ସବ୍ୟସାଚୀ ପଣ୍ଡା
ସାବ୍ୟସାଚୀ ପଣ୍ଡା ନକ୍ସଲ ସଂଗଠନର ଜଣେ ମୂଖ୍ୟ ନେତା। ମାଓବାଦୀ ସଂଗଠନରେ ସେ ମାଓ ନେତା ସୁନିଲ ନାମରେ ପରିଚିତ । ଦୀର୍ଘ ୧୬ ବର୍ଷ ମଧ୍ୟରେ ଅନେକ ହତ୍ୟା, ହିଂସା ଘଟଣାରେ ଓଡ଼ିଶାର ୬ଟି ଜିଲ୍ଲାରେ ରହିଛି ତାଙ୍କ ବିରୋଦ୍ଧରେ ରହିଛି ୬୧ଟି ଜଘନ୍ୟ ମାମଲା । ୨୦୦୮ ନୟାଗଡ଼ ନକ୍ସଲ ଆକ୍ରମଣ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଭଳି ଜଘନ୍ୟ ହତ୍ୟାକାଣ୍ତର ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାବ୍ୟସାଚୀ ୨୦୧୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁରରୁ ଗିରଫ ହେଇଥିଲେ । [୧]
ପ୍ରାରମ୍ଭିକ ଜୀବନ ଓ ପରିବାର
[ସମ୍ପାଦନା]ସାବ୍ୟସାଚୀ ହେଉଛନ୍ତି ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ପଣ୍ଡାଙ୍କ ପୁତ୍ର । ସେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରୁ ଗଣିତରେ ସ୍ନାତକ ଡିଗ୍ରୀ ଲାଭକରିଛନ୍ତି । [୨] ସାବ୍ୟସାଚୀ ଶୁଭଶ୍ରୀ ପଣ୍ଡାଙ୍କୁ ବିବାହ କରିଛନ୍ତି । [୩]
ମାଓବାଦୀ ସଂଗଠନ
[ସମ୍ପାଦନା]ପ୍ରଥମେ ବାପା ମାଆଙ୍କ ସହ ଝଗଡା କରି ସାବ୍ୟସାଚୀ ଘର ଛାଡିଥିଲେ । ପରେ ବିଶିଷ୍ଟ ବାମପନ୍ଥୀ ନେତା ନାଗଭୂଷଣ ପଟ୍ଟନାୟକଙ୍କ ସହ ରହି ସିପିଆଇ (ଏମଏଲ) ସଂଗଠନ ପାଇଁ କାମ କରିଥିଲେ । ହେଲେ ସଂଗଠନରେ ବିଶୃଂଖଳା ସୃଷ୍ଟି ଓ ୧୯୯୬ରେ ନାଗଭୂଷଣଙ୍କ ଅଫିସ ଭଙ୍ଗାରୁଜା କରିବା ପରେ ସିପିଆଇ (ଏମଏଲ)ରୁ ବିତାଡିତ ହୋଇଥିଲେ । ଏହାପରେ ସେ ନକ୍ସଲ ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡ଼ା ଜିଲ୍ଲା ପଦ୍ମପୁର ମୋଚିକିପଦରଛକରେ ରହି ନିଜସ୍ୱ ସଂଗଠନ କୁଇ ଲବଙ୍ଗ ସଂଘ ଗଢ଼ି ଏହାର ନେତୃତ୍ୱ ନେଇଥିଲେ । ତାଙ୍କର ବଡ଼ ଅପରାଧ ଥିଲା ୨୦୦୧ରେ ପଦ୍ମପୁର ବ୍ଲକର ଜଣେ ମଦ ଦୋକାନୀକୁ ହତ୍ୟା । ପ୍ରାୟ ଚାରି ବର୍ଷ କୁଇ ଲବଙ୍ଗ ସଂଘର ନେତୃତ୍ୱ ନେବା ପରେ ସିପିଆଇ (ଏମଏଲ) ଆନ୍ଧ୍ର- ଓଡ଼ିଶା ବର୍ଡ଼ର (ଏଓବି) ଜୋନାଲ କମିଟିରେ ଯୋଗ ଦେଇଥିଲେ । ଏହାପରେ ସିପିଆଇ(ମାଓବାଦୀ) ସଂଗଠନର ବାଶଦାରା ବିଭାଗର ସଚିବ ଭାବେ ନେତୃତ୍ୱ ନେଇଥିଲେ ।
ଅପରାଧ ଓ ହିଂସା
[ସମ୍ପାଦନା]୨୦୦୮ ନୟାଗଡ଼ ନକ୍ସଲ ଆକ୍ରମଣ
[ସମ୍ପାଦନା]୨୦୦୮ ନୟାଗଡ଼ରେ ନକ୍ସଲ ଆକ୍ରମଣ କରି ସେ ସାରା ଓଡ଼ିଶାକୁ ଦୋହଲେଇ ଦେଇଥିଲେ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ
[ସମ୍ପାଦନା]ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ (କନ୍ଧମାଳ ଦଙ୍ଗା)ରେ ମଧ୍ୟ ତାଙ୍କର ମୁଖ୍ୟ ହାତ ଅଛି ବୋଲି ଜଣାପଡିଥିଲା ।
ଇଟାଲୀ ପର୍ଯ୍ୟଟକ ଅପହରଣ
[ସମ୍ପାଦନା]ଇଟାଲୀ ପର୍ଯ୍ୟଟକ ଅପହରଣ ମାମଲାରେ ସେ ପୁରା ଭାରତରେ ଚର୍ଚ୍ଚାର ବିଷୟ ହୋଇଥିଲେ
ଆଧାର
[ସମ୍ପାଦନା]- ↑ "Odisha's top Maoist Sabyasachi Panda arrested in Ganjam district". IANS. news.biharprabha.com. Retrieved 20 July 2014.
- ↑ "The Final Battle of Sabyasachi Panda". openthemagazine.com. 20 July 2014.
- ↑ Mohanty, Meera (20 July 2014). "Maoist leader Sabyasachi Panda's wife Mili Panda makes political debut in Odisha". Economic Times. PTI. Retrieved 20 July 2014.
ବାହାର ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |