ବବିତା କୁମାରୀ
ବବିତା କୁମାରୀ , (ଜନ୍ମ ନଭେମ୍ବର , ୧୯୮୯ )ଜଣେ ମହିଳା ଭାରତୀୟ କୁସ୍ତିବିଦ । ସେ 55 କିଲୋଗ୍ରାମ ମହିଳା ଫ୍ରି ଷ୍ଟାଇଲ ବିଭାଗରେ ପ୍ରତିଯୋଗିତା କରୁଥିଲେ ଓ ବିଶିଷ୍ଟ କୋଚ ମହାବୀର ପ୍ରସାଦ ଫୋଗତ ତାଙ୍କର କୋଚ ଥିଲେ । ସେ 2014 ମସିହା କମନୱେଲଥ ଗେମରେ ମହିଳା କୁସ୍ତିରେ ସ୍ୱରନା ପଦକ ଜିତିଥିଲେ । ପୁରବାରୁ ସେ 2010 ମସିହା କମନୱେଲଥ ଗେମରେ ମଧ୍ୟ ମହିଳା କୁସ୍ତିରେ ରୌପ୍ୟ ପଦକ ଜିତି ଥିଲେ । 2013 ମସିହା ବିଶ୍ୱ କୁସ୍ତି ଚମ୍ପିୟାନଶୀପରେ ସେ ଭରତ ପାଇଁ ବ୍ରୋଞ୍ଜ ପଦକ ଆଣିଥିଲେ । [୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ତାଙ୍କର ବଡ଼ ଭଉଣୀ ଗୀତା ଫୋଗତ ଭାରତ ପାଇଁ ପ୍ରଥମ ମହିଳା କୁସ୍ତି ସ୍ୱର୍ଣ୍ଣ ପଦକ କମନୱେୟଲଥ ଗେମରେ ବିଜୟିନୀ ହୋଇଥିଲେ । ତାଙ୍କ ପିତା ମହାବୀର ସିଂହ ଫୋଗତ ଜଣେ କୁସ୍ତିବିଦ ଓ ପ୍ରଶିକ୍ଷଯକ ଥିଲେ ।ତାଙ୍କର ସମ୍ପର୍କୀୟ ଭାଇ ଭିନେଶ ଫୋଗତ ମଧ୍ୟ ଗ୍ଲାସଗୋ କମନୱେଲଥ ଗେମରେ ପୁରୁଷ 48 କିଲୋଗ୍ରାମ ବିଭାଗରେ ସ୍ୱରନା ପଦକ ପ୍ରାପ୍ତ ହେଇଥିଲେ । .[୨][୩]
ତାଙ୍କ ସମୟରେ ଝିଅମାନେ କୁସ୍ତି ଖେଳରୁ ଦୂରେଇ ରହୁଥିବା ସମୟରେ ଗୀତା ଓ ବାବିତା , ଭାଇ ଭିନେଶଙ୍କ ସହ ତାଙ୍କ ପିତାଙ୍କ ତତ୍ତ୍ୱାବଧାନରେ ଆଗଭର ହେଇ କୁସ୍ତି ପ୍ରଶିକ୍ଷଣ ନେଇଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ପରେ ଅନେକ ଝିଅ କୁସ୍ତି ଖେଳକୁ ଆସି ଦେଶ ପାଇଁ ଅନେକ ପଦକ ହାସଲ କରି ଆସୁଛନ୍ତି । ତାଙ୍କ ନିଜ ସାନ ଭଉଣୀ ରିତୁ ଫୋଗତ ମଧ୍ୟ 2016 କମନୱେଲ୍ଥ ଗେମରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।ଔ ଜଣେ ସାନ ଭଉଣୀ ସଂଗୀତା ମଧ୍ୟ କୁସ୍ତି ଖେଳରେ ଅଛନ୍ତି । [୪][୫]
କ୍ରୀଡ଼ା ଅବଦାନ ସବୁ
[ସମ୍ପାଦନା]୨୦୦୯ ମସିହା କମନୱେଲ୍ଥ ମହିଳା କୁସ୍ତିରେରେ ସେ ସ୍ୱର୍ଣ୍ଣ ପଦକ ଜିତି ଥିଲେ । ୨୦୧୦ ମସିହା କମନୱେଲ୍ଥରେ ସେ ରୋପ୍ୟ ପଦକ ପାଇଥିଲେ । ୨୦୧୧ ମସିହାରେ ପୁଣି କମୱେଲ୍ଥ କୁସ୍ତିରେ ସେ ସ୍ୱର୍ଣ୍ଣ ପଦକ ପାଇ ଥିଲେ । ଏହା ପରେ ଅଦ୍ୟାବଧି ସେ ଅନେକ ଜାତୀୟ ତଥା ଆନ୍ତର୍ଜାତିୟ ପଦକ ଜିତି ପରିଛନ୍ତି ।[୬]
ଅନ୍ୟ ଉପାଧି ସବୁ
[ସମ୍ପାଦନା]- Dave Schultz Memorial Tournament, 2010 - Sixth place[୭]
- Dave Schultz Memorial Tournament, 2012 - Bronze[୮]
- Dave Schultz Memorial Tournament, 2014 - Silver[୯]
References
[ସମ୍ପାଦନା]- ↑ "Babita clinches bronze in World Championships". Hindustan Times. Archived from the original on November 12, 2014. Retrieved November 11, 2014.
- ↑ "Meet the medal winning Phogat sisters".
- ↑ "Wrestling coach Mahavir Phogat overlooked for Dronacharya Award".
- ↑ "'Phogat sisters' build their legacy in wrestling". www.sunday-guardian.com. Archived from the original on 2015-12-08. Retrieved 2015-11-02.
- ↑ "Meet the medal winning Phogat sisters | Latest News & Updates at Daily News & Analysis". dna. Retrieved 2015-11-02.
- ↑
{{cite web}}
: Empty citation (help) - ↑ "International Wrestling Database". www.iat.uni-leipzig.de. Retrieved 2015-11-02.
- ↑ "International Wrestling Database". www.iat.uni-leipzig.de. Retrieved 2015-11-02.
- ↑ "International Wrestling Database". www.iat.uni-leipzig.de. Retrieved 2015-11-02.