Jump to content

ପି. ଭି. ସିନ୍ଧୁ

ଉଇକିପିଡ଼ିଆ‌ରୁ
(P. V. Sindhuରୁ ଲେଉଟି ଆସିଛି)
ପି. ଭି. ସିନ୍ଧୁ
Sindhu in 2016
ବ୍ୟକ୍ତିଗତ ତଥ୍ୟ
ଜନ୍ମ ନାମପୁସାରଳା ଭେଙ୍କଟ ସିନ୍ଧୁ
ଜନ୍ମ (1995-07-05) ୫ ଜୁଲାଇ ୧୯୯୫ (ବୟସ ୩୦)[]
ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶ, ଭାରତ
(ଅଧୁନା ତେଲଙ୍ଗାନା), ଭାରତ[]
ଉଚ୍ଚତା୧.୭୯ ମି.[]
ଓଜନ୬୫ କିଗ୍ରା[]
ଦେଶଭାରତ
ସକ୍ରିୟ କାଳ୨୦୧୧–ବର୍ତ୍ତମାନ
କେଉଁ ହାତ ବ୍ୟବହାର କରନ୍ତିଡାହାଣ
ମହିଳା ସିଙ୍ଗଲ୍ସ
ସର୍ବୋଚ୍ଚ ରାଙ୍କ (7 April 2017[])
ବର୍ତ୍ତମାନ ରାଙ୍କ7 (23 March 2021[])
Title(s)୧୫
Medal record
Women's badminton
Competitor for  ଭାରତ
Olympic Games
Silver2016 Rio de JaneiroWomen's singles
Bronze2020 TokyoWomen's singles
World Championships
Gold2019 BaselWomen's singles
Silver2017 GlasgowWomen's singles
Silver2018 NanjingWomen's singles
Bronze2013 CopenhagenWomen's singles
Bronze2014 GuangzhouWomen's singles
Uber Cup
Bronze2014 New DelhiWomen's team
Bronze2016 KunshanWomen's team
Asian Games
Silver2018 Jakarta–PalembangWomen's singles
Bronze2014 IncheonWomen's team
Commonwealth Games
Gold2018 Gold CoastMixed team
Silver2018 Gold CoastWomen's singles
Bronze2014 GlasgowWomen's singles
Asian Championships
Bronze2014 GimcheonWomen's singles
South Asian Games
Gold2016 Guwahati–ShillongWomen's team
Silver2016 Guwahati–ShillongWomen's singles
Commonwealth Youth Games
Gold2011 DouglasGirls' singles
Asian Junior Championships
Gold2012 GimcheonGirls' singles
Bronze2011 LucknowGirls' singles
Bronze2011 LucknowMixed team
BWF Profile

ପୁସାରଳା ଭେଙ୍କଟ ସିନ୍ଧୁ (ଜନ୍ମ ୫ ଜୁଲାଇ ୧୯୯୫) ଜଣେ ଭାରତୀୟ ପେଶାଦାର ବ୍ୟାଡମିଣ୍ଟନ ଖେଳାଳୀ । ନିଜ କ୍ୟାରିୟରରେ ସିନ୍ଧୁ ଅଲିମ୍ପିକ୍ସ ସମେତ ଏକାଧିକ ଟୁର୍ଣ୍ଣାମେଣ୍ଟରେ ଏବଂ ୨୦୧୯ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ସମେତ ବିଡବ୍ଲୁଏଫ ସର୍କିଟରେ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନ ହେବାରେ ସେ ପ୍ରଥମ ଭାରତୀୟ ଏବଂ ଅଲିମ୍ପିକ୍ ଗେମ୍ସରେ କ୍ରମାଗତ ଦୁଇଟି ପଦକ ଜିତିବାରେ ଭାରତର ଦ୍ୱିତୀୟ କ୍ରୀଡ଼ାବ୍ୟକ୍ତିତ୍ୱ ।[] ସେ ୨୦୧୭ ଏପ୍ରିଲରେ ବିଶ୍ୱସ୍ତରରେ ୨ୟ ସ୍ଥାନକୁ ଯାଇ ନିଜ କ୍ୟାରିୟରର ଉଚ୍ଚତମ ସୋପାନରେ ପହଞ୍ଚିଥିଲେ ।[]

ସିନ୍ଧୁ ୨୦୧୨ ସେପ୍ଟେମ୍ବରରେ ୧୭ ବର୍ଷ ବୟସରେ ବିଡବ୍ଲୁଏଫ ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୨୦ ସ୍ତରରେ ପ୍ରବେଶ କରିଥିଲେ ।[] ୨୦୧୩ରୁ ଆରମ୍ଭ କରି ସେ ୨୦୧୫କୁ ବାଦ ଦେଲେ ପ୍ରତ୍ୟେକ ବିଶ୍ୱ ଚାମ୍ପିଅନସିପରେ ସେ ପଦକ ଜିଣିଥିଲେ । ବିଶ୍ୱ ଚାମ୍ପିଅନସିପରେ ପାଞ୍ଚ କିମ୍ବା ଅଧିକ ପଦକ ଜିତିବାରେ ସେ ଜାଙ୍ଗ ନିଙ୍ଗଙ୍କ ପରେ ସେ ଦ୍ୱିତୀୟ ମହିଳା । ସେ ୨୦୧୬ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ (ରିଓ) ଭାରତର ପ୍ରତିନିଧିତ୍ୱ କରି ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ହୋଇଥିଲେ । ସ୍ପେନର କାରୋଲିନା ମାରିନଙ୍କୁ ହରାଇ ସେ ରୌପ୍ୟ ପଦକ ଜିତିଥିଲେ ।[] ସେ ୨୦୨୦ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ (ଟୋକିଓ) କ୍ରମାଗତ ଭାବେ ଦ୍ୱିତୀୟ ଥର ଅଲିମ୍ପିକରେ ଯୋଗଦେଇ ବ୍ରୋଞ୍ଜ ପଦକ ଜିତିଥିଲେ ଏବଂ ଦୁଇଟି ଅଲିମ୍ପିକ୍ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ ।[୧୦][୧୧]

ପ୍ରାରମ୍ଭିକ ଜୀବନ ଓ ଅଭ୍ୟାସ

[ସମ୍ପାଦନା]

ପୁସାରଳା ଭେଙ୍କଟ ସିନ୍ଧୁ[୧୨] ଭାରତର ହାଇଦ୍ରାବାଦଠାରେ ପି ଭି ରମଣ ଏବଂ ପି ବିଜୟାଙ୍କ କନ୍ୟା ଭାବେ ଜନ୍ମଗ୍ରହଣ କରିଥିଲେ ।[୧୩] ରମଣ ଭାରତୀୟ ରେଳବାଇର ଜଣେ କର୍ମଚାରୀ ଥିଲେ ଓ ତେଲେଙ୍ଗାନାର ନିର୍ମଳାଠାରେ ଜନ୍ମଗ୍ରହଣ କରିଥିବାବେଳେ ବିଜୟା ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜନ୍ମଗ୍ରହଣ କରିଥିଲେ ।[୧୪] ତାଙ୍କ ପିତାମାତା ଉଭୟ ଜାତୀୟ ସ୍ତରର ଭଲିବଲ ଖେଳାଳି ଥିଲେ । ତାଙ୍କ ପିତା ରମଣ ୧୯୮୬ ସିଓଲ ଏସୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଭଲିବଲ ଦଳର ସଦସ୍ୟା ଥିଲେ । ୨୦୦୦ ମସିହାରେ କ୍ରୀଡ଼ାରେ ତାଙ୍କର ଅବଦାନ ପାଇଁ ସେ ଅର୍ଜୁନ ପୁରସ୍କାର ପାଇଥିଲେ ।[୧୫]

  1. "PUSARLA V. Sindhu | Profile". bwfbadminton.com.
  2. "PV Sindhu Profile, Stats, Record: PV Sindhu goes after converting bronze medal to gold". 29 March 2018.
  3. 1 2 "P. V. Sindhu Bio, Stats, and Results". Olympics at Sports-Reference.com (in ଇଂରାଜୀ). Archived from the original on 18 April 2020. Retrieved 10 April 2020.
  4. "World No 2 on 7th April 2017 -". www. bwflive.tournamentsoftware.com.
  5. "Current Ranking -". www. bwflive.tournamentsoftware.com.
  6. "PV Sindhu joins select group of repeat medalists with Tokyo 2020 bronze". Olympic Games. August 1, 2021. Retrieved August 1, 2021.{{cite news}}: CS1 maint: url-status (link)
  7. "WHO IS PV SINDHU". Business Standard India. Retrieved 3 August 2020.
  8. "Sindhu breaks into world top 20 ranking". The Hindu. Chennai, India. 21 September 2012. Retrieved 21 September 2012.
  9. "PV Sindhu Scripts History, Becomes First Indian Woman To Win Olympic Silver Medal". indiatimes.com. Retrieved 20 August 2016.
  10. "PV Sindhu joins select group of repeat medalists with Tokyo 2020 bronze". Olympic Games. August 1, 2021. Retrieved August 1, 2021.{{cite news}}: CS1 maint: url-status (link)
  11. "PV Sindhu wins bronze medal to create history for India at Tokyo Olympics". Hindustan Times (in ଇଂରାଜୀ). 2021-08-01. Retrieved 2021-08-01.
  12. "P. V. Sindhu -". www. bwflive.tournamentsoftware.com.
  13. "P. V. Sindhu -". www. bwflive.tournamentsoftware.com.
  14. P, Ashish (20 August 2016). "Who does PV Sindhu belong to? Telangana and Andhra Pradesh in bitter fight". India Today (in ଇଂରାଜୀ). Retrieved 2021-07-31.{{cite web}}: CS1 maint: url-status (link)
  15. "Boys and girls with golden dreams". Deccan Chronicle. 30 December 2009. Archived from the original on 14 December 2018. Retrieved 20 October 2010.