ସାକ୍ଷୀ ମଲିକ
ସାକ୍ଷୀ ମାଲିକ, (ଜନ୍ମ ୩ ସେପ୍ଟେମ୍ବର ୧୯୯୨ ) ଜଣେ ଭାରତୀୟ ଫ୍ରି ଷ୍ଟାଇଲ ମହିଳା କୁସ୍ତିବିଦ । ସେ ପ୍ରଥମ ଭାରତୀୟ ମହିଳା ଭାବରେ ଏକ ଗ୍ରୀଷ୍ମକାଳୀନ ଅଲିମ୍ପିକରେ ପଦକ ପ୍ରାପ୍ତ ହେଇଥିଲେ । ସେ ଏହି ବିରଳ କୃତି ୨୦୧୬ ମସିହାରେ ବ୍ରାଜିଲର ରିଓଠାରେ ହେଇଥିବା ଅଲିମ୍ପିକ କ୍ରୀଡ଼ାରେ ୫୮ କିଲୋଗ୍ରାମ ବର୍ଗର ମହିଳା ଫ୍ରିଷ୍ଟାଇଲ କୁସ୍ତିରେ ହାସଲ କରିଥିଲେ । ଏହା ବ୍ୟତୀତ ସେ ଭାରତର ଅଲିମ୍ପିକରେ ମେଡାଲ ହାସଲ କରିଥିବା ଚତୁର୍ଥ ମହିଳା ହେଇଥିଲେ । [୧][୨] ସେ ବିନେଶ ଫୋଗତ , ବବିତା କୁମାରୀ ଓଗୀତା ଫୋଗତଙ୍କ ସହ JWS କ୍ରୀଡ଼ା ଉତ୍କର୍ଷତା କାର୍ଯ୍ୟକ୍ରମରେ ରହିଛନ୍ତି । [୩]
ଅଲିମ୍ପିକ ବ୍ୟତୀତ ସେ ୨୦୧୪ କମନୱେଲ୍ଥ ଗେମରେ ରୌପ୍ୟ ଓ ୨୦୧୫ ମସିହାରେ ଦୋହାରେ ହେଇଥିବା ଏସୀୟ କୁସ୍ତି ଚମ୍ପିୟାନଶିପରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ । [୪][୫]
ପ୍ରାରମ୍ଭିକ ଜୀବନୀ
[ସମ୍ପାଦନା]ସାକ୍ଷୀଙ୍କ ଜନ୍ମ ହରିଆଣା ରାଜ୍ୟର ରୋହତକ ଜିଲ୍ଲାର ମୋଖରା ଗ୍ରାମରେ ହେଇଥିଲା । ତାଙ୍କ ପିତା ଶିଖବିର ଦିଲ୍ଲୀ ପରିବହନ କର୍ପୋରେସନର ଜଣେ ବସ କଣ୍ଡକ୍ଟର ଭାବେ କାର୍ଯ୍ୟ କରନ୍ତି । ତାଙ୍କ ମାଁ ସ୍ଥାନୀୟ ଅଙ୍ଗନବାଡିରେ ପରିଚାଳକ ଭାବରେ କାର୍ଯ୍ୟ କରନ୍ତି । [୬] .[୭] ତାଙ୍କ ପିତାମହ ବଡଲୂ ରାମ ଜଣେ ମଲ୍ଲଯୋଦ୍ଧା ଥିଲେ ଓ ସାକ୍ଷୀ କୁସ୍ତି ପ୍ରତି ତାଙ୍କଠାରୁ ପ୍ରେରିତ ହେଇଥିଲେ । .[୮] ସେ ମାତ୍ର ୧୨ ବର୍ଷ ବୟସରେ ରୋହତକର ଛୋଟୁ ରାମ ଷ୍ଟାଡିୟମରେ କୁସ୍ତି ଅଭ୍ୟାସ ଆରମ୍ଭ କରିଥିଲେ ।
କ୍ରୀଡ଼ା ଅବଦାନ
[ସମ୍ପାଦନା]ପେଷାଦାର କୁସ୍ତିରେ ସାକ୍ଷୀଙ୍କ ପ୍ରଥମ ଆନ୍ତର୍ଜାତିକ ସଫଳତା ୨୦୧୦ ମସିହା ବିଶ୍ୱ ଜୁନିଅର ଚମ୍ପିୟାନଶିପରେ ହେଇଥିଲା ଓ ସେ ସେଥିରେ ୫୮ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ପାଇଥିଲେ । [୯] ୨୦୧୪ ମସିହାରେ ସେ ଦାଭେ ସ୍କୁଲ୍ଜ ଆନ୍ତର୍ଜାତିକ ମହିଳା କୁସ୍ତି ପ୍ରତିଯୋଗୀତାରେ ସେ ୬୦ କିଲୋଗ୍ରାମ ବର୍ଗରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ପାଇଥିଲେ ।
୨୦୧୪ ମସିହା ଗ୍ଲାସଗୋଠାରେ ହେଇଥିବା କମନୱେଲ୍ଥ କ୍ରୀଡ଼ାରେ ସେ ଚମତ୍କାର ପ୍ରଦର୍ଶନ ଜରିଆରେ ଫାଇନାଲକୁ ପହଞ୍ଚି ଥିଲେ । ସେଥିରେ ସେ ହଋ ଯାଇ ରୌପ୍ୟ ପଦକ ପାଇଥିଲେ ।[୧୦] ସେହି ବର୍ଷ ସେ ଟାସକେଣ୍ଟ ଠାରେ ହେଇଥିବା ବିଶ୍ୱ ଚମ୍ପିୟାନଶିପରେ କ୍ୱାଟର ଫାଇନାଲ ଯାଇ ପହଞ୍ଚିଥିଲେ ମଧ୍ୟ ପଦକ ପାଇ ନଥିଲେ । ୨୦୧୫ ମସିହା ଦୋହା ଏସୀୟ କ୍ରୀଡ଼ାରେ ସେ ବ୍ରୋଞ୍ଜ ପଦକ ପାଇଥିଲେ ।[୧୧] ଦିଲ୍ଲୀଠାରେ ସେ ପ୍ରୋ -ରେସଲିଙ୍ଗ ଲିଗରେ ସେ ପେଷାଦାର କୁସ୍ତିବିଦ ଭାବରେ ଭାଗନେଇଥିଲେ । [୧୨]
ବ୍ୟକ୍ତିଗତ ଜୀବନୀ
[ସମ୍ପାଦନା]ସାକ୍ଷୀ ବର୍ତ୍ତମାନ ଭାରତୀୟ ରେଳ ବିଭାଗରେ ଦିଲ୍ଲୀଠାରେ ବାଣିଜ୍ୟ ବିଭାଗରେ କାର୍ଯ୍ୟରତ । ରିଓ ଅଲିମ୍ପିକରେ ପଦକ ପାଇବା ପରେ ତାଙ୍କୁ ଅଫିସର ଭାବରେ ପଦୋନ୍ନତି ପ୍ରଦାନ କରାଯାଇଥିଲା । .[୧୩]
ସେ ରୋହତକଠାରେ ଥିବା ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଶାରୀରିକ ଶିକ୍ଷା ବିଭାଗରେ ସ୍ନାତକୋତ୍ତର ( PG) ଡିଗ୍ରୀ ହାସଲ କରିଥିଲେ । [୧୪][୧୫]
ପୁରସ୍କାର ଓ ସମ୍ମାନ ସମୂହ
[ସମ୍ପାଦନା]- ୨୦୧୭ ମସିହାରେ ପଦ୍ମଶ୍ରୀ r[୧୬]
- R୨୦୧୬ ମସିହାରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର [୧୭]
- ଭାରତୀୟ ରେଳ ବିଭାଗ ଓ ଭାରତ ସରକାରଙ୍କ କ୍ରୀଡ଼ା ବିଭାଗ , ହରିଆଣା ସରକାର ଓ ଅନ୍ୟ ସଂଗଠନଠାରୁ ୫.୭ କୋଟି ଟଙ୍କା ପୁରସ୍କାର ,[୧୮] ,[୧୯] [୨୦] [୨୧] .[୨୨]
- ଭାରତୀୟ ରେଳ ବିଭାଗରେ ତାଙ୍କର ପଦୋନ୍ନତି .[୨୩]
- ହରିୟାଣା ସରକାରଙ୍କଠାରୁ ବାସଗୃହ ପାଇଁ ପ୍ଲଟ .[୨୪]
ଆଧାର
[ସମ୍ପାଦନା]- ↑ "Rio Olympics: Wrestler Sakshi Malik wins India's first medal - bronze in 58kg freestyle". The Times of India. 18 August 2016. Retrieved 18 August 2016.
- ↑ "Rio 2016: Sakshi Malik, the female wrestler who got India's first medal". BBC. Retrieved 18 August 2016.
- ↑ JSW Sports Excellence Program, additional.
- ↑ "SAKSHI MALIK". Commonwealth Games Federation. Archived from the original on 1 August 2016. Retrieved 7 March 2016.
- ↑ "Commonwealth Games 2014: Sakshi Malik Gets Silver in Women's 58kg Freestyle Wrestling". NDTVSports.com. 2014-07-30. Retrieved 2015-10-27.
- ↑ Sharma, Nitin (18 August 2016). "Sakshi Malik has done her village Mokhra and whole India proud: coach Ishwar Singh Dahiya". The Indian Express. Retrieved 21 August 2016.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ ""Beti Khilao" will become a reality : Sakshi's mom". Times of India. 19 August 2016. Retrieved 18 August 2016.
- ↑ "I would like others to take inspiration from her, says Sakshi's father". The Hindu. 18 August 2016. Retrieved 18 August 2016.
- ↑ "Sakshi Malik: From Rohtak to Rio". The Hindu. 18 August 2016. Retrieved 18 August 2016.
- ↑ "Glasgow 2014 - Sakshi Malik Profile". g2014results.thecgf.com. 2015-07-30. Archived from the original on 2016-08-01. Retrieved 2015-10-27.
- ↑ "Sakshi Malik exits in quarterfinal of Freestyle women's 60kg on Day 3 of Wrestling World Championships at Tashkent - India at Sports". India at Sports (in ଇଂରାଜୀ). 2014-09-10. Archived from the original on 2018-12-25. Retrieved 2015-10-27.
- ↑ "ଆର୍କାଇଭ୍ କପି". Archived from the original on 2017-01-18. Retrieved 2017-03-26.
{{cite web}}
: Cite has empty unknown parameter:|1=
(help) - ↑ "Sakshi Malik to be Promoted as Gazetted Railway Officer". NDTV.com. 19 August 2016. Retrieved 19 August 2016.
- ↑ "This is the result of over 10 years of hard work: Sakshi Malik after bronze". Hindustan Times. 18 August 2016. Retrieved 19 August 2016.
- ↑ "Girl with dream to wrestle". The Calcutta Telegraph. 18 August 2016. Retrieved 19 August 2016.
- ↑
{{cite web}}
: Empty citation (help) - ↑ "P.V Sindhu, Sakshi Malik, Dipa Karmakar to get Khel Ratna; Ajinkya Rahane named for Arjuna Award". The Indian Express. 22 August 2016. Retrieved 22 August 2016.
- ↑ "PV Sindhu to receive Rs 2 crore from Delhi government". The Indian Express. 20 August 2016. Retrieved 20 August 2016.
- ↑ "Sakshi Malik awarded Rs 2.5 crore by Haryana government". The Indian Express. 18 August 2016. Retrieved 18 August 2016.
- ↑ "MP to give Rs 25 lakh to Sakshi, offers training to Deepa". Business Standard. 18 August 2016. Retrieved 18 August 2016.
- ↑ "Sakshi Malik set to get richer by at least Rs 2.5 crore after bronze medal at Rio 2016 Olympics". The Indian Express. 17 August 2016. Retrieved 17 August 2016.
- ↑ "Haryana opens arms and wallet for Olympic medallist Sakshi Malik". The Hindustan Times. 25 August 2016. Retrieved 28 August 2016.
- ↑ "Sakshi Malik to receive Rs 60 lakh from Indian Railways for her Bronze medal win at Rio 2016 Olympics". The Indian Express. 18 August 2016. Retrieved 18 August 2016.
- ↑ "Sakshi Malik appointed wrestling director of Rohtak university". The Indian Express. 4 September 2016. Retrieved 4 September 2016.