ସାକ୍ଷୀ ମଲିକ

ଉଇକିପିଡ଼ିଆ‌ରୁ
ସାକ୍ଷୀ ମାଲିକ

ସାକ୍ଷୀ ମାଲିକ, (ଜନ୍ମ ୩  ସେପ୍ଟେମ୍ବର ୧୯୯୨ ) ଜଣେ ଭାରତୀୟ ଫ୍ରି ଷ୍ଟାଇଲ ମହିଳା କୁସ୍ତିବିଦ । ସେ ପ୍ରଥମ ଭାରତୀୟ ମହିଳା ଭାବରେ ଏକ ଗ୍ରୀଷ୍ମକାଳୀନ ଅଲିମ୍ପିକରେ ପଦକ ପ୍ରାପ୍ତ ହେଇଥିଲେ । ସେ ଏହି ବିରଳ କୃତି ୨୦୧୬ ମସିହାରେ ବ୍ରାଜିଲର ରିଓଠାରେ ହେଇଥିବା ଅଲିମ୍ପିକ କ୍ରୀଡ଼ାରେ ୫୮ କିଲୋଗ୍ରାମ ବର୍ଗର ମହିଳା ଫ୍ରିଷ୍ଟାଇଲ କୁସ୍ତିରେ ହାସଲ କରିଥିଲେ । ଏହା ବ୍ୟତୀତ ସେ ଭାରତର ଅଲିମ୍ପିକରେ ମେଡାଲ ହାସଲ କରିଥିବା ଚତୁର୍ଥ ମହିଳା ହେଇଥିଲେ । [୧][୨]  ସେ ବିନେଶ ଫୋଗତ , ବବିତା କୁମାରୀଗୀତା ଫୋଗତଙ୍କ ସହ JWS କ୍ରୀଡ଼ା ଉତ୍କର୍ଷତା କାର୍ଯ୍ୟକ୍ରମରେ ରହିଛନ୍ତି । [୩]

ଅଲିମ୍ପିକ ବ୍ୟତୀତ ସେ ୨୦୧୪ କମନୱେଲ୍‌ଥ ଗେମରେ ରୌପ୍ୟ ଓ ୨୦୧୫ ମସିହାରେ  ଦୋହାରେ ହେଇଥିବା ଏସୀୟ କୁସ୍ତି ଚମ୍ପିୟାନଶିପରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ । [୪][୫]

ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]

ସାକ୍ଷୀଙ୍କ ଜନ୍ମ ହରିଆଣା ରାଜ୍ୟର ରୋହତକ ଜିଲ୍ଲାର ମୋଖରା ଗ୍ରାମରେ ହେଇଥିଲା । ତାଙ୍କ ପିତା ଶିଖବିର ଦିଲ୍ଲୀ ପରିବହନ କର୍ପୋରେସନର ଜଣେ ବସ କଣ୍ଡକ୍ଟର ଭାବେ କାର୍ଯ୍ୟ କରନ୍ତି । ତାଙ୍କ ମାଁ ସ୍ଥାନୀୟ ଅଙ୍ଗନବାଡିରେ ପରିଚାଳକ ଭାବରେ କାର୍ଯ୍ୟ କରନ୍ତି । [୬] .[୭] ତାଙ୍କ ପିତାମହ ବଡଲୂ ରାମ ଜଣେ  ମଲ୍ଲଯୋଦ୍ଧା ଥିଲେ ଓ ସାକ୍ଷୀ କୁସ୍ତି ପ୍ରତି ତାଙ୍କଠାରୁ ପ୍ରେରିତ ହେଇଥିଲେ । .[୮] ସେ ମାତ୍ର ୧୨ ବର୍ଷ ବୟସରେ ରୋହତକର ଛୋଟୁ ରାମ ଷ୍ଟାଡିୟମରେ କୁସ୍ତି ଅଭ୍ୟାସ ଆରମ୍ଭ କରିଥିଲେ । 

କ୍ରୀଡ଼ା ଅବଦାନ [ସମ୍ପାଦନା]

ପେଷାଦାର କୁସ୍ତିରେ ସାକ୍ଷୀଙ୍କ ପ୍ରଥମ ଆନ୍ତର୍ଜାତିକ ସଫଳତା ୨୦୧୦ ମସିହା ବିଶ୍ୱ ଜୁନିଅର ଚମ୍ପିୟାନଶିପରେ ହେଇଥିଲା ଓ ସେ ସେଥିରେ ୫୮ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ପାଇଥିଲେ । [୯]  ୨୦୧୪ ମସିହାରେ ସେ ଦାଭେ ସ୍କୁଲ୍ଜ ଆନ୍ତର୍ଜାତିକ ମହିଳା କୁସ୍ତି ପ୍ରତିଯୋଗୀତାରେ  ସେ ୬୦ କିଲୋଗ୍ରାମ ବର୍ଗରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ପାଇଥିଲେ । 

୨୦୧୪ ମସିହା ଗ୍ଲାସଗୋଠାରେ ହେଇଥିବା କମନୱେଲ୍‌ଥ କ୍ରୀଡ଼ାରେ ସେ ଚମତ୍କାର ପ୍ରଦର୍ଶନ ଜରିଆରେ ଫାଇନାଲକୁ ପହଞ୍ଚି ଥିଲେ । ସେଥିରେ ସେ ହଋ ଯାଇ ରୌପ୍ୟ ପଦକ ପାଇଥିଲେ ।[୧୦] ସେହି ବର୍ଷ ସେ ଟାସକେଣ୍ଟ  ଠାରେ ହେଇଥିବା ବିଶ୍ୱ ଚମ୍ପିୟାନଶିପରେ କ୍ୱାଟର ଫାଇନାଲ ଯାଇ ପହଞ୍ଚିଥିଲେ ମଧ୍ୟ ପଦକ ପାଇ ନଥିଲେ । ୨୦୧୫ ମସିହା ଦୋହା ଏସୀୟ କ୍ରୀଡ଼ାରେ ସେ ବ୍ରୋଞ୍ଜ ପଦକ ପାଇଥିଲେ ।[୧୧] ଦିଲ୍ଲୀଠାରେ ସେ ପ୍ରୋ -ରେସଲିଙ୍ଗ ଲିଗରେ ସେ ପେଷାଦାର କୁସ୍ତିବିଦ ଭାବରେ ଭାଗନେଇଥିଲେ । [୧୨] 

ବ୍ୟକ୍ତିଗତ ଜୀବନୀ [ସମ୍ପାଦନା]

ସାକ୍ଷୀ ବର୍ତ୍ତମାନ ଭାରତୀୟ ରେଳ ବିଭାଗରେ ଦିଲ୍ଲୀଠାରେ ବାଣିଜ୍ୟ ବିଭାଗରେ କାର୍ଯ୍ୟରତ । ରିଓ ଅଲିମ୍ପିକରେ ପଦକ ପାଇବା ପରେ ତାଙ୍କୁ ଅଫିସର ଭାବରେ ପଦୋନ୍ନତି ପ୍ରଦାନ କରାଯାଇଥିଲା । .[୧୩]

ସେ ରୋହତକଠାରେ ଥିବା ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଶାରୀରିକ ଶିକ୍ଷା ବିଭାଗରେ ସ୍ନାତକୋତ୍ତର ( PG) ଡିଗ୍ରୀ ହାସଲ କରିଥିଲେ । [୧୪][୧୫]  

ପୁରସ୍କାର ଓ ସମ୍ମାନ ସମୂହ [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Rio Olympics: Wrestler Sakshi Malik wins India's first medal - bronze in 58kg freestyle". The Times of India. 18 August 2016. Retrieved 18 August 2016.
  2. "Rio 2016: Sakshi Malik, the female wrestler who got India's first medal". BBC. Retrieved 18 August 2016.
  3. JSW Sports Excellence Program, additional.
  4. "SAKSHI MALIK". Commonwealth Games Federation. Archived from the original on 1 August 2016. Retrieved 7 March 2016.
  5. "Commonwealth Games 2014: Sakshi Malik Gets Silver in Women's 58kg Freestyle Wrestling". NDTVSports.com. 2014-07-30. Retrieved 2015-10-27.
  6. Sharma, Nitin (18 August 2016). "Sakshi Malik has done her village Mokhra and whole India proud: coach Ishwar Singh Dahiya". The Indian Express. Retrieved 21 August 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  7. ""Beti Khilao" will become a reality : Sakshi's mom". Times of India. 19 August 2016. Retrieved 18 August 2016.
  8. "I would like others to take inspiration from her, says Sakshi's father". The Hindu. 18 August 2016. Retrieved 18 August 2016.
  9. "Sakshi Malik: From Rohtak to Rio". The Hindu. 18 August 2016. Retrieved 18 August 2016.
  10. "Glasgow 2014 - Sakshi Malik Profile". g2014results.thecgf.com. 2015-07-30. Archived from the original on 2016-08-01. Retrieved 2015-10-27.
  11. "Sakshi Malik exits in quarterfinal of Freestyle women's 60kg on Day 3 of Wrestling World Championships at Tashkent - India at Sports". India at Sports (in ଇଂରାଜୀ). 2014-09-10. Archived from the original on 2018-12-25. Retrieved 2015-10-27.
  12. "ଆର୍କାଇଭ୍ କପି". Archived from the original on 2017-01-18. Retrieved 2017-03-26. {{cite web}}: Cite has empty unknown parameter: |1= (help)
  13. "Sakshi Malik to be Promoted as Gazetted Railway Officer". NDTV.com. 19 August 2016. Retrieved 19 August 2016.
  14. "This is the result of over 10 years of hard work: Sakshi Malik after bronze". Hindustan Times. 18 August 2016. Retrieved 19 August 2016.
  15. "Girl with dream to wrestle". The Calcutta Telegraph. 18 August 2016. Retrieved 19 August 2016.
  16. {{cite web}}: Empty citation (help)
  17. "P.V Sindhu, Sakshi Malik, Dipa Karmakar to get Khel Ratna; Ajinkya Rahane named for Arjuna Award". The Indian Express. 22 August 2016. Retrieved 22 August 2016.
  18. "PV Sindhu to receive Rs 2 crore from Delhi government". The Indian Express. 20 August 2016. Retrieved 20 August 2016.
  19. "Sakshi Malik awarded Rs 2.5 crore by Haryana government". The Indian Express. 18 August 2016. Retrieved 18 August 2016.
  20. "MP to give Rs 25 lakh to Sakshi, offers training to Deepa". Business Standard. 18 August 2016. Retrieved 18 August 2016.
  21. "Sakshi Malik set to get richer by at least Rs 2.5 crore after bronze medal at Rio 2016 Olympics". The Indian Express. 17 August 2016. Retrieved 17 August 2016.
  22. "Haryana opens arms and wallet for Olympic medallist Sakshi Malik". The Hindustan Times. 25 August 2016. Retrieved 28 August 2016.
  23. "Sakshi Malik to receive Rs 60 lakh from Indian Railways for her Bronze medal win at Rio 2016 Olympics". The Indian Express. 18 August 2016. Retrieved 18 August 2016.
  24. "Sakshi Malik appointed wrestling director of Rohtak university". The Indian Express. 4 September 2016. Retrieved 4 September 2016.

ବାହାର ଲିଙ୍କ [ସମ୍ପାଦନା]