ଗାଙ୍ଗ୍ରିନ

ଉଇକିପିଡ଼ିଆ‌ରୁ
(Gangreneରୁ ଲେଉଟି ଆସିଛି)
ଗାଙ୍ଗ୍ରିନ (Gangrene)
ଗାଙ୍ଗ୍ରିନସ ନେକ୍ରୋସିସ (Gangrenous necrosis)
ପ୍ରାନ୍ତୀୟ ଧମନୀ ରୋଗରେ (peripheral artery disease) ପାଦ ବୃଦ୍ଧାଙ୍ଗୁଳିରେ ଗାଙ୍ଗ୍ରିନ ହୋଇଯାଇଛି ।
ବିଭାଗସଂକ୍ରମକ ରୋଗ (Infectious disease), ସାଧାରଣ ଶଲ୍ୟ ବିଭାଗ (general surgery)
ଲକ୍ଷଣଚର୍ମ ରଙ୍ଗ ବଦଳି କଳା ଦେଖାଯାଏ ଓ ଥଣ୍ଡା ଲାଗେ, କାଲୁଆ ଅନୁଭବ, ଯନ୍ତ୍ରଣା, ଚର୍ମ ଘାଆ [୧]
ବିପଦ କାରକମଧୁମେହ, ପ୍ରାନ୍ତୀୟ ଧମନୀ ରୋଗ (peripheral arterial disease), ଧୁମ୍ରପାନ (smoking), ବଡ଼ ଆଘାତ (major trauma), ମଦ୍ୟାତ୍ୟୟ, ଏଚଆଇଭି/ଏଡସ, ଫ୍ରସ୍ଟ ବାଇଟ (frostbite), ରେନ‌ଡସ ସିଣ୍ଡ୍ରୋମ (Raynaud's syndrome)[୨][୩]
ଚିକିତ୍ସାଅପରେଶନ (Surgery), ଆଣ୍ଟିବାୟୋଟିକ (antibiotics)[୪]
ପୁନଃପୌନିକଅଜ୍ଞାତ[୫]

ଗାଙ୍ଗ୍ରିନ (ଇଂରାଜୀ ଭାଷାରେ Gangrene) ଏକ ପ୍ରକାର ରୋଗ ଯେଉଁଥିରେ ରକ୍ତ ସରବରାହ ଅଭାବ ବା ଇସକେମିଆ (lack of blood supply) ଯୋଗୁ ତନ୍ତୁ ମୃତ୍ୟୁ (tissue death) ହୁଏ ।[୩] ଏହି ରୋଗ ଲକ୍ଷଣରେ ଚର୍ମ ରଙ୍ଗ ବଦଳି କଳା ଦେଖାଯାଏ ଓ ଥଣ୍ଡା ଲାଗେ, କାଲୁଆ ଅନୁଭବ, ଯନ୍ତ୍ରଣା, ଚର୍ମ ଘାଆ ଇତ୍ୟାଦି ଦେଖାଯାଏ ।[୧] ସାଧାରଣତଃ ହାତ ଓ ପାଦରେ ଏହି ରୋଗ ହୁଏ ।[୧] ଅନ୍ୟ କେତେକ ରୋଗରେ ଜ୍ୱରସେପ୍ସିସ ହୁଏ ।[୧]

କେତେକ ରୋଗ ବା ଅବସ୍ଥାରେ ଏହି ରୋଗ ସଙ୍କଟ ଅଧିକ ରହେ ଯେପରିକି ମଧୁମେହ, ପ୍ରାନ୍ତୀୟ ଧମନୀ ରୋଗ (peripheral arterial disease), ଧୁମ୍ରପାନ (smoking), ବଡ଼ ଆଘାତ (major trauma), ମଦ୍ୟାତ୍ୟୟ, ଏଚଆଇଭି/ଏଡସ, ଫ୍ରସ୍ଟ ବାଇଟ (frostbite), ରେନ‌ଡସ ସିଣ୍ଡ୍ରୋମ (Raynaud's syndrome) ।[୨][୩] ଅଧୁନା ଗାଙ୍ଗ୍ରିନର ୫ ପ୍ରକାର ବର୍ଗୀକରଣ କରାଯାଉଛି ଯଥା:- ଶୁଷ୍କ ଗାଙ୍ଗ୍ରିନ (Dry), ଆର୍ଦ୍ର ଗାଙ୍ଗ୍ରିନ (wet), ଗ୍ୟାସ ଗାଙ୍ଗ୍ରିନ (gas), ଇଣ୍ଟରନାଲ ଗାଙ୍ଗ୍ରିନ (internal), ନେକ୍ରୋଟାଇଜିଙ୍ଗ ଫାସାଇଟିସ (necrotizing fasciitis)[୨] ଏହି ରୋଗର ଲକ୍ଷଣ ଦେଖି ସ‌ହଜରେ ନିର୍ଣ୍ଣୟ କରାଯାଇପାରେ ଓ ବିଶେଷ ଅବସ୍ଥାରେ ମେଡିକାଲ ଇମେଜିଙ୍ଗ (medical imaging) କରାଯାଏ ।[୬]

ଏହି ରୋଗରେ ଅପରେଶନ (Surgery) କରି ମଲା ତନ୍ତୁମାନଙ୍କୁ ବାହାର କରି ଆଣ୍ଟିବାୟୋଟିକ (antibiotics) ଦିଆଯାଏ ଓ ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଚିକିତ୍ସା କରାଯାଏ ।[୪] ଡିବ୍ରାଇଡମେଣ୍ଟ (debridement), ଆମ୍ପୁଟେସନ (amputation) ଆଦି ଅପରେଶନ କରାଯାଏ ଓ ଆବଶ୍ୟକ ସ୍ଥଳେ ମାଗଟ ଥେରାପି (maggot therapy) ଦିଆଯାଏ ।[୪] ବାଇପାସ ଅପରେଶନ (bypass surgery) ଓ ଆଞ୍ଜିଓପ୍ଲାସ୍ଟି (angioplasty) ଅପରେଶନ ଦରକାର ହୋଇପାରେ ।[୪] ଅନେକ ସ୍ଥଳରେ ହାଇପରବାରିକ ଅମ୍ଳଜାନ ଥେରାପି (hyperbaric oxygen therapy) ଉପକାରୀ ହୁଏ ।[୪] ଏହା ଏକ ସାଧାରଣ ରୋଗ କିନ୍ତୁ ଅଜ୍ଞାତ ଅଛି ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Gangrene Symptoms". NHS. 13 October 2015. Retrieved 12 December 2017.
  2. ୨.୦ ୨.୧ ୨.୨ "Gangrene Causes". NHS. 13 October 2015. Retrieved 12 December 2017.
  3. ୩.୦ ୩.୧ ୩.୨ "Gangrene". NHS. 13 October 2015. Retrieved 12 December 2017.
  4. ୪.୦ ୪.୧ ୪.୨ ୪.୩ ୪.୪ "Gangrene Treatment". NHS. Retrieved 12 December 2017.
  5. ୫.୦ ୫.୧ "Gangrene". patient.info. 12 Mar 2014. Retrieved 12 December 2017.
  6. "Gangrene Diagnosis". NHS. 13 October 2015. Retrieved 12 December 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ