Jump to content

ଆଲେକଜ୍ୟାଣ୍ଡର

ଉଇକିପିଡ଼ିଆ‌ରୁ
(Alexander the Greatରୁ ଲେଉଟି ଆସିଛି)
ଆଲେକ୍ଜାଣ୍ଡାର ଦ ଗ୍ରେଟ
ଆଲେକ୍ଜାଣ୍ଡାର ତୃତୀୟ
Basileus of Macedon, Hegemon of the Hellenic League, Shahanshah of Persia, Pharaoh of Egypt, Lord of Asia

Alexander fighting the Persian king Darius III. From Alexander Mosaic, Naples National Archaeological Museum
ଶାସନକାଳ 336–323 BC
ପୂର୍ବାଧିକାରୀ Philip II
ଉତ୍ତରାଧିକାରୀ Alexander IV
Philip III
Reign 332–323 BC
Predecessor Darius III
Successor Alexander IV
Philip III
Reign 330–323 BC
Predecessor Darius III
Successor Alexander IV
Philip III
Reign 331–323 BC
Predecessor New office
Successor Alexander IV
Philip III
ଜୀବନସାଥୀ Roxana of Bactria
Stateira II of Persia
Parysatis II of Persia
ସନ୍ତାନସନ୍ତତିଗଣ
Alexander IV
ସମ୍ପୂର୍ଣ୍ଣ ନାମ
Alexander III of Macedon
Dynasty Argead dynasty
ବାପା Philip II of Macedon
ମାଆ Olympias of Epirus
ଜନ୍ମ 20 or 21 July 356 BC
Pella, Macedon
ମୃତ୍ୟ 10 or 11 June 323 BC (aged 32)
Babylon

ଆଲେକଜ୍ୟାଣ୍ଡର ତୃତୀୟ ବା ଆଲେକଜ୍ୟାଣ୍ଡର ଦି ଗ୍ରେଟ ପ୍ରାଚୀନ ଗ୍ରୀସର ମାସିଡୋନିଆର ସମ୍ରାଟ ଥିଲେ । ମାତ୍ର ୩୦ ବର୍ଷ ବୟସରେ ସେ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇପାରିଥିଲେ । ତାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ଥ୍ରାସିଆନ୍ ବିଦ୍ରିହ ଦେଖାଯାଇଥିଲା । ଏହାକୁ ଦମନ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଗଲା । ସେତେବେଳେକୁ ଫିଲିପ୍ ବାହାରେ ଥିଲେ । ଆଲେକ୍ଜାଣ୍ଡାର ବିଦ୍ରୋହକୁ ଦମନ କରିବା ସହିତ ବିଦ୍ରୋହୀଙ୍କ ଗଡ଼ ଭାବେ ପରିଚିତ ସ୍ଥାନ ଦଖଲ କରି ଏହାକୁ ଆଲେକ୍ଜାଣ୍ଡ୍ରାପଲିସ ନାମରେ ନାମିତ କରିଥିଲେ ।[୧]

ପରିବାର

[ସମ୍ପାଦନା]

ଖ୍ରୀଷ୍ଟପୂର୍ବ ୩୫୬ ଜୁଲାଇ ୨୦ରେ ପେଲାଠାରେ ସେ ଜନ୍ମଗ୍ରହଣ କରିଥିଲେ । ମା' ଥିଲେ ଅଲିମ୍ପିଆସ ଓ ପିତା ଥିଲେ ସମ୍ରାଟ ଫିଲିପ ଦ୍ୱିତୀୟ । ୧୩ ବର୍ଷ ବୟସରେ ସେ ମହାନ ଦାର୍ଶନିକ ଆରିଷ୍ଟୋଟଲଙ୍କଠାରୁ ବିଜ୍ଞାନ, ଦର୍ଶନ ଓ ମେଡିସିନରେ ଶିକ୍ଷାଲାଭ କଲେ ।[୨]

ସିଂହାସନ ଆରୋହଣ

[ସମ୍ପାଦନା]

ତାଙ୍କୁ ୨୦ ବର୍ଷ ହୋଇଥିବା ବେଳେ ପିତା ଫିଲିପଙ୍କୁ ହତ୍ୟା କରାଯାଇଥିଲା । ତେଣୁ ସେ ସିଂହାସନ ଆରୋହନ କଲେ । ଏକ ସୁଦକ୍ଷ ସୈନ୍ୟବାହିନୀ ଗଠନ କରି ବିଶ୍ୱ ବିଜୟ ଅଭିଯାନ ଆରମ୍ଭ କଲେ । ତାଙ୍କ ସୈନ୍ୟ ବାହିନୀରେ ୩୦ହଜାର ପଦାତିକ ଓ ୫୦୦୦ ଅଶ୍ୱାରୋହୀ ଥିଲେ । ସେମାନଙ୍କ ମଧ୍ୟରେ ଇଞ୍ଜିନିୟର, ବୈଜ୍ଞାନିକ, ସର୍ଭେୟର ଓ ଐତିହାସିକ ଥିଲେ । ପ୍ରଥମ ଦୁଇ ବର୍ଷ ଭିତରେ ସେ ପର୍ସିଆନମାନଙ୍କୁ ପରାସ୍ତ କରି ଏସିଆ ମାଇନରର ପଶ୍ଚିମାଞ୍ଚଳ ଓ ପୂର୍ବାଞ୍ଚଳ ଅକ୍ତିଆର କଲେ । ପରେ ସେ ଦକ୍ଷିଣକୁ ଭୂମଧ୍ୟସାଗର ଉପକୂଳ ସମେତ ଗାଜା ଓ ଇଜିପ୍ଟ ଦଖଲ କଲେ । ସେଠାରେ ସେ ପୂର୍ବକୁ ଟାଇଗ୍ରିସ ନଦୀ ପର୍ଯ୍ୟନ୍ତ ଆସିଥିଲେ । ଖ୍ରୀଷ୍ଟପୂର୍ବ ୩୩୧ରେ ସେ ପୁଣି ପର୍ସିଆନଙ୍କୁ ଉପରେ ଆକ୍ରମଣ କରି ରାଜଧାନୀ ବାବିଲୋନ ଦଖଲ କଲେ । ସିନ୍ଧୁନଦୀ ଅତିକ୍ରମ କରି ସେ ତକ୍ଷଶିଳା ଦଖଲ ପାଇଁ ଚେଷ୍ଟାକଲେ । କିନ୍ତୁ ଭାରତୀୟ ରାଜା ପୁରୁଙ୍କ ସହ ତାଙ୍କର ସଘର୍ଷ ଘଟିଥିଲା । ପରେ ପୁରୁ ଆତ୍ମ ସମର୍ପଣ କରିଥିଲେ । ୮ ବର୍ଷର ଅଭିଯାନ ପରେ ସେ ଏକ ବିଶାଳ ଭୂଖଣ୍ଡର ଅଧିକାରୀ ହୋଇଥିଲେ । ସେ ଜଣେ ସୈନିକ ପ୍ରିୟ ସମ୍ରାଟ ଥିଲେ । ଯୁଦ୍ଧରେ ଆହତ ସୈନିକଙ୍କ ସ୍ୱାସ୍ଥବସ୍ଥା ବ୍ୟକ୍ତିଗତ ଭାବେ ବୁଝୁଥିଲେ । ଚାକଚକ୍ୟ ଓ ଅୟସପୂର୍ଣ୍ଣ ଜୀବନ ବିତାଇବା ସହ ଆଲେକ୍ଜାଣ୍ଡାର ପ୍ରବଳ ମଦପାନ କରୁଥିଲେ । ଏହି କ୍ରୋଧ ପାଇଁ ସେ ତାଙ୍କର ଘନିଷ୍ଠ ସହଯୋଗୀ କ୍ଳାଇଟସଙ୍କୁ ହତ୍ୟା କରିଥିଲେ । ଖ୍ରୀଷ୍ଟପୂର୍ବ ୩୩୨ରେ ସେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ବ ୩୨୩ ଜୁନ ୧୩ରେ ମୃତ୍ୟୁ ଘଟିଥିଲା ।[୩] [୪][୫]

ଆହୁରି ପଢ଼ନ୍ତୁ

[ସମ୍ପାଦନା]
  1. ↑ "ଆର୍କାଇଭ୍ କପି". Archived from the original on 2023-06-14. Retrieved 2013-05-06. {{cite web}}: Cite has empty unknown parameter: |1= (help)
  2. ↑ "ଆର୍କାଇଭ୍ କପି". Archived from the original on 2013-04-25. Retrieved 2013-05-06. {{cite web}}: Cite has empty unknown parameter: |1= (help)
  3. ↑ http://www.jewishvirtuallibrary.org/jsource/biography/Alexander.html
  4. ↑ http://www.bbc.co.uk/history/historic_figures/alexander_the_great.shtml
  5. ↑ "ଆର୍କାଇଭ୍ କପି". Archived from the original on 2013-05-14. Retrieved 2013-05-06. {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ

[ସମ୍ପାଦନା]