ସୁଧାଂଶୁମାଳିନୀ ରାୟ
ସୁଧାଂଶୁମାଳିନୀ ରାୟ | |
---|---|
ବିଧାୟିକା: ୬ଷ୍ଠ ଓଡ଼ିଶା ବିଧାନ ସଭା | |
ଅଫିସରେ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ତ୍ରିଲୋଚନ କାନୁନ୍ଗୋ |
ପର ଅଧିକାରୀ | ପଞ୍ଚାନନ କାନୁନ୍ଗୋ |
ନିର୍ବାଚନ ମଣ୍ଡଳୀ | ଗୋବିନ୍ଦପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଜୁନ ୧୯୨୫ |
ମୃତ୍ୟୁ | ୧୯ ମାର୍ଚ୍ଚ ୨୦୦୮ | (ବୟସ ୮୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଏସ୍. କେ. ରାୟ |
ସନ୍ତାନ | ୧ ପୁଅ ଓ ୧ ଝିଅ |
ବାପା/ମା' | ଲାଲ ମୋହନ ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଧର୍ମ | ହିନ୍ଦୁ |
ସୁଧାଂଶୁମାଳିନୀ ରାୟ (୧୫ ଜୁନ ୧୯୨୫ - ୧୯ ମାର୍ଚ୍ଚ ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସୁଧାଂଶୁମାଳିନୀ ଓଡ଼ିଶା ବିଧାନ ସଭାର ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ନିର୍ବାଚିତ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସୁଧାଂଶୁ ମାଳିନୀ ଦେବୀ ରାଜନୀତି ଛଡ଼ା ସାହିତ୍ୟରେ ମଧ୍ୟ ରୁଚି ରଖିଥିଲେ । ସେ କିଛି କବିତାର ରଚନା କରିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ କିଛି ନିବନ୍ଧ ରଚନା କରିଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ସୁଧାଂଶୁ ମାଳିନୀ ରାୟ ୧୯୨୫ ମସିହାର ଜୁନ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ଲାଲ ମୋହନ ପଟ୍ଟନାୟକ । ସେ କଳାରେ ସ୍ନାତକ କରିଥିଲେ । ସୁଧାଂଶୁମାଳିନୀ ଏସ୍. କେ. ରାୟଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ । ତାଙ୍କ ପତି ଶ୍ରୀଯୁକ୍ତ ରାୟ ଜଣେ ବ୍ରିଗେଡିଅର୍ ଥିଲେ ।
ରାଜନୈତିକ ଜୀବନ[ସମ୍ପାଦନା]
ସୁଧାଂଶୁ ମାଳିନୀ ରାୟ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ ।
୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩][୪][୫] ସୁଧାଂଶୁ ମାଳିନୀ ଏହି ବିଧାନ ସଭାରେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାୟିକା ଭାବରେ ୧୯୭୪ ମସିହାରୁ ୧୯୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।
୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଭିନ୍ନ ଦଳରୁ ସମୁଦାୟ ୧୫ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲେ ।[୬] ସେମାନଙ୍କ ମଧ୍ୟରୁ କିନ୍ତୁ ମାତ୍ର ୪ ଜଣ ବିଜୟୀ ହୋଇଥିଲେ ।[୬] ଏହି ଚାରି ଜଣ ବିଜୟୀ ପ୍ରାର୍ଥୀ ମାନଙ୍କ ମଧ୍ୟରେ ସୁଧାଂଶୁ ମାଳିନୀ ରାୟ ଥିଲେ ଏବଂ ବିଜୟୀ ଅନ୍ୟ ପ୍ରାର୍ଥୀମାନେ ହେଲେ ନନ୍ଦିନୀ ଶତପଥୀ, ଶୈରିନ୍ଦ୍ରୀ ନାୟକ ଓ ଭି.ସୁଜ୍ଞାନୀ କୁମାରୀ ଦେଓ ।[୭]
ଅନ୍ୟାନ୍ୟ କାର୍ଯ୍ୟ[ସମ୍ପାଦନା]
ସୁଧାଂଶୁ ମାଳିନୀ ରାୟ କିଛି କବିତା ରଚନା କରିଥିଲେ । ଏଥି ସହ ବିଭିନ୍ନ ପ୍ରସଙ୍ଗ ଉପରେ ସେ କିଛି ନିବନ୍ଧ ତଥା ସ୍ତମ୍ଭମାନ ରଚନା କରିଥିଲେ ।[୧] ସେ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ର ଚେୟାରମେନ୍ ଭାବରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ[ସମ୍ପାଦନା]
ସୁଧାଂଶୁ ମାଳିନୀ ରାୟ ୨୦୦୮ ମସିହାର ମାର୍ଚ୍ଚ ମାସ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୮] ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ୨୦୦୮ ମସିହାର ମାର୍ଚ୍ଚ ମାସ ୨୪ ତାରିଖ ଦିନ ବିଧାନ ସଭା ଗୃହରେ ଶୋକ ସଭାର ଆୟୋଜନ କରାଯାଇଥିଲା ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ "Late Sudhansumalini Ray". odishaassembly.nic.in. Odisha Assembly. Retrieved 16 March 2019.
- ↑ "MLA Sudhansumalini Ray Profile | GOBINDPUR Constituency". www.odishahelpline.com. Retrieved 2019-03-16.
- ↑ "Orissa Assembly Election Results in 1974". www.elections.in. Retrieved 2019-03-16.
- ↑ "Sudhansu Malini Ray, Gobindpur Assembly Elections 1974 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-03-16.
- ↑ "Sudhansu Malini Ray winner in Gobindpur, Odisha Assembly Elections 1974: LIVE Results & Latest News: Election Dates, Polling Schedule, Election Results & Live Election Updates". Latestly (in ଇଂରାଜୀ). Retrieved 2019-03-16.
- ↑ ୬.୦ ୬.୧ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୯୭. Retrieved 10 March 2019.
- ↑ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୯୮. Retrieved 10 March 2019.
- ↑ "MLA Sudhansumalini Ray Profile | GOBINDPUR Constituency". naveenpatnaik.com. Retrieved 2019-03-16.