Jump to content

ଗାଙ୍ଗ୍ରିନ

ଉଇକିପିଡ଼ିଆ‌ରୁ
(Gangreneରୁ ଲେଉଟି ଆସିଛି)
ଗାଙ୍ଗ୍ରିନ (Gangrene)
ଗାଙ୍ଗ୍ରିନସ ନେକ୍ରୋସିସ (Gangrenous necrosis)
ପ୍ରାନ୍ତୀୟ ଧମନୀ ରୋଗରେ (peripheral artery disease) ପାଦ ବୃଦ୍ଧାଙ୍ଗୁଳିରେ ଗାଙ୍ଗ୍ରିନ ହୋଇଯାଇଛି ।
ବିଭାଗସଂକ୍ରମକ ରୋଗ (Infectious disease), ସାଧାରଣ ଶଲ୍ୟ ବିଭାଗ (general surgery)
ଲକ୍ଷଣଚର୍ମ ରଙ୍ଗ ବଦଳି କଳା ଦେଖାଯାଏ ଓ ଥଣ୍ଡା ଲାଗେ, କାଲୁଆ ଅନୁଭବ, ଯନ୍ତ୍ରଣା, ଚର୍ମ ଘାଆ []
ବିପଦ କାରକମଧୁମେହ, ପ୍ରାନ୍ତୀୟ ଧମନୀ ରୋଗ (peripheral arterial disease), ଧୁମ୍ରପାନ (smoking), ବଡ଼ ଆଘାତ (major trauma), ମଦ୍ୟାତ୍ୟୟ, ଏଚଆଇଭି/ଏଡସ, ଫ୍ରସ୍ଟ ବାଇଟ (frostbite), ରେନ‌ଡସ ସିଣ୍ଡ୍ରୋମ (Raynaud's syndrome)[][]
ଚିକିତ୍ସାଅପରେଶନ (Surgery), ଆଣ୍ଟିବାୟୋଟିକ (antibiotics)[]
ପୁନଃପୌନିକଅଜ୍ଞାତ[]
Patient UKଗାଙ୍ଗ୍ରିନ (Gangrene)

ଗାଙ୍ଗ୍ରିନ (ଇଂରାଜୀ ଭାଷାରେ Gangrene) ଏକ ପ୍ରକାର ରୋଗ ଯେଉଁଥିରେ ରକ୍ତ ସରବରାହ ଅଭାବ ବା ଇସକେମିଆ (lack of blood supply) ଯୋଗୁ ତନ୍ତୁ ମୃତ୍ୟୁ (tissue death) ହୁଏ ।[] ଏହି ରୋଗ ଲକ୍ଷଣରେ ଚର୍ମ ରଙ୍ଗ ବଦଳି କଳା ଦେଖାଯାଏ ଓ ଥଣ୍ଡା ଲାଗେ, କାଲୁଆ ଅନୁଭବ, ଯନ୍ତ୍ରଣା, ଚର୍ମ ଘାଆ ଇତ୍ୟାଦି ଦେଖାଯାଏ ।[] ସାଧାରଣତଃ ହାତ ଓ ପାଦରେ ଏହି ରୋଗ ହୁଏ ।[] ଅନ୍ୟ କେତେକ ରୋଗରେ ଜ୍ୱରସେପ୍ସିସ ହୁଏ ।[]

କେତେକ ରୋଗ ବା ଅବସ୍ଥାରେ ଏହି ରୋଗ ସଙ୍କଟ ଅଧିକ ରହେ ଯେପରିକି ମଧୁମେହ, ପ୍ରାନ୍ତୀୟ ଧମନୀ ରୋଗ (peripheral arterial disease), ଧୁମ୍ରପାନ (smoking), ବଡ଼ ଆଘାତ (major trauma), ମଦ୍ୟାତ୍ୟୟ, ଏଚଆଇଭି/ଏଡସ, ଫ୍ରସ୍ଟ ବାଇଟ (frostbite), ରେନ‌ଡସ ସିଣ୍ଡ୍ରୋମ (Raynaud's syndrome) ।[][] ଅଧୁନା ଗାଙ୍ଗ୍ରିନର ୫ ପ୍ରକାର ବର୍ଗୀକରଣ କରାଯାଉଛି ଯଥା:- ଶୁଷ୍କ ଗାଙ୍ଗ୍ରିନ (Dry), ଆର୍ଦ୍ର ଗାଙ୍ଗ୍ରିନ (wet), ଗ୍ୟାସ ଗାଙ୍ଗ୍ରିନ (gas), ଇଣ୍ଟରନାଲ ଗାଙ୍ଗ୍ରିନ (internal), ନେକ୍ରୋଟାଇଜିଙ୍ଗ ଫାସାଇଟିସ (necrotizing fasciitis)[] ଏହି ରୋଗର ଲକ୍ଷଣ ଦେଖି ସ‌ହଜରେ ନିର୍ଣ୍ଣୟ କରାଯାଇପାରେ ଓ ବିଶେଷ ଅବସ୍ଥାରେ ମେଡିକାଲ ଇମେଜିଙ୍ଗ (medical imaging) କରାଯାଏ ।[]

ଏହି ରୋଗରେ ଅପରେଶନ (Surgery) କରି ମଲା ତନ୍ତୁମାନଙ୍କୁ ବାହାର କରି ଆଣ୍ଟିବାୟୋଟିକ (antibiotics) ଦିଆଯାଏ ଓ ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଚିକିତ୍ସା କରାଯାଏ ।[] ଡିବ୍ରାଇଡମେଣ୍ଟ (debridement), ଆମ୍ପୁଟେସନ (amputation) ଆଦି ଅପରେଶନ କରାଯାଏ ଓ ଆବଶ୍ୟକ ସ୍ଥଳେ ମାଗଟ ଥେରାପି (maggot therapy) ଦିଆଯାଏ ।[] ବାଇପାସ ଅପରେଶନ (bypass surgery) ଓ ଆଞ୍ଜିଓପ୍ଲାସ୍ଟି (angioplasty) ଅପରେଶନ ଦରକାର ହୋଇପାରେ ।[] ଅନେକ ସ୍ଥଳରେ ହାଇପରବାରିକ ଅମ୍ଳଜାନ ଥେରାପି (hyperbaric oxygen therapy) ଉପକାରୀ ହୁଏ ।[] ଏହା ଏକ ସାଧାରଣ ରୋଗ କିନ୍ତୁ ଅଜ୍ଞାତ ଅଛି ।[]

  1. 1 2 3 4 "Gangrene Symptoms". NHS. 13 October 2015. Retrieved 12 December 2017.
  2. 1 2 3 "Gangrene Causes". NHS. 13 October 2015. Retrieved 12 December 2017.
  3. 1 2 3 "Gangrene". NHS. 13 October 2015. Retrieved 12 December 2017.
  4. 1 2 3 4 5 "Gangrene Treatment". NHS. Retrieved 12 December 2017.
  5. 1 2 "Gangrene". patient.info. 12 Mar 2014. Retrieved 12 December 2017.
  6. "Gangrene Diagnosis". NHS. 13 October 2015. Retrieved 12 December 2017.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ