ରବି କୁମାର ଡାହିୟା
ଫାଇଲ:Ravikumar Dahiya Tokyo.jpg | |||||||||||||||||||||||||||||||||||||||||||||||||||||||||||||||||
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | ନହଡ଼ି, ସୋନିପତ, ହରିୟାଣା | ୧୨ ଡିସେମ୍ବର ୧୯୯୭||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | ୫ ଫୁଟ ୭ ଇଞ୍ଚ | ||||||||||||||||||||||||||||||||||||||||||||||||||||||||||||||||
Sport | |||||||||||||||||||||||||||||||||||||||||||||||||||||||||||||||||
ଦେଶ | ଭାରତ | ||||||||||||||||||||||||||||||||||||||||||||||||||||||||||||||||
କ୍ରୀଡ଼ା | କୁସ୍ତି | ||||||||||||||||||||||||||||||||||||||||||||||||||||||||||||||||
Event(s) | ୫୭ କିଗ୍ରା | ||||||||||||||||||||||||||||||||||||||||||||||||||||||||||||||||
Medal record
|
ରବି କୁମାର ଡାହିୟା (ଜନ୍ମ : ୧୨ ଡିସେମ୍ବର ୧୯୯୭) ଜଣେ ଭାରତୀୟ କୁସ୍ତି ଖେଳାଳି । ସେ ୨୦୨୦ ଟୋକିଓ ଅଲିମ୍ପିକରେ ୫୭ କିଗ୍ରା କୁସ୍ତି ବିଭାଗରେ ପ୍ରତିଦ୍ୱନ୍ଦିତା କରି ଭାରତ ପାଇଁ ରୌପ୍ୟପଦକ ଜିତିଥିଲେ ।[୧] ୨୦୧୯ରେ ଅନୁଷ୍ଠିତ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ଏସୀୟ କୁସ୍ତି ଚାମ୍ପିୟନସିପରେ ସେ ଦୁଇଥର ବିଜେତା ମଧ୍ୟ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରବି କୁମାର ହରିୟାଣାର ସୋନିପତ ଜିଲ୍ଲା ଅନ୍ତର୍ଗତ ନହଡ଼ିଠାରେ ଜନ୍ମଗ୍ରହଣ କରିଥିଲେ । ୧୦ ବର୍ଷ ବୟସରୁ ସେ ସତପାଲ ସିଂହ ଅଧିନରେ ଦିଲ୍ଲୀର ଛତ୍ରପାଳ ଷ୍ଟାଡ଼ିୟମରେ କୁସ୍ତି ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ତାଙ୍କ ପିତା ରାକେଶ ଡାହିୟା ଜଣେ କୃଷକ । ସେ ନିଜ ଗ୍ରାମରୁ ପ୍ରତିଦିନ ୮-୧୦କିମି ଯାତ୍ରାକରି ରବିକୁମାରଙ୍କ ପାଇଁ ଫଳ ଓ କ୍ଷୀର ପହଞ୍ଚାଉଥିଲେ ।[୨][୩]
ଖେଳ ଜୀବନ
[ସମ୍ପାଦନା]କିଶୋର ବୟସରୁ ରବି କୁମାର କୁସ୍ତିଖେଳରେ ମନୋନିବେଶ କରିଥିଲେ । ୨୦୧୫ ମସିହାରେ ବିଶ୍ୱ ଯୁବ କୁସ୍ତି ଚାମ୍ପିୟନସିପରେ ସେ ୫୫ କିଗ୍ରା ବିଭାଗରେ ରୌପ୍ୟପଦକ ହାସଲ କରିଥିଲେ ।[୪] ୨୦୧୭ରେ ଆଘାତପ୍ରାପ୍ତ ହୋଇ ସେ ଖେଳରୁ ଏକ ବର୍ଷରୁ ଅଧିକ ସମୟ ଦୂରେଇ ରହିଥିଲେ । ୨୦୧୮ରେ ଖେଳକୁ ପ୍ରତ୍ୟାବର୍ତ୍ତନ କରି ସେ ୨୩ବର୍ଷରୁ କମ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ।[୫] ୨୦୧୯ରେ ପ୍ରୋ-ରେସଲିଂ ଲିଗରେ ହରିୟାଣା ହାମର୍ସ ତରଫରୁ ଖେଳି ସେ ଅପରାଜିତ ରହିଥିଲେ ଓ ନିଜ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।[୬][୭]
୨୦୧୯ରେ ଏସୀୟ କୁସ୍ତି ଚାମ୍ପିୟନସିପରେ ବ୍ରୋଞ୍ଜପଦକ ମ୍ୟାଚରେ ପରାଜୟ ବରଣ କରିବାରୁ ତାଙ୍କର ବିଶ୍ୱ ରାଙ୍କ ୧୯ ରହିଥିଲା ।[୮] ୨୦୧୯ ବିଶ୍ୱ କୁସ୍ତି ଚାମ୍ପିୟନସିପରେ ସେ ବ୍ରୋଞ୍ଜପଦକ ହାସଲ କରିଥିଲେ ଓ ୨୦୨୦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।[୯] ୨୦୧୯ରେ ତାଙ୍କ ପ୍ରଦର୍ଶନ ଦେଖି, ତାଙ୍କୁ ଭାରତ ସରକାରଙ୍କ ଯୁବବ୍ୟାପାର ମନ୍ତ୍ରଣାଳୟର ଟ୍ରାଗେଟ ଅଲିମ୍ପିକ ପୋଡିୟମ ସ୍କିମ(ଟପ୍ସ)ରେ ଅନ୍ତର୍ଭୁକ୍ତ କରାଯାଇଥିଲା ।[୧୦] ୨୦୨୦ ଏସୀୟ କୁସ୍ତି ଚାମ୍ପିୟନସିପରେ(ଦିଲ୍ଲୀ) ଓ ୨୦୨୧ ଏସୀୟ କୁସ୍ତି ଚାମ୍ପିୟନସିପରେ(ଅଲମାତି, କାଜାକିସ୍ଥାନରେ) ସେ ସ୍ୱର୍ଣ୍ଣପଦକ ଜିତିଥିଲେ ।[୧୧][୧୨]
୨୦୨୦ ଟୋକିଓ ଅଲିମ୍ପିକରେ ସେ ୫୭କିଗ୍ରା ବିଭାଗରେ ପ୍ରତିଦ୍ୱନ୍ଦିତା କରି ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ ୨ ରାଉଣ୍ଡ ଜିତିବା ପରେ, ସେ ସେମିଫାଇନାଲରେ କାଜାକିସ୍ଥାନର ପହିଲିମାନ ନୂରିସ୍ଲାମ ସାନାୟେଭଙ୍କ ସହିତ ଲଢ଼ିଥିଲେ ।[୧୩] ନୂରିସ୍ଲାମ ଡାହିୟାଙ୍କ ହାତକୁ କାମୁଡ଼ି ଦେଇଥିବା ସତ୍ତ୍ୱେ ଡାହିୟା ଜିତିକରି ଫାଇନାଲକୁ ପ୍ରବେଶ କରିଥିଲେ ।[୧୪][୧୫] ଫାଇନାଲରେ ସେ ଋଷି ପହିଲିମାନ ଜୌର ଉଗୁଏଭଙ୍କଠାରୁ ୪-୭ ସ୍କୋରରେ ପରାଜିତ ହୋଇ ରୌପପଦକ ହାସଲ କରିଥିଲେ ।[୧୬][୧୭] ସୁଶୀଲ କୁମାରଙ୍କ ପରେ ଅଲିମ୍ପିକ କୁସ୍ତିରେ ରୌପ୍ୟ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ।[୧୮]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ୨୦୨୦ ଟୋକୋଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିବା ପରେ
ଆଧାର
[ସମ୍ପାଦନା]- ↑ "RAVI Kumar - Tokyo 2020 Olympics". .. (in ଆମେରିକୀୟ ଇଂରାଜୀ). Olympics. Archived from the original on 5 August 2021. Retrieved 5 August 2021.
- ↑ "Ravi Kumar Dahiya: Latest on the list of India's wrestling sensations". Olympic Channel. 24 September 2019. Retrieved 22 February 2020.
- ↑ "World Wrestling Championships 2019: 'My real journey has just begun', says bronze medallist Ravi Dahiya after booking ticket to Tokyo". Firstpost. 20 September 2019. Retrieved 21 September 2019.
- ↑ "Junior World Championships". United World Wrestling. Archived from the original on 4 December 2020. Retrieved 22 February 2020.
- ↑ "Ravi Kumar's passion bears fruit in impressive Worlds debut". ESPN.in. 21 September 2019. Retrieved 21 September 2019.
- ↑ Siwach, Vinay (27 July 2019). "Wrestling: Deepak and Ravi continue Chhatarsaal stadium's tradition of winning medals for India". Scroll.in. Retrieved 6 March 2020.
- ↑ Sarangi, Y. B. (26 July 2019). "Easy day for Bajrang, Ravi Dahiya excels in Worlds trials". Sportstar. Retrieved 6 March 2020.
- ↑ "Asian Championships". United World Wrestling. Archived from the original on 31 October 2020. Retrieved 22 February 2020.
- ↑ "Wrestler Ravi Kumar Dahiya follows Bajrang Punia's footsteps, wins bronze in World Championship debut". Hindustan Times. 20 September 2019. Retrieved 21 September 2019.
- ↑ "Wrestler Ravi Dahiya included in TOPS, Sakshi Malik dropped". The Times of India. 4 October 2019. Retrieved 23 February 2020.
- ↑ Roy, Avishek; Singh, Navneet (22 February 2020). "Asian Wrestling Championships: Ravi Kumar Dahiya wins gold, Bajrang Punia loses in final". Hindustan Times. Retrieved 22 February 2020.
- ↑ "Asian Wrestling C'ships: Ravi Dahiya bags gold". Hindustan Times (in ଇଂରାଜୀ). 2021-04-17. Retrieved 2021-08-05.
- ↑ "Tokyo Olympics: Ravi Kumar Dahiya ensures at least a silver medal for India; enters men's freestyle 57kg wrestling final". Hindustan Times (in ଇଂରାଜୀ). 2021-08-04. Retrieved 2021-08-05.
- ↑ "Tokyo Olympics : Wrestler Ravi Kumar Dahiya enters final, to aim for Olympic gold next". 5 Dariya News. Retrieved 4 August 2021.
- ↑ "Ravi Dahiya endures bite by Nurislam Sanayev but is fine, says support staff" (in ଇଂରାଜୀ). 2021-08-04.
- ↑ "Tokyo Olympics: Ravi Kumar Dahiya wins silver in men's freestyle wrestling". The Live Mirror (in ଆମେରିକୀୟ ଇଂରାଜୀ). 2021-08-05. Retrieved 2021-08-06.
- ↑ "Ravi Kumar Dahiya wins silver medal for India in men's 57kg freestyle wrestling". Hindustan Times (in ଇଂରାଜୀ). 5 August 2021. Retrieved 5 August 2021.
- ↑ TokyoAugust 5, India Today Web Desk; August 5, 2021UPDATED:; Ist, 2021 16:53. "Tokyo Olympics: Wrestler Ravi Kumar Dahiya bags 2nd silver medal for India after Mirabai Chanu". India Today (in ଇଂରାଜୀ). Retrieved 2021-08-05.
{{cite web}}
:|first3=
has numeric name (help)CS1 maint: extra punctuation (link) CS1 maint: numeric names: authors list (link) - ↑ Sharma, Nitin (12 July 2021). "Rs 6 crore or Rs 25 lakh for Olympics gold? Home state key to cash prize and 'A' Grade Job in Haryana Government". Indian Express. Retrieved 24 July 2021.
- ↑ Basu, Hindol (23 July 2021). "Tokyo Olympics: Indians to get highest cash award for winning medals". Times of India. Retrieved 5 August 2021.