକାନ୍ତା ସତ୍ୟବତୀ(ଶିବଦତ୍ତଙ୍କ ମା') DD National
ଚସ୍‌ମେ ବଦ୍ଦୁର୍ - Zee TV
ତୁମ୍ ବିନ୍ ଜାଉଁ କାହାଁ ଗୁରୁମା Zee tv
ହମାରି ବ‌ହୂ ତୁଲ୍‌ସୀ ତୁଲ୍‌ସୀ DD National
ହମ୍ ପାଞ୍ଚ୍(ଦ୍ୱିତୀୟ ଅଧ୍ୟାୟ) ଆନନ୍ଦର ପ୍ରଥମ ପତ୍ନୀ Zee TV
ଜାନେ ଭି ଦୋ ପାରୋ - DD Metro
କେ. ଷ୍ଟ୍ରିଟ୍ ପାଲି ହିଲ୍ ଗାୟତ୍ରୀ କୌଲ୍ STAR Plus
କ‌ହିଁ କିସି ରୋଜ୍ ରାମୋଲା ସିକନ୍ଦ୍ STAR Plus
କୈସେ କ‌ହୁଁ - Zee TV
କଳସମ୍ ଚନ୍ଦ୍ରମତୀ Sun TV
କସ୍ତୁରୀ ମା'ସୀ STAR Plus
କୁଛ୍ ଇସ୍ ତର୍‌ହା ମଲ୍ଲିକା ନ‌ନ୍ଦା Sony TV
କ୍ୟା ଦିଲ୍ ମେ ହେ ରାଜେଶ୍ୱରୀ ଦେବୀ
9X
କ୍ୟୁଁ କି ଶାଶ୍ ଭି କଭି ବ‌ହୂ ଥି ଜଷ୍ଟିସ୍ ରେଣୁକା ଚୌଧୁରୀ/ଏ.ସି.ପି. ରାଗିଣୀ ସୂର୍ଯ୍ୟବଂଶୀ STAR Plus
ସାଥ୍ ସାଥ୍ - DD Metro
ଷୋଲାହ୍ ସିଙ୍ଗାର୍ ରାଜେଶ୍ୱରୀ ଦେବୀ Sahara One
ତୁମ୍‌ହାରି ଦିଶା ଦିଶାର ମା' Zee TV
କଶ୍‌ମକଶ୍ ଜିନ୍ଦଗୀ କି ରାଜ୍‌ଲକ୍ଷ୍ମୀ DD National
କଠପରୟୁମ୍ କାବ୍ୟାଞ୍ଜଳୀ ରାଜ୍‌ଲକ୍ଷ୍ମୀ Surya TV
ଜୟମ୍ ପଦ୍ମା Jaya TV
ପୋଣ୍ଡତ୍ତି ଥେବାଇ ରାଜଲକ୍ଷ୍ମୀ Sun TV
Super Dancer Junior ୪ ନିଜେ Amrita TV
ଥର୍‌କାପ୍ପୁ କଲାଇ ଥିରଥା ଆପ୍ପା Sun TV
ଥାକା ଥିମି ଥା ନିଜେ Jaya TV
ଥେଣ୍ଡ୍ରାଲ୍ ଭୁବନା Sun TV
ଝିଲ୍‌ମିଲ୍ ସିତାରୋଁ କା ଆଁଗନ୍ ହୋଗା କଲ୍ୟାଣୀ ଦେବୀ ରାୟଚନ୍ଦ୍
Sahara One
ଅଦାଲତ୍ ଇନ୍ଦ୍ରାଣୀ(ବିପକ୍ଷ ଓକିଲ) Sony Entertainment Television India
ଦିଲ୍ ସେ ଦି ଦୁଆ... ସୌଭାଗ୍ୟବତୀ ଭବ‌ହ୍
ମିସେସ୍ ବ୍ୟାସ୍ Life OK
ଜାଲ୍ଲୋସ୍ ସୁବର୍ଣ୍ଣୟୁଗାଚା ବିଚାରପତି ETV Marathi
ଏକ୍ ଥି ନାୟିକା ଉମା ବିଶ୍ୱାସ୍ Life OK
ଆର୍ଦ୍ରମ୍ ଅବସର ପ୍ରାପ୍ତ ବିଚାରପତି ସୁଧା ପିଲାଇ Asianet
ଦେଇବାମ୍ ଥନ୍ଧ ବେଦୁ ଚିତ୍ରା ଦେବୀ Star Vijay
Super Star Junior Reality Show Amrita TV
[[ହର୍ ମୁସ୍କିଲ୍ କା ହଲ୍

ଅକ୍‌ବର୍ ଔର୍ ବିର୍‌ବଲ୍]]

ଭବାନୀ Big magic
ସୋଲ୍‌ବାଥେଲ୍ଲମ୍ ଉନ୍‌ମାଇ ସଞ୍ଚାଳିକା Zee Tamizh
ମାତା କି ଚୌକି ମହାଶ୍ୱେତା ଦେବୀ Sahara One

ଚଳଚ୍ଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଚରିତ୍ର ଭାଷା ଟିପ୍ପଣୀ
୨୦୧୬ ସିଷ୍ଟର୍ସ୍ ସୁଧା ମରାଠୀ ନିର୍ମାଣାଧିନ
୨୦୧୩ ଆମିରିନ୍ ଆଧି ଭଗବାନ୍ ଇନ୍ଦ୍ରା ସୁନ୍ଦରମୂର୍ତ୍ତୀ ତାମିଲ୍ -
୨୦୧୩ କ୍ଲିଓପାଟ୍ରା - ମାଲାୟାଲମ୍ -
୨୦୧୧ ଭେଙ୍ଘାଇ ତମନ୍ନାର ମା' ତାମିଲ୍ -
୨୦୧୦ Alexander the Great ଗାୟତ୍ରୀ ଦେବୀ ମାଲାୟାଲମ୍ -
୨୦୦୮ ସତ୍ୟମ୍ ସତ୍ୟମ୍ର ମା' ତାମିଲ୍ -
୨୦୦୬ ଶାଦି କର୍‌କେ ଫସ୍ ଗୟା ୟାର୍ ଡାକ୍ତର ହିନ୍ଦୀ -
୨୦୦୬ ମାଲାମାଲ୍ ୱିକ୍‌‌ଲି ଠାକୁରାଇନ୍ ହିନ୍ଦୀ -
୨୦୦୪ ସ୍ମାଇଲ୍ ପ୍ଲିଜ୍ ତୁଲ୍‌ସୀ ହିନ୍ଦୀ -
୨୦୦୦ ତୁନେ ମେରା ଦିଲ୍ ଲେ ଲିୟା ରାଣୀ (ଭିରୁର ପ୍ରେମିକା) ହିନ୍ଦୀ -
୧୯୯୯ ହମ୍ ଆପ୍ କେ ଦିଲ୍ ମେ ରେହ୍‌ତେ ହେଁ ମଞ୍ଜୁ ହିନ୍ଦୀ -
୧୯୯୯ ମା ବାପ୍ ନେ ଭୁଲ୍ ସୋ ନାହିଁ ଶାରଦା ଗୁଜରାଟୀ -
୧୯୯୫ ମିଲନ୍ ଜୟା - -
୧୯୯୫ ରଘୁବୀର୍ ଆରତୀ ବର୍ମା - -
୧୯୯୪ ଅଞ୍ଜାମ୍ ଶିବାନୀର ଭଉଣୀ ହିନ୍ଦୀ -
୧୯୯୪ ଦାଲ୍‌ଦୁ ଚୋରାୟୁ ଧିରେ ଧିରେ - - -
୧୯୯୪ ବାଲି ଉମର୍ କୋ ସଲାମ୍ - - -
୧୯୯୩ ଫୁଲନ୍ ହସୀନା ରାମ୍‌କଲି - - -
୧୯୯୨ ନିଶ୍ଚୟ୍ ଜୁଲି ହିନ୍ଦୀ -
୧୯୯୨ ନିଶ୍ଚୟ୍ - - India: Hindi title: video box title
୧୯୯୨ ଇନ୍ତେହା ପ୍ୟାର୍ କି ତାନିଆ ର

ବାହାଘରରେ ନର୍ତ୍ତକୀ

ହିନ୍ଦୀ -
୧୯୯୨ କୈଦ୍ ମେ ହେ ବୁଲ୍‌ବୁଲ୍ ଜୁଲି - -
୧୯୯୨ ଶୋଲା ଔର୍ ଶବ୍‌ନମ୍ କରଣ୍ର ଭଉଣୀ ହିନ୍ଦୀ -
୧୯୯୨ ଇନ୍‌ସାଫ୍ କି ଦେବୀ ସିତା ଏସ୍. ପ୍ରକାଶ୍ ହିନ୍ଦୀ -
୧୯୯୧ କୁର୍ବାନ୍ ପୃଥ୍ୱୀର ଭଉଣୀ ହିନ୍ଦୀ -
୧୯୯୧ ଜାନ୍ ପେହ୍‌ଚାନ୍ ହେମା - -
୧୯୯୧ ଜୀନେ କି ସଜା ଶିତଲ୍ - -
୧୯୯୦ ଥାନେଦାର୍ ମିସେସ୍

ଜଗ୍‌ଦିଶ୍ ଚନ୍ଦ୍ର

ହିନ୍ଦୀ -
୧୯୯୦ ପତି ପରମେଶ୍ୱର୍ - ହିନ୍ଦୀ -
୧୯୮୮ ଓଲାବିନା ଅସାରେ - କନ୍ନଡ଼ -
୧୯୮୮ ଥଙ୍ଗ କଳସମ୍ - ତାମିଲ୍ -
୧୯୮୭ କଲମ୍ ମାରି କଥା ମାରି ଆରିଫା ମାଲାୟାଲମ୍ -
୧୯୮୭ ଇଭାଲ୍ ଓରୁ ପୌର୍ଣ୍ଣମୀ - ତାମିଲ୍ -
୧୯୮୭ ଚିନ୍ନା ଥାମ୍ବି ପେରିୟା ଥାମ୍ବି - ତାମିଲ୍ -
୧୯୮୭ ଚିନ୍ନା ପୁବେ ମେଲ୍ଲା ପେସୁ ଶାନ୍ତି ତାମିଲ୍ -
୧୯୮୬ ମାଲାରୁମ୍ କିଲିୟୁମ୍ ରେଖା ମାଲାୟାଲମ୍ -
୧୯୮୬ ଧର୍ମମ୍ - ତାମିଲ୍ -
୧୯୮୬ ବସନ୍ତ ରଙ୍ଗମ୍ - ତାମିଲ୍ -
୧୯୮୬ ନମ୍ବିନାର୍ କେଦୁଭାଥିଲ୍ଲାଇ - ତାମିଲ୍ -
୧୯୮୬ ସର୍ବମ୍ ଶକ୍ତିମୟମ୍ ଶିବକାମୀ ତାମିଲ୍ -
୧୯୮୬ ନାଚେ ମୟୂରୀ ମୟୂରୀ ହିନ୍ଦୀ -
୧୯୮୪ ମୟୂରୀ - ତେଲୁଗୁ -

ପୁରସ୍କାର[ସମ୍ପାଦନା]

ଅଧିକ ଜାଣିବା ପାଇଁ ପଢ଼ନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Never-say-die attitude: BACK ON THE BIG SCREEN - Sudha Chandran The Hindu. 22 February 2010.
  2. Amarnath K. Menon (9 ଡିସେମ୍ବର 2013). "Mayuri: A profile in courage". Retrieved 4 ଫେବୃଆରୀ 2015.
  3. "ଆର୍କାଇଭ୍ କପି". Archived from the original on 13 ଅକ୍ଟୋବର 2013. Retrieved 3 ଅପ୍ରେଲ 2016. {{cite web}}: Cite has empty unknown parameter: |1= (help)
  4. ୪.୦ ୪.୧ http://web.archive.org/web/20141024065758/http://www.mathrubhumi.com/mb4eves/online/malayalam/kerala/women/articles/infocus_interview-article-148768. Archived from the original on 24 ଅକ୍ଟୋବର 2014. Retrieved 13 ଡିସେମ୍ବର 2013. {{cite web}}: Missing or empty |title= (help)

ବାହ୍ୟ ଆଧାର[ସମ୍ପାଦନା]